ମାଲକାନଗିରି ଜିଲାରେ ବଢୁଛି ସାଇବର ଅପରାଧ

ମାଲକାନଗିରି,୧୪ା୩(ଡିଏନ.ଏ.): ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକଙ୍କୁ ବିଭିନ୍ନ ବାହାନାରେ ଅର୍ଥ ଲୋଭ ଦେଖାଇ ସାଇବର ଅପରାଧୀମାନେ ଅର୍ଥ ଲୁଟ କରୁଛନ୍ତି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ମଧ୍ୟ ଏହି ଅପରାଧ ଧୀରେଧୀରେ ବଢିବାରେ ଲାଗିଛି। ଜିଲାରେ ଅଧିକାଂଶ ଲୋକେ ଆଦିବାସୀ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସହଜରେ ଭୁଆଁ ବୁଲାଇ ସାଇବର ଲୁଟେରାମାନେ ଅର୍ଥ ଲୁଟ କରୁଥିବା ଜଣାପଡିଛି। ଏହି ଅପରାଧକୁ ରୋକିବା ଲାଗି ଜିଲାର ପ୍ରାୟ ସମସ୍ତ ଥାନାରେ ସାଇବର ଅପରାଧ ମାମଲା ବଢିବାରେ ଲାଗିଛି। ଜିଲାର ବିଭିନ୍ନ ଥାନାରେ ଗତ ୨୦୨୦ରେ ୧୫୯୯ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏଥିରୁ ୧୫୨୨ଟିର ଚାର୍ଜ ସିଟ୍‌ ଦାଖଲ ହୋଇଥିବା ବେଳେ ୭୭ଟି ମାମଲାର ଯାଞ୍ଚ ଚାଲିଛି। ସେହିପରି ୨୦୨୧ରେ ଜିଲାରେ ୨୦୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୧୫୨୪ଟି ମାମଲାର ଚାର୍ଜସିଟ୍‌ ହୋଇଛି। ୫୪୪ଟି ମାମଲା ଯାଞ୍ଚରେ ରହିଥିବା ମାଲକାନଗିରି ସାଇବର କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି। ତେବେ ଅନେକ ଘଟଣା ସାମ୍ନାକୁ ଆସୁ ନ ଥିବା ବେଳେ ଏହି ଅପରାଧ ମିଳିଥିବା ରେକର୍ଡଠାରୁ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଲ୍ଲେଖନୀୟ କାର୍ଯ୍ୟ: ରାଜ୍ୟରେ ମାଲକାନଗିରି ପ୍ରଥମ

ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ଯୋଜନା ଓ ସଂଯୋଜନ ବିଭାଗରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଲାଗି ମାଲକନଗିରି ଜିଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲକରି ଶନିବାର ପୁରସ୍କୃତ ହୋଇଛି। ଭୁବନେଶ୍ୱର...

ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ମାଲକାନଗିରି,୧୬ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନାରେ ୪ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଆଣି ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ପୋଲିସ...

ଅନ୍ୟକୁ ରୋଜଗାର ଦେଇଛନ୍ତି ବନିତା

ଏମ୍‌ଭି୭୯,୬ା୧୨(ଡି.ଏନ.ଏ.): ଇଚ୍ଛା ଓ ଆଗ୍ରହ ଥିଲେ ଜଣେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ। ତା’ର ସଫଳତାକୁ କୌଣସି ପ୍ରତିବନ୍ଧକ ରୋକିପାରେ ନାହିଁ। ମାଲକାନଗିରି ଜିଲା...

ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୧୦।୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।...

ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌,...

ଗୋହତ୍ୟା କରି ବନ୍ଧା ହେଲେ ୪ ଅଭିଯୁକ୍ତ

କୋରୁକୋଣ୍ଡା ୨୫।୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ କୋଇଲିପରି ନିକଟ ଜଙ୍ଗଲରେ କେତେକ ବ୍ୟକ୍ତି ଗାଈଙ୍କୁ ହତ୍ୟା କରି ମାଂସ କାଟୁ ଥିବା...

ମୁଖ୍ୟ ସ୍ରୋତକୁ ଫେରିଲେ ୫ଶହ ମାଓବାଦୀ ସମର୍ଥକ, ଭାଙ୍ଗିଲେ ଶହୀଦ ସ୍ତମ୍ଭ

ଚିତ୍ରକୋଣ୍ଡା/ମାଲକାନଗିରି,୨୨।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗୁରୁପ୍ରିୟାଠାରେ ସୋମବାର ପୋଲିସ ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଜନ ସମ୍ପର୍କ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ବାଭିମାନ...

ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର କରି ଅଧ୍ୟାପକ ଗିରଫ

ମାଲକାନଗିରି,୨୭ା୩(ଡି.ଏନ୍‌.ଏ): ମହାମାରୀ କୋଭିଡ୍‌-୧୯ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ରେ...

Advertisement
Archives

Model This Week