ମାଲକାନଗିରି ଜିଲାରେ ବଢୁଛି ସାଇବର ଅପରାଧ

ମାଲକାନଗିରି,୧୪ା୩(ଡିଏନ.ଏ.): ରାଜ୍ୟରେ ସାଇବର ଠକେଇ ବଢିବାରେ ଲାଗିଛି। ନିରୀହ ଲୋକଙ୍କୁ ବିଭିନ୍ନ ବାହାନାରେ ଅର୍ଥ ଲୋଭ ଦେଖାଇ ସାଇବର ଅପରାଧୀମାନେ ଅର୍ଥ ଲୁଟ କରୁଛନ୍ତି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ମଧ୍ୟ ଏହି ଅପରାଧ ଧୀରେଧୀରେ ବଢିବାରେ ଲାଗିଛି। ଜିଲାରେ ଅଧିକାଂଶ ଲୋକେ ଆଦିବାସୀ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସହଜରେ ଭୁଆଁ ବୁଲାଇ ସାଇବର ଲୁଟେରାମାନେ ଅର୍ଥ ଲୁଟ କରୁଥିବା ଜଣାପଡିଛି। ଏହି ଅପରାଧକୁ ରୋକିବା ଲାଗି ଜିଲାର ପ୍ରାୟ ସମସ୍ତ ଥାନାରେ ସାଇବର ଅପରାଧ ମାମଲା ବଢିବାରେ ଲାଗିଛି। ଜିଲାର ବିଭିନ୍ନ ଥାନାରେ ଗତ ୨୦୨୦ରେ ୧୫୯୯ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ଏଥିରୁ ୧୫୨୨ଟିର ଚାର୍ଜ ସିଟ୍‌ ଦାଖଲ ହୋଇଥିବା ବେଳେ ୭୭ଟି ମାମଲାର ଯାଞ୍ଚ ଚାଲିଛି। ସେହିପରି ୨୦୨୧ରେ ଜିଲାରେ ୨୦୬୮ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରୁ ୧୫୨୪ଟି ମାମଲାର ଚାର୍ଜସିଟ୍‌ ହୋଇଛି। ୫୪୪ଟି ମାମଲା ଯାଞ୍ଚରେ ରହିଥିବା ମାଲକାନଗିରି ସାଇବର କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି। ତେବେ ଅନେକ ଘଟଣା ସାମ୍ନାକୁ ଆସୁ ନ ଥିବା ବେଳେ ଏହି ଅପରାଧ ମିଳିଥିବା ରେକର୍ଡଠାରୁ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?