ସାଇବର ଠକଙ୍କୁ ସିମ୍‌ ଦେଉଥିବା ର଼୍ୟାକେଟ୍‌ ଧରାପଡିଲା

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ,୩ା୫:ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଉଥିବା ଏକ ର଼୍ୟାକେଟ କ୍ରାଇମବ୍ରାଞ୍ଚ ହାତରେ ଧରା ପଡ଼ିଛି। ର଼୍ୟାକେଟର ମାଷ୍ଟରମାଇଣ୍ଡଙ୍କ ସମେତ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ ଢ଼େଙ୍କାନାଳରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳର ସାଇ ପ୍ରକାଶ ଦାସ(୩୮), ମୀନା ବଜାର ଜଗନ୍ନାଥ ରୋଡ୍‌ର ଅବିନାଶ ନାୟକ (୩୨) ଓ ସଦର ଥାନା ନଡ଼ିଆଳି ଗ୍ରାମର ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ କୁମାର ସାହୁ(୨୩)। ସେମାନଙ୍କଠାରୁ ୧୯ ହଜାର ୬୪୧ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌, ନଗଦ ୧୪ ଲକ୍ଷ ୩୨ ହଜାର ୮୯୨ ଟଙ୍କା, ୨୪୭ ରିଚାର୍ଜ ଭାଉଚର, ୪୮ ମୋବାଇଲ ଫୋନ୍‌, ଫିଙ୍ଗର ପ୍ରିଣ୍ଟ ସ୍କାନର, ବିଭିନ୍ନ ବ୍ୟାଙ୍କର ପାସବୁକ୍‌, କ୍ରେଡିଟ ଓ ଡେବିଟ୍‌ କାର୍ଡ, ଗୋଟିଏ ଲାପ୍‌ଟପ୍‌, ୪୪୦ କଲର ଫଟୋ, ୩୯୪ ଆଧାର କାର୍ଡ, ୧୧ କ୍ୟୁଆର୍‌ କୋଡ୍‌ ବୋର୍ଡ ଏବଂ ୧୦୮ କଷ୍ଟୋମର ଆପ୍ଲିକେଶନ୍‌ ଫର୍ମ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯିବା ପରେ ରବିବାର କଟକ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ମାମଲାର ବିସ୍ତୃତ ବିବରଣୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହର ଟାଉନପ୍ଲାନିଂ ନିକଟ ଅଞ୍ଚଳରେ ସାଇ ପ୍ରକାଶଙ୍କର ସ୍କାଏ ଆର୍ଟ ନାମରେ ଏକ ମୋବାଇଲ ଦୋକାନ ରହିଛି। ସେଠାରେ ଅବିନାଶ କର୍ମଚାରୀ ଭାବେ କାମ କରୁଥିଲେ। ସେମାନେ ବିଭିନ୍ନ ଲୋକଙ୍କ ଫଟୋ ଓ ଆଧାର କାର୍ଡ ନେଇ ବିଏସ୍‌ଏନ୍‌ଏଲ୍‌, ଜିଓ, ଭୋଡାଫୋନ୍‌ ଓ ଏୟାରଟେଲ ଆଦି କମ୍ପାନୀର ସିମ୍‌ କାର୍ଡକୁ ଆକ୍ଟିଭ୍‌ କରୁଥିଲେ। ଉକ୍ତ ସିମ୍‌ କାର୍ଡକୁ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତଙ୍କୁ ଦେଉଥିଲେ। ଦୁଷ୍ମନ୍ତଙ୍କ ଫେସ୍‌ବୁକରେ ଏକ ‘ବୟର୍‌ ସେଲର୍‌ ଅଫ୍‌ ଓଟିପି’ ନାମରେ ଏକ ଗ୍ରୁପ୍‌ ରହିଛି। ଉକ୍ତ ଗ୍ରୁପ୍‌ରେ ଏକାଧିକ ସାଇବର ଠକ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି। ଦୁଷ୍ମନ୍ତ ଉକ୍ତ ଗ୍ରୁପ୍‌ରେ ସିମ୍‌ ନମ୍ବର ପଠାଇ ଠକଙ୍କ ସହ ଡିଲ କରୁଥିଲେ। ସେପଟେ ସାଇବର ଠକମାନେ ମୋବିକୁଇକ୍‌, ଧନିପେ, ଫ୍ଲିପ୍‌କାର୍ଟ, ଆମାଜନ, ମିନ୍ତ୍ରା, ବିଗ୍‌କ୍ୟାସ୍‌, ସ୍ବିଗୀ, ଫୋନ୍‌ପେ’, ଓଲା କାବ୍‌ ଭଳି ଆପ୍‌ରେ ଫେକ୍‌ ୱାଲେଟ-ଆକାଉଣ୍ଟ ଖୋଲିବା ସହ ଓ ରୁମି, ହାୱାଜାଟ୍‌ ଏବଂ ଟିବି ଗେମିଙ୍ଗ୍‌ ଆପ୍‌ରେ ମଧ୍ୟ ଆକାଉଣ୍ଟ ଖୋଲୁଥିଲେ। ଏପରିକି ସାଇବର ଠକମାନେ ହ୍ବାଟ୍ସଆପ୍‌ରେ ଉକ୍ତ ନମ୍ବର ଦ୍ୱାରା ଫେକ୍‌ ଆକାଉଣ୍ଟ ଖୋଲି ଠକେଇ କରୁଥିଲେ। ଦୁଷ୍ମନ୍ତ ନିଜ ପାଖରେ ରଖିଥିବା ମୋବାଇଲ ଫୋନ୍‌ରେ ସିମ୍‌ ପୂରାଇ ଚଲାଉଥିଲେ। ଠକମାନେ ଆକାଉଣ୍ଟ ଖୋଲିବା ପରେ ଦୁଷ୍ମନ୍ତଙ୍କ ମୋବାଇଲକୁ ଓଟିପି ଆସୁଥିଲା। ସେ ଉକ୍ତ ଓଟିପି ଗ୍ରୁପ୍‌ ମାଧ୍ୟମରେ ପଠାଇଲେ ଠକମାନେ ବିଭିନ୍ନ ଆପ୍‌ରେ ଆକାଉଣ୍ଟ ଚଲାଉଥିଲେ। ଏଥିପାଇଁ ଦୁଷ୍ମନ୍ତ ଠକଙ୍କଠାରୁ ପ୍ରତି ସିମ୍‌ ନମ୍ବର ବଦଳରେ ସଙ୍ଗେ ସଙ୍ଗେ ୪୦୦ ଟଙ୍କା ଆଣୁଥିଲେ। ୯୪୩୯୦୭୩୮୭୦ ନମ୍ବରରେ ଜଣେ ଲୋକପ୍ରିୟ ଲୋକଙ୍କ ଫଟୋ ଲଗାଇ ହ୍ବାଟ୍ସଆପ୍‌ ଖୋଲାଯାଇଥିବା କ୍ରାଇମବ୍ରାଞ୍ଚ ନିକଟରେ ଖବର ପହଞ୍ଚତ୍ଥିଲା। ତୁରନ୍ତ କ୍ରାଇମବ୍ରାଞ୍ଚର ସାଇବର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ଢେଙ୍କାନାଳ ଜିଲାରେ ସ୍କାଏ ଆର୍ଟ ନାମରେ ଏକ ଦୋକାନ ଏସବୁ ସିମ୍‌ ବିକ୍ରି କରୁଥିବା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଚଢ଼ାଉ କରିବା ସହ ପୂରା ଘଟଣାର ପର୍ଦ୍ଦାଫାଶ କରିଛି।
୫ ଦିନିଆ ରିମାଣ୍ଡରେ ଆସିବେ ୩ ଅଭିଯୁକ୍ତ
ଅଭିଯୁକ୍ତମାନେ ୨ ବର୍ଷ ଧରି ଏହି ର଼୍ୟାକେଟ ଚଳାଉଥିଲେ। ଦୁଷ୍ମନ୍ତ ‘ବୟର୍‌ ସେଲର୍‌ ଅଫ୍‌ ଓଟିପି’ ଆପ୍‌ ଦ୍ୱାରା ସିମ୍‌ ନମ୍ବର ଦେଉଥିବାରୁ ଏକାଧିକ ସାଇବର ଠକ ତାଙ୍କ ଯୋଗାଯୋଗରେ ଥିବା ଆଶଙ୍କା ଦୃଢ଼ୀଭୂତ ହୋଇଛି। କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ଅଭିଯୁକ୍ତମାନେ ପ୍ରସ୍ତୁତ କରୁଥିବା ନମ୍ବର ବ୍ୟବହାର ହେଉଥିବା ଜଣାପଡିଛି। ତେଣୁ ଏହି ମାମଲାକୁ ଗୁରୁତ୍ୱର ସହ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ତେଣୁ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ର଼୍ୟାକେଟରେ ଥିବା ଏକାଧିକ ସଦସ୍ୟଙ୍କୁ ଧରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri