ମୋବାଇଲ ଲକ୍‌ ଖୋଲିବାକୁ ଏହି ମଡେଲଙ୍କ ଆଙ୍ଗୁଠି କାଟିନେଲେ ଦୁର୍ବୃତ୍ତ

ମସ୍କୋ,୨୮ା୧୦: ରୁଷିଆର ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ମଡେଲଙ୍କ ମୋବାଇଲରୁ ଲକ୍‌ ଖୋଲିବାକୁ ତାଙ୍କ ହାତ ଆଙ୍ଗୁଠି ମଧ୍ୟ କାଟି ନେଇଛନ୍ତି। କାରଣ ଆଙ୍ଗୁଠି କାଟିଦେଲେ ଫିଙ୍ଗର ପ୍ରିଣ୍ଟ ସେନସର ଲକ୍‌ ଖୋଲିପାରିବ।

ସେଣ୍ଟ ପିଟର୍ସବର୍ଗ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍‌ର ବାୟୋକେମିଷ୍ଟ ୩୪ ବର୍ଷୀୟା ଏକାଟେରିନା ଆଣ୍ଟୋଣ୍ଟେସେଭାଙ୍କ ଉଲଗ୍ନ ଶରୀର ପଡ଼ିଥିବା ତାଙ୍କ ପ୍ରେମିକ ଦେଖିବାକୁ ପାଇଥିଲେ।

ଅଧିକାରୀଙ୍କ କହିବାନୁସାରେ, ଗତ ସପ୍ତାହରେ ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏର୍ଟମ। ସେ ଜଣେ କମ୍ପ୍ୟୁଟର ଗେମର ବୋଲି ଜଣାପଡ଼ିଛି। ପୋଲିସ ତାଙ୍କୁ ଗିରଫ କରିଛି। ଡିଲିଟ୍‌ ହୋଇଥିବା ମେସେଜ ପଠାଇବା ପାଇଁ ଏର୍ଟମ ସେଲଫୋନ୍‌ରେ ଆଣ୍ଟୋଣ୍ଟେସେଭାଙ୍କ ଆଙ୍ଗୁଠିକୁ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି।

ରିପୋର୍ଟ ଅନୁଯାୟୀ, ଆଣ୍ଟୋଣ୍ଟେସେଭାଙ୍କ ନିକଟରେ ଟଙ୍କା ଥାଇପାରେ ବୋଲି ଅନୁମାନ କରି ଏର୍ଟମ ଏହି ହତ୍ୟାକାଣ୍ଡ ଘଟାଇଥିଲେ।

ଆଣ୍ଟୋଣ୍ଟେସେଭାଙ୍କ ମୃତ୍ୟୁକୁ ଏଡ଼ାଇବା ପାଇଁ ଏର୍ଟମ ତାଙ୍କ ଆପାର୍ଟମେଣ୍ଟରେ ଯେମିତି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ ଭିତରପଟୁ ଝରକା କବାଟ ସିଲ୍‌ କରି ଦେଇଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ...

ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ

ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫...

ହିଞ୍ଜିଳି ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ହିଞ୍ଜିଳିକାଟୁ, ୪ା୬(ଡ଼ି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏକାଧିକ ଚୋରି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ...

କରୋନାକୁ ନେଇ ଚମକାଇବା ଭଳି କଥା କହିଲେ ‘ବ୍ୟାଟ ଓମ୍ୟାନ’

ବେଜିଂ,୮ ।୮: କରୋନା ଭାଇରସକୁ ନେଇ ଏବେ ସାରା ଦେଶରେ ହାହାକାର ପଡିଥିବା ବେଳେ ‘ବ୍ୟାଟ ଓମ୍ୟାନ’ ଭାବେ ପରିଚିତ ଚାଇନାର ଏହି ମହିଳା ଚମକାଇବା...

ଆମେରିକାରେ କରୋନା କାଳ: କୃଷ୍ଣକାୟଙ୍କୁ ଦୋହରା ମାଡ଼

ଓ୍ବାଶିଂଟନ,୨୨ା୪ : ଆମେରିକାରେ କରୋନା ଭାଇରସ୍‌ ଏକ ବିଚିତ୍ର ରୋଗ ଭାବେ ଆବିର୍ଭୂତ, ଯହିଁରେ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣର ଲୋକେ ଅଧିକ ସଂକ୍ରମିତ ହେଉଛନ୍ତି। କୃଷ୍ଣକାୟଙ୍କଠାରେ...

ବଢିଲା କରୋନା ସଂକ୍ରମଣ: ଏକ ମାସ ପାଇଁ ପୁଣିଥରେ ଲକ୍‌ଡାଉନ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧ ।୧୧: ଶୀତ ବଢିଲା ବଢିଲା କରୋନା ଭାଇରସ ସଂକ୍ରମଣ । ବ୍ରିଟେନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ...

ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍‌ ଗେଟସ୍‌ ଏବଂ ମିଲେଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ...

ଚାଇନାକୁ ଘେରିବା ପାଇଁ ଉଦ୍ୟମ ଆରମ୍ଭ: ବିଭିନ୍ନ ଦେଶଙ୍କୁ ଏକଜୁଟ ଲକ୍ଷ୍ୟରେ ଆମେରିକା

ଓ୍ବାଶିଂଟନ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥି ପାଇଁ ଚାଇନା ଦାୟୀ ଥିବା କୁହାଯାଉଛି। ଚାଇନା ଏଭଳି ଜାଣିଶୁଣି କରିଥିବା ଅଭିଯୋଗ...

Advertisement


Archives

Model This Week