ରାଜସ୍ବ, ବନ ବିଭାଗ ଅଗୋଚରରେ ଚାଲିଛି ଗଛକଟା

ନାଉଗଁା,୧୧ା୧(ସ୍ବ.ପ୍ର): ନାଉଗଁା ବ୍ଲକ ଅନ୍ତର୍ଗତ କୋକିଡିହ-ତେଲସରା ୧୨ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ବରୁ ଏହି ରାସ୍ତାର ଚଉଡା ୩.୭୫ ମିଟର ଥିବାବେଳ ଏବେ ସମ୍ପ୍ରସାରଣ ପରେ ୫.୭୫ ମିଟର କରାଯିବ। ଏହି ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଉଭୟ ପାର୍ଶ୍ୱକୁ ସଫା କରାଯିବା ସହ ଏଠାରେ ଥିବା ବହୁ ମୂଲ୍ୟବାନ ଗଛ କଟା ଯାଉଛି। ମାତ୍ର ଏ ସମ୍ପର୍କରେ ରାଜସ୍ବ ଓ ବନ ବିଭାଗ ଅଧିକାରୀ କିଛି ଜାଣି ନଥିବା କହିଛନ୍ତି। ଫଳରେ ସରକାରୀ ନିୟମ ଉଲ୍ଲଂଘନ ହେଉଛି। ଅପରପକ୍ଷେ କଟାଯାଉଥିବା ବଡ଼ବଡ ଗଛଗୁଡ଼ିକର ଗଣ୍ଡିକୁ ଦୁର୍ବୃତ୍ତମାନେ ନେଇଯାଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ରାଜ୍ୟ ସରକାର ବହୁ ଟଙ୍କାର ରାଜସ୍ବ ହରାଉଛନ୍ତି।
ସମ୍ପ୍ରସାରଣ ସମୟରେ କଟାଯାଉଥିବା ଗଛ ସମ୍ପର୍କରେ ୨ ଜାନୁୟାରୀ ୨୦୨୩ରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ପ୍ରଦୀପ୍ତ ସ୍ବାଇଁ ଅଭିଯୋଗ କରିଥିଲେ। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯାନୁଷ୍ଠାନ ନିଆଯାଇ ନାହିଁ। ପରିବେଶକୁ ସ୍ବଚ୍ଛ ରଖିବା ସହ ଖରାଦିନେ ରାସ୍ତାକୁ ଛାଇ ପ୍ରଦାନ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ପାର୍ଶ୍ୱରେ ଇଉକାଲିପଟାସ, ଆକାଶିଆ, ଶିଶୁ, ଶାଗୁଆନ ଆଦି ମୂଲ୍ୟବାନ ଗଛ ଲଗାଯାଇଥିଲା। ନିୟମାନୁସାରେ ଗଛ କାଟିବା ପୂର୍ବରୁ ରାସ୍ତାଟି ଯେଉଁ ବିଭାଗ ଅଧୀନରେ ରହିଛି, ଉକ୍ତ ବିଭାଗର ପ୍ରଶାସନିକ ଅଧିକାରୀ ରାଜସ୍ବ ବିଭାଗକୁ ଅବଗତ କରାଇବେ। ରାଜସ୍ବ ବିଭାଗ ଏ ସଂକ୍ରାନ୍ତରେ ନିକଟସ୍ଥ ବନ ବିଭାଗକୁ ଅବଗତ କରାଇବ। ଗଛ କଟାଯିବା ପରେ ୩ଟି ଯାକ ବିଭାଗଙ୍କ ଉପସ୍ଥିତିରେ ନିଲାମ କରାଯିବ। କିନ୍ତୁ ରାସ୍ତା ପାର୍ଶ୍ୱରୁ ଗଛ କଟା ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜସ୍ବ ବିଭାଗ କିମ୍ବା ବନ ବିଭାଗକୁ ଅବଗତ କରାଯାଇନାହିଁ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଭିଷେକ ସେଠୀଙ୍କୁ ପଚାରିବାରେ, ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଖୁବଶୀଘ୍ର ଏ ବିଷୟରେ ତହସିଲକୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏପ୍ରସଙ୍ଗରେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ ମିଶ୍ର କହିଛନ୍ତି, ଗଛ କଟାଯିବା ସମ୍ପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଚିଠି ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri