ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଛି, ହେଉନି କାର୍ଯ୍ୟାନୁଷ୍ଠାନ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଚାରା ରୋପଣ କରାଯାଉଛି। ବନ ବିଭାଗ ପକ୍ଷରୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା କୁହାଯାଉଛି। ମାତ୍ର ଏସବୁ କେବଳ ପ୍ରହସନ ପାଲଟିଥିବା ପରି ମନେହେଉଛି। ଜିଲାର ଅନେକ ସ୍ଥାନରେ ବାରମ୍ବାର ଜଙ୍ଗଲ କାଟି ନଷ୍ଟ କରି ଦିଆଯାଉଥିବାବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କୁଜଙ୍ଗ ରେଞ୍ଜ୍‌ ଅଧୀନ ବାଲିକଣୀ ଅଞ୍ଚଳରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ଥିବା ସରକାରୀ ଜାଗାରେ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ କୁଜଙ୍ଗ ବନ ବିଭାଗ ତରଫରୁ ୨୦୦୦ ମସିହାରେ ଅନେକ ଚାରା ରୋପଣ କରାଯାଇଥିଲା। ଏସବୁ ଚାରା ବଢ଼ି ବୃକ୍ଷରେ ପରିଣତ ହେବା ପରେ ଏହାର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ବିଭାଗୀୟ ଅବହେଳା କାରଣରୁ ଲୋକେ ଗଛ କାଟି ଜଙ୍ଗଲ ନଷ୍ଟ କରି ଦେଇଥିଲେ।
ପୁନର୍ବାର ପଞ୍ଚାୟତ ଓ ଗ୍ରାମବାସୀଙ୍କ ତରଫରୁ ଚାରା ରୋପଣ କରାଯାଇ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ମାତ୍ର ପୁଣିଥରେ ବନ ବିଭାଗର ଅବହେଳା ଯୋଗୁ ଜଙ୍ଗଲ ନଷ୍ଟ ହୋଇଯାଇଥିଲା। ୨୦୧୫-୧୬ରେ ଉକ୍ତ ଅଞ୍ଚଳର ୧୫ ହେକ୍ଟର ଜମିରେ ଝାଉଁଜଙ୍ଗଲ କରାଯାଇଛି। ବର୍ତ୍ତମାନ ସେହି ଜଙ୍ଗଲକୁ କେତେଜଣ ଖଳପ୍ରକୃତ୍ତିର ଲୋକ ଗଛ କାଟିନେଇ ନଷ୍ଟ କରିଦେବାକୁ ବସିଲେଣି। ଲକ୍ଷ ଲକ୍ଷ ଟଙ୍କାର ଚାରା ରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଉଥିଲେ ମଧ୍ୟ ଏହା ବାରମ୍ବାର ଧ୍ୱଂସ ପାଇଚାଲିଛି। ବନ ବିଭାଗକୁ ଅଭିଯୋଗ ନିମନ୍ତେ ଫୋନ କରାଗଲେ ରେଞ୍ଜର ଏବଂ ଫରେଷ୍ଟର ନିଜର ଫୋନ୍‌ ବନ୍ଦ କରିଦେଉଛନ୍ତି। ଲିଖିତ ଅଭିଯୋଗ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ହଂସୁରା ପଞ୍ଚାୟତ ସରପଞ୍ଚ ରବିନାରାୟଣ ଦାସଙ୍କ ସମେତ ଅନୋଲିପାଟଣା ଗ୍ରାମର ବିଜ୍ଞାନ ପ୍ରସାଦ ସାମନ୍ତରାୟ, କ୍ଷୀରୋଦ ଚନ୍ଦ୍ର ଦାସ, ବିଚିତ୍ରାନନ୍ଦ ଦାସ ଓ ବାଲିକଣୀର ଧରଣୀଧର ଚୌଧୁରୀ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବା ସହ ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେମାନେ ଜିଲାପାଳ, ଡିଏଫ୍‌ଓଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ରେଞ୍ଜ୍‌ ଅଫିସର ରଞ୍ଜନ କୁମାର ମିଶ୍ରଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri