ବିଶ୍ୱସ୍ତରୀୟ ପଥରେ କଟକ ରେଳଷ୍ଟେସନ: ବିମାନବନ୍ଦର ଢାଞ୍ଚାରେ ପ୍ରବେଶ, ମୁଖ୍ୟକୋଠାରେ ନୌବାଣିଜ୍ୟର ଝଲକ

କଟକ,୨୩ା୧ (କାର୍ତ୍ତିକ ସାହୁ) ବିଶ୍ୱସ୍ତରୀୟ ରେଳଷ୍ଟେସନର ମାନ୍ୟତା ପାଇବାକୁ ଯାଉଛି କଟକ ରେଳଷ୍ଟେସନ। ରେଳଷ୍ଟେସନର ନୂତନ କୋଠାରେ ଆକର୍ଷଣୀୟ ରୂପରେ ଶୋଭାପାଇବ ନୌବାଣିଜ୍ୟର ମନୋରମ ଭାସ୍କର୍ଯ୍ୟ। ଓଡ଼ିଆ ନୌବାଣିଜ୍ୟର ସ୍ମୃତି ରୋମନ୍ଥନ ସହ ଐତିହାସିକ ବାଲିଯାତ୍ରାକୁ ବର୍ଷତମାମ ମନେ ପକାଇଦେବ ଏହି କଳାକୃତି। ବିମାନବନ୍ଦର ଢାଞ୍ଚାରେ ନିର୍ମାଣ ଚାଲିଥିବା କଟକ ରେଳଷ୍ଟେସନର ପଶ୍ଚିମ ପାର୍ଶ୍ୱ ମୁଖ୍ୟ କୋଠାରେ ଏହି ସୁଦୃଶ୍ୟ ନୌବାଣିଜ୍ୟ କଳାକୃତି ରେଳଯାତ୍ରୀମାନଙ୍କୁ ଆକୃଷ୍ଟ ତଥା ଆହ୍ଲାଦିତ କରିବ।
ସୂଚନାନୁସାରେ, ଓଡ଼ିଆ ପୁଅର ବୀରତ୍ୱ ଗାଥା ବହନ କରେ ବାଲିଯାତ୍ରା। ସାଧବ ପୁଅମାନେ ଦୁଃସାହସିକ ଜଳଯାତ୍ରା କରି ସୁଦୂର ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ସିଂହଳ ଆଦି ଦ୍ୱୀପକୁ ଯାଉଥିଲେ ବଣିଜ କରିବାକୁ। ଏହି ନୌବାଣିଜ୍ୟର ମୂକସାକ୍ଷୀ ପାଲଟିଥିବା କଟକ ବାଲିଯାତ୍ରା ଏବେ ବିଶ୍ୱସ୍ତରରେ ପହଞ୍ଚତ୍ଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀର ତଟଦେଶରେ ଆୟୋଜିତ ହେଉଛି ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ। ବାଲିଯାତ୍ରାର କଳେବର ଦିନକୁ ଦିନ ବୃଦ୍ଧି ପାଇ ଦେଶର କୋଣ ଅନୁକୋଣରୁ ବ୍ୟବସାୟୀ, କମ୍ପାନି ତଥା ଲୋକମାନଙ୍କୁ ଆକର୍ଷିତ କରୁଛି। କଟକ ସହର ତଥା ଓଡ଼ିଶାର ଏହି ପ୍ରାଚୀନ ପରମ୍ପରାକୁ କଟକ ରେଳଷ୍ଟେସନର ନୂତନ ରୂପରେଖରେ ସ୍ଥାନିତ କରିବାର ପ୍ରୟାସ କରିଛି ପୂର୍ବତଟ ରେଳପଥ। ପୂର୍ବତଟ ରେଳପଥର ମୁଖ୍ୟ ଯନ୍ତ୍ରୀ(ନିର୍ମାଣ) ଇଂ ଅଜୟ କୁମାର ସାମଲଙ୍କ କହିବାନୁସାରେ, ଭାରତୀୟ ରେଳର ଅମୃତ ଷ୍ଟେସନ ଯୋଜନାରେ କଟକ ସମେତ ଦେଶର ୧୩୦୯ଟି ରେଳଷ୍ଟେସନ ସାମିଲ ହୋଇଛି। ଗତ ବର୍ଷ ଏପ୍ରିଲ ମାସରୁ କଟକ ରେଳଷ୍ଟେସନର ନବୀକରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଏହା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦% ନିର୍ମାଣ କାର୍ଯ୍ୟ ଶେଷ ହୋଇସାଇଛି। ଏଥିରେ କଟକ ନଗରର ନୌବାଣିଜ୍ୟ ଐତିହ୍ୟକୁ ମୁଖ୍ୟ କୋଠାର ଶୀର୍ଷଭାଗରେ ନିର୍ମାଣ କରିବାକୁ ଯୋଜନା ଚୂଡ଼ାନ୍ତ ହୋଇଛି। ସମ୍ମୁଖ ଭାଗରୁ ଦେଖିଲେ ଶୀର୍ଷଭାଗ ବୋଇତ ବା ନୌକାକୃତି ଦୃଶ୍ୟମାନ ହେବ। ଏଥିସହ ରେଳଷ୍ଟେସନର ଭିତର ପାଖ କାନ୍ଥରେ ଜନଜାତି କଳାର ଚିତ୍ର ଅଙ୍କିତ ହେବ। ନିର୍ମାଣାଧିନ ଥିବା ତିନି ମହଲା ବିଶିଷ୍ଟ ରେଳଷ୍ଟେସନର ମୁଖ୍ୟକୋଠାର ଉପର ମହଲାରେ ଫୁଡ୍‌ କୋର୍ଟ ହେବ। ପ୍ରାୟ ୪୫ଟି ବିଭିନ୍ନ ପ୍ରକାର ଷ୍ଟଲ ରହିବ। ଏକକାଳୀନ ୧୨୩୫ ଲୋକଙ୍କ ବସିବା ଓ ପ୍ରତୀକ୍ଷା ନିମନ୍ତେ ବ୍ୟବସ୍ଥା ରହିବ। ପର୍ଯ୍ୟଟନ ସ୍ଥାନ ବିଷୟରେ ସବିଶେଷ ସୂଚନା ରହିବ। ବିମାନବନ୍ଦର ପରି ସୁବିଧାସୁଯୋଗ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ। ଯାତ୍ରୀମାନେ ଗୋଟିଏ ପଥରେ ପ୍ରବେଶ କରିବେ ଓ ଅନ୍ୟ ପଥରେ ପ୍ରସ୍ଥାନ କରିବେ। ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ଚଳନ୍ତା ସିଡ଼ି ରହିବ। ଉଭୟ ପାର୍ଶ୍ୱରୁ ଯାତ୍ରୀମାନେ ଷ୍ଟେସନ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ରେଳଧାରଣା ଉପରେ କଂକ୍ରିଟ୍‌ ଛାତ ନିର୍ମାଣ ଦ୍ୱାରା ବହୁତ ବଡ଼ ସ୍ଥାନ ମିଳିବ। ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ସ୍ଥାନକୁ ଉପଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri