ବିଶ୍ୱସ୍ତରୀୟ ପଥରେ କଟକ ରେଳଷ୍ଟେସନ: ବିମାନବନ୍ଦର ଢାଞ୍ଚାରେ ପ୍ରବେଶ, ମୁଖ୍ୟକୋଠାରେ ନୌବାଣିଜ୍ୟର ଝଲକ

କଟକ,୨୩ା୧ (କାର୍ତ୍ତିକ ସାହୁ) ବିଶ୍ୱସ୍ତରୀୟ ରେଳଷ୍ଟେସନର ମାନ୍ୟତା ପାଇବାକୁ ଯାଉଛି କଟକ ରେଳଷ୍ଟେସନ। ରେଳଷ୍ଟେସନର ନୂତନ କୋଠାରେ ଆକର୍ଷଣୀୟ ରୂପରେ ଶୋଭାପାଇବ ନୌବାଣିଜ୍ୟର ମନୋରମ ଭାସ୍କର୍ଯ୍ୟ। ଓଡ଼ିଆ ନୌବାଣିଜ୍ୟର ସ୍ମୃତି ରୋମନ୍ଥନ ସହ ଐତିହାସିକ ବାଲିଯାତ୍ରାକୁ ବର୍ଷତମାମ ମନେ ପକାଇଦେବ ଏହି କଳାକୃତି। ବିମାନବନ୍ଦର ଢାଞ୍ଚାରେ ନିର୍ମାଣ ଚାଲିଥିବା କଟକ ରେଳଷ୍ଟେସନର ପଶ୍ଚିମ ପାର୍ଶ୍ୱ ମୁଖ୍ୟ କୋଠାରେ ଏହି ସୁଦୃଶ୍ୟ ନୌବାଣିଜ୍ୟ କଳାକୃତି ରେଳଯାତ୍ରୀମାନଙ୍କୁ ଆକୃଷ୍ଟ ତଥା ଆହ୍ଲାଦିତ କରିବ।
ସୂଚନାନୁସାରେ, ଓଡ଼ିଆ ପୁଅର ବୀରତ୍ୱ ଗାଥା ବହନ କରେ ବାଲିଯାତ୍ରା। ସାଧବ ପୁଅମାନେ ଦୁଃସାହସିକ ଜଳଯାତ୍ରା କରି ସୁଦୂର ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ସିଂହଳ ଆଦି ଦ୍ୱୀପକୁ ଯାଉଥିଲେ ବଣିଜ କରିବାକୁ। ଏହି ନୌବାଣିଜ୍ୟର ମୂକସାକ୍ଷୀ ପାଲଟିଥିବା କଟକ ବାଲିଯାତ୍ରା ଏବେ ବିଶ୍ୱସ୍ତରରେ ପହଞ୍ଚତ୍ଛି। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀର ତଟଦେଶରେ ଆୟୋଜିତ ହେଉଛି ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ। ବାଲିଯାତ୍ରାର କଳେବର ଦିନକୁ ଦିନ ବୃଦ୍ଧି ପାଇ ଦେଶର କୋଣ ଅନୁକୋଣରୁ ବ୍ୟବସାୟୀ, କମ୍ପାନି ତଥା ଲୋକମାନଙ୍କୁ ଆକର୍ଷିତ କରୁଛି। କଟକ ସହର ତଥା ଓଡ଼ିଶାର ଏହି ପ୍ରାଚୀନ ପରମ୍ପରାକୁ କଟକ ରେଳଷ୍ଟେସନର ନୂତନ ରୂପରେଖରେ ସ୍ଥାନିତ କରିବାର ପ୍ରୟାସ କରିଛି ପୂର୍ବତଟ ରେଳପଥ। ପୂର୍ବତଟ ରେଳପଥର ମୁଖ୍ୟ ଯନ୍ତ୍ରୀ(ନିର୍ମାଣ) ଇଂ ଅଜୟ କୁମାର ସାମଲଙ୍କ କହିବାନୁସାରେ, ଭାରତୀୟ ରେଳର ଅମୃତ ଷ୍ଟେସନ ଯୋଜନାରେ କଟକ ସମେତ ଦେଶର ୧୩୦୯ଟି ରେଳଷ୍ଟେସନ ସାମିଲ ହୋଇଛି। ଗତ ବର୍ଷ ଏପ୍ରିଲ ମାସରୁ କଟକ ରେଳଷ୍ଟେସନର ନବୀକରଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଏହା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦% ନିର୍ମାଣ କାର୍ଯ୍ୟ ଶେଷ ହୋଇସାଇଛି। ଏଥିରେ କଟକ ନଗରର ନୌବାଣିଜ୍ୟ ଐତିହ୍ୟକୁ ମୁଖ୍ୟ କୋଠାର ଶୀର୍ଷଭାଗରେ ନିର୍ମାଣ କରିବାକୁ ଯୋଜନା ଚୂଡ଼ାନ୍ତ ହୋଇଛି। ସମ୍ମୁଖ ଭାଗରୁ ଦେଖିଲେ ଶୀର୍ଷଭାଗ ବୋଇତ ବା ନୌକାକୃତି ଦୃଶ୍ୟମାନ ହେବ। ଏଥିସହ ରେଳଷ୍ଟେସନର ଭିତର ପାଖ କାନ୍ଥରେ ଜନଜାତି କଳାର ଚିତ୍ର ଅଙ୍କିତ ହେବ। ନିର୍ମାଣାଧିନ ଥିବା ତିନି ମହଲା ବିଶିଷ୍ଟ ରେଳଷ୍ଟେସନର ମୁଖ୍ୟକୋଠାର ଉପର ମହଲାରେ ଫୁଡ୍‌ କୋର୍ଟ ହେବ। ପ୍ରାୟ ୪୫ଟି ବିଭିନ୍ନ ପ୍ରକାର ଷ୍ଟଲ ରହିବ। ଏକକାଳୀନ ୧୨୩୫ ଲୋକଙ୍କ ବସିବା ଓ ପ୍ରତୀକ୍ଷା ନିମନ୍ତେ ବ୍ୟବସ୍ଥା ରହିବ। ପର୍ଯ୍ୟଟନ ସ୍ଥାନ ବିଷୟରେ ସବିଶେଷ ସୂଚନା ରହିବ। ବିମାନବନ୍ଦର ପରି ସୁବିଧାସୁଯୋଗ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ। ଯାତ୍ରୀମାନେ ଗୋଟିଏ ପଥରେ ପ୍ରବେଶ କରିବେ ଓ ଅନ୍ୟ ପଥରେ ପ୍ରସ୍ଥାନ କରିବେ। ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ଚଳନ୍ତା ସିଡ଼ି ରହିବ। ଉଭୟ ପାର୍ଶ୍ୱରୁ ଯାତ୍ରୀମାନେ ଷ୍ଟେସନ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ରେଳଧାରଣା ଉପରେ କଂକ୍ରିଟ୍‌ ଛାତ ନିର୍ମାଣ ଦ୍ୱାରା ବହୁତ ବଡ଼ ସ୍ଥାନ ମିଳିବ। ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏହି ସ୍ଥାନକୁ ଉପଯୋଗ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?