ଦେବାଶିଷଙ୍କୁ ଏଭଳି କହି ଟାର୍ଗେଟ୍‌ କଲେ କଟକ ମେୟର

କଟକ,୧୯।୯: ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ କଟକ ମେୟର ସୁବାସ ସିଂ ଟାର୍ଗେଟ୍‌ କରିଛନ୍ତି। ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ ବୋଲି ମେୟର କହିଛନ୍ତି।

ଦେବାଶିଷ କେତେବେଳେ କେଉଁ ଅବସ୍ଥାରେ ଥାଆନ୍ତି, କ’ଣ କୁହନ୍ତି ସେ ଜାଣିଥିବେ। ଦଳର ସମସ୍ତ ନିଷ୍ପତ୍ତି ନବୀନ ବାବୁ ନିଅନ୍ତି। ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିଲା।

ଶ୍ରୀମୟୀ ଏବଂ ପ୍ରଫୁଲ୍ଲଙ୍କୁ ଦଳ ଯଥେଷ୍ଟ ସମ୍ମାନ ଦେଇଛି। କିଛି ସୁବିଧାବାଦୀ ନେତା ଦଳ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଦଳର ଶୃଙ୍ଖଳା କମିଟି ରହିଛି। ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମେୟର ସୁବାସ କହିଛନ୍ତି।

ଏଭଳିସ୍ଥିତିରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି କର୍ପୋରେଟର ଅଜିତ ବେହେରା। ଶ୍ରୀମୟୀଙ୍କ ଅସନ୍ତୋଷକୁ ସ୍ବାଭାବିକ ବୋଲି କର୍ପୋରେଟର ବେହେରା କହିଛନ୍ତି।
ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ବୋଲି ପ୍ରଥମେ କୁହାଯାଇଥିଲା। ପରେ ତାଙ୍କୁ ଅଞ୍ଚଳରେ ବୁଲାଇବା ପାଇଁ କୁହାଗଲା। ପରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଗଲେ, ତେଣୁ ଅସନ୍ତୋଷ ସ୍ବାଭାବିକ ବୋଲି କର୍ପୋରେଟର ବେହେରା ପ୍ରକାଶ କରିଛନ୍ତି। ଶ୍ରୀମୟୀ ପ୍ରାର୍ଥୀ ହୋଇଥିଲେ ଦଳରେ ଭିନ୍ନ ପ୍ରଭାବ ପଡ଼ିଥାଆନ୍ତା ବୋଲି ଅଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ…

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ,୧୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି ପରିବାରର ଦୁଇ ଜଣଙ୍କ…

ଶ୍ରୀଦେବୀଙ୍କ ସମ୍ପତ୍ତିକୁ ନେଇ ଉଠିଲାଣି ବିବାଦ; ସୁପ୍ରିମକୋର୍ଟ ଦେଲେ ଏମିତି ପରାମର୍ଶ

ନୂଆଦିଲ୍ଲୀ,୧୬।୯: ସୁପ୍ରିମକୋର୍ଟ ବଲିଉଡର ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପାରିବାରିକ ସମ୍ପତ୍ତି ସହ ଜଡ଼ିତ ବିବାଦର ସମାଧାନ ପାରସ୍ପରିକ ଆଲୋଚନା ମାଧ୍ୟମରେ କରିବାକୁ ପରାମର୍ଶ ଦେଇଛନ୍ତି। ଚେନ୍ନାଇର ଶୋଲିଙ୍ଗାନାଲୁର…

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ କଥା କହିଲେ ସଞ୍ଜୁ ସାମସନ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ‘ପ୍ଲେଇଙ୍ଗ ଇଲେଭେନ’ (ଖେଳାଳି ଦଳ)ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ, ପୂର୍ବ ସିରିଜରୁ…

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?