କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଏକ ଓଡ଼ିଆ ଦମ୍ପତି ରହିଛନ୍ତି। ସେମାନଙ୍କ ଘର କଟକ କାଫଲା ବଜାର ମହାନ୍ତିପଡ଼ାରେ ବୋଲି ଜଣାପଡ଼ିଛି। ମୃତ ଦମ୍ପତି ହେଲେ ଚନ୍ଦନ ଜେଠୀ (୩୦) ଓ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀ। ଉଭୟଙ୍କ ମୃତଦେହକୁ ସେଠାକାର ଏକ ମେଡିକାଲରେ ରଖାଯାଇଛି। ମୃତ୍ୟୁ ଖବରପାଇବା ପରେ ଚନ୍ଦନଙ୍କ ବଡ଼ବାପା ପୁଅ ଭାଇ ଶୁଭମ୍‌ ଜେଠୀ ଏବଂ ମିତାଲିଙ୍କ ବାପା ସିକନ୍ଦରାବାଦ ଗସ୍ତ କରିଛନ୍ତି।
ପ୍ରକାଶ ଯେ, ଲାଲ୍‌ବାଗ ଥାନା ଅନ୍ତର୍ଗତ କାଫ୍‌ଲା ବଜାର ମହାନ୍ତିପଡ଼ାର ମନୋରଞ୍ଜନ ଜେଠୀଙ୍କ ପୁତ୍ର ଚନ୍ଦନ ଗତ ପ୍ରାୟ ଦେଢ଼ ବର୍ଷ ତଳେ ବାଲେଶ୍ୱର ଜିଲା ସୋରର ମିତାଲି ମହାପାତ୍ରଙ୍କୁ ବିବାହ କରିଥିଲେ। ଉଭୟେ ବାଙ୍ଗାଲୋରରେ କାର୍ଯ୍ୟରତ ଥିଲେ। ଚନ୍ଦନ ଏକ ସଫ୍ଟୱେର କମ୍ପାନୀ ଓ ମିତାଲି ଏକ ବିଉଟି ପ୍ରଡକ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନେ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସିକନ୍ଦରାବାଦ ଆସି ସେଠାକାର ରୁବି ପ୍ରାଇଡ୍‌ ଲଜ୍‌ରେ ରହିଥିଲେ। ଉକ୍ତ ଲଜ୍‌ର ତଳ ମହଲାରେ ଏକ ଇ-ସ୍କୁଟର ଶୋ’ରୁମ୍‌ ରହିଛି। ଶୋ’ରୁମରେ ଥିବା ଇ-ସ୍କୁଟରଗୁଡ଼ିକର ବ୍ୟାଟେରି ଚାର୍ଜ କଲାବେଳେ ଶର୍ଟ ସର୍କିଟ୍‌ ହୋଇଥିବା ଅନୁମାନ କରାଯାଉଛି। ଶୋ’ରୁମ୍‌ରେ ନିଆଁ ଲାଗିବା ପରେ ଏହା ଉପର ମହଲାରେ ଥିବା ହୋଟେଲ ରୁବି ପ୍ରାଇଡ୍‌ ଲଜ୍‌କୁ ବ୍ୟାପି ଯାଇଥିଲା, ଯେଉଁଠି ୨୨ ଜଣ ଗେଷ୍ଟ ରହିଥିଲେ। ୪ଟି ଯାକ ମହଲା ଧୂଆଁମୟ ହୋଇଯିବାରୁ ପ୍ରଥମ ଓ ଦ୍ୱିତୀୟ ମହଲାରେ ଶୋଇଥିବା ଲୋକେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ହାଇଦ୍ରାବାଦ ପୋଲିସ କମିଶନର ସି.ଭି. ଆନନ୍ଦ କହିଛନ୍ତି। କ୍ରେନ୍‌ ଲ୍ୟାଡର ସହାୟତାରେ ଅଗ୍ନିଶମ ବାହିନୀ କର୍ମଚାରୀ କେତେଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଥିଲେ। ନିଆଁରୁ ରକ୍ଷା ପାଇବା ଲାଗି କେତେଜଣ ହୋଟେଲ ଝରକା ଦେଇ ବାହାରକୁ ଡେଉଁଥିବା ଭିଡିଓରେ ଦେଖିବାକୁ ମିଳିଛି। ଆହତମାନଙ୍କୁ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ ଯୋଗେ ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନ୍ୟାଶନାଲ ରିଲିଫ୍‌ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ଚିକିତ୍ସା ଲାଗି ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?