କଟକ ଦମ୍ପତିଙ୍କ ସମେତ ୮ ଦଗ୍ଧ

କଟକ ଅଫିସ/ ସିକନ୍ଦରାବାଦ,୧୪ା୯: ତେଲଙ୍ଗାନାର ସିକନ୍ଦରାବାଦସ୍ଥିତ ଏକ ଇଲେକ୍ଟ୍ରିକ୍‌ ସ୍କୁଟର ଶୋ’ରୁମ୍‌ରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ଏକ ଓଡ଼ିଆ ଦମ୍ପତି ରହିଛନ୍ତି। ସେମାନଙ୍କ ଘର କଟକ କାଫଲା ବଜାର ମହାନ୍ତିପଡ଼ାରେ ବୋଲି ଜଣାପଡ଼ିଛି। ମୃତ ଦମ୍ପତି ହେଲେ ଚନ୍ଦନ ଜେଠୀ (୩୦) ଓ ସ୍ତ୍ରୀ ମିତାଲି ମହାପାତ୍ର ଜେଠୀ। ଉଭୟଙ୍କ ମୃତଦେହକୁ ସେଠାକାର ଏକ ମେଡିକାଲରେ ରଖାଯାଇଛି। ମୃତ୍ୟୁ ଖବରପାଇବା ପରେ ଚନ୍ଦନଙ୍କ ବଡ଼ବାପା ପୁଅ ଭାଇ ଶୁଭମ୍‌ ଜେଠୀ ଏବଂ ମିତାଲିଙ୍କ ବାପା ସିକନ୍ଦରାବାଦ ଗସ୍ତ କରିଛନ୍ତି।
ପ୍ରକାଶ ଯେ, ଲାଲ୍‌ବାଗ ଥାନା ଅନ୍ତର୍ଗତ କାଫ୍‌ଲା ବଜାର ମହାନ୍ତିପଡ଼ାର ମନୋରଞ୍ଜନ ଜେଠୀଙ୍କ ପୁତ୍ର ଚନ୍ଦନ ଗତ ପ୍ରାୟ ଦେଢ଼ ବର୍ଷ ତଳେ ବାଲେଶ୍ୱର ଜିଲା ସୋରର ମିତାଲି ମହାପାତ୍ରଙ୍କୁ ବିବାହ କରିଥିଲେ। ଉଭୟେ ବାଙ୍ଗାଲୋରରେ କାର୍ଯ୍ୟରତ ଥିଲେ। ଚନ୍ଦନ ଏକ ସଫ୍ଟୱେର କମ୍ପାନୀ ଓ ମିତାଲି ଏକ ବିଉଟି ପ୍ରଡକ୍ଟ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନେ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସିକନ୍ଦରାବାଦ ଆସି ସେଠାକାର ରୁବି ପ୍ରାଇଡ୍‌ ଲଜ୍‌ରେ ରହିଥିଲେ। ଉକ୍ତ ଲଜ୍‌ର ତଳ ମହଲାରେ ଏକ ଇ-ସ୍କୁଟର ଶୋ’ରୁମ୍‌ ରହିଛି। ଶୋ’ରୁମରେ ଥିବା ଇ-ସ୍କୁଟରଗୁଡ଼ିକର ବ୍ୟାଟେରି ଚାର୍ଜ କଲାବେଳେ ଶର୍ଟ ସର୍କିଟ୍‌ ହୋଇଥିବା ଅନୁମାନ କରାଯାଉଛି। ଶୋ’ରୁମ୍‌ରେ ନିଆଁ ଲାଗିବା ପରେ ଏହା ଉପର ମହଲାରେ ଥିବା ହୋଟେଲ ରୁବି ପ୍ରାଇଡ୍‌ ଲଜ୍‌କୁ ବ୍ୟାପି ଯାଇଥିଲା, ଯେଉଁଠି ୨୨ ଜଣ ଗେଷ୍ଟ ରହିଥିଲେ। ୪ଟି ଯାକ ମହଲା ଧୂଆଁମୟ ହୋଇଯିବାରୁ ପ୍ରଥମ ଓ ଦ୍ୱିତୀୟ ମହଲାରେ ଶୋଇଥିବା ଲୋକେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ହାଇଦ୍ରାବାଦ ପୋଲିସ କମିଶନର ସି.ଭି. ଆନନ୍ଦ କହିଛନ୍ତି। କ୍ରେନ୍‌ ଲ୍ୟାଡର ସହାୟତାରେ ଅଗ୍ନିଶମ ବାହିନୀ କର୍ମଚାରୀ କେତେଜଣଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଥିଲେ। ନିଆଁରୁ ରକ୍ଷା ପାଇବା ଲାଗି କେତେଜଣ ହୋଟେଲ ଝରକା ଦେଇ ବାହାରକୁ ଡେଉଁଥିବା ଭିଡିଓରେ ଦେଖିବାକୁ ମିଳିଛି। ଆହତମାନଙ୍କୁ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ ଯୋଗେ ଦୁଃଖ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନ୍ୟାଶନାଲ ରିଲିଫ୍‌ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ଚିକିତ୍ସା ଲାଗି ୫୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri