କଟକ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ: ଏପ୍ରିଲ ୬ ଯାଏ ଚାଲିବ

କଟକ,୨୮୩(କାର୍ତ୍ତିକ ସାହୁ): ସାଧବ ପୁଅମାନେ କାର୍ତ୍ତିକ ମାସରେ ବିଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ। ସେମାନେ ବିଦେଶରୁ ବାଣିଜ୍ୟ ସାରି ଫେରିବା ପରେ ବାଲିଯାତ୍ରା ପଡ଼ିଆରେ ବୈଶାଖ ମାସରେ ଲାଗୁଥିଲା ବାଣିଜି୍ୟକ ମେଳା। ଏହାକୁ ବୈଶାଖୀ ବାଣିଜ୍ୟ ମେଳା ବା ସାଧବ ପୁଅଙ୍କ ଫେରନ୍ତା ବାଲିଯାତ୍ରା କୁହାଯାଏ। ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୨୧ତମ ଆନ୍ତର୍ଜାତିକ କଟକ ବୈଶାଖୀ ବାଣିଜ୍ୟମେଳାକୁ ମୁଖ୍ୟ ଅତିଥି ଆୟୋଜନ ସମିତିର ଆବାହକ ଆଶୀର୍ବାଦ ବେହେରା ଉଦ୍‌ଘାଟନ କରି ଏହି ମତବ୍ୟକ୍ତ କରିଛନ୍ତି। ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ମେଳା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ।

କମିଟି ଅଧ୍ୟକ୍ଷ ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରୁଚିର ଲୋକସମ୍ପର୍କ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ ଯୋଗଦେଇ କହିଛନ୍ତି, କଟକ ବୈଶାଖୀ ବାଣିଜ୍ୟ ମେଳା ରାଜ୍ୟର ଅନେକ ଯୁବ ଉଦ୍ୟୋଗୀ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିଛି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୃଷ୍ଠପୋଷକ ଡ. ରଞ୍ଜନ କୁମାର ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଏହାକୁ କଟକର ୨ୟ ବାଲିଯାତ୍ରା ବୋଲି କହିଛନ୍ତି।

ମେଳାର ସଂଯୋଜକ ଦେବୀପ୍ରସାଦ ଦାଶ ସ୍ବାଗତ ଭାଷଣ ଦେଇ ୧୦ଟି ଦେଶ ଏବଂ ଓଡ଼ିଶା ସମେତ ୨୦ଟି ରାଜ୍ୟରୁ ୬୩୫ ଜଣ ଉଦ୍ୟୋଗୀ ସେମାନଙ୍କର ବାଣିଜି୍ୟକ ଷ୍ଟଲ ଖୋଲିଥିବା କହିଛନ୍ତି। ସଂଯୋଜକ ସଞ୍ଜୀବ ବେହେରା, କୋଷାଧ୍ୟକ୍ଷ ଦିଲୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

ଆଫଗାନସ୍ଥାନ, ଥାଇଲାଣ୍ଡ, ବାଂଲାଦେଶ, ମାଲେସିଆ, ଦୁବାଇ, ଇରାନ ଓ ତୁର୍କୀର ଉଦ୍ୟୋଗୀମାନଙ୍କ ବିଭିନ୍ନ ସୌଖୀନ ଓ ଘରକରଣା ସାମଗ୍ରୀ ସହିତ ଶୁଖିଲା ଖାଦ୍ୟସାମଗ୍ରୀ ବାଣିଜ୍ୟମେଳାର ଏସି ହ୍ୟାଙ୍ଗର ଷ୍ଟଲରେ ସ୍ଥାନିତ ହୋଇଛି।

ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁ-କଶ୍ମୀର ରାଜ୍ୟର ବ୍ୟବସାୟୀ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ଷ୍ଟଲ ଖୋଲିଛନ୍ତି। ଏଥିସହ ଓଡ଼ିଶାର ବିଭିନ୍ନ ଜିଲାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମେତ ପ୍ରତିଷ୍ଠିତ ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଛନ୍ତି। ସ୍ବତନ୍ତ୍ର ଫୁଡ୍‌କୋର୍ଟରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ମୁଢ଼ିମାଂସ, ଛେନାଝିଲି, ରସାବଳି ଠାରୁ ଆରମ୍ଭ କରି ରାଜସ୍ଥାନୀ ଖାଦ୍ୟ ଓ ସମସ୍ତ ପ୍ରକାର ଫାଷ୍ଟଫୁଡ୍‌ ଉପଲବ୍ଧ ହୋଇଛି। ପିଲାଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଦୋଳିର ବ୍ୟବସ୍ଥା କରାଯାଇଛି। କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରସ୍ଥ ମଞ୍ଚରେ ପ୍ରତ୍ୟେକ ସନ୍ଧ୍ୟାରେ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?