ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ। ହେଲେ କମ୍ପାନୀକୁ ସୁହାଇବା ଭଳି ନିୟମ ଏବେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। କଳକାରଖାନା ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ ଗୁରୁଦାୟିତ୍ୱ ତୁଲାଉଥିବା ରାଜ୍ୟ ଶ୍ରମ ଓ ଇଏସ୍‌ଆଇ ବିଭାଗ ଅଧୀନ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ (ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର ଡାଇରେକ୍ଟୋରେଟ୍‌)ର କ୍ଷମତାକୁ ୨୦୧୩ ପରଠାରୁ କ୍ରମାଗତ ଭାବେ ସଙ୍କୁଚିତ କରିଦିଆଯାଇଛି। ଯାଞ୍ଚରେ କଟକଣା ଲଗାଇ ଦିଆଯାଇଛି। ଫଳରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ନିୟମିତ ଅନୁଧ୍ୟାନ କରିବା କଷ୍ଟକର ହୋଇପଡ଼ିଛି। ମାସ ମାସ ଧରି ତନଖି ହେଉ ନ ଥିବାରୁ ବୈଷୟିକ ତ୍ରୁଟି ଧରାପଡୁନାହିଁ। ଫଳରେ ଆକସ୍ମିକ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ଜୁନ୍‌ ୧୩ରେ ଏବଂ ହିନ୍ଦୋଳ ବ୍ଲକ ଝାଡ଼ବନ୍ଧସ୍ଥିତ ରୁଙ୍ଗ୍‌ଟା ମାଇନ୍ସ ଷ୍ଟିଲ୍‌ ପ୍ଲାଣ୍ଟରେ ଜୁଲାଇ ୨୦ରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ପରେ କେନ୍ଦ୍ର ସରକାରଙ୍କ ଏଭଳି ନିୟମ ଓ କମ୍ପାନୀ ପ୍ରୀତି ଆଡ଼କୁ ଅଙ୍ଗୁଳି ଉଠିଛି। ୨୦୧୩ ପୂର୍ବରୁ କଳକାରଖାନାଗୁଡ଼ିକରେ ନିୟମିତ ଯାଞ୍ଚ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ନିର୍ଦ୍ୱନ୍ଦ୍ୱରେ କରିପାରୁଥିଲା। ସେମାନଙ୍କ ଉପରେ କୌଣସି କଟକଣା ନ ଥିଲା। ଫଳରେ ବିଭାଗୀୟ ଅଧିକାରୀମାନେ ସନ୍ଦେହ ପରିସରକୁ ଆସୁଥିବା ଯେ କୌଣସି କମ୍ପାନୀ ପରିଦର୍ଶନ କରିପାରୁଥିଲେ। ସେମାନଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ତେବେ ୨୦୧୩ ପରବର୍ତ୍ତୀ ସମୟରେ ଏଥିରେ କଟକଣା ଲାଗୁ କରିଦିଆଯାଇଛି। ପରିବର୍ତ୍ତିତ ନିୟମ ଅନୁଯାୟୀ ମେଜର ଆକ୍ସିଡେଣ୍ଟ ହାଜାର୍ଡ (ଏମ୍‌ଏଏଚ୍‌) ଅନ୍ତର୍ଭୁକ୍ତ ବୃହତ୍‌ ଶିଳ୍ପପ୍ରତିଷ୍ଠାନଗୁଡ଼ିକୁ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶକ ବାର୍ଷିକ ମାତ୍ର ୨ ଥର ଯାଞ୍ଚ କରିପାରିବେ। ସେହିପରି ୨ ସିବି କ୍ୟାଟେଗୋରି ଅଧୀନ କମ୍ପାନୀଗୁଡିକୁ ଜୋନ୍‌ସ୍ତରୀୟ ଅତିରିକ୍ତ ନିର୍ଦ୍ଦେଶକ ବର୍ଷକୁ ମାତ୍ର ଥରୁଟିଏ ଯାଞ୍ଚ କରିପାରିବେ। ତେବେ ଯାଞ୍ଚ ସେମାନଙ୍କ ଇଚ୍ଛାଧୀନ ନୁହେଁ। ଏଥିଲାଗି କେନ୍ଦ୍ରୀୟ ଅନୁମତି ମିଳିବା ଆବଶ୍ୟକ। ଫଳରେ ବିଭାଗୀୟ ଅଧିକାରୀମାନେ ଏବେ ଆଉ ପୂର୍ବ ଭଳି ସନ୍ଦେହ ଭିତରେ ଆସୁଥିବା କାରଖାନା ପରିଦର୍ଶନ କରିପାରୁନାହାନ୍ତି କି ତ୍ରୁଟି ଧରିପାରୁନାହାନ୍ତି। କେବଳ ଦୁର୍ଘଟଣା ଘଟିଲେ କମ୍ପାନୀ ପରିଦର୍ଶନ କରି ପ୍ରାଥମିକ ତଦନ୍ତ ରିପୋର୍ଟ ଦେବାରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର କ୍ଷମତା ସୀମିତ ହୋଇ ରହିଯାଇଛି। ଅନ୍ୟପଟେ ଅଘଟଣ ଘଟିଲେ କମ୍ପାନୀ କର୍ତ୍ତୃପକ୍ଷ ପ୍ରକୃତ କ୍ଷୟକ୍ଷତି, ମୃତାହତଙ୍କ ସଂଖ୍ୟା ସହଜରେ ଲୁଚାଇ ଦେଉଛନ୍ତି। ଏହାଦ୍ୱାରା ସେମାନେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ଯାଉଥିବା ଅଭିଯୋଗ ହେଉଛି। ଏକ ଅସମର୍ଥତ୍ତ ସୂତ୍ରରୁ ପ୍ରକାଶ ଯେ, ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର ଡାଇରେକ୍ଟୋରେଟ୍‌ର ପଦସ୍ଥ ଅଧିକାରୀ ନିଜ କ୍ଷମତାର ଅପବ୍ୟବହାର କରି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ହଇରାଣ ହରକତ କରୁଥିଲେ। ଏହାପରେ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାର ଫେରାଦ ହେବା ପରେ ଏଭଳି ଅଙ୍କୁଶ ଜାରି କରାଯାଇଛି। ଏପରି କି ଦୁର୍ଘଟଣାଜନିତ ରିପୋର୍ଟ ବାହାରେ ପ୍ରକାଶ ନ କରିବାକୁ ବାହ୍ୟ ଚାପ ମଧ୍ୟ ପଡୁଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳସ୍ଥିତ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ସହ ନିର୍ଦ୍ଦେଶିକା ପୁଷ୍ପାମିତ୍ରା ଜେନା କୁହନ୍ତି, ପୂର୍ବଭଳି ଆଉ ନିୟମିତ ଯାଞ୍ଚ କରାଯାଉନାହିଁ। ବର୍ଷକୁ ଥରେ ମେଜର ଆକ୍ସିଡେଣ୍ଟ ହାଜାର୍ଡ ଏବଂ ୨ ସିବି କାଟେଗୋରିର କାରଖାନାକୁ ଯାଞ୍ଚ କରାଯାଇପାରିବା ନିର୍ଦ୍ଦେଶ ରହିଛି।
ଲୁଚିଯାଉଛି ପ୍ରକୃତ ତଥ୍ୟ
୨୦୦୮ ଅକ୍ଟୋବରରେ ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଭୂଷଣ ଷ୍ଟିଲ୍‌ (ବର୍ତ୍ତମାନର ଟାଟା ଷ୍ଟିଲ୍‌) ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା। ଏଥିରେ ୬ଜଣ ଗୁରୁତର ହୋଇଥିଲେ। ୨୦୧୩ରେ ମଧ୍ୟ ଅନୁରୂପ ଭାବେ ଦୁର୍ଘଟଣା ଘଟିଥିଲା। ୨୦୨୩ ଜୁନ୍‌ ୧୩ରେ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ ପରିସରରେ ଅନୁରୂପ ଦୁର୍ଘଟଣା ଘଟିଥିଲା। କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍‌ ଲାଇନ୍‌ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୧୯ଜଣ ଆହତ ହୋଇଥିଲେ। ତନ୍ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ମନରୁ ନ ଲିଭୁଣୁ ଗତ ଜୁଲାଇ ୨୦ରେ ରୁଙ୍ଗ୍‌ଟା ଷ୍ଟିଲ୍‌ ପ୍ଲାଣ୍ଟରେ ଅନୁରୂପ ଅଘଟଣ ଘଟିଲା। କାରଖାନାର ଏସ୍‌ଏମ୍‌ଏସ୍‌ ଫେଜ୍‌-୧ (ବି) ୪ ନମ୍ବର ଇଣ୍ଡକ୍ସନ ଫର୍ନେସ୍‌ର ଜିଏଲ୍‌ଡି ଟ୍ରିପ୍‌ ହୋଇ ହଠାତ୍‌ ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। କଏଲଗୁଡ଼ିକ ଲିକେଜ ହୋଇ ତରଳ ଲୁହା ବାହାରି ଆସିଥିଲା। ଏଥିରେ ଜଣେ ଯନ୍ତ୍ରୀଙ୍କ ସମେତ ୨ଜଣ ଗୁରୁତର ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ହେଲେ ଉପରୋକ୍ତ କୌଣସି ଗୋଟିଏ ଘଟଣାରେ ପ୍ରକୃତ ତଥ୍ୟ ସାର୍ବଜନୀନ କରାଯାଇନାହିଁ କିମ୍ବା ମୃତାହତଙ୍କୁ ଦିଆଯାଇଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇନାହିଁ। ଶିଳ୍ପାୟନର ସ୍ବପ୍ନ ଦେଖାଇ ଜିଲାରେ ସ୍ଥାପିତ ହୋଇଥିବା ଶିଳ୍ପାନୁଷ୍ଠାନଗୁଡ଼ିକରେ ବାରମ୍ବାର ଏଭଳି ବଡ଼ ଦୁର୍ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜିଲାରେ ୪୬ ଶିଳ୍ପାନୁଷ୍ଠାନ
ଢେଙ୍କାନାଳ ଜିଲାରେ କ୍ଷୁଦ୍ର, ବୃହତ୍‌ ଏବଂ ମଧ୍ୟମ ବର୍ଗର ମୋଟ୍‌ ୪୬ ଶିଳ୍ପାନୁଷ୍ଠାନ ରହିଛି। ତନ୍ମଧ୍ୟରୁ ଟାଟା ଷ୍ଟିଲ୍‌ ମେରାମଣ୍ଡଳି ଏକମାତ୍ର ଏମ୍‌ଏଏଚ୍‌ କ୍ୟାଟେଗୋରିରେ ଆସୁଛି। ସେହିପରି ରୁଙ୍ଗ୍‌ଟା ଷ୍ଟିଲ୍‌ ଏବଂ ବିଆର୍‌ଜି (ବର୍ତ୍ତମାନର ରିମ୍‌ଝିମ୍‌) ୨ ସିବି କାଟେଗୋରି ଅନ୍ତର୍ଭୁକ୍ତ। ଜିଏମ୍‌ଆର, ଏମ୍‌ଜିଏମ୍‌, ନବ କମ୍ପାନୀ, ନର୍ଭେରାମ, ଉତ୍କଳ ଆଜବେଷ୍ଟସ, ଇଣ୍ଡିଆନ ପଟାସ ଲିମିଟେଡ୍‌ ଏବଂ ପରଜଙ୍ଗସ୍ଥିତ ରାଣା କମ୍ପାନୀ ଷ୍ଟିଲ୍‌ ଭଳି ଅନ୍ୟାନ୍ୟ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗ କମ୍ପାନୀ କାର୍ଯ୍ୟକ୍ଷମ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?