ଫୋକସ୍‌ରେ ଗ୍ରାହକକୈନ୍ଦ୍ରିକ ସେବା

ମହାମାରୀ କରୋନା ସାରା ବିଶ୍ୱର ଅର୍ଥନୀତିକୁ ଉଜାଡ଼ିଦେଇଛି। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାରୁ ଅଟୋମୋବାଇଲ୍‌ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ଗ୍ରାହକଙ୍କ ମତାମତ ନେଇ ସେମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ ଉପରେ ଫୋକସ୍‌ କରିଛି କଟକସ୍ଥିତ ସନ୍ନି ମୋଟର୍ସ। ଧରିତ୍ରୀକୁ ସାକ୍ଷାତ୍‌କାର
ଦେବାବେଳେ ନିଜ ମନକଥା କହିଛନ୍ତି ଏହି ପ୍ରମୁଖ ବ୍ୟବସାୟିକ
ପ୍ରତିଷ୍ଠାନର ଉଦ୍ୟୋକ୍ତା ଅର୍ଶଦୀପ ସିଂ।

 

କୋଭିଡ୍‌-୧୯ ଅଟୋମୋବାଇଲ ଶିଳ୍ପ ଉପରେ କିଭଳି ପ୍ରଭାବ ପକାଇଛି?
ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଝଟ୍‌କା ଲାଗିଛି। ଲୋକଙ୍କର ନିଯୁକ୍ତି ହ୍ରାସ, ବେତନ କାଟ ସହ ବଜାରରେ ଚାହିଦା ଠପ୍‌ ହୋଇଯାଇଛି। ଅଟୋମୋବାଇଲ ଶିଳ୍ପକୁ ଏହା ଗଭୀର ପ୍ରଭାବିତ କରିଛି। କାର୍‌ ଓ ବାଇକ୍‌ କ୍ରୟ ଉପରେ କରୋନାର ପ୍ରଭାବ ଜାରି ରହିଛି। ଲୋକେ ସମସ୍ୟାରେ ଥିବାରୁ ସେମାନଙ୍କ କ୍ରୟ ଶକ୍ତି ହ୍ରାସ ପାଇବା ସହ ବିକ୍ରି କମିଛି।

ପୂର୍ବ ସ୍ଥିତି କେବେ ଫେରିବ ବୋଲି ଆଶା କରୁଛନ୍ତି?
ଲକ୍‌ଡାଉନ ପରେ କାରବାର ଟ୍ରାକ୍‌କୁ ଫେରିବାରେ ବିଭିନ୍ନ ସମସ୍ୟା ଉପୁଜୁଛି। ହେଲେ ସରକାର ଅନ୍‌ଲକ ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। କାରବାର ଯେଭଳି ଚାଲିପାରିବ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ବଜାର ଧୀରେ ଧୀରେ ଖୋଲୁଥିବାରୁ ଆଗାମୀ ଦିନରେ ଭଲ କାରବାର ହେବ ବୋଲି ଆଶା। ପାର୍ବଣ ସମୟରୁ ବିକ୍ରିରେ ପରିବର୍ତ୍ତନ ଆସୁଛି। ଏପ୍ରିଲ୍‌ ବେଳକୁ କାରବାରରେ ସୁଧାର ଆସିବା ସହ ବାଉନ୍ସବ୍ୟାକ୍‌ କରିବୁ।

ଲକ୍‌ଡାଉନ ବେଳେ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ଧାରାକୁ କିଭଳି ଦେଖୁଛନ୍ତି?
ଲକ୍‌ଡାଉନରେ କାରବାର ଓ ଗମନାଗମନ ବନ୍ଦ ହୋଇଯାଇଥିବାବେଳେ ଏହି ଦୂରତ୍ୱକୁ ହ୍ରାସ କରିଛି ଟେକ୍ନୋଲୋଜି। ଲକ୍‌ଡାଉନ ପରଠାରୁ ଲୋକେ ଟେକ୍ନୋଲୋଜିକୁ ଅଧିକ ଗ୍ରହଣ କରୁଥିବା ଦେଖାଯାଉଛି। ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ଯେଉଁ ଲାଭ ମିଳିଛି ତାକୁ କେହି ଅସ୍ବୀକାର କରିପାରିବେ ନାହିଁ।

ଆପଣଙ୍କ ଶୋ’ରୁମ୍‌ରେ ଗ୍ରାହକଙ୍କୁ କିପରି ସ୍ବତନ୍ତ୍ର ସେବା ଦିଆଯାଉଛି ?
ହିରୋମୋଟୋକର୍ପ ସହ ଯୋଡ଼ିହୋଇ ଗ୍ରାହକଙ୍କୁ ସେବା ଯୋଗାଇଦେଉଛୁ। କମ୍ପାନୀର ଲୋକପ୍ରିୟତା ରହିଛି। ଏହାର ବାଇକ୍‌ ଓ ସ୍କୁଟର ଚାହିଦାକୁ ଦେଖି ଅଗ୍ରସର ହେଉଛୁ। କମ୍ପାନୀ ପୋର୍ଟଫୋଲିଓରେ ନୂଆ ମଡେଲ ଯୋଡୁଛି। କମ୍ପାନୀ ବିଶେଷକରି ନୂତନ ପ୍ରିମିୟମ ବାଇକ୍‌ ଆଣିଛି। ଆମେ ଏକ ପ୍ରମୁଖ ବ୍ରାଣ୍ଡ୍‌ ଦ୍ୱାରା ସେବା ଦେଉଥିବାରୁ ଗ୍ରାହକ କିଭଳି ଏକ ଉନ୍ନତ କ୍ରୟ ଅଭିଜ୍ଞତା ପାଇବେ ତାକୁ ଧ୍ୟାନରେ ରଖିଛୁ। କଟକରେ ଥିବା ଶୋ’ରୁମ୍‌ରେ ଉଭୟ ସେଲ୍ସ ଏବଂ ସର୍ଭିସ କ୍ଷେତ୍ରରେ ଗ୍ରାହକ କୈନ୍ଦ୍ରିକ ସେବା ଉପରେ ଫୋକସ୍‌ କରାଯାଇଛି। ଆମ ଶୋ’ରୁମ୍‌ ସେବା ଉପରେ ଗ୍ରାହକ ସନ୍ତୁଷ୍ଟ ଅଛନ୍ତି। ନିରନ୍ତର ଭିତ୍ତିରେ ଗ୍ରାହକଙ୍କ ମତାମତ ନେଇ ସେବା ଯୋଗାଣକୁ ଆହୁରି ଉନ୍ନତ କରିବାକୁ ପ୍ରୟାସ ଜାରି ରହିଛି।

ବର୍ତ୍ତମାନ ଅଟୋମୋବାଇଲ ଶିଳ୍ପ ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତିକରୁଛି? ସରକାରଙ୍କଠାରୁ କିଛି ସହାୟତା ଲୋଡ଼ା କି?
କୋଭିଡ୍‌ ଅଟୋମୋବାଇଲ ଶିଳ୍ପ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି
କରିଛି। ଯାନ ବିକ୍ରି ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିନାହିଁ। ଏପଟେ ସରକାର
ଯଦି ଅଟୋ ଶିଳ୍ପ ଉପରେ ଟିକସ କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରନ୍ତେ ତେବେ ଇଣ୍ଡଷ୍ଟ୍ରି ଲାଭବାନ ହୋଇପାରନ୍ତା। ଏହାର ଫାଇଦା ଗ୍ରାହକ ପାଇପାରନ୍ତେ। ବିଶେଷ ଭାବେ ଅଟୋମୋବାଇଲ ଶିଳ୍ପ
ଉପରୁ ଜିଏସ୍‌ଟି ହ୍ରାସ ହେବା ଆବଶ୍ୟକତା ରହିଛି। ଏହାକୁ ନେଇ ସରକାରଙ୍କୁ ନିବେଦନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌

ଭୁବନେଶ୍ୱର,୧୮।୪: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ନୂଆ ଶୋ’ରୁମ୍‌ ବୁଧବାର କଟକର କ୍ୟାଣ୍ଟନମେଣ୍ଟରୋଡ୍‌ସ୍ଥିତ ଏନ୍‌ସିସି କ୍ୟାଣ୍ଟିନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ଶ୍ରୀଲଙ୍କା, ୟୁଏଇକୁ ପିଆଜ ରପ୍ତାନି କରିବ ଭାରତ

ଭୁବନେଶ୍ୱର,୧୮।୪(ଅନୁରାଧା ମହାରଣା): ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଶ୍ରୀଲଙ୍କାକୁ ସୀମିତ ପରିମାଣରେ ପିଆଜ ରପ୍ତାନି କରିବାକୁ ଭାରତ ଅନୁମତି ଦେଇଛି। ବାଣିଜ୍ୟ ଏବଂ ଶିଳ୍ପ...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri