ଫୋକସ୍‌ରେ ଗ୍ରାହକକୈନ୍ଦ୍ରିକ ସେବା

ମହାମାରୀ କରୋନା ସାରା ବିଶ୍ୱର ଅର୍ଥନୀତିକୁ ଉଜାଡ଼ିଦେଇଛି। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା ଯୋଗୁ ପ୍ରାୟ ସବୁ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଥିବାରୁ ଅଟୋମୋବାଇଲ୍‌ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ଗ୍ରାହକଙ୍କ ମତାମତ ନେଇ ସେମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ ଉପରେ ଫୋକସ୍‌ କରିଛି କଟକସ୍ଥିତ ସନ୍ନି ମୋଟର୍ସ। ଧରିତ୍ରୀକୁ ସାକ୍ଷାତ୍‌କାର
ଦେବାବେଳେ ନିଜ ମନକଥା କହିଛନ୍ତି ଏହି ପ୍ରମୁଖ ବ୍ୟବସାୟିକ
ପ୍ରତିଷ୍ଠାନର ଉଦ୍ୟୋକ୍ତା ଅର୍ଶଦୀପ ସିଂ।

 

କୋଭିଡ୍‌-୧୯ ଅଟୋମୋବାଇଲ ଶିଳ୍ପ ଉପରେ କିଭଳି ପ୍ରଭାବ ପକାଇଛି?
ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଝଟ୍‌କା ଲାଗିଛି। ଲୋକଙ୍କର ନିଯୁକ୍ତି ହ୍ରାସ, ବେତନ କାଟ ସହ ବଜାରରେ ଚାହିଦା ଠପ୍‌ ହୋଇଯାଇଛି। ଅଟୋମୋବାଇଲ ଶିଳ୍ପକୁ ଏହା ଗଭୀର ପ୍ରଭାବିତ କରିଛି। କାର୍‌ ଓ ବାଇକ୍‌ କ୍ରୟ ଉପରେ କରୋନାର ପ୍ରଭାବ ଜାରି ରହିଛି। ଲୋକେ ସମସ୍ୟାରେ ଥିବାରୁ ସେମାନଙ୍କ କ୍ରୟ ଶକ୍ତି ହ୍ରାସ ପାଇବା ସହ ବିକ୍ରି କମିଛି।

ପୂର୍ବ ସ୍ଥିତି କେବେ ଫେରିବ ବୋଲି ଆଶା କରୁଛନ୍ତି?
ଲକ୍‌ଡାଉନ ପରେ କାରବାର ଟ୍ରାକ୍‌କୁ ଫେରିବାରେ ବିଭିନ୍ନ ସମସ୍ୟା ଉପୁଜୁଛି। ହେଲେ ସରକାର ଅନ୍‌ଲକ ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। କାରବାର ଯେଭଳି ଚାଲିପାରିବ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ବଜାର ଧୀରେ ଧୀରେ ଖୋଲୁଥିବାରୁ ଆଗାମୀ ଦିନରେ ଭଲ କାରବାର ହେବ ବୋଲି ଆଶା। ପାର୍ବଣ ସମୟରୁ ବିକ୍ରିରେ ପରିବର୍ତ୍ତନ ଆସୁଛି। ଏପ୍ରିଲ୍‌ ବେଳକୁ କାରବାରରେ ସୁଧାର ଆସିବା ସହ ବାଉନ୍ସବ୍ୟାକ୍‌ କରିବୁ।

ଲକ୍‌ଡାଉନ ବେଳେ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହି ଧାରାକୁ କିଭଳି ଦେଖୁଛନ୍ତି?
ଲକ୍‌ଡାଉନରେ କାରବାର ଓ ଗମନାଗମନ ବନ୍ଦ ହୋଇଯାଇଥିବାବେଳେ ଏହି ଦୂରତ୍ୱକୁ ହ୍ରାସ କରିଛି ଟେକ୍ନୋଲୋଜି। ଲକ୍‌ଡାଉନ ପରଠାରୁ ଲୋକେ ଟେକ୍ନୋଲୋଜିକୁ ଅଧିକ ଗ୍ରହଣ କରୁଥିବା ଦେଖାଯାଉଛି। ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ଯେଉଁ ଲାଭ ମିଳିଛି ତାକୁ କେହି ଅସ୍ବୀକାର କରିପାରିବେ ନାହିଁ।

ଆପଣଙ୍କ ଶୋ’ରୁମ୍‌ରେ ଗ୍ରାହକଙ୍କୁ କିପରି ସ୍ବତନ୍ତ୍ର ସେବା ଦିଆଯାଉଛି ?
ହିରୋମୋଟୋକର୍ପ ସହ ଯୋଡ଼ିହୋଇ ଗ୍ରାହକଙ୍କୁ ସେବା ଯୋଗାଇଦେଉଛୁ। କମ୍ପାନୀର ଲୋକପ୍ରିୟତା ରହିଛି। ଏହାର ବାଇକ୍‌ ଓ ସ୍କୁଟର ଚାହିଦାକୁ ଦେଖି ଅଗ୍ରସର ହେଉଛୁ। କମ୍ପାନୀ ପୋର୍ଟଫୋଲିଓରେ ନୂଆ ମଡେଲ ଯୋଡୁଛି। କମ୍ପାନୀ ବିଶେଷକରି ନୂତନ ପ୍ରିମିୟମ ବାଇକ୍‌ ଆଣିଛି। ଆମେ ଏକ ପ୍ରମୁଖ ବ୍ରାଣ୍ଡ୍‌ ଦ୍ୱାରା ସେବା ଦେଉଥିବାରୁ ଗ୍ରାହକ କିଭଳି ଏକ ଉନ୍ନତ କ୍ରୟ ଅଭିଜ୍ଞତା ପାଇବେ ତାକୁ ଧ୍ୟାନରେ ରଖିଛୁ। କଟକରେ ଥିବା ଶୋ’ରୁମ୍‌ରେ ଉଭୟ ସେଲ୍ସ ଏବଂ ସର୍ଭିସ କ୍ଷେତ୍ରରେ ଗ୍ରାହକ କୈନ୍ଦ୍ରିକ ସେବା ଉପରେ ଫୋକସ୍‌ କରାଯାଇଛି। ଆମ ଶୋ’ରୁମ୍‌ ସେବା ଉପରେ ଗ୍ରାହକ ସନ୍ତୁଷ୍ଟ ଅଛନ୍ତି। ନିରନ୍ତର ଭିତ୍ତିରେ ଗ୍ରାହକଙ୍କ ମତାମତ ନେଇ ସେବା ଯୋଗାଣକୁ ଆହୁରି ଉନ୍ନତ କରିବାକୁ ପ୍ରୟାସ ଜାରି ରହିଛି।

ବର୍ତ୍ତମାନ ଅଟୋମୋବାଇଲ ଶିଳ୍ପ ବିଭିନ୍ନ ଚ୍ୟାଲେଞ୍ଜ ଦେଇ ଗତିକରୁଛି? ସରକାରଙ୍କଠାରୁ କିଛି ସହାୟତା ଲୋଡ଼ା କି?
କୋଭିଡ୍‌ ଅଟୋମୋବାଇଲ ଶିଳ୍ପ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି
କରିଛି। ଯାନ ବିକ୍ରି ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିନାହିଁ। ଏପଟେ ସରକାର
ଯଦି ଅଟୋ ଶିଳ୍ପ ଉପରେ ଟିକସ କ୍ଷେତ୍ରରେ କୋହଳ ନୀତି ଅବଲମ୍ବନ କରନ୍ତେ ତେବେ ଇଣ୍ଡଷ୍ଟ୍ରି ଲାଭବାନ ହୋଇପାରନ୍ତା। ଏହାର ଫାଇଦା ଗ୍ରାହକ ପାଇପାରନ୍ତେ। ବିଶେଷ ଭାବେ ଅଟୋମୋବାଇଲ ଶିଳ୍ପ
ଉପରୁ ଜିଏସ୍‌ଟି ହ୍ରାସ ହେବା ଆବଶ୍ୟକତା ରହିଛି। ଏହାକୁ ନେଇ ସରକାରଙ୍କୁ ନିବେଦନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri