ନଭେମ୍ବରରେ ଆସିବ କର୍ବେଭାକ୍ସ

ହାଇଦ୍ରାବାଦ, ୨୬।୧୦(ଆଇଏଏନ୍‌ଏସ୍‌): ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ କର୍ବେଭାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମହିମା ଡାଟ୍‌ଲା ସୋମବାର କହିଛନ୍ତି। ନଭେମ୍ବରରେ ଏହି ପରୀକ୍ଷା ଶେଷ ହେବା ପରେ ଲାଇସେନ୍ସ ମିଳିଯିବ। ୨୦୨୨ ଶେଷ ସୁଦ୍ଧା ୧୦୦ କୋଟି କୋଭିଡ୍‌ ଟିକା ଉତ୍ପାଦନ ନିମନ୍ତେ କାରଖାନାର ସାମର୍ଥ୍ୟ ବଢ଼ାଇବା ପାଇଁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେଶନ (ଡିଏଫ୍‌ସି) ୫୦ ନିୟୁତ ଡଲାର ଯୋଗାଇଦେବ। ଏଥିପାଇଁ ସୋମବାର ଡିଏଫ୍‌ସ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଖିମ୍‌ପୁର ଘଟଣାକୁ ‘ଜାଲିଓ୍ବାନାଓ୍ବାଲାବାଗ୍‌ ହତ୍ୟାକାଣ୍ଡ’ ସହ ତୁଳନା କଲେ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଉତ୍ତର ପ୍ରଦେଶର ଲଖିମ୍‌ପୁର ର ଖେରୀରେ ହୋଇଥିବା ହିଂସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏକ ଗାଡି ଜାଣିଶୁଣି ଆନ୍ଦୋଳନରତ କୃଷକଙ୍କ ଉପରେ ଚଢିଯାଉଥିବାର...

କୋର୍ଟରେ ଚିତ୍କାର କଲେ ‘ତାରିଖ ପେ ତାରିଖ’

ନୂଆଦିଲ୍ଲୀ,୨୧।୭: ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ଜଜ୍‌ଙ୍କ ଆଗରେ ‘ତାରିଖ ପେ ତାରିଖ’ (ତାରିଖ ପରେ ତାରିଖ) ଚିତ୍କାର କରିବା ସହ କୋର୍ଟ ରୁମ୍‌ର ଫର୍ନିଚର...

୬୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ…

ମୁମ୍ବାଇ, ୨୪।୧ : ସୋମବାରଠାରୁ ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ଲାଗି ସରକାର ଘୋଷଣା କରିଛନ୍ତି। ଏହା ଦ୍ୱାରା ଏବେ ବିଦ୍ୟାଳୟରେ...

ଦେଶ ନିର୍ମାଣରେ ଶିକ୍ଷକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶ ନିର୍ମାଣରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସୋନିଆ...

ବାଇକ୍‌, କାର୍‌ରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୭।୫: କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ବହୁ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାର...

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୮ ଦିନରେ ୭ଥର ବଢିଲା ଦର

ନୂଆଦିଲ୍ଲୀ,୨୯।୩: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୭୦ ପଇସା ମହଙ୍ଗା ହୋଇଛି। ଏହାସହ...

ବିହାରରେ ୫ ଆଫ୍ରିକା ଫେରନ୍ତା କୋଭିଡ୍‌ ସଂକ୍ରମିତ

ପାଟନା,୫।୧୨: ବିହାରର ଗୋପାଳଗଞ୍ଜ ଜିଲାରେ ରବିବାର ୫ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନେ ଓମିକ୍ରନ୍‌ ସଂକ୍ରମିତ ଆଫ୍ରିକୀୟ ଦେଶରୁ ଆସିଛନ୍ତି। ନମୁନା ସଂଗ୍ରହ...

ରାଜସ୍ଥାନ-ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ରାହୁଲ ଦାୟୀ: ଉମା ଭାରତୀ

ନୂଆଦିଲ୍ଲୀ,୧୩।୭: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଘଟୁଥିବା ରାଜନୈତିକ ଘଟଣା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାୟୀ। କିଛି ଏଭଳି ଟିପ୍ପଣୀ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ...

Advertisement
Archives

Model This Week