ଅଭିଶପ୍ତ ଦେବତା

ନିମାଇଁ ଚରଣ ଲେଙ୍କା

ଆମର ତିନିମାତା ଅଛନ୍ତି। ୧ମରେ ଜନ୍ମଦାତ୍ରୀ ମାତା, ୨ୟରେ ମାତୃଗର୍ଭରୁ ଭୂମିଷ୍ଠ ହେଲାପରେ ଆମକୁ କୋଳେଇ ନେଉଥିବା ଧରିତ୍ରୀମାତା ଓ ୩ୟରେ ମାତୃସ୍ତନ୍ୟପାନ ଅଭାବରେ ଆମ ମୁଖରେ ଅମୃତ(କ୍ଷୀର)ଦେଉଥିବା ଗୋ’ମାତା। ଆର୍ଯ୍ୟସଂସ୍କୃତି ଓ ଶାସ୍ତ୍ରାନୁସାରେ, ଗୋ’ମାତାଙ୍କ ଶରୀରରେ ବେଦମାତା ଗାୟତ୍ରୀ, ଚାରିବେଦ, ତ୍ରିଦେବ, ତେତିଶକୋଟି ଦେବୀଦେବତା ଓ ନବଗ୍ରହ ଆଦି ଅବସ୍ଥାନ କରନ୍ତି। କେବଳ ଅମୃତତୁଲ୍ୟ କ୍ଷୀର, ଦହି, ଛେନା, ଘିଅ ଆଦି ନୁହେଁ, ଗୋମୂତ୍ର ଗୋମୟଭଳି ମହୌଷଧି ଓ ପଞ୍ଚଗବ୍ୟ, ପଞ୍ଚାମୃତ ଭଳି ଅତିପବିତ୍ର ବସ୍ତୁ ଆମେ ସେମାନଙ୍କଠାରୁ ପାଉ। କିନ୍ତୁ ସେହି ଗୋ’ମାତା ଯେତେବେଳେ ବୃଦ୍ଧା ତଥା କ୍ଷୀରଦେବାକୁ ଅକ୍ଷମ ହୋଇଯାଆନ୍ତି, ସେତେବେଳେ ସମସ୍ତ ଦେବୀଦେବତା ତାଙ୍କୁ ଛାଡ଼ି ଚାଲିଯାଆନ୍ତି। ଆମେ ତାଙ୍କୁ ଅତିଦୟନୀୟ ଅବସ୍ଥାରେ, ନିର୍ଦ୍ଦୟଭାବେ ଗୋଶାଳାକୁ ଠେଲିଦେଉ। ଏଇଆ କ’ଣ ଆମ ମାତୃପୂଜା? ଯେ ପର୍ଯ୍ୟନ୍ତ ଉପକୃତ ହେଉଥାଉ, ସେ ପର୍ଯ୍ୟନ୍ତ ତାଙ୍କ ଭିତରେ ସମସ୍ତ ଦେବୀଦେବତା ଥାଆନ୍ତି । ସ୍ବାର୍ଥ ପୂରଣ ହୋଇଗଲେ ସମସ୍ତେ ଉଭାନ ହୋଇଯାଆନ୍ତି? ଆମ କୃଷିକାର୍ଯ୍ୟ (ହଳ) ଓ ଯାତାୟାତ(ଶଗଡ଼)ର ମୁଖ୍ୟ ସହାୟକ ‘ବଳଦ’ଙ୍କର ମଧ୍ୟ ବହୁମହିମା ଗାୟନ ଅଛି। ତାଙ୍କୁ ବଡଠାକୁର ‘ବଳଦେବ’ଙ୍କ ଅଂଶାବତାର ଭାବେ ମାନ୍ୟତା ଦିଆଯାଇ ପ୍ରଭୁଙ୍କ ହସ୍ତରେ ‘ହଳ’ ଅସ୍ତ୍ରରୂପେ ଶୋଭାପାଉଛି। କିନ୍ତୁ ବର୍ତ୍ତମାନ ଦେଶର ଅବସ୍ଥା କ’ଣ ହୋଇଛି? ହଳ ଓ ଶଗଡ଼ର ପ୍ରଚଳନ ବନ୍ଦହୋଇ ତାହା ପିଲାଙ୍କ ପାଠ୍ୟପୁସ୍ତକରେ ଇତିହାସର ବସ୍ତୁ ହୋଇଗଲାଣି। ହଳର ସ୍ଥାନ ଟ୍ରାକ୍ଟର, ପାୱାରଟ୍ରିଲର୍‌ ଓ ଶଗଡ଼ର ସ୍ଥାନ ଛୋଟଟ୍ରକ ନେଲେଣି। ବଳଦଙ୍କଠାରେ ଆଉ କିଛି ପ୍ରୟୋଜନ ନାହିଁ। ପୂର୍ବେ ଗାଈ ‘ମାଈ ବାଛୁରି’ ଟିଏ ଜନ୍ମକଲେ ଆମେ ଅଶାନ୍ତି ହୋଇ କୃଷିକାର୍ଯ୍ୟ ଓ ପରିବହନର ସହାୟକ ହେବାପାଇଁ ‘ଅଣ୍ଡିରା ବାଛୁରି’ଟିଏ ଆଶା କରୁଥିଲୁ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି, ଅଣ୍ଡିରା ବାଛୁରିଟିଏ ଜନ୍ମହେଲେ, ଆମେ ତା’ଲଲାଟରେ ହତଭାଗ୍ୟ ବୋଲି ଅଦୃଶ୍ୟରେ ଲେଖିଦେଉଛୁ। ପ୍ରଭୁ ବଳଦେବଙ୍କ ଅଂଶାବତାରଙ୍କ ପ୍ରତି କ’ଣ ଏଭଳି ବ୍ୟବହାର କରାଯାଏ? କୌଣସି ବୈଜ୍ଞାନିକ ଯଦି ଗାଈକ୍ଷୀରକୁ କେବେ ‘ବିଷାକ୍ତ’ ବୋଲି ମତଦିଅନ୍ତି, ତେବେ ସେମାନଙ୍କ ଅବସ୍ଥା ମଧ୍ୟ ଜନ୍ମରୁ ‘ବଳଦ’ଙ୍କ ପରି ହୋଇପାରେ। ଏଇଆ କ’ଣ ଆମ ଧର୍ମ, ଦର୍ଶନ, ସଂସ୍କୃତି, ମାନସିକତା ଓ ମାନବିକତା? ସ୍ବାର୍ଥହାସଲ ପର୍ଯ୍ୟନ୍ତ ମାତାପିତା ଓ ଦେବୀ ଦେବତା, ଆଉ ସ୍ବାର୍ଥ ନ ଥିଲେ ଛେଳିମେଣ୍ଢାଙ୍କଠାରୁ ଅଧିକ କ୍ରୂରତା ପ୍ରଦର୍ଶନ? ସରକାରଙ୍କୁ ତଥା ଜନସାଧାରଣଙ୍କୁ କ’ଣ ଏହାର କୌଣସି ବିକଳ୍ପ ଦେଖାଯାଉନାହିଁ? ଯଦି ତାହା ହିଁ ସତ୍ୟ ହୋଇଥାଏ, ତେବେ ଏ ଦେଶ, ଜାତି ଓ ସଂସ୍କୃତି ଆଗାମୀ ଭବିଷ୍ୟତରେ ଏକ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବାର ସୂଚନା ଦେଉଛି ବୋଲି ବୁଝିବାକୁ ହେବ।
ମୁଁ ଏଠାରେ ବୈଜ୍ଞାନିକ କୃଷିଯନ୍ତ୍ରପାତିର ବ୍ୟବହାରକୁ ବିରୋଧ କରୁନାହିଁ। ସେହି ବୈଜ୍ଞାନିକଙ୍କ ମତରେ, ସମଗ୍ର ଭୂମଣ୍ଡଳରେ ଯେତେ କୋଇଲା, କିରୋସିନ, ପେଟ୍ରୋଲ, ଡିଜେଲ ଆଦି ଗଚ୍ଛିତ ଅଛି, ସେସବୁ ଆଉ ୩୦ବର୍ଷ ଭିତରେ ସମାପ୍ତ ହୋଇଯିବ। ତେଣିକି ଏସବୁ ଯନ୍ତ୍ରପାତି ଆଉ କୌଣସି କାମରେ ଆସିବନାହିଁ। ଆମେ ବଳଦଙ୍କ ବଂଶନାଶ କରି ସେତେବେଳକୁ କରିବା କ’ଣ? ଗୋ’ଜାତିଙ୍କୁ ପ୍ରକୃତରେ ଦେବୀଦେବତା ବା ନିଜ ମାତାପିତାଙ୍କ ଭଳି ଯଦି ଭାବୁଥାଆନ୍ତେ, ତା’ହେଲେ କ’ଣ ସେମାନଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରୁଥାଆନ୍ତେ? ଯଦି ପ୍ରକୃତରେ ଆମେ ସେମାନଙ୍କୁ ସେହି ମାନ୍ୟତା ଦେଉଥାଉ, ତେବେ ଭବିଷ୍ୟତରେ ସେହି ବଳଦଙ୍କ ପାଇଁ ସମାଜର ମଙ୍ଗଳ ନିମନ୍ତେ କିଛି ‘କର୍ମସୃଷ୍ଟି’ କରାଯାଉ ଏବଂ ସମଗ୍ର ଗୋ’ଜାତିଙ୍କ ‘ବୃଦ୍ଧାବସ୍ଥା’ରେ ନିଜ ଲୌକିକ ମାତାପିତାଙ୍କ ଭଳି, ମୃତ୍ୟୁପର୍ଯ୍ୟନ୍ତ ସେବାପାଇଁ, ପର୍ଯ୍ୟାପ୍ତ ‘ଗୋଶାଳା’ ନିର୍ମାଣର ବ୍ୟବସ୍ଥା କରାଯାଉ। ତେବେଯାଇ ତାଙ୍କୁ ଆମର ମାତାପିତା ବା ଦେବୀଦେବତାରୂପେ ଆଖ୍ୟାୟିତ କରିବା ଯଥାର୍ଥ ହେବ। ଆଉ ଏହା ଯଦି ଅସମ୍ଭବ ହୁଏ, ତେବେ ସମଗ୍ର ଗୋ’ଜାତିଠାରୁ ସେହି ଛଳନାପୂର୍ଣ୍ଣ ମିଥ୍ୟା ମାନ୍ୟତା ପ୍ରତ୍ୟାହାର କରାଯାଉ ଓ ପ୍ରଭୁ ବଳଦେବଙ୍କ ହସ୍ତରେ ଥିବା ‘ହଳ’ ପରିବର୍ତ୍ତେ ଅନ୍ୟ କୌଣସି ‘କୃଷିଯନ୍ତ୍ରପାତି’ ଶୋଭାପାଉ। କାରଣ ଏହି ଗୋ’ଜାତିଙ୍କୁ ଜୀବନର ଅଧାସମୟ ମାତାପିତା ବା ଦେବୀଦେବତାର ମାନ୍ୟତା ଓ ଶେଷ ଅଧାସମୟ ଦତାଦର କରିବାର କିଛି ଯଥାର୍ଥତା ନାହିଁ। କାରଣ ଖାଲି ମାନ୍ୟତା ଦେଇ, ତାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାକୁ ଯଦି ଆମେ ଅକ୍ଷମ, ତେବେ ସେଭଳି ଧର୍ମଦ୍ରୋହୀ ମାନ୍ୟତା ଦେବାରେ ଆମର କୌଣସି ଅଧିକାର ନାହିଁ। ବରଂ ମାନ୍ୟତା ପ୍ରତ୍ୟାହାର କରିନେଲେ, ଦେଶର ସଦ୍‌ଭାବ ବଜାୟ ରହିବ ଓ ଏହା ସମଗ୍ର ରାଷ୍ଟ୍ର ପାଇଁ ମଙ୍ଗଳଦାୟକ ହେବ। ଉପରୋକ୍ତ ବିଷୟଟିକୁ ଅତ୍ୟନ୍ତ ସହୃଦୟତା ତଥା ମାନବିକତା ଦୃଷ୍ଟିରୁ ଚିନ୍ତନ, ମନନ କରିବା ଦରକାର।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri