ଅଭିଶପ୍ତ ଦେବତା

ନିମାଇଁ ଚରଣ ଲେଙ୍କା

ଆମର ତିନିମାତା ଅଛନ୍ତି। ୧ମରେ ଜନ୍ମଦାତ୍ରୀ ମାତା, ୨ୟରେ ମାତୃଗର୍ଭରୁ ଭୂମିଷ୍ଠ ହେଲାପରେ ଆମକୁ କୋଳେଇ ନେଉଥିବା ଧରିତ୍ରୀମାତା ଓ ୩ୟରେ ମାତୃସ୍ତନ୍ୟପାନ ଅଭାବରେ ଆମ ମୁଖରେ ଅମୃତ(କ୍ଷୀର)ଦେଉଥିବା ଗୋ’ମାତା। ଆର୍ଯ୍ୟସଂସ୍କୃତି ଓ ଶାସ୍ତ୍ରାନୁସାରେ, ଗୋ’ମାତାଙ୍କ ଶରୀରରେ ବେଦମାତା ଗାୟତ୍ରୀ, ଚାରିବେଦ, ତ୍ରିଦେବ, ତେତିଶକୋଟି ଦେବୀଦେବତା ଓ ନବଗ୍ରହ ଆଦି ଅବସ୍ଥାନ କରନ୍ତି। କେବଳ ଅମୃତତୁଲ୍ୟ କ୍ଷୀର, ଦହି, ଛେନା, ଘିଅ ଆଦି ନୁହେଁ, ଗୋମୂତ୍ର ଗୋମୟଭଳି ମହୌଷଧି ଓ ପଞ୍ଚଗବ୍ୟ, ପଞ୍ଚାମୃତ ଭଳି ଅତିପବିତ୍ର ବସ୍ତୁ ଆମେ ସେମାନଙ୍କଠାରୁ ପାଉ। କିନ୍ତୁ ସେହି ଗୋ’ମାତା ଯେତେବେଳେ ବୃଦ୍ଧା ତଥା କ୍ଷୀରଦେବାକୁ ଅକ୍ଷମ ହୋଇଯାଆନ୍ତି, ସେତେବେଳେ ସମସ୍ତ ଦେବୀଦେବତା ତାଙ୍କୁ ଛାଡ଼ି ଚାଲିଯାଆନ୍ତି। ଆମେ ତାଙ୍କୁ ଅତିଦୟନୀୟ ଅବସ୍ଥାରେ, ନିର୍ଦ୍ଦୟଭାବେ ଗୋଶାଳାକୁ ଠେଲିଦେଉ। ଏଇଆ କ’ଣ ଆମ ମାତୃପୂଜା? ଯେ ପର୍ଯ୍ୟନ୍ତ ଉପକୃତ ହେଉଥାଉ, ସେ ପର୍ଯ୍ୟନ୍ତ ତାଙ୍କ ଭିତରେ ସମସ୍ତ ଦେବୀଦେବତା ଥାଆନ୍ତି । ସ୍ବାର୍ଥ ପୂରଣ ହୋଇଗଲେ ସମସ୍ତେ ଉଭାନ ହୋଇଯାଆନ୍ତି? ଆମ କୃଷିକାର୍ଯ୍ୟ (ହଳ) ଓ ଯାତାୟାତ(ଶଗଡ଼)ର ମୁଖ୍ୟ ସହାୟକ ‘ବଳଦ’ଙ୍କର ମଧ୍ୟ ବହୁମହିମା ଗାୟନ ଅଛି। ତାଙ୍କୁ ବଡଠାକୁର ‘ବଳଦେବ’ଙ୍କ ଅଂଶାବତାର ଭାବେ ମାନ୍ୟତା ଦିଆଯାଇ ପ୍ରଭୁଙ୍କ ହସ୍ତରେ ‘ହଳ’ ଅସ୍ତ୍ରରୂପେ ଶୋଭାପାଉଛି। କିନ୍ତୁ ବର୍ତ୍ତମାନ ଦେଶର ଅବସ୍ଥା କ’ଣ ହୋଇଛି? ହଳ ଓ ଶଗଡ଼ର ପ୍ରଚଳନ ବନ୍ଦହୋଇ ତାହା ପିଲାଙ୍କ ପାଠ୍ୟପୁସ୍ତକରେ ଇତିହାସର ବସ୍ତୁ ହୋଇଗଲାଣି। ହଳର ସ୍ଥାନ ଟ୍ରାକ୍ଟର, ପାୱାରଟ୍ରିଲର୍‌ ଓ ଶଗଡ଼ର ସ୍ଥାନ ଛୋଟଟ୍ରକ ନେଲେଣି। ବଳଦଙ୍କଠାରେ ଆଉ କିଛି ପ୍ରୟୋଜନ ନାହିଁ। ପୂର୍ବେ ଗାଈ ‘ମାଈ ବାଛୁରି’ ଟିଏ ଜନ୍ମକଲେ ଆମେ ଅଶାନ୍ତି ହୋଇ କୃଷିକାର୍ଯ୍ୟ ଓ ପରିବହନର ସହାୟକ ହେବାପାଇଁ ‘ଅଣ୍ଡିରା ବାଛୁରି’ଟିଏ ଆଶା କରୁଥିଲୁ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି, ଅଣ୍ଡିରା ବାଛୁରିଟିଏ ଜନ୍ମହେଲେ, ଆମେ ତା’ଲଲାଟରେ ହତଭାଗ୍ୟ ବୋଲି ଅଦୃଶ୍ୟରେ ଲେଖିଦେଉଛୁ। ପ୍ରଭୁ ବଳଦେବଙ୍କ ଅଂଶାବତାରଙ୍କ ପ୍ରତି କ’ଣ ଏଭଳି ବ୍ୟବହାର କରାଯାଏ? କୌଣସି ବୈଜ୍ଞାନିକ ଯଦି ଗାଈକ୍ଷୀରକୁ କେବେ ‘ବିଷାକ୍ତ’ ବୋଲି ମତଦିଅନ୍ତି, ତେବେ ସେମାନଙ୍କ ଅବସ୍ଥା ମଧ୍ୟ ଜନ୍ମରୁ ‘ବଳଦ’ଙ୍କ ପରି ହୋଇପାରେ। ଏଇଆ କ’ଣ ଆମ ଧର୍ମ, ଦର୍ଶନ, ସଂସ୍କୃତି, ମାନସିକତା ଓ ମାନବିକତା? ସ୍ବାର୍ଥହାସଲ ପର୍ଯ୍ୟନ୍ତ ମାତାପିତା ଓ ଦେବୀ ଦେବତା, ଆଉ ସ୍ବାର୍ଥ ନ ଥିଲେ ଛେଳିମେଣ୍ଢାଙ୍କଠାରୁ ଅଧିକ କ୍ରୂରତା ପ୍ରଦର୍ଶନ? ସରକାରଙ୍କୁ ତଥା ଜନସାଧାରଣଙ୍କୁ କ’ଣ ଏହାର କୌଣସି ବିକଳ୍ପ ଦେଖାଯାଉନାହିଁ? ଯଦି ତାହା ହିଁ ସତ୍ୟ ହୋଇଥାଏ, ତେବେ ଏ ଦେଶ, ଜାତି ଓ ସଂସ୍କୃତି ଆଗାମୀ ଭବିଷ୍ୟତରେ ଏକ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବାର ସୂଚନା ଦେଉଛି ବୋଲି ବୁଝିବାକୁ ହେବ।
ମୁଁ ଏଠାରେ ବୈଜ୍ଞାନିକ କୃଷିଯନ୍ତ୍ରପାତିର ବ୍ୟବହାରକୁ ବିରୋଧ କରୁନାହିଁ। ସେହି ବୈଜ୍ଞାନିକଙ୍କ ମତରେ, ସମଗ୍ର ଭୂମଣ୍ଡଳରେ ଯେତେ କୋଇଲା, କିରୋସିନ, ପେଟ୍ରୋଲ, ଡିଜେଲ ଆଦି ଗଚ୍ଛିତ ଅଛି, ସେସବୁ ଆଉ ୩୦ବର୍ଷ ଭିତରେ ସମାପ୍ତ ହୋଇଯିବ। ତେଣିକି ଏସବୁ ଯନ୍ତ୍ରପାତି ଆଉ କୌଣସି କାମରେ ଆସିବନାହିଁ। ଆମେ ବଳଦଙ୍କ ବଂଶନାଶ କରି ସେତେବେଳକୁ କରିବା କ’ଣ? ଗୋ’ଜାତିଙ୍କୁ ପ୍ରକୃତରେ ଦେବୀଦେବତା ବା ନିଜ ମାତାପିତାଙ୍କ ଭଳି ଯଦି ଭାବୁଥାଆନ୍ତେ, ତା’ହେଲେ କ’ଣ ସେମାନଙ୍କ ପ୍ରତି ଏଭଳି ଅମାନବୀୟ ବ୍ୟବହାର କରୁଥାଆନ୍ତେ? ଯଦି ପ୍ରକୃତରେ ଆମେ ସେମାନଙ୍କୁ ସେହି ମାନ୍ୟତା ଦେଉଥାଉ, ତେବେ ଭବିଷ୍ୟତରେ ସେହି ବଳଦଙ୍କ ପାଇଁ ସମାଜର ମଙ୍ଗଳ ନିମନ୍ତେ କିଛି ‘କର୍ମସୃଷ୍ଟି’ କରାଯାଉ ଏବଂ ସମଗ୍ର ଗୋ’ଜାତିଙ୍କ ‘ବୃଦ୍ଧାବସ୍ଥା’ରେ ନିଜ ଲୌକିକ ମାତାପିତାଙ୍କ ଭଳି, ମୃତ୍ୟୁପର୍ଯ୍ୟନ୍ତ ସେବାପାଇଁ, ପର୍ଯ୍ୟାପ୍ତ ‘ଗୋଶାଳା’ ନିର୍ମାଣର ବ୍ୟବସ୍ଥା କରାଯାଉ। ତେବେଯାଇ ତାଙ୍କୁ ଆମର ମାତାପିତା ବା ଦେବୀଦେବତାରୂପେ ଆଖ୍ୟାୟିତ କରିବା ଯଥାର୍ଥ ହେବ। ଆଉ ଏହା ଯଦି ଅସମ୍ଭବ ହୁଏ, ତେବେ ସମଗ୍ର ଗୋ’ଜାତିଠାରୁ ସେହି ଛଳନାପୂର୍ଣ୍ଣ ମିଥ୍ୟା ମାନ୍ୟତା ପ୍ରତ୍ୟାହାର କରାଯାଉ ଓ ପ୍ରଭୁ ବଳଦେବଙ୍କ ହସ୍ତରେ ଥିବା ‘ହଳ’ ପରିବର୍ତ୍ତେ ଅନ୍ୟ କୌଣସି ‘କୃଷିଯନ୍ତ୍ରପାତି’ ଶୋଭାପାଉ। କାରଣ ଏହି ଗୋ’ଜାତିଙ୍କୁ ଜୀବନର ଅଧାସମୟ ମାତାପିତା ବା ଦେବୀଦେବତାର ମାନ୍ୟତା ଓ ଶେଷ ଅଧାସମୟ ଦତାଦର କରିବାର କିଛି ଯଥାର୍ଥତା ନାହିଁ। କାରଣ ଖାଲି ମାନ୍ୟତା ଦେଇ, ତାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାକୁ ଯଦି ଆମେ ଅକ୍ଷମ, ତେବେ ସେଭଳି ଧର୍ମଦ୍ରୋହୀ ମାନ୍ୟତା ଦେବାରେ ଆମର କୌଣସି ଅଧିକାର ନାହିଁ। ବରଂ ମାନ୍ୟତା ପ୍ରତ୍ୟାହାର କରିନେଲେ, ଦେଶର ସଦ୍‌ଭାବ ବଜାୟ ରହିବ ଓ ଏହା ସମଗ୍ର ରାଷ୍ଟ୍ର ପାଇଁ ମଙ୍ଗଳଦାୟକ ହେବ। ଉପରୋକ୍ତ ବିଷୟଟିକୁ ଅତ୍ୟନ୍ତ ସହୃଦୟତା ତଥା ମାନବିକତା ଦୃଷ୍ଟିରୁ ଚିନ୍ତନ, ମନନ କରିବା ଦରକାର।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri