ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ

ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି।  ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ ବିଧାୟକ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ସେଠୀ, ଡ଼ଃ ରବୀନ୍ଦ୍ର କୁମାର ସେଠୀ ଏବଂ ଏବେକାର ବିଧାୟକ ସମୀର ରଞ୍ଜନ ଦାଶ ରାଜ୍ୟ ସରକାରରେ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ ।   ଗୋବିନ୍ଦ ସେଠୀ ଏବଂ ରବୀନ୍ଦ୍ର କୁମାର ସେଠୀ ମନ୍ତ୍ରୀ ହେବା ପରେ ଆଉ ବିଧାନସଭା ଦେଖି ନ ଥିଲେ।  ସେହିକ୍ରମରେ ଦେଖିଲେ ଏବେକାର ବିଧାୟକ ସମୀରଙ୍କ କ୍ଷେତ୍ରରେ ତାହା ହେବାକୁ ଯାଉଛି। ବିଜେଡି ବୁଧବାର ନିମାପଡ଼ା ପାଇଁ ଦିଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା ପରେ ସମୀରଙ୍କ ଆଶା ମଉଳି ଯାଇଛି।
ସୂଚନାଯୋଗ୍ୟ, ସ୍ବର୍ଗତଃ ଗୋବିନ୍ଦ ସେଠୀ  ୩, ୫ ଏବଂ ୭ମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।  ଶେଷପାଳିରେ ଉପମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସ୍ବର୍ଗତଃ ସେଠୀ ।  ସେହିଭଳି ଡ଼ଃ ରବୀନ୍ଦ୍ର କୁମାର ସେଠୀ ୮ମ, ୯ମ ଏବଂ ୧୧ଶ ବିଧାନସଭାକୁ ନିିର୍ବାଚିତ ହୋଇଥିଲେ।  ଶେଷପାଳିରେ ଡ଼ଃ ସେଠୀ ରାଷ୍ଟ୍ରମନ୍ତ୍ରୀ ପଦ ସମ୍ଭାଳି ଥିଲେ।  ଏବେକାର ବିଧାୟକ ସମୀର ରଞ୍ଜନ ଦାଶ ୧୪, ୧୫ ଏବଂ ୧୬ଶ ବିଧାନସଭାରେ ସଦସ୍ୟ ହୋଇ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ରହିଥିଲେ ।  ବୁଧବାର ବିଜେଡି ଟିକେଟ ଘୋଷଣା ପରେ ବର୍ତମାନ ସମୀର ଦାଶ ସେହି ରାସ୍ତାର ପଥିକ ହେବାକୁ ଯାଉଛନ୍ତି ।  ଖାଲି ସେତିକି ନୁହେଁ, ନିମାପଡ଼ାରେ କେହି ବି ଚତୁର୍ଥଥର ବିଧାୟକ ହୋଇନାହାନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଛାତ୍ର ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ,୨୨।୫: ଲକ୍ଷ୍ନୌର ଆଲିଗଞ୍ଜରେ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନେକ ଛାତ୍ର କୋଚିଂ ସେଣ୍ଟର…

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଷ୍ଟାର୍ମରଙ୍କ ଇସ୍ତଫା ପେରେ ଜାଣନ୍ତୁ କିଏ ହେବେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨।୬: ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସୋମବାର ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦ ଛାଡିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଷ୍ଟାର୍ମର କହିଛନ୍ତି,…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri