ବାଲେଶ୍ୱର ସହରରୁ କର୍ଫ୍ୟୁ ହଟିଲା

ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ନେଇ ଅଶାନ୍ତ ହୋଇପଡିଥିବା ବାଲେଶ୍ୱର ସହରରୁ ୧୫ଦିନ ପରେ କର୍ଫ୍ୟୁ ହଟାଯାଇଛି। ବିଶେଷ କରି ବାଲେଶ୍ୱର ଟାଉନ, ସହଦେବଖୁଣ୍ଟା ଓ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା। ପ୍ରଥମେ ଶିଳ୍ପାଞ୍ଚଳ ଥାନାକୁ କର୍ଫ୍ୟୁମୁକ୍ତ କରାଯାଇଥିବା ବେଳେ ଟାଉନ୍‌ ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇ କେବଳ ରାତ୍ରିକାଳୀନ କର୍ଫ୍ୟୁ(ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ) ବଳବତ୍ତର ରହିଥିଲା। ମଙ୍ଗଳବାର ସନ୍ଧ୍ୟା ୭ଟାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଆଶିଷ ଠାକ୍‌ରେ ଓ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଉପସ୍ଥିତ ରହି ମଙ୍ଗଳବାର ରାତିଠାରୁ ସହର କର୍ଫ୍ୟୁମୁକ୍ତ ହୋଇଥିବା ସୂଚନା ଦେଇଛନ୍ତି। ଜିଲାପାଳ ଠାକ୍‌ରେ କହିଛନ୍ତି ଯେ, ବାଲେଶ୍ୱର ସହରରେ ଦୁଇଟି ଥାନା ଅଞ୍ଚଳରେ ଚାଲିଥିବା ରାତ୍ରିକାଳୀନ କର୍ଫ୍ୟୁ ହଟାଇ ଦିଆଯାଇଛି। ତଥାପି ଉକ୍ତ ଅଞ୍ଚଳକୁ ପୋଲିସ ନଜରରେ ରଖାଯାଇଛି। ମାଇକ୍ରୋ ପିସ୍‌ କମିଟିର ମିଟିଂ ମାଧ୍ୟମରେ ପ୍ରତିଦିନ ବିଭିନ୍ନ ଅଧିକାରୀଙ୍କ ସହ ବସି ଆଲୋଚନା ଜାରି ରହିଛି। ପୋଲିସ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି। ମାଇକ୍ରୋ ପିସ୍‌ କମିଟିରେ ଅଞ୍ଚଳର ଅବସ୍ଥା ଭଲ ଥିବା ଜଣାପଡ଼ିଛି। ନିଜ ନିଜ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଲୋକେ ଦାୟିତ୍ୱ ନେଉଛନ୍ତି। ଗତ ଶନିବାର ବିଭିନ୍ନ ଦଳ ଓ ବର୍ଗର ଲୋକଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ମଧ୍ୟ ସହରରେ ଶାନ୍ତି ଫେରାଇବା ଆଣିବା ପାଇଁ ଗୁରୁତ୍ୱାରୋପ କରାଯାଇ ଭାଇଚାରାର ସହର ବାଲେଶ୍ୱରକୁ ସ୍ବାଭାବିକ ସ୍ଥିତିରେ ରଖାଯିବା ଉଦ୍ୟମ କରାଯାଇଥିବା କହିଥିଲେ।
ଅନ୍ୟପକ୍ଷରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ କହିଛନ୍ତି, କର୍ଫ୍ୟୁ ଉଠିଥିଲେ ମଧ୍ୟ ପୋଲିସ ପ୍ରଶାସନ ଏହା ଉପରେ ସତର୍କ ନଜର ରଖିଛି। ଯେପରି ଏଭଳି କୌଣସି ଅଘଟଣ ନ ଘଟୁ। ଆଗାମୀ ଦିନରେ ମହାପ୍ରଭୁଙ୍କର ରଥଯାତ୍ରା ଏବଂ ମହରମ୍‌ ପର୍ବ ଆସୁଛି। ଏ ବାବଦରେ ଭିନ୍ନ ଭିନ୍ନ ଆଲୋଚନା ଜାରି ରହିଛି। ସୋସିଆଲ ମିଡ଼ିଆକୁ ବ୍ୟବହାର କରି କୌଣସି ଗୁଜବକୁ ପ୍ରଚାର ନ କରିବା ପାଇଁ ଅନୁରୋଧ କରିଛନ୍ତି, ଯଦି କରନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ଦେଇଛନ୍ତି। ମିଛ ଗୁଜବ ମାଧ୍ୟମରେ କୌଣସି ଅଘଟଣ ପରିସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କଲେ ନିଶ୍ଚିତ ଭାବେ ଗିରଫ କରାଯିବ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ମୋଟ୍‌ ୨୪ଟି ମାମଲା ରୁଜୁ କରାଯାଇ ୯୪ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri