ଦ୍ୱନ୍ଦ୍ୱରେ କପ୍‌୨୭

ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୭ ଅନୁଷ୍ଠିତ ହେବ। ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ କପ୍‌୨୫ ଓ କପ୍‌୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ମଧ୍ୟ ଏବେ ପର୍ଯ୍ୟଟନ ଦେଶ ଇଜିପ୍ଟରେ ମୌଳିକ ମାନବ ଅଧିକାର ଉଲ୍ଳଂଘନ ହେଉଥିବା ଅଭିଯୋଗ ଆଣି କପ୍‌୨୭ରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ପରିବେଶଗତ ପ୍ରଭାବକୁ କମ୍‌ କରିବା ଲାଗି ବାସ୍ତବ ପଦକ୍ଷେପ ଗ୍ରହଣ ନ କରି ସବୁଜକରଣ ପାଇଁ ଅର୍ଥ ଓ ସମୟ ଉପଯୋଗ କରିବା କଥା ଯାହା କୁହାଯାଉଛି ତାହା ଏକ ମିଥ୍ୟା ଓ ଠକାମିକୁ ସୂଚାଉଛି। ସ୍ମରଣଯୋଗ୍ୟ, ପୂର୍ବରୁ ସେ ପରିବେଶ ସୁରକ୍ଷାକୁ ନେଇ କହିଥିଲେ ‘ବ୍ଲା ବ୍ଲା ବ୍ଲା’ , ଅର୍ଥାତ୍‌ ସମସ୍ତେ କେବଳ କହୁଛନ୍ତି, କିନ୍ତୁ କିଛି କରୁନାହାନ୍ତି। ଅନ୍ୟ ଏକ ଘଟଣାଚକ୍ରରେ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହାକୁ ‘ନେତୃତ୍ୱର ବିଫଳତା’ ବୋଲି ଦୋଷ ଲଦି ସମ୍ମିଳନୀକୁ ଯିବା ଲାଗି ପୂର୍ବରୁ ମନା କରିଥିଲେ ମଧ୍ୟ ଏବେ ସେଥିରେ ଭାଗ ନେବା ଲାଗି କହିଛନ୍ତି। ତାଙ୍କ ଉପରେ ରାଜନୈତିକ ଚାପ ପଡ଼ିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଏବଂ କିଛି ଦିନ ତଳେ ଲିଜ୍‌ ଟ୍ରସ ଉକ୍ତ ସମ୍ମିଳନୀରେ ଭାଗ ନେବା ଲାଗି ଘୋଷଣା କରିଥିଲେ, ଯାହା ସୁନକଙ୍କୁ ଏଭଳି ନିଷ୍ପତ୍ତି ନେବା ଲାଗି ବାଧ୍ୟ କରିଥିବା କୁହାଯାଉଛି। କାରଣ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କଠାରୁ ପୃଥିବୀର ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ ବୋଲି ପ୍ରତିପାଦିତ କରିବାକୁ ଚାହିଁଛନ୍ତି। ସମ୍ମିଳନୀକୁ ନେଇ ଏଭଳି ନାଟକୀୟ ମୋଡ଼ ଦେଖାଯାଇଥିବାବେଳେ କ୍ଲାଇମେଟ୍‌ ଫାଇନାନ୍ସ ଡେଲିଭରି ପ୍ଲାନ୍‌ ପ୍ରୋଗ୍ରେସ ରିପୋର୍ଟ ପ୍ରକାଶ ପାଇବା ପରେ ଧନୀଦେଶଗୁଡ଼ିକର ମୁଖା ଖୋଲିଯାଇଛି। ଏଥିରେ କୁହାଯାଇଛି ଯେ, ଜଳବାୟୁ ପ୍ରଭାବକୁ ରୋକିିବା ଲାଗି ବିକଶିତ ଦେଶଗୁଡ଼ିକ ଏପର୍ଯ୍ୟନ୍ତ ଠିକ୍‌ ଭାବେ ଆର୍ଥିକ ସଞ୍ଚାଳନ କରିପାରିନାହାନ୍ତି। ରିପୋର୍ଟ ସୂଚାଇ ଦେଇଛି, କେବଳ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଡ଼ କରିଦେଲେ ଚଳିବ ନାହିଁ ବରଂ ଏଥିପାଇଁ ବୈଶ୍ୱିକ ନିବେଶର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟକୁ ନିୟନ୍ତ୍ରଣ କରିବାକୁ ହେଲେ ପାଣ୍ଠି ସଂଗ୍ରହ ଓ ତା’ର ସମବଣ୍ଟନ ଦରକାର। କିନ୍ତୁ ପାଣ୍ଠି ଯୋଗାଡ଼ କରି ତାହାକୁ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଯୋଗାଇ ଦେବାରେ ଧନିକ ବିଶ୍ୱ ବିଫଳ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କାର୍ବନ ନିର୍ଗମନଜନିତ ବିପଦ ଦୂର ପାଇଁ ୨୦୨୦ ପରେ ପ୍ରତିବର୍ଷ ଧନୀଦେଶଗୁଡ଼ିକ ୧୦୦ ବିଲିୟନ ଆମେରିକୀୟ ଡଲାର ସଂଗ୍ରହ କରି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଦେବା ଲାଗି ୨୦୦୯ କପ୍‌୧୫ରେ ସଙ୍କଳ୍ପ ନେଇଥିଲେ। ଏକ ଦଶନ୍ଧି ପୂର୍ବର ଧାର୍ଯ୍ୟ ଲକ୍ଷ୍ୟ ଓ ବାସ୍ତବତା ମଧ୍ୟରେ ବହୁ ପ୍ରଭେଦ ଦେଖାଯାଇଛି। ଲକ୍ଷ୍ୟଚ୍ୟୁତ ହେବାର କାରଣଗୁଡ଼ିକ ମଧ୍ୟରେ ରହିଛି ଆର୍ଥିକ ପ୍ରତିଯୋଗିତା, ଅବିଶ୍ୱାସ ଓ ବୈଧାନିକ ସଙ୍କଟ ଏବଂ ଯୁଦ୍ଧ ଭଳି ସ୍ଥିତି। ଏବେ ରୁଷିିଆର ୟୁକ୍ରେନ ଆକ୍ରମଣ ଯୋଗୁ ଜଳବାୟୁ ପ୍ରଭାବ ହ୍ରାସ କରିବାରେ ଜଡ଼ିତ ଧନୀ ଦେଶଗୁଡ଼ିକ ଯୁଦ୍ଧମୁହାଁ ହୋଇଛନ୍ତି। ଏଥିରେ ଏମାନଙ୍କ ସହ ବିକାଶଶୀଳ ଦେଶଗୁଡ଼ିକ ସାମିଲ ହେବାରେ ଲାଗିଛନ୍ତି। ଅନ୍ୟପଟେ ବିଶ୍ୱରେ ୪୦%ରୁ ଊର୍ଦ୍ଧ୍ୱ କାର୍ବନ ଡାଇଅକ୍ସାଇଡ ନିର୍ଗମନ କରୁଥିବା ଚାଇନା ଓ ଆମେରିକାର କଥା ଏବଂ କାମରେ ପ୍ରଭେଦ ରହୁଛି। ଦେଖିବାକୁ ଗଲେ ବିଶ୍ୱରେ ଶୀତଳ ଯୁଦ୍ଧ ମଧ୍ୟରେ ଏକ ଛାୟା ଯୁଦ୍ଧ ଚାଲିଛି। ଫଳରେ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଧନୀଦେଶଗୁଡ଼ିକର ଯୋଗଦାନ ନାଟକବାଜିଠାରୁ ଅଧିତ୍କ ବାସ୍ତବବାଦୀ ହୋଇପାରିନାହିଁ।
ଜଳବାୟୁ ପରିବର୍ତ୍ତନ ବିଶ୍ୱ ସମ୍ମୁଖରେ ଏକ ବିରାଟ ଆହ୍ବାନ ଭାବେ ଉଭାହୋଇଛି। ଏଭଳି ସ୍ଥିତିରେ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରି ଏକ ପରିବେଶ ସହନୀୟ ବିଶ୍ୱ ନିଶ୍ଚିତ କରିବା ଲାଗି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ପାଣ୍ଠି ଯୋଗାଣର ଆବଶ୍ୟକତା ଅଧିକ ରହିଛି। ଧନୀଦେଶଗୁଡ଼ିକ ମଧ୍ୟରେ ସାମଗ୍ରିକ ସହଯୋଗ ବୃଦ୍ଧି ପାଇଲେ ଅନେକ କିଛି ହାସଲ କରାଯାଇପାରନ୍ତା। କିନ୍ତୁ ଆଜିର ନୂଆ ବିଶ୍ୱରେ ସହଯୋଗଭିତ୍ତିକ କୂଟନୀତି କମ୍‌ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଧନୀବିଶ୍ୱର ଛଳନା ସ୍ଥିତିକୁ ଜଟିଳ କରୁଛି। ତେବେ ବୁଝିବାକୁ ହେବ ଯେ, ଆମ ସମ୍ମୁଖରେ ବହୁ ଆହ୍ବାନ ରହିଥିଲେ ବି ଅଧିତ୍କ ସୁଯୋଗ ଅଛି। ଧନୀଦେଶଗୁଡ଼ିକ ପଛଘୁଞ୍ଚା ନ ଦେଇ ପ୍ରତିଶ୍ରୁତିବଦ୍ଧ ପାଣ୍ଠି ଯୋଗାଡ଼ ଓ ତା’ର ନିବେଶକୁ ନିଶ୍ଚିତ କରିବାକୁ ହେବ। ତେବେ ସେମାନେ ବିଶ୍ୱରେ ପ୍ରଭାବ ଜାହିର କରିବାକୁ ପ୍ରତିଯୋଗିତା କରିବେ ନା ବିଶ୍ୱକୁ ସମ୍ମିଳିତ ଭାବେ ରକ୍ଷା କରିବାକୁ ସକ୍ଷମ ହେବେ, ତାହା ଆଗକୁ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri