ଦ୍ୱନ୍ଦ୍ୱରେ କପ୍‌୨୭

ନଭେମ୍ବର ୬ରୁ ୧୮ ପର୍ଯ୍ୟନ୍ତ ଇଜିପ୍ଟରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୭ ଅନୁଷ୍ଠିତ ହେବ। ପ୍ରଖ୍ୟାତ ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ କପ୍‌୨୫ ଓ କପ୍‌୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ମଧ୍ୟ ଏବେ ପର୍ଯ୍ୟଟନ ଦେଶ ଇଜିପ୍ଟରେ ମୌଳିକ ମାନବ ଅଧିକାର ଉଲ୍ଳଂଘନ ହେଉଥିବା ଅଭିଯୋଗ ଆଣି କପ୍‌୨୭ରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, ପରିବେଶଗତ ପ୍ରଭାବକୁ କମ୍‌ କରିବା ଲାଗି ବାସ୍ତବ ପଦକ୍ଷେପ ଗ୍ରହଣ ନ କରି ସବୁଜକରଣ ପାଇଁ ଅର୍ଥ ଓ ସମୟ ଉପଯୋଗ କରିବା କଥା ଯାହା କୁହାଯାଉଛି ତାହା ଏକ ମିଥ୍ୟା ଓ ଠକାମିକୁ ସୂଚାଉଛି। ସ୍ମରଣଯୋଗ୍ୟ, ପୂର୍ବରୁ ସେ ପରିବେଶ ସୁରକ୍ଷାକୁ ନେଇ କହିଥିଲେ ‘ବ୍ଲା ବ୍ଲା ବ୍ଲା’ , ଅର୍ଥାତ୍‌ ସମସ୍ତେ କେବଳ କହୁଛନ୍ତି, କିନ୍ତୁ କିଛି କରୁନାହାନ୍ତି। ଅନ୍ୟ ଏକ ଘଟଣାଚକ୍ରରେ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହାକୁ ‘ନେତୃତ୍ୱର ବିଫଳତା’ ବୋଲି ଦୋଷ ଲଦି ସମ୍ମିଳନୀକୁ ଯିବା ଲାଗି ପୂର୍ବରୁ ମନା କରିଥିଲେ ମଧ୍ୟ ଏବେ ସେଥିରେ ଭାଗ ନେବା ଲାଗି କହିଛନ୍ତି। ତାଙ୍କ ଉପରେ ରାଜନୈତିକ ଚାପ ପଡ଼ିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଏବଂ କିଛି ଦିନ ତଳେ ଲିଜ୍‌ ଟ୍ରସ ଉକ୍ତ ସମ୍ମିଳନୀରେ ଭାଗ ନେବା ଲାଗି ଘୋଷଣା କରିଥିଲେ, ଯାହା ସୁନକଙ୍କୁ ଏଭଳି ନିଷ୍ପତ୍ତି ନେବା ଲାଗି ବାଧ୍ୟ କରିଥିବା କୁହାଯାଉଛି। କାରଣ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କଠାରୁ ପୃଥିବୀର ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ ବୋଲି ପ୍ରତିପାଦିତ କରିବାକୁ ଚାହିଁଛନ୍ତି। ସମ୍ମିଳନୀକୁ ନେଇ ଏଭଳି ନାଟକୀୟ ମୋଡ଼ ଦେଖାଯାଇଥିବାବେଳେ କ୍ଲାଇମେଟ୍‌ ଫାଇନାନ୍ସ ଡେଲିଭରି ପ୍ଲାନ୍‌ ପ୍ରୋଗ୍ରେସ ରିପୋର୍ଟ ପ୍ରକାଶ ପାଇବା ପରେ ଧନୀଦେଶଗୁଡ଼ିକର ମୁଖା ଖୋଲିଯାଇଛି। ଏଥିରେ କୁହାଯାଇଛି ଯେ, ଜଳବାୟୁ ପ୍ରଭାବକୁ ରୋକିିବା ଲାଗି ବିକଶିତ ଦେଶଗୁଡ଼ିକ ଏପର୍ଯ୍ୟନ୍ତ ଠିକ୍‌ ଭାବେ ଆର୍ଥିକ ସଞ୍ଚାଳନ କରିପାରିନାହାନ୍ତି। ରିପୋର୍ଟ ସୂଚାଇ ଦେଇଛି, କେବଳ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଡ଼ କରିଦେଲେ ଚଳିବ ନାହିଁ ବରଂ ଏଥିପାଇଁ ବୈଶ୍ୱିକ ନିବେଶର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟକୁ ନିୟନ୍ତ୍ରଣ କରିବାକୁ ହେଲେ ପାଣ୍ଠି ସଂଗ୍ରହ ଓ ତା’ର ସମବଣ୍ଟନ ଦରକାର। କିନ୍ତୁ ପାଣ୍ଠି ଯୋଗାଡ଼ କରି ତାହାକୁ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଯୋଗାଇ ଦେବାରେ ଧନିକ ବିଶ୍ୱ ବିଫଳ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କାର୍ବନ ନିର୍ଗମନଜନିତ ବିପଦ ଦୂର ପାଇଁ ୨୦୨୦ ପରେ ପ୍ରତିବର୍ଷ ଧନୀଦେଶଗୁଡ଼ିକ ୧୦୦ ବିଲିୟନ ଆମେରିକୀୟ ଡଲାର ସଂଗ୍ରହ କରି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଦେବା ଲାଗି ୨୦୦୯ କପ୍‌୧୫ରେ ସଙ୍କଳ୍ପ ନେଇଥିଲେ। ଏକ ଦଶନ୍ଧି ପୂର୍ବର ଧାର୍ଯ୍ୟ ଲକ୍ଷ୍ୟ ଓ ବାସ୍ତବତା ମଧ୍ୟରେ ବହୁ ପ୍ରଭେଦ ଦେଖାଯାଇଛି। ଲକ୍ଷ୍ୟଚ୍ୟୁତ ହେବାର କାରଣଗୁଡ଼ିକ ମଧ୍ୟରେ ରହିଛି ଆର୍ଥିକ ପ୍ରତିଯୋଗିତା, ଅବିଶ୍ୱାସ ଓ ବୈଧାନିକ ସଙ୍କଟ ଏବଂ ଯୁଦ୍ଧ ଭଳି ସ୍ଥିତି। ଏବେ ରୁଷିିଆର ୟୁକ୍ରେନ ଆକ୍ରମଣ ଯୋଗୁ ଜଳବାୟୁ ପ୍ରଭାବ ହ୍ରାସ କରିବାରେ ଜଡ଼ିତ ଧନୀ ଦେଶଗୁଡ଼ିକ ଯୁଦ୍ଧମୁହାଁ ହୋଇଛନ୍ତି। ଏଥିରେ ଏମାନଙ୍କ ସହ ବିକାଶଶୀଳ ଦେଶଗୁଡ଼ିକ ସାମିଲ ହେବାରେ ଲାଗିଛନ୍ତି। ଅନ୍ୟପଟେ ବିଶ୍ୱରେ ୪୦%ରୁ ଊର୍ଦ୍ଧ୍ୱ କାର୍ବନ ଡାଇଅକ୍ସାଇଡ ନିର୍ଗମନ କରୁଥିବା ଚାଇନା ଓ ଆମେରିକାର କଥା ଏବଂ କାମରେ ପ୍ରଭେଦ ରହୁଛି। ଦେଖିବାକୁ ଗଲେ ବିଶ୍ୱରେ ଶୀତଳ ଯୁଦ୍ଧ ମଧ୍ୟରେ ଏକ ଛାୟା ଯୁଦ୍ଧ ଚାଲିଛି। ଫଳରେ ଜଳବାୟୁ ପରିବର୍ତ୍ତନ ଲଢ଼େଇରେ ଧନୀଦେଶଗୁଡ଼ିକର ଯୋଗଦାନ ନାଟକବାଜିଠାରୁ ଅଧିତ୍କ ବାସ୍ତବବାଦୀ ହୋଇପାରିନାହିଁ।
ଜଳବାୟୁ ପରିବର୍ତ୍ତନ ବିଶ୍ୱ ସମ୍ମୁଖରେ ଏକ ବିରାଟ ଆହ୍ବାନ ଭାବେ ଉଭାହୋଇଛି। ଏଭଳି ସ୍ଥିତିରେ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରି ଏକ ପରିବେଶ ସହନୀୟ ବିଶ୍ୱ ନିଶ୍ଚିତ କରିବା ଲାଗି ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ପାଣ୍ଠି ଯୋଗାଣର ଆବଶ୍ୟକତା ଅଧିକ ରହିଛି। ଧନୀଦେଶଗୁଡ଼ିକ ମଧ୍ୟରେ ସାମଗ୍ରିକ ସହଯୋଗ ବୃଦ୍ଧି ପାଇଲେ ଅନେକ କିଛି ହାସଲ କରାଯାଇପାରନ୍ତା। କିନ୍ତୁ ଆଜିର ନୂଆ ବିଶ୍ୱରେ ସହଯୋଗଭିତ୍ତିକ କୂଟନୀତି କମ୍‌ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଧନୀବିଶ୍ୱର ଛଳନା ସ୍ଥିତିକୁ ଜଟିଳ କରୁଛି। ତେବେ ବୁଝିବାକୁ ହେବ ଯେ, ଆମ ସମ୍ମୁଖରେ ବହୁ ଆହ୍ବାନ ରହିଥିଲେ ବି ଅଧିତ୍କ ସୁଯୋଗ ଅଛି। ଧନୀଦେଶଗୁଡ଼ିକ ପଛଘୁଞ୍ଚା ନ ଦେଇ ପ୍ରତିଶ୍ରୁତିବଦ୍ଧ ପାଣ୍ଠି ଯୋଗାଡ଼ ଓ ତା’ର ନିବେଶକୁ ନିଶ୍ଚିତ କରିବାକୁ ହେବ। ତେବେ ସେମାନେ ବିଶ୍ୱରେ ପ୍ରଭାବ ଜାହିର କରିବାକୁ ପ୍ରତିଯୋଗିତା କରିବେ ନା ବିଶ୍ୱକୁ ସମ୍ମିଳିତ ଭାବେ ରକ୍ଷା କରିବାକୁ ସକ୍ଷମ ହେବେ, ତାହା ଆଗକୁ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri