ସାହସୀ ଇରାନୀୟ ମହିଳା

ମହସା ଅମିନ୍‌ଙ୍କ ମୃତ୍ୟୁ ପରେ ଇରାନ୍‌ରେ ହିଜାବ ବିରୋଧୀ ଆନ୍ଦୋଳନ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ରକ୍ଷଣଶୀଳ ଶାସକଙ୍କୁ ବିରୋଧ କରି ଇରାନ୍‌ ମହିଳାଙ୍କ ସହ ସେଠାକାର ପୁରୁଷମାନେ ଯେଭଳି ପ୍ରତିବାଦ କରୁଛନ୍ତି, ତାହା ଏକ ବିପ୍ଳବର ରୂପ ନେଇଛି। ନିକଟରେ ସେଲିବ୍ରିଟି ସେଫ୍‌ ମେହରଶଦ ଶାହିଦି ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହେବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ହାଜତରେ ଥିବା ବେଳେ ଇରାନ୍‌ର ରିଭୋଲ୍ୟୁଶନାରୀ ଗାର୍ଡଙ୍କ ମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଇରାନ୍‌ରେ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି। ଇରାନ୍‌ ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି ଯେ, ଗତ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ବିକ୍ଷୋଭରେ ଇତିମଧ୍ୟରେ ୨୦୧ ଜଣଙ୍କ ମୃତ୍ୟୁ ଘଟିଲାଣି।
ପାଶ୍ଚାତ୍ୟ ଦେଶଗୁଡ଼ିକ ସାଧାରଣତଃ ଇରାନ୍‌ ସମେତ ଅନ୍ୟାନ୍ୟ ଆରବୀୟ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରକୁ ନୂ୍ୟନ ଦୃଷ୍ଟିରେ ଦେଖି ରକ୍ଷଣଶୀଳ ଓ ଧର୍ମାନ୍ଧ ଆଖ୍ୟା ଦେଇଥାଆନ୍ତି। ହେଲେ ଏବେ ଯେଭଳି ଭାବେ ଇରାନ୍‌ର ମହିଳା ରାସ୍ତାକୁ ଓହ୍ଲାଇ ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା ଲାଗି ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି, ତାହା ବିକଶିତ ଓ ପାଶ୍ଚାତ୍ୟ ରାଷ୍ଟ୍ରକୁ ବ୍ୟଥିତ କରିବା କଥା। ଉଦାହରଣ ସ୍ବରୂପ, ଆମେରିକାର ଅନେକ ରାଜ୍ୟରେ ମହିଳାଙ୍କ ବହୁ ଅଧିକାର ସମେତ ଗର୍ଭପାତ ଭଳି ବ୍ୟକ୍ତିଗତ ପସନ୍ଦକୁ ସଙ୍କୁଚିତ କରିଦିଆଯାଇଛି। ଏଥିରୁ ବୁଝାପଡ଼ୁଛି ଯେ, ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରି ବିଶ୍ୱକୁ ସର୍ବଦା ନୂଆ ବାର୍ତ୍ତା ଦେଉଥିବା ଆମେରିକୀୟଙ୍କ କ୍ଷେତ୍ରରେ ଇରାନ୍‌ ମହିଳାଙ୍କ ଭଳି ସାହସ ଦେଖିବାକୁ ମିଳିନାହିଁ। ବ୍ୟକ୍ତିର ନିଜ ଶରୀର ଓ ଚିନ୍ତା ଉପରେ ଅଧିକାର ନିହିତ ରହିଛି। ତାହାକୁ ଛଡ଼ାଇ ନେବାକୁ ଚାହୁଁଥିବା ବର୍ଗକୁ ସବୁଆଡ଼ୁ ବିରୋଧ ହେବା ଦରକାର। ସମ୍ଭବତଃ ଦୀର୍ଘବର୍ଷ ଧରି ଅତ୍ୟାଚାରିତ ହୋଇ ଆସୁଥିବା ଇରାନ୍‌ ମହିଳାମାନେ ହୃଦୟଙ୍ଗମ କରିବା ପରେ ଅନ୍ଦୋଳନ ବ୍ୟାପକ ହୋଇଛି। ସେମାନଙ୍କୁ ସହଯୋଗ କରିବା ଲାଗି ପୁରୁଷମାନେ ଆଗେଇ ଆସିବା ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ଜଣେ ବ୍ୟକ୍ତି କ’ଣ ପିନ୍ଧିବେ, ଖାଇବେ, କାହାକୁ ବିବାହ କରିବେ, ପସନ୍ଦ କ’ଣ ରହିବ ସବୁକିଛି ତାଙ୍କ ଇଚ୍ଛାଧୀନ ହେବା କଥା। ଗୋଟେ ବର୍ଗ ବା ଗୋଷ୍ଠୀ ତାଙ୍କ ଉପରେ କଟକଣା ଲଗାଇବା ବ୍ୟକ୍ତି ସ୍ବାଧୀନତାକୁ କୁଠାରାଘାତ କରିଥାଏ। ଭାରତରେ ମଧ୍ୟ କିଛି ବର୍ଷ ହେବ ଧର୍ମୀୟ ଚିନ୍ତା ଲୋକଙ୍କ ଉପରେ ଲଦି ଦିଆଯିବା ଓ ଅସହିଷ୍ଣୁତାଜନିତ ବିବାଦ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଏଠାରେ ଯୁବତୀ ବା ମହିଳାଙ୍କୁ ବଳାତ୍କାର କରାଗଲେ, ଦୋଷ ସେମାନଙ୍କ ପୋଷାକ ଆଡ଼କୁ ଯାଉଛି। ଗୋଟିଏ ପଟେ ଭାରତ ସୁପରପାଓ୍ବାର ହେବ ବୋଲି କୁହାଯାଉଥିବା ବେଳେ ଅପରପକ୍ଷରେ ରକ୍ଷଣଶୀଳ ଚିନ୍ତାଧାରା ଅନେକ ନେତାଙ୍କୁ ଜାବୁଡ଼ି ଧରିଛି।
ଇରାନ୍‌ରେ ଏବେ ମହିଳାମାନେ ଯେଭଳି ପଦକ୍ଷେପ ନେଇ ସେଠାକାର ସରକାରଙ୍କୁ ସମଗ୍ର ବିଶ୍ୱରେ ନିନ୍ଦିତ କରାଇ ଦେଇଛନ୍ତି, ସମ୍ଭବତଃ ନିକଟ ଅତୀତରେ ଅନ୍ୟ କୌଣସି ରାଷ୍ଟ୍ରରେ ଏଭଳି ଦେଖିବାକୁ ମିଳି ନ ଥିଲା। କେବଳ କୁହାଯାଇପାରିବ ନାହିଁ, ସବୁ ଅଭିନବ ଓ ନୂତନ ଚିନ୍ତାଧାରା ବିକଶିତ ରାଷ୍ଟ୍ରଗୁଡ଼ିକଠାରୁ ଆସିବ। ପୃଥିବୀର ଯେକୌଣସି କୋଣରେ ଯେଉଁମାନେ ଯେଉଁଭଳି ଭାବେ ନିଷ୍ପେଷିତ ହେଉଛନ୍ତି, ସେମାନେ ସ୍ବର ଉଠାଇଲେ ଅତ୍ୟାଚାରୀବର୍ଗ ଦବିଯିବେ। ଟ୍ୟୁନିସିଆରେ ‘ଜସ୍ମିନ୍‌ ରିଭୋଲ୍ୟୁଶନ’ ହେବା ପରେ ଅନେକ ଏକଚ୍ଛତ୍ରବାଦୀ ରାଷ୍ଟ୍ରରେ ତତ୍‌କ୍ଷଣାତ୍‌ ପରିବର୍ତ୍ତନ ଆସିପାରିଥିଲା। ବର୍ତ୍ତମାନ ରୁଷିଆ ଓ ଚାଇନା ସମେତ କେତେକ ରାଷ୍ଟ୍ରର ଏକଚ୍ଛତ୍ରବାଦୀ ନେତାଙ୍କ ଗତିବିଧିକୁ ଅନେକ ଗଣତାନ୍ତ୍ରିକ ରାଷ୍ଟ୍ରର ନେତୃବର୍ଗ ଅନୁସରଣ କରି ଏକଚାଟିଆ ନିଷ୍ପତ୍ତି ନେଉଛନ୍ତି। ଏହା ଭବିଷ୍ୟତରେ ବିଶ୍ୱ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ନାଗରିକଙ୍କୁ ମୁକ୍ତ ଭାବେ ବଞ୍ଚତ୍ବାକୁ ନ ଦେଇ ଯେଉଁ ନେତାମାନେ ନିଜ ସ୍ବାର୍ଥ ରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ବିରୋଧ କରିବାର ତରିକା ବିଶ୍ୱ ନାଗରିକମାନେ ସାହସୀ ଇରାନୀୟ ମହିଳାଙ୍କଠାରୁ ଶିଖିବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri