ବୃକ୍ଷର ସାଂସ୍କୃତିକ ମହତ୍ତ୍ୱ

ଭାରତର ପ୍ରତ୍ୟେକ ରାଜ୍ୟର ଏକ ରାଜ୍ୟ ବୃକ୍ଷ ଅଛି। କିନ୍ତୁ ଦୁର୍ଭାଗ୍ୟ ଯେ, ଯେତେବେଳେ କୌଣସି ରାଜ୍ୟର ରାଜଧାନୀର ବିଭିନ୍ନ ରେଳ ଷ୍ଟେଶନ ଓ ବିମାନବନ୍ଦରକୁ ଯିବେ ସେତେବେଳେ ସେହି ରାଜ୍ୟର ରାଜ୍ୟବୃକ୍ଷ ଦେଖିବାକୁ ପାଇବେ ନାହିଁ। ଏହା ପରିବର୍ତ୍ତେ ସେଠାରେ ଆପଣ ବିଭିନ୍ନ ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ଦେଖିବେ । ଏହି କାରଣରୁ ସମୟକ୍ରମେ ଆମ ରାଜ୍ୟ ବୃକ୍ଷକୁ ଭୁଲିଯାଉଛେ। ଏହା ସହ ଆମେ କେବେ ବି ରାଜ୍ୟବୃକ୍ଷର ସାଂସ୍କୃତିକ ମହତ୍ତ୍ୱ ବିଷୟରେ ଚିନ୍ତା କରୁନାହଁୁ। ବର୍ତ୍ତମାନ ଯଦି ମୁଁ ପଚାରିବି ଆମ ଦେଶର ଜାତୀୟ ବୃକ୍ଷ ବା ଗଛ କିଏ। ସରଳରେ ଏହାର ଉତ୍ତର ମିଳିଯିବ ଏବଂ ସମସ୍ତେ କହିବେ ବରଗଛ। ହିନ୍ଦୁ ଓ ବୌଦ୍ଧଧର୍ମରେ(ଏହାର ସମ୍ପର୍କ ୨୨ତମ ତୀର୍ଥଙ୍କର କଶ୍ୟପ ବୁଦ୍ଧ ସହ ରହିଛି) ଏହାକୁ ଏକ ପବିତ୍ର ବୃକ୍ଷ ବୋଲି ବିବେଚନା କରାଯାଏ। ଏହି ଜାତୀୟ ବୃକ୍ଷ ମଧ୍ୟ ଗୁଜରାଟ ଓ ମଧ୍ୟପ୍ରଦେଶର ରାଜ୍ୟ ବୃକ୍ଷ। କିନ୍ତୁ ହରିୟାଣା, ବିହାର ଏବଂ ଓଡ଼ିଶାର ରାଜ୍ୟ ବୃକ୍ଷ ହେଉଛି ଅଶ୍ୱତ୍ଥ। ଏହି ଗଛ ତଳେ ଗୌତମ ବୁଦ୍ଧ ଜ୍ଞାନ ତଥା ନିର୍ବାଣ ପ୍ରାପ୍ତି ହୋଇଥିଲେ। ସେହିପରି ୨୩ତମ ତୀର୍ଥଙ୍କର ପାର୍ଶ୍ୱନାଥ ମଧ୍ୟ ଏହି ଗଛମୂଳରେ ଜ୍ଞାନ ଲାଭ କରିଥିଲେ, ଯିଏ ମହାବୀରଙ୍କ ପୂର୍ବରୁ ରହିଥିଲେ।
ଛତିଶଗଡ଼ ଓ ଝାଡ଼ଖଣ୍ଡର ରାଜ୍ୟ ବୃକ୍ଷ ଶାଳ। ରାମାୟଣର କିଷ୍କିନ୍ଧା କାଣ୍ଡରେ ରାମ ୭ଟି ଶାଳଗଛରେ ତୀର ବିଦ୍ଧକରିଥିଲେ। ଶାଳଗଛର ମଧ୍ୟ ବୌଦ୍ଧଧର୍ମ ସହ ସମ୍ପର୍କ ଅଛି। ବୁଦ୍ଧ ଯେତେବେଳେ ଜନ୍ମହୋଇଥିଲେ ସେତେବେଳେ ତାଙ୍କ ମା’ ଶାଳଗଛ ଶାଖାକୁ ଧରିଥିଲେ। ଏହାସହ ଦୁଇଟି ଶାଳଗଛ ମଧ୍ୟରେ ବୁଦ୍ଧଙ୍କର ମୃତ୍ୟୁ ଘଟିଥିଲା। ୨୦ତମ ତୀର୍ଥଙ୍କର ମୁନିସୁରବର୍ତ୍ତ, ଯିଏ କି ରାମଙ୍କ ସମୟରେ ଥିଲେ, ତାଙ୍କର ଶାଳଗଛ ସହ ସମ୍ପର୍କ ରହିଥିଲା।
ଅଶୋକ ଗଛ ଉତ୍ତରପ୍ରଦେଶର ରାଜ୍ୟବୃକ୍ଷ ହୋଇଥିବାବେଳେ ଏହାର ଫୁଲ ଓଡ଼ିଶାର ରାଜ୍ୟ ଫୁଲ। କମଳାରଙ୍ଗର ଫୁଲରେ ସୁଶୋଭିତ ଅଶୋକ ଗଛ ସମ୍ପର୍କରେ ରାମାୟଣରେ ବର୍ଣ୍ଣନା ରହିଛି । କାରଣ ରାବଣ ଲଙ୍କାର ଅଶୋକ ବାଟିବା ବା ଅଶୋକ ଉଦ୍ୟାନରେ ସୀତାଙ୍କୁ ରଖିଥିଲେ। ଖେଜ୍ରି ବା ଶମି ବୃକ୍ଷ ତେଲଙ୍ଗାନା ଓ ରାଜସ୍ଥାନର ରାଜ୍ୟ ବୃକ୍ଷ ଭାବେ ସ୍ବୀକୃତ। ଏହା କମ୍‌ ବର୍ଷା ହେଉଥିବା ଶୁଷ୍କ ଅଞ୍ଚଳରେ ବଢ଼ିଥାଏ। ଏହି ଗଛ ଯୋଦ୍ଧା ସମ୍ପ୍ରଦାୟ ସହ ଜଡ଼ିତ। ଖେଜ୍ରିଗଛ ମଧ୍ୟ ହରପ୍ପା ସଭ୍ୟତାର ସିଲ୍‌ ବା ମୋହରରେ ଦେଖିବାକୁ ମିଳେ। ସାମାନ୍ୟ କଣ୍ଟକିତ ଏହି ବୃକ୍ଷକୁ ଦଶହରା ପର୍ବ ସମୟରେ ରାଜ ପରିବାରଗୁଡ଼ିକ ଶ୍ରଦ୍ଧାର ସହ ପୂଜା କରିଥାନ୍ତି। ମହାଭାରତରେ ବର୍ଣ୍ଣନା ରହିଛି ଯେ, ଅଜ୍ଞାତବାସ ସମୟରେ ପାଣ୍ଡବମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ଶମି ଗଛରେ ଲୁଚାଇ ରଖିଥିଲେ।
କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ଓ ମହାରାଷ୍ଟ୍ରର ରାଜ୍ୟ ବୃକ୍ଷ ଭାବେ ଆମ୍ବଗଛ ମାନ୍ୟତା ପାଇଛି। ଧର୍ମୀୟ ପର୍ବପର୍ବାଣିରେ ଆମ୍ବପତ୍ର ବ୍ୟବହାର କରାଯାଏ ଏବଂ ଘରର ପ୍ରବେଶପଥକୁ ଏହି ପତ୍ରରେ ସଜାଯାଇଥାଏ। କୌତୂହଳର ବିଷୟ ହେଉଛି, ୨୦୦ରୁ କମ୍‌ ବର୍ଷ ମଧ୍ୟରେ ଭାରତକୁ ପ୍ରଥମେ କୃଷ୍ଣଚୂଡ଼ା ଗଛ ଆସିଥିଲେ ମଧ୍ୟ ଏହାକୁ ଭାରତର ରାଜଧାନୀ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ରାଜ୍ୟବୃକ୍ଷ ଭାବେ ଗ୍ରହଣ କରାଯାଏ। କେରଳରେ ରହୁଥିବା ଖ୍ରୀଷ୍ଟିଆନଙ୍କ ଅନୁଯାୟୀ କୃଷ୍ଣଚୂଡ଼ା ଫୁଲ ହେଉଛି ଯିଶୁଙ୍କ ରକ୍ତ, ଯାହା କ୍ରୁଶବିଦ୍ଧ ସମୟରେ ଗଛ ଉପରେ ପଡ଼ିଥିଲା। ସେମାନେ ଏହି ଗଛକୁ କାଲଭରିପ୍ପୋ ( କାଲଭାରି ଫୁଲ) ବୋଲି କହନ୍ତି।
ଦକ୍ଷିଣ ଆଡ଼କୁ ଗଲେ ଆମେ ଅଧିକ ନିମ୍ବଗଛ ଦେଖିବାକୁ ପାଇଥାଉ। ଏହା ଆନ୍ଧ୍ରପ୍ରଦେଶ ରାଜ୍ୟବୃକ୍ଷ। ଏହା ଦେବୀଙ୍କର ପବିତ୍ର ବୃକ୍ଷ। ବେଲଗଛ ଶିବଙ୍କର ଅତି ପ୍ରିୟ ଏବଂ ପୁଡୁଚେରୀର ଏହା ରାଜ୍ୟବୃକ୍ଷ। ତାଳଗଛ ବଳରାମଙ୍କ ପାଇଁ ପବିତ୍ର ଗଛ ଏବଂ ତାମିଲନାଡୁର ରାଜ୍ୟବୃକ୍ଷ। ହିନ୍ଦୁ ପର୍ବପର୍ବାଣିରେ ନଡ଼ିଆ ଗଛର ମହତ୍ତ୍ୱ ରହିଛି। ନଡ଼ିଆ ଓ ଏହାର ପତ୍ରକୁ ବ୍ୟବହାର କରାଯାଇଥାଏ। ଏହା କେରଳ ଓ ଗୋଆର ରାଜ୍ୟବୃକ୍ଷ। ଚନ୍ଦନଗଛ କର୍ନାଟକର ରାଜ୍ୟବୃକ୍ଷ। ଘୋରା ଚନ୍ଦନ ବିଷ୍ଣୁ ମନ୍ଦିରରେ ବ୍ୟବହାର କରାଯାଏ। ଏହା ଅତ୍ୟନ୍ତ ପବିତ୍ର ଓ ବିଷ୍ଣୁଙ୍କର ପ୍ରିୟ ମଧ୍ୟ। ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଲଦାଖର ରାଜ୍ୟବୃକ୍ଷ କୋନ୍‌ଫିର ଟ୍ରି (ସବୁବେଳେ ପତ୍ର ଭରି ରହିଥିବା ଗୋଟିଏ ଗ୍ରୁପ୍‌ର ଗଛ ଯାହା କୋନ୍‌ ଭଳି ଦେଖାଯାଏ)। ଦେବଦାରୁ ଶିବଙ୍କର ପ୍ରିୟ ଓ ଏହା ହିମାଚଳ ପ୍ରଦେଶର ରାଜ୍ୟବୃକ୍ଷ। ଚିନାରା ସୁଫିମାନଙ୍କ ପାଇଁ ପବିତ୍ର ଗଛ ଏବଂ ଏହା ଜମ୍ମୁ-କଶ୍ମୀରର ରାଜ୍ୟବୃକ୍ଷ। ଲଦାଖର ରାଜ୍ୟବୃକ୍ଷ ଜୁନିପର୍‌। ତିବ୍ବତୀୟ ବୌଦ୍ଧଧର୍ମାବଲମ୍ବୀଙ୍କ ପାଇଁ ଏହାର ମହତ୍ତ୍ୱ ରହିଛି। ସିକିମ୍‌ ଓ ଉତ୍ତରାଖଣ୍ଡର ରାଜ୍ୟବୃକ୍ଷ ହେଉଛି ରୋଡୋଡେଣ୍ଡ୍ରୋନ୍‌ ଟ୍ରି । ଏହାର ଗାଢ଼ ଲାଲ ରଙ୍ଗ ଫୁଲ ନନ୍ଦାଦେବୀଙ୍କୁ ଅର୍ପଣ କରାଯାଏ।
ଆମେ ଯଦି ଉତ୍ତର ପୂର୍ବ ଆଡ଼କୁ ଯିବା ତେବେ ଅନେକ ରାଜ୍ୟରେ ଅଧିକ କାଠଗଛ ଦେଖିବାକୁ ପାଇବା। ସ୍ଥାନୀୟ ଆଦିବାସୀମାନେ ଏହିସବୁ ଗଛରୁ ଅନେକକୁ ପୂଜା କରନ୍ତି। ବିଶେଷକରି ଆସାମ ଓ ଅରୁଣାଚଳ ପ୍ରଦେଶରେ ହୋଲୋଙ୍ଗ, ମେଘାଳୟରେ ଆଲ୍‌ଡେର, ମଣିପୁରରେ ଉଡ୍‌କିଙ୍ଗ୍‌, ମେଘାଳୟରେ ହ୍ବାଇଟ୍‌ ଟିକ୍‌ ଏବଂ ଆଣ୍ଡାମାନରେ ରେଡ୍‌ଉଡ୍‌କୁ ସେମାନେ ପୂଜା କରିଥାନ୍ତି। ମିଜୋରାମର ଆଇରନ୍‌ ଟ୍ରି ବୌଦ୍ଧଧର୍ମରେ ପବିତ୍ରତା ବହନକରେ ଏବଂ ଅନେକ ବୌଦ୍ଧ ବିଚାରଧାରା ସହ ଏହାର ସମ୍ପର୍କ ରହିଛି। ଏହା ମଧ୍ୟ ଶ୍ରୀଲଙ୍କାର ଜାତୀୟ ବୃକ୍ଷ। ତ୍ରିପୁରାର ରାଜ୍ୟବୃକ୍ଷ ହେଉଛି ଅଗର। ଏହା ଏକ ସୁବାସିତ ଗଛ, ଯେଉଁଥିରୁ ଅତର ତିଆରି କରାଯାଏ। ପଶ୍ଚିମବଙ୍ଗର ରାଜ୍ୟବୃକ୍ଷ ସପ୍ତପର୍ଣ୍ଣି। ଏହାର ଗଣ୍ଡିରୁ ସ୍କୁଲ ବ୍ଲାକ୍‌ବୋର୍ଡ ତିଆରି ହୁଏ। ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍‌ମାନେ ସେମାନଙ୍କ ଗ୍ରାଜୁଏଶନ ସମାରୋହକୁ ଏହି ଗଛର ଏକ ଛୋଟ ଡାଳନେଇଥାନ୍ତି। ଲାକ୍ଷାଦ୍ୱୀପର ବ୍ରେଡ୍‌ଫ୍ରୁଟ୍‌ ଗଛ ସମୁଦ୍ରପଥର ଯାତ୍ରାକୁ ସ୍ମରଣ କରାଇଦିଏ। ଅନେକ ହଜାର ବର୍ଷ ପୂର୍ବେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ପୋଲିନେସିଆର ନାବିକମାନେ ଏହି ଗଛକୁ ପ୍ରଥମେ ଆଣିଥିଲେ। ଏହିପରି ଭାବେ ଭାରତର ରାଜ୍ୟଗୁଡ଼ିକର ରାଜ୍ୟବୃକ୍ଷସବୁ ଭାରତୀୟ ସଂସ୍କୃତି ସମ୍ପର୍କରେ ଅନେକ କାହାଣୀ କହିଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri