ମଇଁଷିର ସାଂସ୍କୃତିକ ମହତ୍ତ୍ୱ

ମଇଁଷି ନଦୀ, ନାଳ, ପୋଖରୀ, ପଙ୍କୁଆ ଜାଗା ଓ ଆର୍ଦ୍ରଭୂମିରେ ଦେଖିବାକୁ ମିଳନ୍ତି। ଅନ୍ୟପଟେ ଗୋରୁ ଶୁଷ୍କ ବନାଞ୍ଚଳକୁ ବେଶି ପସନ୍ଦ କରନ୍ତି। ଭାରତରେ ଉଭୟ ଶୁଷ୍କ ଜଙ୍ଗଲ ଓ ନଦୀ ଅବବାହିକାର ଆର୍ଦ୍ରାଞ୍ଚଳ ରହିଛି। ଶୁଷ୍କ ଅଞ୍ଚଳରେ ଗହମ ଓ ବାଜରା ଜାତୀୟ ଶସ୍ୟ ଚାଷ କରାଯାଉଥିବାବେଳେ ଆର୍ଦ୍ରାଞ୍ଚଳ ଧାନଚାଷ ପାଇଁ ଉପଯୋଗୀ। ଏଣୁ ଦେଖିବାକୁ ଗଲେ ମଇଁଷି ଓ ଗୋସମ୍ପଦ ଭାରତର ଦୁଇଟି ପରିବେଶ (ଆର୍ଦ୍ର ଓ ଶୁଷ୍କ ଅଞ୍ଚଳ)ର ପ୍ରତୀକ। ତେବେ ଅଧିକାଂଶ ଭାରତୀୟ ଗୋସମ୍ପଦ ଉପରେ ଧ୍ୟାନଦେଉଥିବା ବେଳେ ଭାରତର ଆର୍ଥିକ ବ୍ୟବସ୍ଥାରେ ମଇଁଷିର ଗୁରୁତ୍ୱକୁ ବହୁ ସମୟରେ ଅଣଦେଖା କରାଯାଇଥାଏ। ସେମାନଙ୍କର କଳା, ସଂସ୍କୃତି ଓ ରୀତିନୀତିରେ କେତେ ମହତ୍ତ୍ୱ ରହିଛି ତାହା ଉପରେ ଧ୍ୟାନ ଦିଆଯାଏ ନାହିଁ।
ହରପ୍ପା ସଭ୍ୟତାର ପ୍ରାଚୀନ ସିଲ୍‌ ବା ମୋହରରେ ମଇଁଷି ଛବି ରହିଛି। ଏହା ସୂଚିତ କରୁଛି, ସେତେବେଳେ ମଇଁଷି ପାଳନ କରାଯାଉଥିଲା। ୪,୫୦୦ ବର୍ଷ ପୂର୍ବେ ହରପ୍ପା ସଭ୍ୟତାର ସହ ମଇଁଷି ଯୋଡ଼ିହୋଇ ରହିଥିଲା। ସେତେବେଳେ ଲୋକେ ମଇଁଷି ମାଂସ ଖାଉଥିଲେ (ଏବେ ଭାରତ ହେଉଛି ମଇଁଷି ମାଂସ ରପ୍ତାନିର ଏକ ପ୍ରମୁଖ ଦେଶ) ଏବଂ ସେମାନଙ୍କ ହାଡ଼ରୁ ବିଭିନ୍ନ ଜିନିଷ ତିଆରି କରାଯାଉଥିଲା। ମଇଁଷି ମଧ୍ୟ ପଶୁପତି ସିଲ୍‌ରେ ଦେଖିବାକୁ ମିଳେ, ଯେଉଁଥିରେ ଜଣେ ସନ୍ନ୍ୟାସୀ ମଇଁଷି ଶିଙ୍ଗର ମୁକୁଟ ପିନ୍ଧିଥିବା ଦେଖାଯାଏ। ମଇଁଷି ଶିଙ୍ଗ ମଧ୍ୟ ଅନ୍ୟ କେତେକ ସିଲ୍‌ରେ ଦେଖିବାକୁ ମିଳେ, ଯାହା ଶକ୍ତି ଏବଂ ପୌରୁଷକୁ ସୂଚିତକରେ।
ପ୍ରାୟ ୩,୫୦୦ ବର୍ଷ ପୂର୍ବେ, ଋଗ୍‌ବେଦ (୪.୧୮.୧୩)ରେ ବର୍ଣ୍ଣନା ରହିଛି ଯେ, ପରାକ୍ରମୀ ଇନ୍ଦ୍ର ଶକ୍ତି ବୃଦ୍ଧି କରିବା ସକାଶେ ସୋମରସ ପାନ କରୁଥିଲେ ଏବଂ ତାହା ଗୋଟିଏ ହିଂସ୍ର ମଇଁଷିର ଶକ୍ତି ସହ ସମାନ ଥିଲା। ପ୍ରାୟ ୨୦୦୦ ବର୍ଷ ପୂର୍ବେ ତାମିଲ ସଙ୍ଗମ କାବ୍ୟ କୁରୁଣ୍ଟୋକାଇ ୬୫ରେ ବର୍ଣ୍ଣନା ରହିଛି, ଏକ ପଦ୍ମ ପୁଷ୍କରିଣୀରେ ଥିବା ମଇଁଷି ଜଣେ ଅସଭ୍ୟ ବ୍ୟକ୍ତି ସହ ସମାନ ।
ଭାରତର ଉତ୍ତରରୁ ଆରମ୍ଭକରି ଦକ୍ଷିଣ ଯାଏ, ସାଂସ୍କୃତିକ ଭାବନା ସହ ମଇଁଷି କିଭଳି ଜଡ଼ିତ ରହିଥିଲା ତାହା ଏଥିରୁ ଜଣାପଡ଼େ। ଅଜନ୍ତାର କାନ୍ଥରେ ଥିବା ବୌଦ୍ଧଧର୍ମର ମହିଷା ଜାଟକାରେ ମଇଁଷି ସମ୍ପର୍କରେ ବର୍ଣ୍ଣନା ରହିଛି। ଗୋଟିଏ ଶାନ୍ତ ସ୍ବଭାବର ମଇଁଷି ଗୋଟିଏ ମାଙ୍କଡ଼ର ଥଟ୍ଟା ପରିହାସକୁ କିଭଳି ସହିଛି ସେସମ୍ପର୍କର ସେଥିରେ ଦର୍ଶାଯାଇଛି। ଚିିଡ଼େଇବା ଓ ଖରାପ ପ୍ରକୃତି ପାଇଁ ମାଙ୍କଡ଼କୁ ଦଣ୍ଡଦେବା ଲାଗି ମଇଁଷି ମନା କରିଦେଇଛି। ଅଲୌକିକ ବୃକ୍ଷଦେବୀ କିମ୍ବା ଯକ୍ଷ ମଇଁଷିକୁ ଏଭଳି କରିବା ସକାଶେ ପରାମର୍ଶ ଦେଇଛନ୍ତି। ଦିନେ ଶାନ୍ତ ମଇଁଷିଟିଏ ଦୂରକୁ ପଳାଇଯାଇଛି ଓ ତା’ ସ୍ଥାନରେ ଆଉ ଏକ ମଇଁଷି ରହିଯାଇଛି। ନୂଆ ମଇଁଷିଟିକୁ ମାଙ୍କଡ଼ ଜାଣିପାରିନାହିଁ ଏବଂ ତା’ ସହ ମଧ୍ୟ ପୂର୍ବଭଳି ବ୍ୟବହାର କଲା ଏବଂ ଶେଷରେ ମଇଁଷିଟି ତାକୁ ଖୁରାରେ ଦଳି ମାରିଦେଲା।
ଜୈନ ପୁରାଣରେ ମଧ୍ୟ ଦ୍ୱାଦଶ ତୀର୍ଥଙ୍କର ବସୁପୂଜ୍ୟଙ୍କର ପ୍ରତୀକ ହେଉଛି ମଇଁଷି। ଜୈନ ଯକ୍ଷୀ ଜ୍ୱାଳାମାଳିନୀ ମଇଁଷି ଉପରେ ବସିଥିବା ଦେଖାଯାଏ। ଅନ୍ୟ ଏକ କାହାଣୀରେ କୁହାଯାଇଛି, ଯକ୍ଷୀ ତାଙ୍କ ପୂର୍ବଜନ୍ମରେ ଜଣେ ଜୈନ ଭକ୍ତ ଥିଲେ ଓ ଜୈନ ସନ୍ନ୍ୟାସୀଙ୍କୁ ଖାଇବାକୁ ଦେଉଥିଲେ ଏବଂ ତାଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇଥିଲେ। ଏଣୁ ସେ ଯକ୍ଷୀ ଭାବେ ଓ ତାଙ୍କ ସ୍ବାମୀ ମଇଁଷି ରୂପରେ ପୁନର୍ଜନ୍ମ ଲାଭ କରିଥିଲେ, ଯାହା ଉପରେ ଯକ୍ଷୀ ବସି ବୁଲୁଥିଲେ।
ହିନ୍ଦୁ ପୁରାଣରେ ମଇଁଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହା ମୃତ୍ୟୁଦେବ ଯମଙ୍କ ବାହନ। ମା’ ଦୁର୍ଗା ବଧକରିଥିବା ମହିଷାସୁରଙ୍କ ମଇଁଷି ଅତି ପ୍ରିୟ ଥିଲା। ଦେବୀ ମହିଷାସୁରକୁ ବଧ କରୁଥିବା ପୁରାତନ ମୂର୍ତ୍ତି (ଖ୍ରୀଷ୍ଟପୂର୍ବ ୧୦୦ର) ରାଜସ୍ଥାନରେ ଦେଖାଯାଏ। କୁଶାଣ ଶାସନ ସମୟର ଦେବୀ ଖାଲି ହାତରେ ମଇଁଷିକୁ ହତ୍ୟା କରୁଥିବା ମୂର୍ତ୍ତି ବି ଦେଖିବାକୁ ମିଳେ। ପରେ ମୂର୍ତ୍ତିକୁ ଅଧିକ ପରିବର୍ତ୍ତନ କରାଯାଇଛି। ଦେବୀଙ୍କ ସିଂହ ଉପରେ ବସିଥିବା ଏବଂ ତାଙ୍କ ପାଦରେ ମଇଁଷିକୁ ଚାପି ମାରିଦେଇଥିବା ମୂର୍ତ୍ତି ସାମ୍ନାକୁ ଆସିଛି। ଏଭଳି ସବୁ ମୂର୍ତ୍ତି ଗୁପ୍ତ, ଚାଲୁକ୍ୟ ଓ ପଲ୍ଲବ ଶାସନ ସମୟର ମନ୍ଦିରଗୁଡ଼ିକରେ ଦେଖାଯାଏ । ସେସବୁ ଏବେ ସାରା ଭାରତରେ ନବରାତ୍ର ଉତ୍ସବର ଅଂଶ ପାଲଟିଯାଇଛି।
ଡେକାନ୍‌ ବା ଗୋଦାବରୀ ଅବବାହିକା ଅଞ୍ଚଳରେ ସ୍ଥାନୀୟ ପର୍ବଗୁଡ଼ିକରେ ଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ଏକ ଅଣ୍ଡିରା ମଇଁଷିକୁ ବଳି ଦିଆଯାଏ। ଏହାଦ୍ୱାରା ସେମାନଙ୍କ ପିଲାମାନେ ବାଘ ଆକ୍ରମଣରୁ ରକ୍ଷାପାଇବେ ବୋଲି ବିଶ୍ୱାସ ରହିଛି। ଏହି ପ୍ରକାର ପରମ୍ପରା ନେପାଳରେ ମଧ୍ୟ ରହିଛି। ଗୋଟିଏ ନୂଆ ଅଣ୍ଡିରା ମଇଁଷି ଛୁଆକୁ ପୂରା ଗୋଟିଏ ବର୍ଷ ପାଳିପୋଷି ବଡ଼ କରାଯାଇ ପର ବର୍ଷରେ ବଳି ଦିଆଯାଏ। ଏହିସବୁ ପରମ୍ପରା ବୟସ୍କ ବଦଳରେ ନୂଆ ଜୀବନକୁ ସମର୍ପଣକରି ପୃଥିବୀର ଉର୍ବରତାକୁ ନିଶ୍ଚିତ କରିଥାଏ।
କେରଳରେ ହର ଏବଂ ହରି(ବିଷ୍ଣୁଙ୍କ ମୋହିନୀ ଅବତାର)ଙ୍କ ପୁତ୍ର ଆୟାପ୍ପା ମହିଷାଙ୍କ ଭଉଣୀ ମହିଷୀକୁ ପରାସ୍ତ କରିଥିବା ବର୍ଣ୍ଣନା ରହିଛି। ମହାରାଷ୍ଟ୍ରରେ, ଗ୍ରାମଦେବୀଙ୍କ ସ୍ବାମୀ ମହାସୋବା (ମଇଁଷି ଦେବତା)ଙ୍କୁ ପୂଜା କରାଯାଏ। ଏଥିରୁ ମନେହେଉଛି, ଦେବୀଙ୍କ ପ୍ରିୟ ମଇଁଷିଦେବଙ୍କୁ ହତ୍ୟା କରାଯିବା ହେତୁ ସେ ଷଣ୍ଢବାହାନ ଥିବା ଶିବଙ୍କୁ ସ୍ବାମୀ ରୂପରେ ବାଛିଥିଲେ। ଡେକାନ୍‌ ଅଞ୍ଚଳରେ ବହୁ ସ୍ଥାନୀୟ ଦେବୀଙ୍କର ଅନେକ ଯୁବ ପୂଜକ ରହିଛନ୍ତି, ଯାହାଙ୍କୁ ପଟରାଜ ବା ମଇଁଷି ରାଜା କୁହାଯାଏ। ସେମାନେ ଆଗରେ ରହି ଦେବୀଙ୍କ ଶୋଭାଯାତ୍ରାକୁ ପରିଚାଳନା କରିଥାନ୍ତି। ଭୟଙ୍କର ଦେଖାଯାଉଥିବା ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ଚାବୁକ ଧରି ଆଗରେ ଚାଲନ୍ତି। ଏହା ତେଲଙ୍ଗାନା ଅଞ୍ଚଳରେ ପାଳନ କରାଯାଉଥିବା ବୋନାଉଲ ଶୋଭାଯାତ୍ରାରେ ଦେଖିବାକୁ ମିଳେ। ଏଭଳି ରୂପକୁ ବହୁ ସମୟରେ କାଳୀଙ୍କ ପୁତ୍ର ବୋଲି କୁହାଯାଏ ଏବଂ ବେଳେବେଳେ ମଧ୍ୟ ତାଙ୍କ ସ୍ବାମୀ ଭାବେ ଦର୍ଶାଯାଏ, କିନ୍ତୁ ସେ କହନ୍ତି, ମୁଁ ହେଉଛି ଦେବୀଙ୍କ ସେବକ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri