ସଂସ୍କୃତିର ଅବକ୍ଷୟ

ଆକାର ପଟେଲ

ଦୁଇ କି ତିନି ଦଶନ୍ଧି ପୂର୍ବେ ଆମେରିକାର ସଙ୍ଗୀତଜ୍ଞ ରେ କୁଡର୍‌ କ୍ୟୁବା ଗସ୍ତ କରିଥିଲେ। ସେଠାକାର ମହାନ୍‌ ସଙ୍ଗୀତକାରଙ୍କୁ ପୁଣି ଥରେ ଭେଟିବା ତାଙ୍କର ଉଦ୍ଦେଶ୍ୟ ଥିଲା। ମ୍ୟୁଜିସିଆନ୍‌ ବା ସଙ୍ଗୀତକାରଙ୍କ ପ୍ରଦର୍ଶନ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ଯୋଗୁ ଲୋକେ ସେମାନଙ୍କୁ ଭୁଲିଯାଇଥିଲେ। ଏମାନଙ୍କ ମଧ୍ୟରେ ଗାୟକ ଇବ୍ରାହିମ୍‌ ଫେରେର୍‌ ଅନ୍ୟତମ। ପ୍ରତିବନ୍ଧକ ଯୋଗୁ ସେତେବେଳେ ସେ ଜୋତା ପଲିସ୍‌ କରି ଚଳୁଥିଲେ। ସେହି ସମୟରେ ପିଆନୋ ବାଦକ ରୁବେନ୍‌ ଗୋଞ୍ଜାଲେଜ୍‌ ପିଆନୋ କିଣିବାକୁ ସକ୍ଷମ ହୋଇ ନ ଥିଲେ। ଗିଟାର ବାଦକ କୋମ୍ପେ ସେଗୁଣ୍ଡୋ ମଧ୍ୟ ଗିଟାର କିଣି ପାରି ନ ଥିଲେ। କୁଡର୍‌ଙ୍କ ଆଗ୍ରହ ତଥା ଦୃଢ଼ ପ୍ରୟାସ ଯୋଗୁ ଏହି ମ୍ୟୁଜିସିଆନମାନେ ପୁଣି ଥରେ ମୁଖ୍ୟ ସ୍ରୋତକୁ ଫେରିଥିଲେ। ସେମାନଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘ବୁଏନା ଭିସ୍ତା ସୋସିଆଲ କ୍ଲବ୍‌’ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଲୋକାଦୃତ ହୋଇପାରିଥିଲା। ଠିକ୍‌ ସମାନ ଧରଣର କାମ କରିଛନ୍ତି ଦିଲ୍ଲୀର ଦୁଇଜଣ ବ୍ୟକ୍ତି ଆଶୁତୋଷ ଶର୍ମା ଏବଂ ଅଙ୍କୁର ମାଲହୋତ୍ରା। ସେ ରାଜସ୍ଥାନର ସଙ୍ଗୀତଜ୍ଞଙ୍କୁ ନେଇ ଏପରି କିଛି କରୁଛନ୍ତି। ରାଜସ୍ଥାନର ପଶ୍ଚିମ ଭାଗରେ ଏବଂ ସିନ୍ଧର ପୂର୍ବ ଭାଗରେ ରହନ୍ତି ମାଙ୍ଗାନିୟର୍ସ ସମ୍ପ୍ରଦାୟର ଲୋକେ। ଏମାନେ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ବିଭିନ୍ନ ଅଞ୍ଚଳରେ ଲୋକ ସଙ୍ଗୀତ ପରିବେଷଣ କରି ଆସୁଛନ୍ତି। ମାଲହୋତ୍ରା ଏବଂ ଶର୍ମାଙ୍କୁ ମୁଁ ୨୫ ବର୍ଷ ହେବ ଜାଣିଛି। ଏମାନେ ଏହି ପ୍ରତିଭାବାନ୍‌ ଲୋକଙ୍କ କଳା ଓ ସଙ୍ଗୀତ ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଚଳାଇଛନ୍ତି, ଯେଉଁମାନଙ୍କୁ ନିଜ ଅଞ୍ଚଳ ବା ଦେଶର ଲୋକେ ହୁଏତ ଜାଣି ନ ଥିବେ। ଏବେ ଆଗା ଖାନ୍‌ ମ୍ୟୁଜିୟମ୍‌ ପକ୍ଷରୁ ‘ସର୍ଚିଂ ଫର୍‌ ଦି ବ୍ଲୁଜ୍‌’ ନାଁରେ ତିନି ଭାଗ ବିଶିଷ୍ଟ ଏକ ଡକ୍ୟୁମେଣ୍ଟାରି(ବୃତ୍ତଚିତ୍ର) ସିରିଜ୍‌ ପ୍ରସ୍ତୁତ କରାଯାଇଛି। ମାଲହୋତ୍ରା ଓ ଶର୍ମାଙ୍କ ରେକର୍ଡିଂ ଫାର୍ମ ‘ଅମାରସା’ ଦ୍ୱାରା ଏହା ସମ୍ଭବ ହୋଇଛି। ଆଗା ଖାନ୍‌ ମ୍ୟୁଜିୟମ ୱେବ୍‌ସାଇଟ୍‌ରେ ମୁଁ ଏହି ଡକ୍ୟୁମେଣ୍ଟାରିକୁ ସମ୍ପୂର୍ଣ୍ଣ ଭାବେ ଦେଖିଲି। ଏହା ଆମ ସମୟର ଏକ ଉଲ୍ଲେଖନୀୟ ଘଟଣାକୁ ସାମ୍ନାକୁ ଆଣିଛି ବାଲି ମୁଁ ଭାବୁଛି। ଏହା ‘ବୁଏନା ଭିସ୍ତା ସୋସିଆଲ କ୍ଲବ୍‌’ ଭଳି ସମାନ ଗୁରୁତ୍ୱ ମଧ୍ୟ ବହନ କରେ। ଏକ ଦଶନ୍ଧି ପୂର୍ବେ ସେମାନେ ବିଭିନ୍ନ ଗାଁକୁ ବୁଲିବାକୁ ଯାଉଥିବାବେଳେ ଯୋଧପୁରର ରାନେରି ଗାଁରେ ସଙ୍ଗୀତଜ୍ଞ ଲାଖା ଖାନ୍‌ଙ୍କୁ ଭେଟିଥିଲେ। ଖାନ୍‌ ୫୦ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବିବାହ ଓ ଜନ୍ମଦିନରେ ସଙ୍ଗୀତ ପରିବେଷଣ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ଯେଉଁ ପରିବାର ପାଇଁ ତାଙ୍କ ବାପା ଓ ଜେଜେବାପା ଆଦି ପୂର୍ବ ପିଢ଼ି ସଙ୍ଗୀତ ପରିବେଷଣ କରିଥିଲେ ଲାଖା ଖାନ୍‌ ମଧ୍ୟ ସେହି ପରିବାର ପାଇଁ କାମ କରୁଥିଲେ। ଏମିତିକି ସେ ବଜାଉଥିବା ସିନ୍ଧି ସାରଙ୍ଗି ବାଦ୍ୟଯନ୍ତ୍ର ତାଙ୍କୁ ତାଙ୍କ ପୂର୍ବପୁରୁଷଙ୍କ ଠାରୁ ମିଳିଥିଲା, ଯାହାକୁ ସେ ଏବେ ବଜାଉଛନ୍ତି। ସିନ୍ଧି ସାରଙ୍ଗିର ସ୍ବର ମଣିଷ ସ୍ବର ସହ ମିଶିଯାଏ। ଏହି ବାଦ୍ୟଯନ୍ତ୍ର ବଜାଇବାରେ ଲାଖା ହେଉଛନ୍ତି ତାଙ୍କ ପରିବାରର ସପ୍ତମ ପିଢ଼ିର ଦାୟାଦ। ମାଲହୋତ୍ରା ଏବଂ ଶର୍ମା ତାଙ୍କୁ ଭେଟିବାବେଳେ ସେ ସିନ୍ଧି ସାରଙ୍ଗି ବଜାଇଥିଲେ। ସେ ରଚନା କରିଥିବା ଅନେକ ହିନ୍ଦୁ ଭଜନ ସମେତ ସୁଫି କଲାମ ଏବଂ ଲୋକଗୀତଗୁଡ଼ିକୁ ସେରାଇକି, ସିନ୍ଧି, ମାରଓ୍ବାଡି, ପଞ୍ଜାବୀ ଏବଂ ହିନ୍ଦୀ ଭାଷାରେ ଗାଇଥିଲେ। ମ୍ୟୁଜିକ୍‌ର ମାନ ଥିଲା ଅଭୂତପୂର୍ବ। ଏହି ଦୁଇ ଜଣ ବ୍ୟକ୍ତି ଲାଖା ଖାନ୍‌ଙ୍କ ମ୍ୟୁଜିକ ରେକର୍ଡିଂ କରିବା ସହ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ଓ ସେ ପୁଣି ଦେଶ ବିଦେଶରେ ତାଙ୍କ କଳା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ୨୦୨୧ରେ ଲାଖାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବା ପରେ ତାଙ୍କ ଖ୍ୟାତି ସାମ୍ନାକୁ ଆସିଛି। ଏହା ମଧ୍ୟ ତାଙ୍କର ଅଧିକାର ଥିଲା।
ରାଜସ୍ଥାନରେ ଅନେକରେ ଏକ- ଲାଖା ଖାନ୍‌, ଯାହାଙ୍କର ଲଗାତର ଡକ୍ୟୁମେଣ୍ଟରି ସାମ୍ନାକୁ ଆସୁଛି। ନିଜ ଦେଶରେ ଜଣେ ଅନ୍ତର୍ଜାତୀୟ ସ୍ତରର କଳାକାର କିଭଳି ଅଜଣା ହୋଇ ରହିଛନ୍ତି ତାହା ଦେଖି ଆମେ ତଥା ଅନେକ ମ୍ୟୁଜିକ ପ୍ରିୟ ଲୋକ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଡକ୍ୟୁମେଣ୍ଟାରିର ଶେଷ ଅଧ୍ୟାୟରେ ରହିଛି ଲାଖା ଖାନ୍‌ଙ୍କ ପୁଅ ଡାନେ ଖାନ୍‌ଙ୍କ କଥା। କିଛିଦିନ ପୂର୍ବରୁ ଡାନେ ଟ୍ରକ୍‌ ଡ୍ରାଇଭର ଥିଲେ। କାରଣ, ମ୍ୟୁଜିକ୍‌ ପରମ୍ପରାକୁ ନେଇ ପରିବାର ଚଳାଇବା ତାଙ୍କ ପକ୍ଷେ ଅସମ୍ଭବ ଥିତ୍ଲା। କିନ୍ତୁ ସୁଖର କଥା, ତାଙ୍କ ପିତାଙ୍କ ସମ୍ମାନ ବୃଦ୍ଧି ଓ ଲଗାତର ମ୍ୟୁଜିକ ଟୁର୍‌ ଯୋଗୁ ଡାନେ ୮ମ ପିଢ଼ିର ସନ୍ତାନ ଭାବେ ପରିବାରର ପାରମ୍ପରକି କଳାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ନିଶ୍ଚିତ ଭାବେ ଡାନେ ଏହି କଳାକୁ ଆଉ କିଛି ଦଶନ୍ଧି ଆଗକୁ ନେଇପାରିବେ, ଯାହା ଆମ ସଂସ୍କୃତି ପାଇଁ ବଡ଼ ଖବର। କଳା ଓ ସଂସ୍କୃତିକୁ ଜାରି ରଖିବା ଲାଗି କେତେ ତ୍ୟାଗ ତଥା ସହଯୋଗ ଦରକାର ଏହି ଖବର ଆମକୁ ସ୍ମରଣ କରିଦିଏ। ଆମ ପାଖରେ ଲାଖାଙ୍କ ଭଳି କେତେ ଯେ ମହାନ୍‌ କଳାକାର ଅଜଣା ହୋଇ ରହିଛନ୍ତି ତାହା କିଏ କହିବ। ପିଢ଼ିକୁ ପିଢ଼ି କଳା ଓ ସଙ୍ଗୀତକୁ ଆଗକୁ ନେବାରେ ଡାନେଙ୍କ ଭଳି କେତେ ଜଣ ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ତା’ ହିସାବ କିଏ ଦେବ। ଆମେ ଲାଖାଙ୍କ ଘଟଣାରୁ କ’ଣ ଶିକ୍ଷା କରିପାରିବା ସେ ସମ୍ପର୍କରେ ବିଚାର କରିବା ଆବଶ୍ୟକ। ଆମ ସମୟରେ ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ, ନୃତ୍ୟ ଓ ନାଟକକୁ ସରକାର କମ୍‌ ପ୍ରୋତ୍ସାହିତ କରୁଛନ୍ତି। ଏହାର ପ୍ରଥମ କାରଣ ହେଉଛି, ଖୁବ୍‌ କମ୍‌ ଲୋକ ଆମ ସଂସ୍କୃତି ସହ ଜଡ଼ିତ ଅଛନ୍ତି ଏବଂ ଅଧିକ ଲୋକ ପାରମ୍ପରିକ ଓ ଶାସ୍ତ୍ରୀୟ ସଙ୍ଗୀତଠାରୁ ଅଧିକ ଲୋକପ୍ରିୟ କଳା ପ୍ରତି ଆକର୍ଷିତ ହେଉଛନ୍ତି। ଦ୍ୱିତୀୟତଃ, ଦେଶ କଳା ଓ ସଙ୍ଗୀତ କ୍ଷେତ୍ରରୁ ପଛକୁ ହଟିଯାଇଛି। ଆମେ ବହୁ ଦଶନ୍ଧି ପୂର୍ବେ ତିନୋଟି ସାଂସ୍କୃତିକ ସଂସ୍ଥା- ମ୍ୟୁଜିକ୍‌ ଓ ଥିଏଟର ପାଇଁ ସଙ୍ଗୀତ ନାଟକ ଏକାଡେମୀ (୧୯୫୩), ସାହିତ୍ୟ ଲାଗି ସାହିତ୍ୟ ଏକାଡେମୀ ଓ କଳାର ଉନ୍ନତି ନିମନ୍ତେ ଲଳିତ କଳା ଏକାଡେମୀ(୧୯୫୪) ଗଢ଼ିଥିଲୁ। ହେଲେ ଆମ ଦ୍ୱାରା କିମ୍ବା ଏହି ସଂସ୍ଥାଗୁଡ଼ିକ ମାଧ୍ୟମରେ ସଙ୍ଗୀତ ଓ କଳା କ୍ଷେତ୍ରରେ ଅଧିକ କିଛି କରାଯାଇପାରି ନାହିଁ। ଆମ କର୍ପୋରେଟ, ବୁଦ୍ଧିଜୀବୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାରମ୍ପରିକ ସଂସ୍କୃତିର ଦ୍ରୁତ ଅବକ୍ଷୟକୁ ରୋକିବା ଲାଗି ମଧ୍ୟ ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri