ଉପକୂଳରେ ବିଦେଶୀ ପ୍ୟାସନ୍‌ କ୍ରିଷ୍ଣା ଫଳ ଚାଷ

ମହାକାଳପଡ଼ା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ଅଞ୍ଚଳରେ ବିଦେଶୀ ପ୍ୟାସନ୍‌ ଫଳ ବା ଭାରତୀୟମାନେ କହୁଥିବା କ୍ରିଷ୍ଣା ଫଳ ଚାଷ ହେଉଛି। ଏହା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ଫଳକୁ ଜୁସ୍‌ କରି ପାନୀୟ ରୂପେ ବ୍ୟବହାର କରାଯାଏ। ତେବେ ଖରିନାସୀ ଅଞ୍ଚଳର ଚାଷୀ କଲ୍ୟାଣ ରାୟ କୋଲକାତା ଅଞ୍ଚଳର ବନ୍ଧୁଙ୍କଠାରୁ ଚାରା ମଗାଇ ବାଡ଼ିରେ ଏହି ଫଳ ଚାଷ କରିଥିଲେ। ଏହି ଗଛ ଲତା ଜାତୀୟ। ସାଧାରଣତଃ ଏହି ଫଳ ଶୀତଦିନଠାରୁ ଖରାଦିନ ପର୍ଯ୍ୟନ୍ତ ଫଳିଥାଏ। ଫଳଗୁଡ଼ିକ ଭାରି ବାସ୍ନା ଓ ସୁଆଦିଆ। ଏହାକୁ ପାନୀୟ ଜଳରେ ଚିନି ଓ ଲୁଣ ମିଶ୍ରଣ କରି ପିଇଥାନ୍ତି। ଏହି ଫଳ ମୂଳତ ଦକ୍ଷିଣ ଆମେରିକା, ଦକ୍ଷିଣ ବ୍ରାଜିଲ, ପାରାଗୁଆ ଓ ଆର୍ଜେଣ୍ଟିନା ଆଦି ଦେଶ ସହ ଭାରତର ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, କଶ୍ମୀର, କେରଳ ସମେତ ବିଭିନ୍ନ ଥଣ୍ଡା ଜଳବାୟୁରେ ଫଳିଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା ଚାଷ ହେଉଥିବା ଜଣାପଡ଼ିଛି। ଭାରତର ଦିଲ୍ଲୀ, ବାଙ୍ଗାଲୋର, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଆଦି ସମେତ ବଡ଼ ବଡ଼ ସୁପର ମାର୍କେଟ ତଥା ମଲ୍‌ଗୁଡ଼ିକରେ ବିକ୍ରିହେବା ସହ ଅନ୍‌ଲାଇନରେ ମଧ୍ୟ ବିକ୍ରି ହେଇଛି। ଏହାକୁ ସେବନ କଲେ ଶରୀରରେ ପ୍ରଚୁର ପରିମାଣରେ ଭିଟାମିନ ଅଭାବ ପୂରଣ କରିଥାଏ। ଯଥା ଚର୍ମରୋଗ, କେଶ ଝଡ଼ିବା, ଡାଇବେଟିସ, ଚର୍ବି କମାଇବା ଆଦି ସମସ୍ୟା ଦୂର କରାଏ ବୋଲି କୁହାଯାଇଛି। ଅପରପକ୍ଷରେ ଏହି ବିଦେଶୀ ଫଳ ଚାଷକରି ଖରନାସୀ ଗଁାର କଲ୍ୟାଣ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ଫଳକୁ ନେବା ପାଇଁ କଲ୍ୟାଣଙ୍କ ବାଡ଼ିରେ ବିଭିନ୍ନ ରୋଗୀ ପହଞ୍ଚୁଛନ୍ତି। ଏହି ଚାଷ ଜୈବିକ ପଦ୍ଧତିରେ ଯତ୍ନର ସହ ଚାଷ କରୁଥିବା ସେ କହିଛନ୍ତି। ଏହା ୨ କିସମ ଯଥା କମଳା ଓ ସବୁଜ ରଙ୍ଗର ରହିଛି ବୋଲି ଚାଷୀ ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ)): ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଥିବା ଯୋଗୁ ବରଗଡ ଜିଲା ସ୍କୁଲଗୁଡ଼ିକରେ ଖରାଛୁଟିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।...

ମୁଖ୍ୟମନ୍ତ୍ରୀଙ୍କୁ ଫଟୋଚିତ୍ର ପ୍ରଦାନ କଲେ ଛାତ୍ର

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ା ପାଇକ ସାହିର ଭଗବାନ ସାହୁଙ୍କ ପୁଅ ତଥା ସୋରଡ଼ା ଶଶୀଭୂଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଶୁଭମ୍‌...

ଜମିରେ କରୁଥିଲେ କାମ: ବଜ୍ରପାତରେ ଚାଲିଗଲା ଜୀବନ

କୋରାପୁଟ/ନାରାୟଣପାଟଣା,୧୭।୬(ଅମିତାଭ ବେହେରା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ସଲପଗୁଡ଼ା ଗ୍ରାମରେ ସୋମବାର ବର୍ଷା ପବନ ସହ ଘଡଘଡି ହୋଇ ବଜ୍ରପାତ ଘଟିଛି। ବଜ୍ରପାତରେ ଜଣେ ଚାଷୀଙ୍କ...

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ବାଇକ୍‌: ଚାଲିଗଲା ଚାଳକଙ୍କ ଜୀବନ

ଥୁଆମୁଳ ରାମପୁର:୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସ୍ଥିତ କର୍ଲାପାଟ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ...

ପ୍ରଥମଥର କଟକ ଗସ୍ତରେ ଯାଇ ଏମିତି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

କଟକ, ୧୭।୬(ଶିଳ୍ପା ପ୍ରିୟଦର୍ଶିନୀ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କଟକ ଗସ୍ତରେ ଆସି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ...

ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ବାଲେଶ୍ବର ଅଫିସ, ୧୭।୬- ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ନିକଟସ୍ଥ ନାଳରେ ରକ୍ତ ଭାସୁଥିବାରୁ ଦେଖି ଗୋଷ୍ଠୀ ସଂଘର୍ଷ ହୋଇଛି। ସ୍ଥାନୀୟ ଗାଁ ତଥା...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri