ଉପକୂଳରେ ବିଦେଶୀ ପ୍ୟାସନ୍‌ କ୍ରିଷ୍ଣା ଫଳ ଚାଷ

ମହାକାଳପଡ଼ା,୧୯ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ଅଞ୍ଚଳରେ ବିଦେଶୀ ପ୍ୟାସନ୍‌ ଫଳ ବା ଭାରତୀୟମାନେ କହୁଥିବା କ୍ରିଷ୍ଣା ଫଳ ଚାଷ ହେଉଛି। ଏହା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ଫଳକୁ ଜୁସ୍‌ କରି ପାନୀୟ ରୂପେ ବ୍ୟବହାର କରାଯାଏ। ତେବେ ଖରିନାସୀ ଅଞ୍ଚଳର ଚାଷୀ କଲ୍ୟାଣ ରାୟ କୋଲକାତା ଅଞ୍ଚଳର ବନ୍ଧୁଙ୍କଠାରୁ ଚାରା ମଗାଇ ବାଡ଼ିରେ ଏହି ଫଳ ଚାଷ କରିଥିଲେ। ଏହି ଗଛ ଲତା ଜାତୀୟ। ସାଧାରଣତଃ ଏହି ଫଳ ଶୀତଦିନଠାରୁ ଖରାଦିନ ପର୍ଯ୍ୟନ୍ତ ଫଳିଥାଏ। ଫଳଗୁଡ଼ିକ ଭାରି ବାସ୍ନା ଓ ସୁଆଦିଆ। ଏହାକୁ ପାନୀୟ ଜଳରେ ଚିନି ଓ ଲୁଣ ମିଶ୍ରଣ କରି ପିଇଥାନ୍ତି। ଏହି ଫଳ ମୂଳତ ଦକ୍ଷିଣ ଆମେରିକା, ଦକ୍ଷିଣ ବ୍ରାଜିଲ, ପାରାଗୁଆ ଓ ଆର୍ଜେଣ୍ଟିନା ଆଦି ଦେଶ ସହ ଭାରତର ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, କଶ୍ମୀର, କେରଳ ସମେତ ବିଭିନ୍ନ ଥଣ୍ଡା ଜଳବାୟୁରେ ଫଳିଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା ଚାଷ ହେଉଥିବା ଜଣାପଡ଼ିଛି। ଭାରତର ଦିଲ୍ଲୀ, ବାଙ୍ଗାଲୋର, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଆଦି ସମେତ ବଡ଼ ବଡ଼ ସୁପର ମାର୍କେଟ ତଥା ମଲ୍‌ଗୁଡ଼ିକରେ ବିକ୍ରିହେବା ସହ ଅନ୍‌ଲାଇନରେ ମଧ୍ୟ ବିକ୍ରି ହେଇଛି। ଏହାକୁ ସେବନ କଲେ ଶରୀରରେ ପ୍ରଚୁର ପରିମାଣରେ ଭିଟାମିନ ଅଭାବ ପୂରଣ କରିଥାଏ। ଯଥା ଚର୍ମରୋଗ, କେଶ ଝଡ଼ିବା, ଡାଇବେଟିସ, ଚର୍ବି କମାଇବା ଆଦି ସମସ୍ୟା ଦୂର କରାଏ ବୋଲି କୁହାଯାଇଛି। ଅପରପକ୍ଷରେ ଏହି ବିଦେଶୀ ଫଳ ଚାଷକରି ଖରନାସୀ ଗଁାର କଲ୍ୟାଣ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ଫଳକୁ ନେବା ପାଇଁ କଲ୍ୟାଣଙ୍କ ବାଡ଼ିରେ ବିଭିନ୍ନ ରୋଗୀ ପହଞ୍ଚୁଛନ୍ତି। ଏହି ଚାଷ ଜୈବିକ ପଦ୍ଧତିରେ ଯତ୍ନର ସହ ଚାଷ କରୁଥିବା ସେ କହିଛନ୍ତି। ଏହା ୨ କିସମ ଯଥା କମଳା ଓ ସବୁଜ ରଙ୍ଗର ରହିଛି ବୋଲି ଚାଷୀ ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri