Advertisement

ଏଏସ୍‌ଆଇଙ୍କ ଆଖିରେ ଲଙ୍କା ସ୍ପ୍ରେ କରି ଅପରାଧୀ ଚମ୍ପଟ

ପାଟନା, ୯।୮: ବିହାରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ ଅପରାଧୀଙ୍କ ମନରେ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ବହୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ପାଖରେ ଟଙ୍କା ପଇସା ନ ଥିବାରୁ ଅପରାଧୀମାନେ ବେଧଡ଼କ ଦିନ ଦ୍ୱିପହରେ ଲୁଟ୍‌ପାଟ୍‌ କରୁଛନ୍ତି। ପାଟନାର କଦମକୁଆଁ ଅଞ୍ଚଳର ଦିନକର ଗୋଲାମ୍ବରଠାରେ ଏଭଳି ଲୁଟ୍‌ପାଟ୍‌ ହେଉଥିବା ଖବର ପାଇ ଏଏସ୍‌ଆଇ ସନ୍ତୋଷ କୁମାର ସିଂଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଅପରାଧୀଙ୍କ ପିଛା କରିଥିଲେ। ଅପରାଧୀମାନେ ଏକ ଗଳି ରାସ୍ତାରେ ପଶିଯାଇଥିଲେ। ସନ୍ତୋଷ କୁମାର ବାଇକ୍‌ରେ ତାଙ୍କର ପିଛା କରୁଥିଲେ। ଅପରାଧୀମାନେ ସନ୍ତୋଷଙ୍କ ଆଖିକୁ ଲକ୍ଷ୍ୟ କରି ଲଙ୍କା ସ୍ପ୍ରେ କରିଥିଲେ। ଆଖିରେ ଯନ୍ତ୍ରଣା ହେବାରୁ ସନ୍ତୋଷ ଅଟକି ଯାଇଥିଲେ। ସେ ଗଳି ରାସ୍ତାରେ ପଡ଼ି ରହିଥିଲେ। ପରେ ପୋଲିସ ଟିମ୍‌ ତାଙ୍କୁ ଉଦ୍ଧାର କରି ଚିsକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଆଇସିର ୨୨ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୨୬।୮: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ବା The Central Board of Indirect Taxes and Customs (CBIC) ୨୨...

ଆବଶ୍ୟକ ନ ଥିଲେ ମାସ୍କ ପିନ୍ଧନ୍ତୁ ନାହିଁ: ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୮।୩: କରୋନା ଭାଇରସ ଏବେ ଭାରତରେ ତା’ର କାୟା ବିସ୍ତାର ଆରମ୍ଭ କରିଥିବା ବେଳେ ରବିବାର ସୁଦ୍ଧା ଭାରତରେ ୩୯ ଜଣ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ...

ରାଜ୍ୟରେ ବଢୁଛି କରୋନା: ଆଜି ୪୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟରୁ ସୋମବାର ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୮୯୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଉତ୍ତରାଖଣ୍ଡରେ କଂଗ୍ରେସକୁ ବଡ ଝଟକା

ଡେରାଡୁନ,୧୭ ।୧: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । ନୈନିତାଲର ପୂର୍ବତନ ବିଧାୟିକା ତଥା ମହିଳା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷା...

ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି

ନୂଆଦିଲ୍ଲୀ,୧।୧୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ୭୧୩.୨୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍‌ ଦିନକୁ ବିଜ୍ଞାପନ ବାବଦରେ ହାରାହାରି ୧.୯୫...

ଓଡ଼ିଶା ପାଇଁ ଆସିପାରେ ଗମ୍ଭୀର ସ୍ଥିତି: ଆଶଙ୍କା ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶାରଦ

ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ...

ପୁଅ ବିରୋଧ କରୁଛନ୍ତି, ହାତ ମିଳାଇଲେ ବାପା

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୧।୧୨: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଶାସକ ଭାଜପା ଏବଂ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଏକ ଫଟୋକୁ ନେଇ...

ମୋଦି କଲେ ଏମିତି କାମ: ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସା ସୁଅ

ନୂଆଦିଲ୍ଲୀ,୧୬।୧୨: ଡିସେମ୍ବର ୧୩ ଏବଂ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ବପ୍ନର...

Advertisement
Archives

Model This Week