ସିଟି, ବି.ଏଡ୍‌ ତାଲିମରୁ ଛାତ୍ରୀଛାତ୍ର ବଞ୍ଚିତ

ଯାଜପୁର ଅଫିସ,୧୮ା୧: ଯାଜପୁର ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର (ଡିଆଇଇଟି)ରେ ଗତ ୨ ବର୍ଷ ହେଲା ସିଟି ଓ ବି.ଏଡ୍‌ ଆଡ୍‌ମିଶନ ବନ୍ଦ ରହିଛି। ପୂର୍ବରୁ ତାଲିମପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପ୍ରଦାନରେ ଅନିଶ୍ଚିତତା ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ କରୋନା ଯୋଗୁ ଅନ୍‌ଲାଇନ୍‌ ଲିଖିତ ପରୀକ୍ଷା ହୋଇ ନ ପାରିବାରୁ ନୂତନ ଆଡ୍‌ମିଶନ କରାଯାଇ ପାରିନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଏହି ଅନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଯାଜପୁର ଜିଲାର ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ଏବେ ବି ଦୁର୍ବଳ ରହିଛି। ଏହି ଦୃଷ୍ଟିରୁ ଶିକ୍ଷା ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟ ସମ୍ପାଦନରେ ଆହୁରି ଉନ୍ନତି କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ସର୍ବଶିକ୍ଷା ଅଭିଯାନ ଦ୍ୱାରା ପରିଚାଳିତ ଜିଲାର ସମୁଦାୟ ୨୦୧୨ ସରକାରୀ ସ୍କୁଲ ମଧ୍ୟରୁ ଏକାଧିକ ସ୍କୁଲ ଗୃହ କାନ୍ଥରେ ବର୍ତ୍ତମାନ ସୁଦ୍ଧା ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାବାଦ ସମସ୍ତ ସ୍କୁଲରେ ଏଯାଏ ସ୍ବଚ୍ଛ ପାନୀୟ ମିଳୁନାହିଁ, ଅଧିକାଂଶ ସ୍କୁଲରେ ଶୌଚାଳୟଗୁଡିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ବିଦ୍ୟୁତ୍‌ ସଂଯୋଗ ଏବଂ ବ୍ୟବହାର ଉପଯୋଗୀ ଖେଳପଡ଼ିଆ ନ ଥିବାରୁ ଶିକ୍ଷାର ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ କେତେ ସଫଳ ତାହା ଜଳଜଳ ହୋଇ ଦିଶୁଛି। ଶିକ୍ଷକଙ୍କ ଅଭାବ ସହିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲରେ ଶୌଚାଳୟ, ପାଣି ଓ ଆବଶ୍ୟକ ବିଲ୍‌ଡିଂକୁ ନେଇ ଜିଲାରେ ଅବ୍ୟବସ୍ଥା ରେକର୍ଡ ସୃଷ୍ଟି କରିଛି। ଏହାର ପ୍ରତିକାର ପାଇଁ ୨୦୧୬ରେ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଓପେପା ପକ୍ଷରୁ ୨୦୧୮ ଏପ୍ରିଲ ୧୭ରେ ସବିଶେଷ ତଥ୍ୟ ମଗାଯାଇଥିଲା। ସେତେବେଳେ ଜିଲା ସିଭିଲ୍‌ ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୫୭ଟି ସ୍କୁଲରେ ବାଲିକା ଏବଂ ୩୨ଟି ସ୍କୁଲରେ ବାଳକମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନ ଥିଲା। ସେହିପରି ୨୦ଟି ସ୍କୁଲ ଗୃହ ନ ଥିବାର ରିପୋର୍ଟରେ ଦର୍ଶାଯାଇଥିଲା। ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ ସ୍ବଚ୍ଛ ପାନୀୟ ବ୍ୟବସ୍ଥା, ସ୍ବତନ୍ତ୍ର ଶୌଚାଳୟ ଓ ଶୌଚାଳୟ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହେବା, ଶ୍ରେଣୀଗୃହରେ ବିଦ୍ୟୁତ ସଂଯୋଗ ନ ଥିବା ଓ ବିପଦପୂର୍ଣ୍ଣ ଖୋଲା ବିଦ୍ୟୁତ ପଏଣ୍ଟ ରହିଥିବା, ଫ୍ୟାନ ଓ ଆଲୁଅ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁ ସ୍କୁଲଗୁଡିକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ ସମ୍ପାଦନ ହେବାର ଅଛି ସେ ସମ୍ପର୍କରେ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଜିଲା ଶିକ୍ଷାଧିକାରୀ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ହୋଇଥିଲା। ବ୍ୟବହାର ଉପଯୋଗୀ ଖେଳପଡିଆ ନ ଥିବା ସ୍କୁଲଗୁଡ଼ିକୁ ସେ ଅଧିକ ପ୍ରାଧାନ୍ୟ ଦେଇଥିଲେ। ଜିଲା ଶିକ୍ଷାଧିକାରୀ ପତ୍ର ମାଧ୍ୟମରେ ସ୍ଥାନୀୟ ରାଜସ୍ବ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଏବଂ ଖେଳପଡିଆ ବ୍ୟବହାର ଉପଯୋଗୀ କରିବାକୁ ବିହିତ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ ହୋଇଥିଲା। ଯଦି ସ୍କୁଲର ଆବଶ୍ୟକ ଜମି ନାହିଁ, ତେବେ ନିକଟରେ ଥିବା ସରକାରୀ ଜମିକୁ ଚିହ୍ନଟ କରି ଖେଳପଡ଼ିଆ ଭାବେ ବ୍ୟବହାର କରିପାରିବେ ବୋଲି ପତ୍ରରେ ଉଲ୍ଲେଖ ରହିଥିଲା। ହେଲେ ଏଯାଏ ଏହି ନିର୍ଦ୍ଦେଶ ଉପରେ ଶତପ୍ରତିଶତ କାର୍ଯ୍ୟ ସମ୍ପାଦନ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ତେବେ ପ୍ରାୟ ସମସ୍ତ ସ୍କୁଲରେ ଶିକ୍ଷକ ଅଭାବ ଗୁଣାମତ୍କ ଶିକ୍ଷା ପ୍ରଦାନରେ ଅନ୍ତରାୟ ସୃଷ୍ଟି କରୁଛି। ଏଭଳିସ୍ଥିତିରେ ଗତ ୨ ବର୍ଷ ହେଲା ଡିଆଇଇଟିରେ ନୂତନ ଛାତ୍ରୀଛାତ୍ରଙ୍କୁ ଆଡ୍‌ମିଶନ ନ କରିବା ଶିକ୍ଷକ ଅଭାବକୁ ଦ୍ୱିଗୁଣିତ କରୁଛି ବୋଲି ମତପ୍ରକାଶ ପାଇଛି। ଏହି ପ୍ରତିଷ୍ଠାନରେ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୧୦୦ ଜଣ ଲେଖାଏ ଛାତ୍ରୀଛାତ୍ର ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରାଯାଇଛି। ୬୪ ଜଣ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧା ଥିବାବେଳେ ଛାତ୍ରମାନଙ୍କ ପାଇଁ ସେଭଳି କୌଣସି ସ୍ବତନ୍ତ୍ର ରହିବା ବ୍ୟବସ୍ଥା ନାହିଁ। ତେବେ ୪୦ ଜଣ ପିଲାଙ୍କୁ ଅସ୍ଥାୟୀ ଭାବେ ରହି ତାଲିମ ନେବାର ବ୍ୟବସ୍ଥା ରହିଛି।
ଏ ସଂକ୍ରାନ୍ତରେ ଡିଆଇଇଟିର ପ୍ରିନ୍ସିପାଲ ନିବେଦିତା ଗୁରୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତ ୨ ବର୍ଷ ହେଲା ଆଡ୍‌ମିଶନ ନ ହେବା ପଛରେ କରୋନା ମୁଖ୍ୟ କାରଣ ହୋଇଥିଲା। ଏହାପରେ ଅନ୍‌ଲାଇନ୍‌ରେ ଲିଖିତ ପରୀକ୍ଷା ହୋଇପାରିନାହିଁ। ତେବେ ଏଠାରେ ଅନ୍ୟାନ୍ୟ ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିଛି। ଚଳିତବର୍ଷ ନୂତନ ଆଡ୍‌ମିଶନ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri