ସିଟି, ବି.ଏଡ୍‌ ତାଲିମରୁ ଛାତ୍ରୀଛାତ୍ର ବଞ୍ଚିତ

ଯାଜପୁର ଅଫିସ,୧୮ା୧: ଯାଜପୁର ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର (ଡିଆଇଇଟି)ରେ ଗତ ୨ ବର୍ଷ ହେଲା ସିଟି ଓ ବି.ଏଡ୍‌ ଆଡ୍‌ମିଶନ ବନ୍ଦ ରହିଛି। ପୂର୍ବରୁ ତାଲିମପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପ୍ରଦାନରେ ଅନିଶ୍ଚିତତା ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ କରୋନା ଯୋଗୁ ଅନ୍‌ଲାଇନ୍‌ ଲିଖିତ ପରୀକ୍ଷା ହୋଇ ନ ପାରିବାରୁ ନୂତନ ଆଡ୍‌ମିଶନ କରାଯାଇ ପାରିନାହିଁ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ଏହି ଅନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ପ୍ରସ୍ତୁତି ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଯାଜପୁର ଜିଲାର ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ଏବେ ବି ଦୁର୍ବଳ ରହିଛି। ଏହି ଦୃଷ୍ଟିରୁ ଶିକ୍ଷା ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟ ସମ୍ପାଦନରେ ଆହୁରି ଉନ୍ନତି କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ସର୍ବଶିକ୍ଷା ଅଭିଯାନ ଦ୍ୱାରା ପରିଚାଳିତ ଜିଲାର ସମୁଦାୟ ୨୦୧୨ ସରକାରୀ ସ୍କୁଲ ମଧ୍ୟରୁ ଏକାଧିକ ସ୍କୁଲ ଗୃହ କାନ୍ଥରେ ବର୍ତ୍ତମାନ ସୁଦ୍ଧା ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏହାବାଦ ସମସ୍ତ ସ୍କୁଲରେ ଏଯାଏ ସ୍ବଚ୍ଛ ପାନୀୟ ମିଳୁନାହିଁ, ଅଧିକାଂଶ ସ୍କୁଲରେ ଶୌଚାଳୟଗୁଡିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ବିଦ୍ୟୁତ୍‌ ସଂଯୋଗ ଏବଂ ବ୍ୟବହାର ଉପଯୋଗୀ ଖେଳପଡ଼ିଆ ନ ଥିବାରୁ ଶିକ୍ଷାର ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ସର୍ବୋପରି ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ କେତେ ସଫଳ ତାହା ଜଳଜଳ ହୋଇ ଦିଶୁଛି। ଶିକ୍ଷକଙ୍କ ଅଭାବ ସହିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲରେ ଶୌଚାଳୟ, ପାଣି ଓ ଆବଶ୍ୟକ ବିଲ୍‌ଡିଂକୁ ନେଇ ଜିଲାରେ ଅବ୍ୟବସ୍ଥା ରେକର୍ଡ ସୃଷ୍ଟି କରିଛି। ଏହାର ପ୍ରତିକାର ପାଇଁ ୨୦୧୬ରେ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଓପେପା ପକ୍ଷରୁ ୨୦୧୮ ଏପ୍ରିଲ ୧୭ରେ ସବିଶେଷ ତଥ୍ୟ ମଗାଯାଇଥିଲା। ସେତେବେଳେ ଜିଲା ସିଭିଲ୍‌ ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୫୭ଟି ସ୍କୁଲରେ ବାଲିକା ଏବଂ ୩୨ଟି ସ୍କୁଲରେ ବାଳକମାନଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନ ଥିଲା। ସେହିପରି ୨୦ଟି ସ୍କୁଲ ଗୃହ ନ ଥିବାର ରିପୋର୍ଟରେ ଦର୍ଶାଯାଇଥିଲା। ଓପେପାର ପ୍ରକଳ୍ପ ନିର୍ଦ୍ଦେଶକ ସ୍ବଚ୍ଛ ପାନୀୟ ବ୍ୟବସ୍ଥା, ସ୍ବତନ୍ତ୍ର ଶୌଚାଳୟ ଓ ଶୌଚାଳୟ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହେବା, ଶ୍ରେଣୀଗୃହରେ ବିଦ୍ୟୁତ ସଂଯୋଗ ନ ଥିବା ଓ ବିପଦପୂର୍ଣ୍ଣ ଖୋଲା ବିଦ୍ୟୁତ ପଏଣ୍ଟ ରହିଥିବା, ଫ୍ୟାନ ଓ ଆଲୁଅ ଆଦି ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁ ସ୍କୁଲଗୁଡିକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟ ସମ୍ପାଦନ ହେବାର ଅଛି ସେ ସମ୍ପର୍କରେ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଜିଲା ଶିକ୍ଷାଧିକାରୀ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ହୋଇଥିଲା। ବ୍ୟବହାର ଉପଯୋଗୀ ଖେଳପଡିଆ ନ ଥିବା ସ୍କୁଲଗୁଡ଼ିକୁ ସେ ଅଧିକ ପ୍ରାଧାନ୍ୟ ଦେଇଥିଲେ। ଜିଲା ଶିକ୍ଷାଧିକାରୀ ପତ୍ର ମାଧ୍ୟମରେ ସ୍ଥାନୀୟ ରାଜସ୍ବ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ଏବଂ ଖେଳପଡିଆ ବ୍ୟବହାର ଉପଯୋଗୀ କରିବାକୁ ବିହିତ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପ ହୋଇଥିଲା। ଯଦି ସ୍କୁଲର ଆବଶ୍ୟକ ଜମି ନାହିଁ, ତେବେ ନିକଟରେ ଥିବା ସରକାରୀ ଜମିକୁ ଚିହ୍ନଟ କରି ଖେଳପଡ଼ିଆ ଭାବେ ବ୍ୟବହାର କରିପାରିବେ ବୋଲି ପତ୍ରରେ ଉଲ୍ଲେଖ ରହିଥିଲା। ହେଲେ ଏଯାଏ ଏହି ନିର୍ଦ୍ଦେଶ ଉପରେ ଶତପ୍ରତିଶତ କାର୍ଯ୍ୟ ସମ୍ପାଦନ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ତେବେ ପ୍ରାୟ ସମସ୍ତ ସ୍କୁଲରେ ଶିକ୍ଷକ ଅଭାବ ଗୁଣାମତ୍କ ଶିକ୍ଷା ପ୍ରଦାନରେ ଅନ୍ତରାୟ ସୃଷ୍ଟି କରୁଛି। ଏଭଳିସ୍ଥିତିରେ ଗତ ୨ ବର୍ଷ ହେଲା ଡିଆଇଇଟିରେ ନୂତନ ଛାତ୍ରୀଛାତ୍ରଙ୍କୁ ଆଡ୍‌ମିଶନ ନ କରିବା ଶିକ୍ଷକ ଅଭାବକୁ ଦ୍ୱିଗୁଣିତ କରୁଛି ବୋଲି ମତପ୍ରକାଶ ପାଇଛି। ଏହି ପ୍ରତିଷ୍ଠାନରେ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୧୦୦ ଜଣ ଲେଖାଏ ଛାତ୍ରୀଛାତ୍ର ପ୍ରଶିକ୍ଷଣ ନେବାର ବ୍ୟବସ୍ଥା କରାଯାଇଛି। ୬୪ ଜଣ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧା ଥିବାବେଳେ ଛାତ୍ରମାନଙ୍କ ପାଇଁ ସେଭଳି କୌଣସି ସ୍ବତନ୍ତ୍ର ରହିବା ବ୍ୟବସ୍ଥା ନାହିଁ। ତେବେ ୪୦ ଜଣ ପିଲାଙ୍କୁ ଅସ୍ଥାୟୀ ଭାବେ ରହି ତାଲିମ ନେବାର ବ୍ୟବସ୍ଥା ରହିଛି।
ଏ ସଂକ୍ରାନ୍ତରେ ଡିଆଇଇଟିର ପ୍ରିନ୍ସିପାଲ ନିବେଦିତା ଗୁରୁଙ୍କୁ ପଚାରିବାରେ ସେ କହିଛନ୍ତି, ଗତ ୨ ବର୍ଷ ହେଲା ଆଡ୍‌ମିଶନ ନ ହେବା ପଛରେ କରୋନା ମୁଖ୍ୟ କାରଣ ହୋଇଥିଲା। ଏହାପରେ ଅନ୍‌ଲାଇନ୍‌ରେ ଲିଖିତ ପରୀକ୍ଷା ହୋଇପାରିନାହିଁ। ତେବେ ଏଠାରେ ଅନ୍ୟାନ୍ୟ ପ୍ରଶିକ୍ଷଣ କାର୍ଯ୍ୟ ଜାରି ରହିଛି। ଚଳିତବର୍ଷ ନୂତନ ଆଡ୍‌ମିଶନ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?