Posted inଖେଳ

ଏଲ କ୍ଲାସିକୋ ମ୍ୟାଚରେ ସିଏସକେ-ଏମଆଇ ଲଢ଼େଇ…

ଚେନ୍ନାଇ,୬।୫ : ଆଇପିଏଲ ୨୦୨୩ ର ୪୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଶନିବାର ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟାରେ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସହିତ ମୁହାଁମୁହିଁ ହେବ। ଏହି ମ୍ୟାଚକୁ ଆଇପିଏଲର ଏଲ କ୍ଲାସିକୋ ମଧ୍ୟ କୁହାଯାଉଛି। କାରଣ ଉଭୟ ଲିଗର ସଫଳତମ ଦଳ ଅଟନ୍ତି। ଏଲ କ୍ଲାସିକୋ ହେଉଛି ଏକ ସ୍ପାନିସ ଶବ୍ଦ ଯାହାର ଅର୍ଥ ଉତ୍କୃଷ୍ଟ। ସ୍ପେନ ଫୁଟବଲରେ ବାର୍ସିଲୋନା-ରିଅଲ ମାଡ୍ରିଡ ମ୍ୟାଚକୁ ଏଲ କ୍ଲାସିକୋ କୁହାଯାଏ, କାରଣ ଉଭୟ ଲା ଲିଗାର ସବୁଠାରୁ ସଫଳ କ୍ଲବ।
ଏହି ସିଜିନ ପୂର୍ବରୁ ଉଭୟ ଦଳ ମଧ୍ୟ ସଂଘର୍ଷ କରିଛନ୍ତି। ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ମୁମ୍ବାଇକୁ ସାତ ୱିକେଟରେ ପରାସ୍ତ କରିଛି। ଧୋନିଙ୍କ ସୁପର କିଙ୍ଗ୍ସରୁ ରୋହିତଙ୍କ ପାଲଟାନ ପ୍ରତିଶୋଧ ନେବାକୁ ଚାହିଁ ବସିଛି। ଚେନ୍ନାଇ ଦଳ ଏପର୍ଯ୍ୟନ୍ତ ୧୦ ଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ ପାଞ୍ଚଟି ଜିତିଥିବାବେଳେ ଚାରିଟି ପରାଜୟର ସମ୍ମୁଖୀନ ହୋଇଛି। ବର୍ଷା ଯୋଗୁ ଗୋଟିଏ ମ୍ୟାଚରେ ପଏଣ୍ଟ ଭାଗ ହୋଇଛି। ଚେନ୍ନାଇ ବର୍ତ୍ତମାନ ୧୧ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଏଥି ସହିତ, ମୁମ୍ବାଇରେ ପାଞ୍ଚଟି ବିଜୟ ଏବଂ ଚାରିଟି ପରାଜୟ ସହିତ ନଅ ମ୍ୟାଚରୁ ୧୦ ପଏଣ୍ଟ ରହିଛି୧ ପଏଣ୍ଟ ଟେବୁଲରେ ଦଳ ଷଷ୍ଠ ସ୍ଥାନରେ ରହିଛି।

ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଇଙ୍ଗ ୧୧ରେ ଡିଭନ କନୱେ, ରିତୁରାଜ ଗାଇକୱାଡ, ଅଜିଙ୍କ୍ୟ ରାହାନେ, ଶିବମ ଦୁବେ, ମୋଇନ ଅଲି, ଏମଏସ ଧୋନି (କ୍ୟାପଟେନ/ ଓ୍ବିକେଟକିପର), ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର୍‌ / ମହେଶ ତିଖସ୍ନା, ଦୀପକ ଚହର, ମାଥୀଶା ପୃଥରିନା, ତୁଷାର ଦେଶପାଣ୍ଡେ ରହିଛନ୍ତି। ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶନ (ୱିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, ଟିମ ଡେଭିଡ, ନେହଲ ୱାଡେରା, ହ୍ରିତିକ ଶୋକିନ, ଜୋଫ୍ରା ଆର୍ଚର, ପୀୟୁଷ ଚାୱଲା, ଆକାଶ ମାଧୱାଲ ପ୍ରମୁଖ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?