ଧସିଲା ପଥର ପ୍ୟାକିଂ ୱାଲ୍‌

କେନ୍ଦ୍ରାପଡ଼ା ଅଫିସ, ୧୮।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ ପ୍ରଭାତୀ ଗାଁ ଗହିରମଥା ତଟବନ୍ଧ ପାଶର୍‌ବରେ ହୋଇଥିବା ପଥର ପ୍ୟାକିଂ କ୍ରମାଗତ ଭାବେ ଧସି ଚାଲିଛି। ଏନେଇ ଲୁଣା ନଦୀର ପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ଗତ ୨ ମାସ ତଳେ ଏହି ପଥର ପ୍ୟାକିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା ଧସି ଯାଇ ପଥର ସବୁ ନଦୀ ଗର୍ଭକୁ ଚାଲିଯାଇଛି । ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାଜନଗର ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ତଟବନ୍ଧ ସୁଦୃଢୀକରଣ ଯୋଜନାର ବାସ୍ତବତା ପ୍ରତି ଏହି ଘଟଣା ପ୍ରଶ୍ନବାଚୀ ଛିଡା କରିଛି । ପ୍ରଭାତୀ ଗ୍ରାମର ବନମାଳୀ ମଣ୍ଡଳ କହିଛନ୍ତି, କେନ୍ଦ୍ରାପଡା ଜିଲାର ୪୮କିମି ସମୁଦ୍ର ତଟ ଅଛି ା ଏହାକୁ ସୁରକ୍ଷା ଦେବା ସହିତ ତଟବର୍ତ୍ତୀ ଆଭ୍ୟନ୍ତର ଅଞ୍ଚଳକୁ ଲୁଣା ଜୁଆର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ଜଳ ସମ୍ପଦ ବିଭାଗ ଅଧୀନରେ ନବେ ଦଶକରେ ଆଳିଠାରେ ଏକ ସ୍ବତନ୍ତ୍ର ତଟବନ୍ଧ ଡିଭିଜନ ଖୋଲାଯାଇଥିଲା ା ତଟାଞ୍ଚଳ ସୁରକ୍ଷା ପାଇଁ ଡିଭିଜନକୁ କୋଟି କୋଟି ଟଙ୍କା ଅନୁଦାନ ଆସୁଛି ା ଏହି ଡିଭିଜନ ଦ୍ୱାରା ବହୁ ଯନ୍ତ୍ରୀ ଓ ଠିକାଦାରଙ୍କ ଭାଗ୍ୟ ବଦଳିଛି ସିନା ତଟାଞ୍ଚଳର ସୁରକ୍ଷା କ୍ଷେତ୍ରରେ କୌଣସି ସୁଧାର ଆସିଲାନାହିଁ। ରାଜନଗର ବ୍ଲକର ଉପାନ୍ତରେ ଥିବା ଗହିରମଥା ନଦୀ ତଟବନ୍ଧ ପାର୍ଶ୍ୱକୁ ଠିକାସଂସ୍ଥା ନାମକୁ ମାତ୍ର ପଥର ପ୍ୟାକିଂ ଓ ନିମ୍ନମାନର ୱାଲ ନିର୍ମାଣ କରିଥିବାରୁ ଅତଡା ଧସିବା ଫଳରେ ପ୍ରାୟ ୫୦ ଫୁଟରୁ ଅଧିକ ଲମ୍ବର ସ୍ପର ୱାଲଟ ଲୁଣାନଦୀକୁ ଚାଲିଯାଇଛି ା ପଥର ପ୍ୟାକିଂ ଧସୁଥିବା ସ୍ଥାନର ଅନତି ଦୂରରେ କେରୁଆଁପାଳ ପଞ୍ଚାୟତର ଶତାଧିକ ପରିବାର ବସବାସ କରୁଛନ୍ତି । ଯେଉଁ ସ୍ଥାନରେ ପଥର ପ୍ୟାକିଂ ଧସୁଛି ତାହା ନିକଟରେ ଏକ ଟର୍ନିଂ ପଏଣ୍ଟ ରହିଛି । ଏହି ସ୍ଥାନର ପୂର୍ବ ଦିଗରେ ହେନ୍ତାଳ ବଣ ରହିଛି। ଏହି ଟର୍ନିଂ ପଏଣ୍ଟ ସ୍ଥାନରେ ନିମ୍ନମାନର ପଥର ପ୍ୟାକିଂ ଓ ୱାଲ କାର୍ଯ୍ୟ ହୋଇଥିବା ଯୋଗୁ ଲୁଣା ଜୁଆର ମାଡରେ ଏହିଠାରେ ପଥର ସବୁ ଧସି ଯାଇ ନଦୀ ଗର୍ଭକୁ ଚାଲିଯାଇଛି ା ଫଳରେ ମୂଳବନ୍ଧ ପ୍ରତି ବିପଦ ସୃଷ୍ଟି ହେଇଛି । ଏହାର ପ୍ରତିକାର କରା ନ ଗଲେ ତଟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରି କେରୁଆଁପାଳ ପଞ୍ଚାୟତର ଗ୍ରାମଗୁଡିକ ସମୁଦ୍ର ଲୁଣାନଦୀ ଗର୍ଭରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି କରିଛି ା ଗ୍ରାମର ଭାଜପା ନେତା ଶଶଧର ମଣ୍ଡଳ କହିଛନ୍ତି, କେରୁଆଁପାଳ ପଞ୍ଚାୟତକୁ ସୁରକ୍ଷା ଦେବାପାଇଁ ଲୁଣାନଦୀ ଶଯ୍ୟାରେ କଂକ୍ରିଟ ଓ୍ବାଲ, ପଥର ପ୍ୟାକିଂ, ଡ୍ରପିଂ ଓ ବେସ୍‌ ତିଆରି ପାଇଁ ପଞ୍ଚାୟତ ଲୋକେ ତଟବନ୍ଧ ବିଭାଗକୁ ଦାବି କରିଆସୁଥିଲେ ା ଏହି ବିଭାଗ ପକ୍ଷରୁ ଦୁର୍ବଳ ଲୁଣା ଘେରିବନ୍ଧ ଜୁଆର ପାଣି ମାଡ କରୁଥିବା ଟର୍ନିଂ ପଏଣ୍ଟରେ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଥର ପ୍ୟାକିଂ କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ଆରମ୍ଭ କରାଯାଇଥିଲା । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କାର୍ଯ୍ୟ ୨ମାସ ନ ପୂରୁଣୁ ଖସିଯାଇ ନଦୀରେ ମିଶିଗଲା । କାର୍ଯ୍ୟ ଆରମ୍ଭ ବେଳେ ନିମ୍ନମାନର ହେବା ଦେଖି ଗ୍ରାମବାସୀ ଲୁଣାନଦୀ ଶଯ୍ୟାରେ କଂକ୍ରିଟ ଓ୍ବାଲ୍‌ କରାଯାଇ ତା’ ଉପରେ ପଥର ପ୍ୟାକିଂ, ଡ୍ରପିଂ ଓ ବେସ୍‌ ତିଆରି ପାଇଁ ଦାବି କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀ ଲୋକଙ୍କ ଦାବି ପ୍ରତି ଧ୍ୟାନ ନ ଦେଇ କାମ କରିବାରୁ ତଟବନ୍ଧର ଅବସ୍ଥା ଏବେ ଶୋଚନୀୟ ହେବାରେ ଲାଗିଛି।
ଜନସାଧାରଣଙ୍କ ଧନ ଓ ଜୀବନକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ତଟବନ୍ଧ କାର୍ଯ୍ୟ ନିମନ୍ତେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି । ତଟବନ୍ଧ ଦୁର୍ବଳ ସ୍ଥାନକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ, ସ୍ପର, ବନ୍ଧକୁ ପ୍ରଶସ୍ତୀକରଣ ଆଦି କାର୍ଯ୍ୟ କରାଯାଉଛି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ଏସମସ୍ତ କାର୍ଯ୍ୟ ଠିକ୍‌ ହେବା ପରିବର୍ତ୍ତେ ଅତି ନିମ୍ନମାନର ହୋଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ବେହେରା କହିଛନ୍ତି, ନଦୀର ଟର୍ନିଂ ପଏଣ୍ଟରେ ସବୁବେଳେ ବିପଦ ରହିଥାଏ । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ା ସ୍ଥାନୀୟ ବିଧାୟକ ମଧ୍ୟ ଦେଖି ଯାଇଛନ୍ତି । କାର୍ଯ୍ୟର ଏଷ୍ଟିମେଟ୍‌ର ଅନୁମୋଦନ ମିଳିଲେ ଯାହାକିଛି ପଦକ୍ଷେପ ନିଆଯିବ । ତେବେ ପ୍ରଭାତୀ ପଞ୍ଚାୟତ ତଟବନ୍ଧରେ ସମ୍ପୂଣ୍ଣ ର୍‌ କଂକ୍ରିଟ ୱାଲ୍‌ ତିଆରି ପାଇଁ ପ୍ରଶାସନ ପଦକ୍ଷେପ ନେବା ସହିତ ଧସିଥିବା ସ୍ଥାନରେ ବାଲି ବସ୍ତା ଲଗାଯିବା ଜରୁରୀ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri