ଅକ୍ଟୋବର ୭ ପର୍ଯ୍ୟନ୍ତ ଏନ୍‌ସିବି ହେପାଜତରେ ଆର‌୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ହେପାଜତରେ ରହିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆର‌୍ୟନଙ୍କ ବିରୋଧରେ ଏନ୍‌ଡିପିଏସ୍ ଧାରା ୨୭(କୌଣସି ମାଦକ ପଦାର୍ଥ ସେବନ କରିବା) ୮ସି (ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପାଖରେ ରଖିବା, ବିକ୍ରି କରିବା ବା କ୍ରୟ କରିବା) ଓ ଅନ୍ୟ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି । ସତିଶ ମାନସିନ୍ଦେ ଆର‌୍ୟନଙ୍କ ତରଫରୁ ଲଢୁଛନ୍ତି । ସେ କୋର୍ଟଙ୍କୁ କହିଛନ୍ତି, ଆର‌୍ୟନଙ୍କଠାରୁ କୌଣସି ମାଦକ ପଦାର୍ଥ ଜବତ କରାଯାଇ ନାହିଁ । ଯଦି ତାଙ୍କୁ ଜାମିନ ମିଳିବ ତେବେ ସେ ଏନ୍‌ସିବିର ଯାଞ୍ଚରେ ସାମିଲ ହୋଇ ପାରିବେ । ଆର‌୍ୟନଙ୍କ ସହ ଅନ୍ୟ ୨ଜଣ ମଧ୍ୟ ୭ ଅକ୍ଟୋବର ପର୍ଯ୍ୟନ୍ତ ପଚରା ଉଚରା ପାଇଁ ଏନ୍‌ସିବି ହେପାଜତରେ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଶନିବାର ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ସିପରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଆର‌୍ୟନ ଖାଁ ଯାଇଥିଲେ । ପାର୍ଟି ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଏନ୍‌ସିବି ଟିମ୍ ସାଦା ପୋଷାକରେ ଯାଇ ପାର୍ଟି ଉପରେ ଚଢଉ କରିବା ସହ ପ୍ରାୟ ୧୧ ଜଣଙ୍କୁ ଗିରଫ କରିଥିଲା । ଯେଉଁଥିରେ ବଲିଉଡ୍ ତାରକା ଶାହାରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଗୀତ ବଦଳାଇ ଦେଇଥିଲା ଭାଗ୍ୟ ଏହି ଗାୟକଙ୍କ ଜୀବନ, ତଥାପି ମନରେ ଆସିଥିଲା ଆତ୍ମହତ୍ୟା ଚିନ୍ତା

ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ବି ବଲିଉଡରେ ତାଙ୍କ ନିଆରା ସ୍ବରକୁ କେହି ବଦଳାଇ ପାରି...

ରାଣୀଙ୍କୁ ପ୍ରଶଂସା କଲେ କ୍ୟାଟ୍ରିନା

ମୁମ୍ବାଇ: କ୍ୟାଟ୍ରିନା ଏବଂ ବିକି ଅଭିନେତ୍ରୀ ମୁଖାର୍ଜୀଙ୍କ ଫିଲ୍ମ ଶ୍ରୀମତୀ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଦେଖିଛନ୍ତି। ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରିରେ ଏହି ପୋଷ୍ଟ...

କିରଣ କୁମାରଙ୍କ ତୃତୀୟ କରୋନା ରିପୋର୍ଟ ନେଗେଟିଭ୍‌

ମୁମ୍ବାଇ,୨୭।୫: ଅଭିନେତା କିରଣ କୁମାର ମେ ୧୪ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ...

ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ...

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ରାଗିକି ଏମିତି କହିଲେ କ୍ରିତି

ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁକୁ ନା ତାଙ୍କ ପରିବାର ନା ପ୍ରଶଂସକ କେହିବି ଗ୍ରହଣ କରି ପାରୁନାହାନ୍ତି। ୩ ତାରିଖ ଓଶିୱାରା ଶ୍ମଶାନରେ...

ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍‌ଆର୍‌ଆର୍‌ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ...

ଚର୍ଚ୍ଚିତ ଦେଶପ୍ରେମ ଗୀତ

ଥରେ ମନେପକାନ୍ତୁ ନା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କର ସେହି କାଳଜୟୀ ଗୀତ ‘ୟେ ମେରେ ଓ୍ବତନ କି ଲୋଗଁା’କୁ। କବି ପ୍ରଦୀପଙ୍କ ଦ୍ୱାରା ରଚିତ...

‘ଫାଷ୍ଟ କିସ୍‌’ ଭିଡିଓ ଶେୟାର କଲେ ନେହା, ସ୍ବାମୀ କହିଲେ ଏମିତି

ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ସହ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି।...

Advertisement
Archives

Model This Week