Posted inଜାତୀୟ

ବୁଲା କୁକୁରଙ୍କ ପ୍ରତି କ୍ରୁରତା ଗ୍ରହଣଯୋଗ୍ୟ ନୁହେଁ: ହାଇକୋର୍ଟ…

ମୁମ୍ବାଇ,୨୮।୩ : ମଙ୍ଗଳବାର ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଏକ ସଭ୍ୟ ସମାଜରେ ବୁଲା କୁକୁରମାନଙ୍କ ପ୍ରତି ନିର୍ଦ୍ଦୟଭାବ, କ୍ରୁରତା ତଥା ଘୃଣାଭାବ କେବେ ମଧ୍ୟ ଗ୍ରହଣୀୟ ନୁହେଁ। ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏକ ହାଉସିଂ ସୋସାଇଟିକୁ ଏହି ସମସ୍ୟାର ସମାଧାନ ପାଇଁ ଆବେଦନକାରୀଙ୍କ ସହ ସହଯୋଗ କରିବାକୁ କହିଥିଲେ।

ଜଷ୍ଟିସ ଜିଏସ କୁଲକର୍ଣ୍ଣି ଏବଂ ଜଷ୍ଟିସ ଆର.ଏନ ଲଡ୍ଡାଙ୍କ ଏକ ଡିଭିଜନ ବେଞ୍ଚ ହାଇକୋର୍ଟ ବିଲଡିଂ କମ୍ପ୍ଲେକ୍ସରେ ଅନେକ ବୁଲା ବିଲେଇ ଏବଂ କୁକୁରଙ୍କ ଯତ୍ନ ନିଆଯାଉଥିବାର ଉଦାହରଣ ଦେଇଛନ୍ତି। ଜଷ୍ଟିସ କୁଲକର୍ଣ୍ଣି କହିଛନ୍ତି, ହାଇକୋର୍ଟ ବିଲ୍ଡିଂ ପରିଦର୍ଶନ କରନ୍ତୁ, ଆପଣ ବିଲେଇଙ୍କ ସଂଖ୍ୟା ଦେଖିଛନ୍ତି କି, ସେମାନେ ବେଳେବେଳେ ଘୁମାଉଥାନ୍ତି। ଆପଣ ଯେଉଁଠାରେ ବି ବିଲେଇକୁ ଛାଡ଼ିବାକୁ ନିଅନ୍ତି, ସେମାନେ କିଛି ଦିନ ପରେ ପୁଣି ଘରକୁ ଫେରି ଆସନ୍ତି । ଏହି ପ୍ରାଣୀମାନେ ଆମ ସମାଜର ଏକ ଅଂଶ। ଆମକୁ ସେମାନଙ୍କର ଯତ୍ନ ନେବାକୁ ପଡିବ। ବର୍ତ୍ତମାନ ଅବସର ନେଇଥିବା ଜଣେ ବିଚାରପତିଙ୍କ ଉଦାହରଣ ମଧ୍ୟ କୋର୍ଟ ଦେଇଛନ୍ତି। ସମ୍ପୃକ୍ତ ବିଚାରପତି ତାଙ୍କ ସହିତ ବିସ୍କୁଟ ରଖୁଥିଲେ ଏବଂ କୁକୁରମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ପଛରେ ଗୋଡାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

ଗୋରୁ ଗୁହାଳରୁ ୧୫ ଫୁଟର ବଉଳା କୁମ୍ଭୀର ଉଦ୍ଧାର: ଖେଳିଗଲା ଆତଙ୍କ,ଦେଖନ୍ତୁ VIDEO

ମହାକାଳପଡ଼ା,୨୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ନଦୀ-ନାଳରେ ଏବେ ମାଳ ମାଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ନଦୀରେ ପ୍ରାକୃତିକ ଖାଦ୍ୟ ମାଛ ଓ…

ରାଜନୀତିରେ ବଡ଼ ହଲଚଲ: ହଠାତ୍‌ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ବେଙ୍ଗାଲୁରୁ,୨୩।୯: କଂଗ୍ରେସ ବିଧାୟକ ୟଶବନ୍ତରାୟଗୌଡା ପାଟିଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ‘ଇଣ୍ଡି ତାଲୁକ’କୁ ମରୁଡ଼ିଗ୍ରସ୍ତ ଘୋଷଣା ନକରାଯିବାର ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ରବିବାର ବି ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୩।୯: ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?