ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ ମଦ ଭାଟି (ସମାଗୁଡ଼ା) ଠାରେ ବୁଧବାର ସାପ୍ତାହିକ ହାଟରେ ଅଭାବନୀୟ ଜନଗହଳି ଦେଖିବାକୁ ମିଳିଛି। ସକାଳୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଶତାଧିକ ଲୋକଙ୍କ ଭିଡ଼ ଜମିଥିବା ବେଳେ, ବଜାରର ଅବ୍ୟବସ୍ଥା ଓ ପ୍ରଶାସନିକ ଉଦାସୀନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପର୍ବ ପାଇଁ ଉତ୍ସାହ, କିନ୍ତୁ ବିପଦ ବେଶି, ଆଗକୁ ଟୋକୀମରା ପର୍ବ ଥିବାରୁ ବୁଧବାର ହାଟରେ କିଣାବିକା ପାଇଁ ପ୍ରବଳ ଭିଡ଼ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଏହି ହାଟ ଏବେ ଏକ ଅସୁରକ୍ଷିତ ତଥା ବିପଦପୂର୍ଣ୍ଣ ସ୍ଥାନରେ ବସୁଛି। ପୂର୍ବରୁ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ସରକାରୀ ଅନୁଦାନରୁ ସ୍ୱତନ୍ତ୍ର ବଜାର ପିଣ୍ଡି ନିର୍ମାଣ ହୋଇଥିଲେ ସୁଦ୍ଧା ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ବ୍ୟବସାୟ କରୁଛନ୍ତି। ଅଭିଯୋଗ ହେଉଛି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଏବଂ ଗ୍ରାମପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୂତନ ବଜାର ପିଣ୍ଡିକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଫଳରେ ଗ୍ରାମପଞ୍ଚାୟତର ରାଜକୋଷକୁ କୌଣସି ଆୟ ଆସୁନାହିଁ। ଏପଟେ ଲୋକେ ନିରାପଦ ସ୍ଥାନ ପାଇବାରୁ ବଞ୍ଚିତ ହେଉଛନ୍ତି। ପଞ୍ଚାୟତ ପ୍ରଶାସନର ଏଭଳି ଅପାରଗତାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହୁଥିବା ଏହି ଭିଡ଼ କୌଣସି ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁନାହିଁ ତୋ ବୋଲି ପ୍ରଶ୍ନ ହେଉଛି। ତେବେ ପର୍ବ ସମୟରେ ଏଭଳି ଅବ୍ୟବସ୍ଥା ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଭାବାବେଗକୁ ଆହତ କରୁଥିବା ବେଳେ, ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ପିଣ୍ଡିକୁ ତୁରନ୍ତ ବ୍ୟବହାର ଉପଯୋଗୀ କରିବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri