ୟୁକ୍ରେନ୍‌ ବର୍ଡର ପାର ହେବା ସହଜ ନ ଥିଲା

ଗୁଣପୁର,୬।୩(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ସହରର ୩ ଡାକ୍ତରୀ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ସୁରକ୍ଷିତଭାବେ ଘରକୁ ଫେରିଛନ୍ତି। ଗୁଣପୁର ସହର ନିବାସୀ ଜି. ମାଣିକେଶ୍ୱରଙ୍କ ଝିଅ ଜି. ସନ୍ତୋଷୀ ଏବଂ ଚିନାରା ଭେଙ୍କେଟ ରାମଣାଙ୍କ ପୁଅ ସମ୍ପତ୍‌ ବିନାୟକ ଗୁଣପୁର ଫେରିବା ପରେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି। ୟୁକ୍ରେନ୍‌ ବର୍ଡର ପାର ହେବା ସମୟର ଭୟଙ୍କର ସ୍ଥିତିକୁ ଦୁହେଁ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।
ଯୁଦ୍ଧ ସ୍ଥିତି ଭୟଙ୍କର ହେବାପରେ ଓଡ଼ିଶା ସରକାର, ଭାରସ ସରକାର ଏବଂ ଆମ୍ବାସି ପକ୍ଷରୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ଭାରତୀୟ ଛାତ୍ରୀଛାତ୍ରଙ୍କ ସହ ସୁବିଧାରେ ସେମାନେ ୟୁକ୍ରେନ୍‌ ବର୍ଡର ପର୍ଯ୍ୟନ୍ତ ପହଞ୍ଚିଥିଲେ। ହେଲେ ୟୁକ୍ରେନ୍‌ ସେନା ସେମାନଙ୍କୁ ବର୍ଡର ପାର ହେବାକୁ ଦେଇ ନ ଥିଲେ। ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ନିଜ ଦେଶକୁ ଫେରିବାକୁ ଅପେକ୍ଷା କରିଥିଲେ। ମାଇନସ୍‌ ୧୦ ଡିଗ୍ରୀରେ ବିନା ଖାଦ୍ୟ ଏବଂ ଆଶ୍ରୟସ୍ଥଳୀରେ ଛାତ୍ରୀଛାତ୍ରମାନଙ୍କୁ ଦୀର୍ଘ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ପରିସ୍ରା କରିବାକୁ ମଧ୍ୟ ସେନା ଛାଡ଼ୁ ନ ଥିଲେ। ଯାଞ୍ଚପରେ ସେମାନଙ୍କୁ ଛଡ଼ାଯାଇଥିଲା। ରୋମାନିଆ ରେ ପହଞ୍ଚିବା ପରେ ରୋମାନିଆ ଆମ୍ବାସି ସମସ୍ତ ସହଯୋଗ କରିଥିଲେ। ସେଠାରୁ ରୋମାନିଆ ଏବଂ ଭାରତ ସରକାରଙ୍କ ସହଯୋଗରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଓଡ଼ିଶା ସରକାରଙ୍କ ସମସ୍ତ ବ୍ୟବସ୍ଥାରେ ଅନ୍ୟ ଛାତ୍ରୀଛାତ୍ରଙ୍କ ସହ ଦୁହେଁ ଓଡ଼ିଶା ଫେରିଥିବା କହିଛନ୍ତି। ଅନ୍ୟପକ୍ଷରେ ପିଲାମାନେ ଘରକୁ ଫେରିବା ପରେ ପରିବାର ଲୋକେ ମଧ୍ୟ ଖୁସିରେ ଭାବବିହ୍ବଳ ହୋଇପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସନ୍ତୋଷୀ ଏବଂ ସମ୍ପତ୍‌ ବିନାୟକ ୟୁକ୍ରେନ୍‌ର ଭିନ୍ନିସ୍ତାରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ଦୁହେଁ ପ୍ରଥମ ବର୍ଷରେ ପଢ଼ୁଥିଲେ। ଯୁଦ୍ଧ ଆରମ୍ଭ ହେବାପରେ ସେମାନଙ୍କୁ ଅନେକ ସମୟ ବଙ୍କର୍‌ ମଧ୍ୟରେ କାଟିଥିବା ପଡ଼ିଥିବା କହିଛନ୍ତି। ଗୁଣପୁର ଅଞ୍ଚଳର ଅନ୍ୟଜଣେ ଛାତ୍ରୀ ଡି.ଶ୍ରୀୟା ରବିବାର ଫେରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

ଜନସାଧାରଣ, ସମର୍ଥକ ଚାହିଁଲେ ପୁଣି ସ୍ୱାଧୀନରେ ଲଢ଼ିବେ ମକରନ୍ଦ

ରାୟଗଡ଼ା,୩୧/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଜ୍ୟର ଏକମାତ୍ର ସ୍ୱାଧୀନ ବିଧାୟକ ଭାବେ ୨୦୧୯ରେ ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି । ବିଜେଡ଼ିର ପ୍ରାର୍ଥି ତଥା...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ: ପରିବର୍ତ୍ତନ ନ ହେଲେ ଅନ୍ୟ ପନ୍ଥା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବିଧାନସଭା ଆସନ ପ୍ରାର୍ଥତ୍ନୀ ଅନସୂୟା ମାଝିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ ତେଜିବାରେ ଲାଗିଛି। ଶୁକ୍ରବାର ବିଜେଡି ରାଜ୍ୟ ଉପସଭାପତି ଏନ୍‌.ଭାସ୍କର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri