ୟୁକ୍ରେନ୍‌ ବର୍ଡର ପାର ହେବା ସହଜ ନ ଥିଲା

ଗୁଣପୁର,୬।୩(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ଗୁଣପୁର ସହରର ୩ ଡାକ୍ତରୀ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଯୁଦ୍ଧ ଯୋଗୁ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ସୁରକ୍ଷିତଭାବେ ଘରକୁ ଫେରିଛନ୍ତି। ଗୁଣପୁର ସହର ନିବାସୀ ଜି. ମାଣିକେଶ୍ୱରଙ୍କ ଝିଅ ଜି. ସନ୍ତୋଷୀ ଏବଂ ଚିନାରା ଭେଙ୍କେଟ ରାମଣାଙ୍କ ପୁଅ ସମ୍ପତ୍‌ ବିନାୟକ ଗୁଣପୁର ଫେରିବା ପରେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି। ୟୁକ୍ରେନ୍‌ ବର୍ଡର ପାର ହେବା ସମୟର ଭୟଙ୍କର ସ୍ଥିତିକୁ ଦୁହେଁ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।
ଯୁଦ୍ଧ ସ୍ଥିତି ଭୟଙ୍କର ହେବାପରେ ଓଡ଼ିଶା ସରକାର, ଭାରସ ସରକାର ଏବଂ ଆମ୍ବାସି ପକ୍ଷରୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ଭାରତୀୟ ଛାତ୍ରୀଛାତ୍ରଙ୍କ ସହ ସୁବିଧାରେ ସେମାନେ ୟୁକ୍ରେନ୍‌ ବର୍ଡର ପର୍ଯ୍ୟନ୍ତ ପହଞ୍ଚିଥିଲେ। ହେଲେ ୟୁକ୍ରେନ୍‌ ସେନା ସେମାନଙ୍କୁ ବର୍ଡର ପାର ହେବାକୁ ଦେଇ ନ ଥିଲେ। ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ନିଜ ଦେଶକୁ ଫେରିବାକୁ ଅପେକ୍ଷା କରିଥିଲେ। ମାଇନସ୍‌ ୧୦ ଡିଗ୍ରୀରେ ବିନା ଖାଦ୍ୟ ଏବଂ ଆଶ୍ରୟସ୍ଥଳୀରେ ଛାତ୍ରୀଛାତ୍ରମାନଙ୍କୁ ଦୀର୍ଘ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ପରିସ୍ରା କରିବାକୁ ମଧ୍ୟ ସେନା ଛାଡ଼ୁ ନ ଥିଲେ। ଯାଞ୍ଚପରେ ସେମାନଙ୍କୁ ଛଡ଼ାଯାଇଥିଲା। ରୋମାନିଆ ରେ ପହଞ୍ଚିବା ପରେ ରୋମାନିଆ ଆମ୍ବାସି ସମସ୍ତ ସହଯୋଗ କରିଥିଲେ। ସେଠାରୁ ରୋମାନିଆ ଏବଂ ଭାରତ ସରକାରଙ୍କ ସହଯୋଗରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଓଡ଼ିଶା ସରକାରଙ୍କ ସମସ୍ତ ବ୍ୟବସ୍ଥାରେ ଅନ୍ୟ ଛାତ୍ରୀଛାତ୍ରଙ୍କ ସହ ଦୁହେଁ ଓଡ଼ିଶା ଫେରିଥିବା କହିଛନ୍ତି। ଅନ୍ୟପକ୍ଷରେ ପିଲାମାନେ ଘରକୁ ଫେରିବା ପରେ ପରିବାର ଲୋକେ ମଧ୍ୟ ଖୁସିରେ ଭାବବିହ୍ବଳ ହୋଇପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସନ୍ତୋଷୀ ଏବଂ ସମ୍ପତ୍‌ ବିନାୟକ ୟୁକ୍ରେନ୍‌ର ଭିନ୍ନିସ୍ତାରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ଦୁହେଁ ପ୍ରଥମ ବର୍ଷରେ ପଢ଼ୁଥିଲେ। ଯୁଦ୍ଧ ଆରମ୍ଭ ହେବାପରେ ସେମାନଙ୍କୁ ଅନେକ ସମୟ ବଙ୍କର୍‌ ମଧ୍ୟରେ କାଟିଥିବା ପଡ଼ିଥିବା କହିଛନ୍ତି। ଗୁଣପୁର ଅଞ୍ଚଳର ଅନ୍ୟଜଣେ ଛାତ୍ରୀ ଡି.ଶ୍ରୀୟା ରବିବାର ଫେରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

୨୦ ବର୍ଷରେ ପାଦ ଥାପିବ ଟାଉନ ଦୁର୍ଗାପୂଜା କମିଟି, ବଂଶଧାରା ନଦୀତଟରେ ପୂଜାର୍ଚ୍ଚନା

ଗୁଡ଼ାରି,୧୯ା୯(ପ୍ରମୋଦ କୁମାର ପତି): ପବିତ୍ର ରାଧାଷ୍ଟମୀ ଅବସରରେ ଶନିବାର ଗୁଡ଼ାରି ଟାଉନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ନିମନ୍ତେ ମୃତ୍ତିକା ପୂଜା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?