ଫସଲ କିଆରିରେ ମୃତ୍ୟୁଫାଶ, ବଳି ପଡୁଛନ୍ତିି ବନ୍ୟଜନ୍ତୁ

ବୈପାରିଗୁଡା,୧୧ା୧୧ (ଡି.ଏନ୍‌.ଏ. ): ଧାନ ଓ ମକା ଫସଲର ଅମଳ ସମୟ ହେଉଛି ଶୀତ ଦିନ ା ଏହାକୁ ଖାଇବା ଲାଗି ବନ୍ୟଜନ୍ତୁ କ୍ଷେତକୁ ଚାଲି ଆସନ୍ତି। ତେବେ ସେମାନଙ୍କୁ ଶିକାର କରିବା ପାଇଁ ଶିକାରୀ ମାନେ ଛକି ବସିଥାନ୍ତି। ସେମାନେ କ୍ଷେତରେ ଜିଆଇ ତାର ବିଛାଇ ବିଦ୍ୟୁତ୍‌ ଖୁଣ୍ଟିରେ ଯାଇଥିବା ୧୧ କେଭି ତାରରୁ ହୁକ ପକାଇ ବିଦ୍ୟୁତ୍‌ ସଂଯୋଗ କରିଥାନ୍ତି। ଫଳରେ କ୍ଷେତକୁ ଆସୁଥିବା ବାରହା, ଭାଲୁ ଆଦି ପ୍ରାଣୀ ଶିକାରି ଫାଶରେ ପଡିଥାନ୍ତି। ମାତ୍ର ବନ ବିଭାଗର କୌଣସି ତପତ୍ରତା ଏଦିଗରେ ଦେଖିବାକୁ ମିଳେନାହିଁ।
କୋରାପୁଟ ଜିଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବିଦ୍ୟୁତ୍‌ ବିଭାଗର ରାମଗିରି ସବ୍‌ ଷ୍ଟେସନ ଅଧୀନ ଦଣ୍ଡାବାଡି ଓ ଗୁପ୍ତେଶ୍ୱର ଅଞ୍ଚଳରେ ଗତ କିଛି ଦିନ ହେବ ରାତି ହେଲେ ବିଦ୍ୟୁତ୍‌ ରହୁନାହିଁ ା ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ୍‌ ତାରରେ ହୁକ୍‌ ପକାଇ ପଶୁ ଶିକାର କରାଯାଉଥିବାରୁ ଫ୍ୟୁଜ୍‌ କଟିଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରନ୍ତି। ଏପରି ଅଭିଯୋଗ ପରେ ଗତ ୬ ତାରିଖରେ ବିଦ୍ୟୁତ୍‌ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଛେଡିଆଗୁଡା ଗ୍ରାମ ନିକଟରେ ଥିବା ମକା ବାଡରେ ବିଛାଯାଇଥିବା ଜିଆଇ ତାର, ଏଥିରେ ବ୍ୟବହୃତ ବିୟର ବୋତଲ ଓ କାଠ ଖୁଣ୍ଟି ବହୁ ପରିମାଣରେ ଜବତ କରିଥିଲେ। ମରିଚ୍ଚଅଟ୍ଟଳଠାରେ ୧୧ କେଭି ତାରରୁ ହୁକ ପକାଇ ପୋତାଯାଥିବା ଖୁଣ୍ଟି ଉପର ମୁଣ୍ଡରେ ବିୟର ବୋତଲକୁ ତଳମୁହଁା ରଖି ସେଥିରେ ଜିଆଇ ତାର ଗୁଡା ଯାଇଥିଲା। ଏପରି ପ୍ରାୟ ୨ ହଜାର ମିଟର ଲମ୍ବର ତାର ବିଛାଯାଇଥିଲା। ସେହିପରି ଛେଡିଆଗୁଡାଠାରେ ପ୍ରାୟ ୧ କିଲୋ ଜିଆଇ ତାରକୁ କର୍ମଚାରୀମାନେ ଜବତ କରି ବନ ବିଭାଗକୁ ହସ୍ତାନ୍ତର କରଥିଲେ। ଉକ୍ତ ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଫଳରେ ଏନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ା ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡେଇଙ୍କୁ ପଚାରିବାରୁ ସେ କହିଲେ, ଘଟଣାର ତଦନ୍ତ ଚାଲିଛି। ଦୋଷୀ ଧରାପଡିଲେ କାର୍ଯ୍ୟାନୁଷ୍ଠାନ ହେବ। ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀ କହନ୍ତି, ରାମଗିରି ବ୍ୟତୀତ ବୈପାରିଗୁଡା ବନାଞ୍ଚଳ ଅନ୍ତର୍ଗତ ମହୁଲି ପଞ୍ଚାୟତର ତୋଲା, ମହୁଲି, ଗୁଞ୍ଜି ଓ ବୋଦାପୁଟ ପଞ୍ଚାୟତର ଚିକିମା ଅଞ୍ଚଳରେ ମଧ୍ୟ ଏପରି ତାର ବିଛାଇ ବନ୍ୟଜନ୍ତୁ ଶିକାର ଚାଲିଛି ା ଏଥିଯୋଗୁ ଫ୍ୟୁଜ୍‌ ଯାଉଛି ା ସଂନ୍ଧ୍ୟା ୬ଟା ପରେ ଆଭ୍ୟନ୍ତରିଣ ଗ୍ରାମଗୁଡିକୁ ଯାଇ ଫ୍ୟୁଜ୍‌ ପକାଇବା ବାରଣ ଥିବାରୁ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡୁଛି ବୋଲି ସମ୍ପୃକ୍ତ କର୍ମଚାରୀ ଜଣକ କହିଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ବିଛାଯାଉଥିବା ଏହି ତାର ସାଧାରଣ ମଣିଷର ମୃତ୍ୟୁର କାରଣ ହୋଇପାରେ। ଏପରି ନଜୀର ମଧ୍ୟ ରହିଛି। ଗତ ୩ ବର୍ଷ ତଳେ ବୈପାରିଗୁଡା ନିକଟସ୍ଥ ବାତ୍ରିପୁଟ୍‌ ଗ୍ରାମର ଅର୍ଜୁନ କୁମ୍ଭାର ନାମକ ଜଣେ ବ୍ୟକ୍ତି ଏପରି ମରଣ ଫାଶରେ ପଡି ଜୀବନ ହରାଇଥିଲେ ା ରାତିରେ ବିଏସ୍‌ଏଫ୍‌ ଯବାନମାନେ କୋମ୍ବିଂ ଅପରେଶନରେ ଯାଉଥିବାରୁ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବପଦ ଆଶଙ୍କା ରହୁଛି। ବନ୍ୟଜନ୍ତ ସୁରକ୍ଷା ପାଇଁ ବନବିଭାଗ, ପୋଲିସ୍‌ ଓ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ଏପରି ଶିକରକୁ ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri