ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଚିଡିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଆଦି ଘଟଣା ଘଟୁଥିବା ନଜିର ରହିଛି। ଶନିବାର ନନ୍ଦନକାନନ ସିଂହୀ ଖୁଆଡ଼ରେ ଚିତି ସାପ ପଶି ଦଂଶନ କରିଥିବାରୁ ସିଂହୀର ମୃତ୍ୟୁ ହୋଇଥିଲା। ତେବେ ରବିବାର ନନ୍ଦନକାନନ ପ୍ରାଣୀଉଦ୍ୟାନର ଜଳହସ୍ତୀ ରହୁଥିବା ୬୩ ନଂ ଖୁଆଡ଼ରେ ଏକ ୩ ଫୁଟିଆ ମଗର କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିଲେ। ଦୀର୍ଘ ସମୟ ପାଇଁ କୁମ୍ଭୀର ପାଣିରେ ବୁଲିଥିଲା। କିଛି ପର୍ଯ୍ୟଟକ ଏହା ଦେଖି ହୋ-ହଲ୍ଲା କରିଥିଲେ।

ସୂଚନା ପାଇ ନନ୍ଦନକାନନ କର୍ତ୍ତୃପକ୍ଷ କୁମ୍ଭୀରକୁ ବାହାରକୁ ଆଣିବା ପାଇଁ ପହଞ୍ଚିଥିଲେ। ଏହା ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ଼ ଲାଗିଥିଲା। ଅନ୍ୟପକ୍ଷରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର ନନ୍ଦନକାନନ ନିର୍ଦ୍ଦେଶକ,ଉପନିର୍ଦ୍ଦେଶକ, ଜନ୍ତୁ ବିଭାଗର ରେଞ୍ଜର ଏବଂ ଦାୟିତ୍ୱରେ ଥିବା ଭେଟେନାରି ଡାକ୍ତରଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପୁଆରେ ଖୋଲିବ କୋଭିଡ୍‌ ହସ୍ପିଟାଲ

ଚମ୍ପୁଆ, ୨୩।୪ (ଡି.ଏନ.ଏ.)-ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚମ୍ପୁଆରେ ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଚମ୍ପୁଆରେ ୫୦ ଶଯ୍ୟା...

ଫୁଲଚାଷକୁୁ କରୋନା ମାଡ଼

ଲୋଇସିଂହା, ୧୬।୪(ଡି.ଏନ.ଏ.) ବଗିଚାରେ ନାନାଦି ଫୁଲର ସମ୍ଭାର। ହେଲେ ସବୁ ଫୁଟି ମଉଳି ଯାଉଛି। ଲକ୍‌ଡାଉନ କଟକଣା ଯୋଗୁ ଫୁଲଚାଷ ଆଜି ସଙ୍କଟରେ ପଡିଛି। ଏଥିରେ...

CORONAVIRUS UPDATE: ରାଜ୍ୟରେ ହଜାରେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ରାଜ୍ୟରେ ହଜାରେ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଆଉ ୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ...

ଦେଶର ସମ୍ପତ୍ତି ଶାଗମାଛ ଦରରେ ବିକୁଛି କେନ୍ଦ୍ର: କଂଗ୍ରେସ

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ଚଳିତ ମାସ ୨୩ ତାରିଖରେ ଘୋଷଣା କରିଥିଲେ। ଏଥିରେ ରାଜପଥ, ବନ୍ଦର, ବିମାନ...

‘ବିଶ୍ୱରେ ଓଡ଼ିଶା ଯୁବତୀଯୁବକଙ୍କ ଚାହିଦା ବଢ଼ିବ’

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ/କୃଷ୍ଣପ୍ରସାଦ, ୬ା୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ...

ସାବୁନ କାରିଗର ସତ୍ୟବ୍ରତ: ପ୍ରସ୍ତୁତ କରୁଛନ୍ତି ଦେବଦେବୀ, ପଶୁପକ୍ଷୀଙ୍କ କଳାକୃତି

ଖୋର୍ଦ୍ଧା ଅଫିସ,୨୧ା୬: ଶରୀରର ସୌନ୍ଦର୍ଯ୍ୟ ଲାଗି ଆମେ ଭଳିକି ଭଳି ସାବୁନ ବ୍ୟବହାର କରିଥାଉ। ତେବେ ସାବୁନର ବ୍ୟବହାର କରାଯାଇ ଅତି ସୁନ୍ଦର ନିଖୁଣ କାରୁକାର୍ଯ୍ୟ...

ସାନଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡ଼ି ଦେଇଥିବା ଅଭିଯୋଗ

ବୌଦ୍ଧ,୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଗୋଛାପଡ଼ା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରେ ରବିବାର ରାତିରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି।  ଦୁଇ...

ପ୍ରବଳ ବର୍ଷା ସହ କୁଆପଥର ମାଡ଼

ଦାମନଯୋଡ଼ି,୩ା୪: କୋରାପୁଟ ଜିଲା ଦାମନଯୋଡ଼ି ଅଞ୍ଚଳରେ ଶନିବାର ଅପରାହ୍ନ ୪ଟାରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ସକାଳୁ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଗୁଳୁଗୁଳି...

Advertisement
Archives

Model This Week