Odisha Elections 2024

ଆତ୍ମବିଶ୍ୱାସର ସଙ୍କଟ

Dillip Cherian

କୋଭିଡ୍‌ ସେଣ୍ଟର ମହାଦୁର୍ନୀତି ଅଭିଯୋଗରେ ନିକଟରେ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ଜୈଶ୍ୱାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଦକ୍ଷେପ ନେଇଛି। ଏହାକୁ ଭିତ୍ତିକରି ମହାରାଷ୍ଟ୍ରର ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଟି ହୋଇଛି। କ୍ଷମତା ସଂଗ୍ରାମରେ ଜଡ଼ିତ ଥିବା ହେତୁ ବିଗତ କିଛି ବର୍ଷ ହେଲା ଅନେକ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କୁ କାରଗାରରେ ରଖାଯାଇଥିବାରୁ ଏହି ଆଶଙ୍କା ପ୍ରକାଶ ପାଇବା ସ୍ବାଭାବିକ। ଫଳସ୍ବରୂପ ନିକଟରେ ବରିଷ୍ଠ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଫଡ୍‌ନବିସ୍‌ଙ୍କ ସହ ଏକ ବୈଠକ କରିଥିଲେ। ଅଧିକାରୀଙ୍କ ମଧ୍ୟରେ ଯେଉଁମାନେ ବିବାଦରେ ଜଡ଼ିତ, ସେମାନେ ହେଉଛନ୍ତି ଆଇପିଏସ୍‌ ଅଧିକାରୀ ରଶ୍ମି ଶୁକ୍ଳା ଏବଂ ପରମବୀର ସିଂ ଏବଂ ଉଭୟ ଅଧିକାରୀ ବିଭିନ୍ନ ମାମଲାର ଯାଞ୍ଚ ପରିସରରେ ରହିଛନ୍ତି। ଟିଇଟି ହେରଫେରରେ ଜଡ଼ିତ ଆଇଏଏସ୍‌ ଅଧିକାରୀ ସୁଶୀଲ ଖୋଡ୍‌ଭେକର ଗିରଫ ହୋଇଥଲେ। ଏହାସହ ଆଇପିଏସ୍‌ ଅଧିକାରୀ ସୌରଭ ତ୍ରିପାଠୀ ଏକ ଚୋରା ଚାଲାଣ ମାମଲାର ସମ୍ମୁଖୀନ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ବିଏମ୍‌ସିରେ ଅନିୟମିତତା ଅଭିଯୋଗରେ ମ୍ୟୁନିସିପାଲ କମିଶନର ଇକ୍‌ବାଲ ସିଂ ଚହଲଙ୍କୁ ଇଡି ପଚରାଉଚୁରା କରିବା ପରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଚିନ୍ତା ଆହୁରି ବଢ଼ିଯାଇଛି। ମ୍ୟୁନିସିପାଲ କର୍ପୋରେଶନ ଏବଂ ଅନ୍ୟ ବିଭାଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଭିଜିଲାନ୍ସ ବିଭାଗ ଯାଞ୍ଚ କରି ସେ ସମ୍ପର୍କିତ ସବୁ ତଥ୍ୟ ବରିଷ୍ଠ ଅଧିକାରୀଙ୍କ ନିକଟରେ ଦାଖଲ କରିଛି। ବିଭିନ୍ନ ପ୍ରସଙ୍ଗରେ ରାଜନେତାମାନେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ କରାଇ ସୃଷ୍ଟି କରୁଥିବା ଚାପରୁ ରକ୍ଷାପାଇବାକୁ ବାବୁମାନେ କଠିନ ପ୍ରୟାସ କରୁଛନ୍ତି। କିନ୍ତୁ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟର ବାବୁମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଏକ କଠିନ ବ୍ୟାପାର ହୋଇପାରେ।

ସାହସିକ ପଦକ୍ଷେପ

ପୂର୍ବ ଘଟଣାଗୁଡ଼ିକରୁ ଦେଖାଯାଇଛି ଯେ, ପଞ୍ଜାବରେ ଭଗଓ୍ବନ୍ତ ମାନ୍‌ଙ୍କ ନେତୃତ୍ୱାଧୀନ ଏଏପି ସରକାର ପ୍ରଶାସନିକ ବିଷୟରେ କେନ୍ଦ୍ର ସହ କ୍ୱଚିତ ଏକମତ ହୋଇଥାଏ। ନିକଟରେ ରାଜ୍ୟ ସରକାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ପାଇଁ ଏକ ବିଲ୍‌ ପାସ୍‌ କରିଛନ୍ତିି। ଏହି ସାହସିକ ପଦକ୍ଷେପ ରାଜ୍ୟ ସରକାର ଏବଂ କେନ୍ଦ୍ର ମଧ୍ୟରେ କ୍ଷମତାର ସମନ୍ବୟ ଉପରେ ପ୍ରଶ୍ନ ଉଠାଇଛି। କେବଳ କେନ୍ଦ୍ର ନୁହେଁ,ବରଂ ସୁପ୍ରିମକୋର୍ଟଙ୍କ ଅଧିକାରକୁ ଆହ୍ବାନ ଦେବା ଲକ୍ଷ୍ୟରେ ଏହା ରାଜନୈତିକ ପଦକ୍ଷେପ ବୋଲି କେତେଜଣ ପର୍ଯ୍ୟବେକ୍ଷକ ବିଚାର କରୁଛନ୍ତି। ଡିଜିପି ପଦବୀ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ କରିବାକୁ ଉଚ୍ଚନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ସକାଶେ ସଂଶୋଧିତ ଆଇନ ସୂଚିତ କରିଛି। ତେବେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରାରମ୍ଭିକ ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟ ସରକାର ଉକ୍ତ ପ୍ୟାନେଲରୁ ହିଁ ଡିଜିପିଙ୍କୁ ନିଯୁକ୍ତ କରିବେ। ଆସନ୍ତା ମାସରେ ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଗୌରବ ଯାଦବ ପଞ୍ଜାବର କାର୍ଯ୍ୟକାରୀ ଡିଜିପି ଭାବେ ୧ ବର୍ଷ ପୂରଣ କରିବେ। ମାନ୍‌ ସରକାର ବିଲ୍‌ ପାସ୍‌ କରି ନିଜର ଅଧିକାର ଏବଂ ରାଜ୍ୟକୁ ସିଧାସଳଖ ପ୍ରଭାବିତ କରିବା ଭଳି ନୀତି ନିର୍ଦ୍ଧାରଣ କ୍ଷମତା ଲାଗି ଇଚ୍ଛା ପ୍ରକାଶ କରୁଥିବାର ସଙ୍କେତ ଦେଉଛି ।
ପଞ୍ଜାବ ସରକାର ତା’ ଅଧିକାର ମଧ୍ୟରେ ରହି କାର୍ଯ୍ୟପନ୍ଥା ପସନ୍ଦ କରୁଥିବାବେଳେ ଏହା ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ, ରାଜ୍ୟର ହିତରେ ଏବଂ ଉଚ୍ଚ ନ୍ୟାୟପାଳିକା ଓ କେନ୍ଦ୍ର ସହ ମୁହାଁମୁହିଁ  ସ୍ଥିତିରୁ ଦୂରେଇ ରହିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

ପୁରସ୍କାର ପାଇଁ ଅନୁମତି

ସନ୍ଦେହାତ୍ମକ ସଙ୍ଗଠନରୁ ପୁରସ୍କାର ଗ୍ରହଣ କରିବାକୁ ନେଇ ବିଭିନ୍ନ ରାଜ୍ୟରେ ଅନେକ ଅଧିକାରୀଙ୍କ ସମାଲୋଚନାକୁ ସାମ୍ନା କରିବା ପରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ସକ୍ରିୟତା ପ୍ରକାଶ କରିଛି। କୌଣସି ଘରୋଇ ସଂସ୍ଥାଠାରୁ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଓଏସ୍‌ ଅଧିକାରୀମାନଙ୍କ ପାଇଁ ପୂର୍ବରୁ ଥିବା ଅନୁମୋଦନ ନିୟମକୁ ବାଧ୍ୟତାମୂଳକ କରିଛି। ଏହି ବିଭାଗ ପ୍ରକାଶ କରିଛି ଯେ, ବିଶେଷ ପରିସ୍ଥିତିରେ ଦକ୍ଷ ଅଧିକାରୀ ସ୍ବୀକୃତି ଦେଇପାରିବେ। ଏଭଳି ଘଟଣାରେ ଘରୋଇ ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକ ନିଃସନ୍ଦେହ ହେବା ଉଚିତ। କୌତୂହଳର ବିଷୟ, ଚଳିତ ବର୍ଷ ପ୍ରାରମ୍ଭରେ କେରଳ ସରକାର ସମାନ ପ୍ରକାର ନିର୍ଦ୍ଦେଶ ଜାରି କରିଥିଲେ ଏବଂ ସମସ୍ତ ଆଇଏଏସ୍‌, ଆଇପିଏସ୍‌ ଅଧିକାରୀ ବିନା ସ୍ବୀକୃତିରେ ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କଠାରୁ ପୁରସ୍କାର ଗ୍ରହଣ ନ କରିବାକୁ ଏଥିରେ କୁହାଯାଇଥିଲା। ଅନୁମୋଦନ ପାଇଁ ସାଧାରଣ ପ୍ରଶାସନ ବିଭାଗ ମାଧ୍ୟମରେ ଅଧିକାରୀମାନେ ଦରଖାସ୍ତ କରିବାକୁ ପଡ଼ିବ ଏବଂ ଏହା ନ କଲେ ସେମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଭି.ପି. ଜୟ ପ୍ରକାଶ କହିଥିଲେ। ଜଣେ ଆଇଏଏସ୍‌ ଅଧିକାରୀ ରାଜ୍ୟରେ ଏକ ପ୍ରତିଷ୍ଠିତ ମନ୍ଦିରରେ ଭକ୍ତଙ୍କର ପ୍ରଭାବଶାଳୀ ପରିଚାଳନା ପାଇଁ ପୁରସ୍କାର ଗ୍ରହଣ କରିବା ପରେ ଏ ସମ୍ପର୍କରେ କେରଳ ପୋଲିସ ଅଧିକାରୀମାନେ ଅଭିଯୋଗ ଆଣିଥିଲେ ଏବଂ ଏହାକୁ ଭିତ୍ତିକରି ନିଦ୍ଦେର୍ର୍ଶ ଜାରି କରାଯାଇଥିଲା। କେନ୍ଦ୍ରର ଏବକାର ନିର୍ଦ୍ଦେଶ ଦର୍ଶାଏ ଯେ, ଅନେକ ରାଜ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟକ୍ତିଗତ ସ୍ବୀକୃତି ଓ ସରକାରୀ ଡ୍ୟୁଟି ମଧ୍ୟରେ ଏକ ସ୍ପଷ୍ଟ ନିୟମ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବାବୁମାନେ ଏହି ନିୟମକୁ ମାନିବେ ତ?

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନାଗହଣା ପ୍ରତି ସମସ୍ତଙ୍କର ରହିଥାଏ ଭିନ୍ନ ଏକ ଆକର୍ଷଣ। ବର୍ତ୍ତମାନ ପରିସ୍ଥିତିରେ ସୁନାର ମୂଲ୍ୟ ଯେଉଁଭଳି ବୃଦ୍ଧି ପାଉଛି ସେତେବେଳେ ସୁନା ଟିକିଏ ପାଇଁ ଲୋକଙ୍କ...

ଆଦିବାସୀ ମହିଳା ସଶକ୍ତୀକରଣ ଓ ଏଆଇ

ଡ. ଅନ୍ତର୍ଜିତା ନାୟକ   ଆମେ ସମସ୍ତେ ଜାଣୁ ଯେ ଆଦିବାସୀ ସମ୍ପ୍ରଦାୟ ନିଜର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଲାଗି ସଦାସର୍ବଦା ଆଗରେ ଓ...

ଭୋଟଦେବା ଓ ନିର୍ବାଚନ ଅଲଗା କଥା

ସହଦେବ ସାହୁ   ଆମ ଦେଶର ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ବୋକା ବନେଇ ଦେଲେଣି, ଗୋଡ଼ତଳେ ଚୋରାବାଲି ଆମକୁ ପାଣିରେ ବୁଡ଼େଇଦେଲାଣି, ତଥାପି ଆମେ (ଭୋଟରମାନେ)...

ସଙ୍କୁଚିତ ସ୍ୱାଧୀନତା

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଦିଲ୍ଲୀ ପୋଲିସ ୭ ମାସ ତଳେ ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ତଙ୍କୁ ଗିରଫ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ସଫଳତାର ମୂଳମନ୍ତ୍ର, ଯାହା ପ୍ରମାଣ କରି ଦେଖାଇଛନ୍ତି ବେଙ୍ଗାଲୁରୁର ଡ. କେ.ଏସ୍‌. ରଜାନ୍ନା। ପୋଲିଓ ଆକ୍ରାନ୍ତ ହୋଇ ମାତ୍ର ୧୧ ବର୍ଷ ବୟସରେ...

ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ।...

ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ...

ବ୍ୟର୍ଥ ଏନ୍‌ଏଚ୍‌ଆର୍‌ସି

ଚଳିତ ବର୍ଷ ମେ ୧୩ରେ ‘ଜାତିସଂଘ ସହ ଜଡ଼ିତ ସଂସ୍ଥା ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭାରତର ଏନ୍‌ଏଚ୍‌ଆର୍‌ସି ମାନ୍ୟତାକୁ ସ୍ଥଗିତ ରଖିଛି’ ଶୀର୍ଷକ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri