ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌

ବ୍ରହ୍ମପୁର ଅଫିସ,୬ା୩:ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ତାରିଖରୁ ୪ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ରବିବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌ କରାଯାଇଥିଲା। ଏସ୍‌ପି ଡା.ଶ୍ରବଣା ବିବେକ୍‌ ଏମ୍‌.ଏହାର ନେତୃତ୍ୱ ନେଇଥିଲେ। ନିଜ ସାଥୀଙ୍କ ସହ କିଭଳି ଭିତରକୁ ଯାଇ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ, ଅଭିଯୁକ୍ତ ତା’ର ଡେମୋ ଦେଖାଇଥିଲେ। ସେହିପରି ଏହି ହତ୍ୟାକାଣ୍ଡ ପାଇଁ କେବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ସେହି ସ୍ଥାନ ପୋଲିସକୁ ଦେଖାଇଥିଲେ। ସୋମବାର ଶଙ୍କରଙ୍କ ରିମାଣ୍ଡ ଅବଧି ଶେଷ ହେବ।
ପ୍ରକାଶ ଯେ, ୨୦୨୦ ଜୁନ୍‌ ୧୩ରେ ହିଲପାଟଣାସ୍ଥିତ ଏମ୍‌ଏଭି ସ୍କୁଲ ନିକଟ ହେରିଟେଜ୍‌ ଗୋଦାମରେ କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିଲା। ଏନେଇ ଗୋଷଣୀନୂଆଗଁା ଥାନାରେ ନଂ ୮୭/୨୦ରେ ଏକ ମାମଲା ରୁଜୁ ହୋଇଥିଲା, ସେତେ ବେଳେ ପର୍ଯ୍ୟାୟ କ୍ରମେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ସାହୁ ଘଟଣା ଦିନଠାରୁ ଫେରାର ଥିଲେ। ତେବେ ଏକ ଡକାୟତି ମାମଲାରେ ଢେଙ୍କାନାଳ ସଦର ପୋଲିସ ଦ୍ୱାରା ଜାନୁୟାରୀ ୧୦ ରେ ଗିରଫ ହୋଇଥିଲ। ସେହିଦିନଠାରୁ ଶଙ୍କର ଢ଼େଙ୍କାନାଳ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲା। ଏହା ଜାଣିବା ପରେ ଗୋଷଣୀନୂଆଗଁା ଥାନା ପୋଲିସ ଶଙ୍କରଙ୍କୁ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାରେ ଯୋଡ଼ିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଟାଉନ ଥାନା ଏସ୍‌ଆଇଙ୍କ ନେତୃତ୍ୱରେ ଏକ ଏସ୍କର୍ଟ ଟିମ୍‌ ଢେଙ୍କାନାଳ ଜେଲରୁ ଶଙ୍କରଙ୍କୁ ଆଣି କୋର୍ଟରେ ହାଜର କରିଥିଲା। ତାଙ୍କୁ ୭ଦିନିିଆ ରିମାଣ୍ଡରେ ନୋବାପାଇଁ ପୋଲିସ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ଏସ୍‌ଡ଼ିଜେଏମ୍‌ କୋର୍ଟ ୪ଦିନିଆ ରିମାଣ୍ଡ ମଞ୍ଜୁର କରିଥିଲେ। ଅଭିଯୁକ୍ତ ଶଙ୍କରଙ୍କୁ କୋର୍ଟ ନିର୍ଦ୍ଦେଶରେ ୩ ତାରିଖଠାରୁ ୧୩ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଣାଯାଇଥିଲା। ଆସନ୍ତା ୬ତାରିଖ ସନ୍ଧ୍ୟାରେ ପୋଲିସ ରିମାଣ୍ଡର ଅବଧି ସରିବା ପରେ ତାଙ୍କୁ ପୋଲିସ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି। ଆସନ୍ତା ୧୩ତାରିଖ ଦିନ ଶଙ୍କରଙ୍କୁ ପୁଣିଥରେ ଢ଼େଙ୍କାନାଳ ଜେଲକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri