ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌

ବ୍ରହ୍ମପୁର ଅଫିସ,୬ା୩:ବ୍ରହ୍ମପୁର ହିଲ୍‌ପାଟଣା ଅଞ୍ଚଳର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ମୁନଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗତ ୩ତାରିଖରୁ ୪ଦିନିଆ ରିମାଣ୍ଡରେ ଆଣି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଛି। ରବିବାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ୍‌ କରାଯାଇଥିଲା। ଏସ୍‌ପି ଡା.ଶ୍ରବଣା ବିବେକ୍‌ ଏମ୍‌.ଏହାର ନେତୃତ୍ୱ ନେଇଥିଲେ। ନିଜ ସାଥୀଙ୍କ ସହ କିଭଳି ଭିତରକୁ ଯାଇ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ, ଅଭିଯୁକ୍ତ ତା’ର ଡେମୋ ଦେଖାଇଥିଲେ। ସେହିପରି ଏହି ହତ୍ୟାକାଣ୍ଡ ପାଇଁ କେବେଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ସେହି ସ୍ଥାନ ପୋଲିସକୁ ଦେଖାଇଥିଲେ। ସୋମବାର ଶଙ୍କରଙ୍କ ରିମାଣ୍ଡ ଅବଧି ଶେଷ ହେବ।
ପ୍ରକାଶ ଯେ, ୨୦୨୦ ଜୁନ୍‌ ୧୩ରେ ହିଲପାଟଣାସ୍ଥିତ ଏମ୍‌ଏଭି ସ୍କୁଲ ନିକଟ ହେରିଟେଜ୍‌ ଗୋଦାମରେ କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିଲା। ଏନେଇ ଗୋଷଣୀନୂଆଗଁା ଥାନାରେ ନଂ ୮୭/୨୦ରେ ଏକ ମାମଲା ରୁଜୁ ହୋଇଥିଲା, ସେତେ ବେଳେ ପର୍ଯ୍ୟାୟ କ୍ରମେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ସାହୁ ଘଟଣା ଦିନଠାରୁ ଫେରାର ଥିଲେ। ତେବେ ଏକ ଡକାୟତି ମାମଲାରେ ଢେଙ୍କାନାଳ ସଦର ପୋଲିସ ଦ୍ୱାରା ଜାନୁୟାରୀ ୧୦ ରେ ଗିରଫ ହୋଇଥିଲ। ସେହିଦିନଠାରୁ ଶଙ୍କର ଢ଼େଙ୍କାନାଳ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିଲା। ଏହା ଜାଣିବା ପରେ ଗୋଷଣୀନୂଆଗଁା ଥାନା ପୋଲିସ ଶଙ୍କରଙ୍କୁ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାରେ ଯୋଡ଼ିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଟାଉନ ଥାନା ଏସ୍‌ଆଇଙ୍କ ନେତୃତ୍ୱରେ ଏକ ଏସ୍କର୍ଟ ଟିମ୍‌ ଢେଙ୍କାନାଳ ଜେଲରୁ ଶଙ୍କରଙ୍କୁ ଆଣି କୋର୍ଟରେ ହାଜର କରିଥିଲା। ତାଙ୍କୁ ୭ଦିନିିଆ ରିମାଣ୍ଡରେ ନୋବାପାଇଁ ପୋଲିସ ଏସ୍‌ଡ଼ିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ଏସ୍‌ଡ଼ିଜେଏମ୍‌ କୋର୍ଟ ୪ଦିନିଆ ରିମାଣ୍ଡ ମଞ୍ଜୁର କରିଥିଲେ। ଅଭିଯୁକ୍ତ ଶଙ୍କରଙ୍କୁ କୋର୍ଟ ନିର୍ଦ୍ଦେଶରେ ୩ ତାରିଖଠାରୁ ୧୩ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଣାଯାଇଥିଲା। ଆସନ୍ତା ୬ତାରିଖ ସନ୍ଧ୍ୟାରେ ପୋଲିସ ରିମାଣ୍ଡର ଅବଧି ସରିବା ପରେ ତାଙ୍କୁ ପୋଲିସ କୋର୍ଟରେ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି। ଆସନ୍ତା ୧୩ତାରିଖ ଦିନ ଶଙ୍କରଙ୍କୁ ପୁଣିଥରେ ଢ଼େଙ୍କାନାଳ ଜେଲକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri