ଅପରାଧର ପେଟେଣ୍ଟ ମେଡିସିନ

ଗାଁଠୁ ସହର, ଦେଶଠୁ ବିଦେଶ, ସବୁଠି ଦିନକୁ ଦିନ ବଢ଼ିଚାଲିଛି ଅପରାଧ, ଦୁର୍ନୀତି, କଳାବଜାର। ସରକାର ଯେତେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଅପରାଧ କମିବା ବଦଳରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଘର ବାହାରେ ହେଉ କି ଭିତରେ ସବୁଠି କାୟା ମେଲେଇ ଚାଲିଛି ଅପରାଧ। ଅପରାଧ ରୋକିବାକୁ ସରକାରୀ ସ୍ତରରେ ଅନେକ ନୀତି ନିୟମ ହେଉଛି ସତ, କିନ୍ତୁ ତାହା କେବଳ ଧର୍ମକୁ ଆଖିଠାର ସଦୃଶ। ନିଶା କାରବାର ହେଉ କି ଚୋରି ଡକାୟତି ଏ ସବୁଥିରେ ଯେତେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା’ର କିଛି ପ୍ରଭାବ ପଡୁନି। ଏଠି ସଚେତନତା ଅଭାବର ଆଳ ଦେଖେଇ ଜନତାଠୁ ସରକାର ସବୁ ଚୁପ୍‌ ହୋଇ ଖସି ଯାଉଛନ୍ତି।
ପ୍ରକୃତରେ ଏହାର ବିକଳ୍ପ କେଉଁଠି ଅଛି ଖୋଜିବାକୁ କାହା ପାଖେ ସମୟ ନାହିଁ କି ଚେଷ୍ଟା ନାହିଁ। ଅନେକ ଘଟଣା ଦେଖିବାକୁ ମିଳିଛି ଜନତାଙ୍କ ରକ୍ଷକ ନିଜେ ଭକ୍ଷକ ସାଜି ଶେଷରେ ଆଇନକାନୁନ ଦ୍ୱାରା ସଜା ପାଇଛି, ଆଉ କେତେକ ଅର୍ଥ ବଳରେ ଖସି ବି ଯାଉଛନ୍ତି। ଦୋଷ କାହାର? ଯେଉଁଠି ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଦୁର୍ନୀତିରେ ବୁଡ଼ି ରହି ନିଜକୁ ସୁରକ୍ଷିତ କରିବା ପାଇଁ ଅପରାଧ ଘଟାଉଛି, ଅର୍ଥ ଲୋଭରେ କଳାବଜାରକାରୀଙ୍କୁ ପୋଲିସ ନିଜେ ସହଯୋଗ କରୁଛି, ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ବି ଏଥିରୁ ବାଦ୍‌ପଡ଼ିନି ଓ ସମସ୍ତେ ନିଜ ହିତ ସ୍ବାର୍ଥରେ ଲିପ୍ତ, କିଏ ବା କାହିଁକି ଅନ୍ୟ ପାଇଁ ହେଉ କି ସମାଜର ହିତ ଚିନ୍ତା କରିବ! କିନ୍ତୁ ହଁ ଏ ସ୍ବାର୍ଥପର ଦୁନିଆରେ କିଛି ଭଲ ଲୋକ ଅଛନ୍ତି ଯେଉଁଥିପାଇଁ କି ଆଜି ଏ ଦୁନିଆ ବିଶ୍ବାସର ସହ ବଞ୍ଚିଛି।
ଅପରାଧକୁ ରୋକିବା ପାଇଁ ବିଚାର ବିଭାଗ ରହିଛି ଏବଂ ସେଥିରେ ଅନେକ ନିୟମକାନୁନ ଅଛି। ଅପରାଧ ଅନୁଯାୟୀ ବିଭିନ୍ନ ପ୍ରକାର ଦଫା ଅଛି ଏବଂ ଦଫା ଅନୁସାରେ ଦଣ୍ଡ ବି , କିନ୍ତୁ ସେଇ କାନୁନ କଚେରି ଭିତରେ ଅନେକ ଗଳାବାଟ ଅଛି, ଯେଉଁ ବାଟ ଦେଇ ଅପରାଧୀ ଦଣ୍ଡରୁ ମୁକ୍ତ ହୋଇ ଖଲାସ ହେଉଛନ୍ତି । ନ୍ୟାୟ ଅପେକ୍ଷାରେ ଅନେକ ମାଟିରେ ମିଶି ଗଲେଣି । ଏଠି କହିବ କାହାକୁ ଶୁଣିବ କିଏ, ଶୁଣିଲାବାଲା ତ କାଉ, କୋଇଲିର ଗପ ଶୁଣାଏ। ନୀତିନିୟମରେ ଏମିତି ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଯଦି କରୋନା ସଂକ୍ରମଣ ସମୟରେ କୋଟି କୋଟି ଲୋକଙ୍କ ଭିତରେ ସଂକ୍ରମିତ ରୋଗୀକୁ ଠାବ କରାଯାଇପାରୁଛି, ତାହାହେଲେ ଅପରାଧୀକୁ କାହିଁକି ଧରାଯାଇପାରିବନି? ଏତେବଡ଼ ବିପଦକୁ ଯଦି ଚତୁରତା ସହ ମୁକାବିଲା କରିପାରୁଛି ତାହାହେଲେ ଅପରାଧକୁ କାହିଁକି ଅଟକାଇ ପାରିବନି? ସଚେତନ ଦ୍ୱାରା କୋଟି କୋଟି ଜନତାଙ୍କୁ ଆୟତ୍ତ କରିପାରିଲ କିନ୍ତୁ ସେଇ ସଚେତନ ଦ୍ୱାରା ଅପରାଧକୁ କାହିଁକି ଆୟତ୍ତ କରାଯାଇପାରୁନାହିଁ। ଆଉ କିଛି ବି କାରଣ ନାହିଁ, କେବଳ ଆନ୍ତରିକତାର ଅଭାବ, ଯେଉଁଥିପାଇଁ ଏ ସମାଜ ଅପରାଧର କଳାବାଦଲରେ ଢାଙ୍କି ହୋଇଗଲାଣି।
ନୀତିନିୟମ ଲାଗୁ କରିଦେଲେ ଅପରାଧ ବନ୍ଦ ହୋଇଯାଏନା, ତତ୍ପରତା ଦେଖେଇବା ଦରକାର। କିଛି ନିୟମକାନୁନ ବଦଳିବା ଦରକାର, ଯେମିତି କି ସାମାନ୍ୟ ଅପରାଧ ପାଇଁ ହାଲୁକା ଦଣ୍ଡ ବଦଳରେ କଠୋର ଦଣ୍ଡ ଦିଆଯାଉ। କାରଣ ଗୋଟେ ଅପରାଧୀ ଏକାଥରେ ବଡ଼ ଅପରାଧ କରି ନ ଥାଏ। ଛୋଟମୋଟ ଅପରାଧ କରୁ କରୁ ବଡ଼ ଅପରାଧ କରିବସେ, ଛୋଟ ଅପରାଧ କରି ଅଳ୍ପ ଦଣ୍ଡରେ ମୁକୁଳିବା ପରେ ଦେହସୁହା ହୋଇଯାଏ ଏବଂ ପୁଣି ସେ ନିର୍ଭୟରେ ବାରମ୍ବାର ଅପରାଧ କରିଚାଲେ। ଯେମିତି କି ଚୋରି, ଲାଞ୍ଚ, ଦୁର୍ନୀତି, କଳାବଜାର ଭଳି ପେସାଦାର ଅପରାଧୀଙ୍କ ସଂଖ୍ୟା ଶତକଡା ୯୦ଭାଗ। ତେଣୁ ପ୍ରଥମ ଅପରାଧରୁ ଯଦି ବଡ଼ ଦଣ୍ଡ ମିଳେ ତାହାହେଲେ ସେ ଅପରାଧୀର ପୁନର୍ବାର ସାହସ ହେବନି କି ଅନ୍ୟମାନେ ବି ଅପରାଧ କରିବାକୁ ସାହସ କରିବେ ନାହିଁ। ସେ ଚୋରି ହେଉ କି ହତ୍ୟା ହେଉ କି ଦୁର୍ନୀତି ହେଉ। ପ୍ରଥମ ଅପରାଧ କଲେ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ। ଅପରାଧ ମାନେ ଅପରାଧ। ସେ ଯେକୌଣସି ପ୍ରକାର ଅପରାଧ ହେଉ ପଛକେ, ଛୋଟ ହେଉ ବା ବଡ଼। ୧୦ ଟଙ୍କା ଚୋରି ହେଉ କି ଦୁର୍ନୀତି କଲେ ତା’ର ୧୦ଗୁଣା ଅର୍ଥ ଆଦାୟ କରାଯାଉ, କଳାବଜାର କଲେ କଠିନ କାରାଦଣ୍ଡରେ ଦଣ୍ଡିତ କରାଯାଉ, ବିନା କାରଣରେ ଆକ୍ରମଣ କଲେ ହତ୍ୟାକାଣ୍ଡର ଦଫା ଲଗାଇ ଦଣ୍ଡିତ କରାଯାଉ। ତତସହିତ ନିୟମକାନୁନ ସ୍ବଚ୍ଛଳ ରହିବା ନିହାତି ଜରୁରୀ। ପ୍ରଥମ ଅପରାଧ ଉପରେ ଯଦି କଡ଼ା ଏବଂ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଅପରାଧ ଦୁନିଆରେ ପାଦ ଥାପିବାକୁ ଅନ୍ୟମାନେ ଭୟଭୀତ ହେବେ, ତେବେ ହିଁ ଅପରାଧକୁ ରୋକାଯାଇପାରିବ।

  • ଓମ୍‌ପ୍ରକାଶ ନାଥ
    ଭଦ୍ରକ, ମୋ: ୯୬୫୮୪୧୮୯୪୧

Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri