ଅପରାଧର ପେଟେଣ୍ଟ ମେଡିସିନ

ଗାଁଠୁ ସହର, ଦେଶଠୁ ବିଦେଶ, ସବୁଠି ଦିନକୁ ଦିନ ବଢ଼ିଚାଲିଛି ଅପରାଧ, ଦୁର୍ନୀତି, କଳାବଜାର। ସରକାର ଯେତେ ବି କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଅପରାଧ କମିବା ବଦଳରେ ଦ୍ରୁତ ଗତିରେ ବଢ଼ିଚାଲିଛି। ଘର ବାହାରେ ହେଉ କି ଭିତରେ ସବୁଠି କାୟା ମେଲେଇ ଚାଲିଛି ଅପରାଧ। ଅପରାଧ ରୋକିବାକୁ ସରକାରୀ ସ୍ତରରେ ଅନେକ ନୀତି ନିୟମ ହେଉଛି ସତ, କିନ୍ତୁ ତାହା କେବଳ ଧର୍ମକୁ ଆଖିଠାର ସଦୃଶ। ନିଶା କାରବାର ହେଉ କି ଚୋରି ଡକାୟତି ଏ ସବୁଥିରେ ଯେତେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା’ର କିଛି ପ୍ରଭାବ ପଡୁନି। ଏଠି ସଚେତନତା ଅଭାବର ଆଳ ଦେଖେଇ ଜନତାଠୁ ସରକାର ସବୁ ଚୁପ୍‌ ହୋଇ ଖସି ଯାଉଛନ୍ତି।
ପ୍ରକୃତରେ ଏହାର ବିକଳ୍ପ କେଉଁଠି ଅଛି ଖୋଜିବାକୁ କାହା ପାଖେ ସମୟ ନାହିଁ କି ଚେଷ୍ଟା ନାହିଁ। ଅନେକ ଘଟଣା ଦେଖିବାକୁ ମିଳିଛି ଜନତାଙ୍କ ରକ୍ଷକ ନିଜେ ଭକ୍ଷକ ସାଜି ଶେଷରେ ଆଇନକାନୁନ ଦ୍ୱାରା ସଜା ପାଇଛି, ଆଉ କେତେକ ଅର୍ଥ ବଳରେ ଖସି ବି ଯାଉଛନ୍ତି। ଦୋଷ କାହାର? ଯେଉଁଠି ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଦୁର୍ନୀତିରେ ବୁଡ଼ି ରହି ନିଜକୁ ସୁରକ୍ଷିତ କରିବା ପାଇଁ ଅପରାଧ ଘଟାଉଛି, ଅର୍ଥ ଲୋଭରେ କଳାବଜାରକାରୀଙ୍କୁ ପୋଲିସ ନିଜେ ସହଯୋଗ କରୁଛି, ସମ୍ବିଧାନର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ବି ଏଥିରୁ ବାଦ୍‌ପଡ଼ିନି ଓ ସମସ୍ତେ ନିଜ ହିତ ସ୍ବାର୍ଥରେ ଲିପ୍ତ, କିଏ ବା କାହିଁକି ଅନ୍ୟ ପାଇଁ ହେଉ କି ସମାଜର ହିତ ଚିନ୍ତା କରିବ! କିନ୍ତୁ ହଁ ଏ ସ୍ବାର୍ଥପର ଦୁନିଆରେ କିଛି ଭଲ ଲୋକ ଅଛନ୍ତି ଯେଉଁଥିପାଇଁ କି ଆଜି ଏ ଦୁନିଆ ବିଶ୍ବାସର ସହ ବଞ୍ଚିଛି।
ଅପରାଧକୁ ରୋକିବା ପାଇଁ ବିଚାର ବିଭାଗ ରହିଛି ଏବଂ ସେଥିରେ ଅନେକ ନିୟମକାନୁନ ଅଛି। ଅପରାଧ ଅନୁଯାୟୀ ବିଭିନ୍ନ ପ୍ରକାର ଦଫା ଅଛି ଏବଂ ଦଫା ଅନୁସାରେ ଦଣ୍ଡ ବି , କିନ୍ତୁ ସେଇ କାନୁନ କଚେରି ଭିତରେ ଅନେକ ଗଳାବାଟ ଅଛି, ଯେଉଁ ବାଟ ଦେଇ ଅପରାଧୀ ଦଣ୍ଡରୁ ମୁକ୍ତ ହୋଇ ଖଲାସ ହେଉଛନ୍ତି । ନ୍ୟାୟ ଅପେକ୍ଷାରେ ଅନେକ ମାଟିରେ ମିଶି ଗଲେଣି । ଏଠି କହିବ କାହାକୁ ଶୁଣିବ କିଏ, ଶୁଣିଲାବାଲା ତ କାଉ, କୋଇଲିର ଗପ ଶୁଣାଏ। ନୀତିନିୟମରେ ଏମିତି ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଯଦି କରୋନା ସଂକ୍ରମଣ ସମୟରେ କୋଟି କୋଟି ଲୋକଙ୍କ ଭିତରେ ସଂକ୍ରମିତ ରୋଗୀକୁ ଠାବ କରାଯାଇପାରୁଛି, ତାହାହେଲେ ଅପରାଧୀକୁ କାହିଁକି ଧରାଯାଇପାରିବନି? ଏତେବଡ଼ ବିପଦକୁ ଯଦି ଚତୁରତା ସହ ମୁକାବିଲା କରିପାରୁଛି ତାହାହେଲେ ଅପରାଧକୁ କାହିଁକି ଅଟକାଇ ପାରିବନି? ସଚେତନ ଦ୍ୱାରା କୋଟି କୋଟି ଜନତାଙ୍କୁ ଆୟତ୍ତ କରିପାରିଲ କିନ୍ତୁ ସେଇ ସଚେତନ ଦ୍ୱାରା ଅପରାଧକୁ କାହିଁକି ଆୟତ୍ତ କରାଯାଇପାରୁନାହିଁ। ଆଉ କିଛି ବି କାରଣ ନାହିଁ, କେବଳ ଆନ୍ତରିକତାର ଅଭାବ, ଯେଉଁଥିପାଇଁ ଏ ସମାଜ ଅପରାଧର କଳାବାଦଲରେ ଢାଙ୍କି ହୋଇଗଲାଣି।
ନୀତିନିୟମ ଲାଗୁ କରିଦେଲେ ଅପରାଧ ବନ୍ଦ ହୋଇଯାଏନା, ତତ୍ପରତା ଦେଖେଇବା ଦରକାର। କିଛି ନିୟମକାନୁନ ବଦଳିବା ଦରକାର, ଯେମିତି କି ସାମାନ୍ୟ ଅପରାଧ ପାଇଁ ହାଲୁକା ଦଣ୍ଡ ବଦଳରେ କଠୋର ଦଣ୍ଡ ଦିଆଯାଉ। କାରଣ ଗୋଟେ ଅପରାଧୀ ଏକାଥରେ ବଡ଼ ଅପରାଧ କରି ନ ଥାଏ। ଛୋଟମୋଟ ଅପରାଧ କରୁ କରୁ ବଡ଼ ଅପରାଧ କରିବସେ, ଛୋଟ ଅପରାଧ କରି ଅଳ୍ପ ଦଣ୍ଡରେ ମୁକୁଳିବା ପରେ ଦେହସୁହା ହୋଇଯାଏ ଏବଂ ପୁଣି ସେ ନିର୍ଭୟରେ ବାରମ୍ବାର ଅପରାଧ କରିଚାଲେ। ଯେମିତି କି ଚୋରି, ଲାଞ୍ଚ, ଦୁର୍ନୀତି, କଳାବଜାର ଭଳି ପେସାଦାର ଅପରାଧୀଙ୍କ ସଂଖ୍ୟା ଶତକଡା ୯୦ଭାଗ। ତେଣୁ ପ୍ରଥମ ଅପରାଧରୁ ଯଦି ବଡ଼ ଦଣ୍ଡ ମିଳେ ତାହାହେଲେ ସେ ଅପରାଧୀର ପୁନର୍ବାର ସାହସ ହେବନି କି ଅନ୍ୟମାନେ ବି ଅପରାଧ କରିବାକୁ ସାହସ କରିବେ ନାହିଁ। ସେ ଚୋରି ହେଉ କି ହତ୍ୟା ହେଉ କି ଦୁର୍ନୀତି ହେଉ। ପ୍ରଥମ ଅପରାଧ କଲେ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ। ଅପରାଧ ମାନେ ଅପରାଧ। ସେ ଯେକୌଣସି ପ୍ରକାର ଅପରାଧ ହେଉ ପଛକେ, ଛୋଟ ହେଉ ବା ବଡ଼। ୧୦ ଟଙ୍କା ଚୋରି ହେଉ କି ଦୁର୍ନୀତି କଲେ ତା’ର ୧୦ଗୁଣା ଅର୍ଥ ଆଦାୟ କରାଯାଉ, କଳାବଜାର କଲେ କଠିନ କାରାଦଣ୍ଡରେ ଦଣ୍ଡିତ କରାଯାଉ, ବିନା କାରଣରେ ଆକ୍ରମଣ କଲେ ହତ୍ୟାକାଣ୍ଡର ଦଫା ଲଗାଇ ଦଣ୍ଡିତ କରାଯାଉ। ତତସହିତ ନିୟମକାନୁନ ସ୍ବଚ୍ଛଳ ରହିବା ନିହାତି ଜରୁରୀ। ପ୍ରଥମ ଅପରାଧ ଉପରେ ଯଦି କଡ଼ା ଏବଂ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ଅପରାଧ ଦୁନିଆରେ ପାଦ ଥାପିବାକୁ ଅନ୍ୟମାନେ ଭୟଭୀତ ହେବେ, ତେବେ ହିଁ ଅପରାଧକୁ ରୋକାଯାଇପାରିବ।

  • ଓମ୍‌ପ୍ରକାଶ ନାଥ
    ଭଦ୍ରକ, ମୋ: ୯୬୫୮୪୧୮୯୪୧

Enter your email to get our daily news in your inbox.

All Right Reserved By Dharitri.Com

ଖିଆଲୀ ହିଂସା ପୃଥିବୀକୁ ଦୋହଲାଇଦେବ

ସହଦେବ ସାହୁ ବାୟୋ, ନାନୋ, ସାଇବର୍‌ ଭଳି ଟେକ୍ନୋଲଜି ଯେଭଳି ବିକଶିତ ହେଉଛି ଏବଂ ସାଧାରଣ ଶିକ୍ଷାପ୍ରାପ୍ତ ଲୋକକୁ ଇଚ୍ଛାମୁତାବକ କାମ କରିବାକୁ ସମର୍ଥ କରୁଛି,...

ବଢ଼ୁଛି ମହିଳା ସୁରକ୍ଷା ଚିନ୍ତା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିଦିନ ମଧ୍ୟରେ ଘଟିଥିବା ତିନୋଟି ଲଜ୍ଜାଜନକ ଘଟଣା, ଭାରତରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସମାଜରେ ମହିଳାମାନଙ୍କ...

ଚାଉଳ କେବେ ମହଙ୍ଗା ହେବ

ମନୋରଞ୍ଜନ ପଟ୍ଟନାୟକ ୟଙ୍ଗ୍‌ ଇଣ୍ଡିଆରେ ଗାନ୍ଧିଜୀ ଲେଖିଥିଲେ, ୧୯୨୩ ମାର୍ଚ୍ଚ ୨୬ ଦିନ ସେ ପୁରୀ ବଡ଼ଦାଣ୍ଡରେ ଦୁର୍ଭିକ୍ଷ ପ୍ରପୀଡ଼ିତମାନଙ୍କ ଗହଣରେ ଉପସ୍ଥିତ ଥାଆନ୍ତି। ପୀଡ଼ିତମାନେ...

ତାଲାବନ୍ଦୀରେ ଘରୋଇ ସହାୟିକା

ସାଧାରଣ ପର୍ବ-ପର୍ବାଣି ହେଉ ଅବା ଧର୍ମଘଟ ହେଉ, ଏହି ଦିନଗୁଡିକରେ ଘରୋଇ ସହାୟିକା ବିନା ଗୋଟିଏ ଗୋଟିଏ ଦିନ ଘର କିପରି ଚଳେ ଆମେ ସମସ୍ତେ...

ପ୍ରାଣୀ ପ୍ରତି ପ୍ରେମ

ନୀଳିମା ନିବେଦିତା ଉପନିଷଦ କୁହେ : ଅନ୍ନଂ ବ୍ରହ୍ମ। ଅର୍ଥାତ୍‌ ଅନ୍ନ ହିଁ ବ୍ରହ୍ମ। ଯଦିଚ ପ୍ରୋଟିନ ଓ ଦେହ ପାଇଁ ହିତକର କହି ଅଧିକାଂଶ...

ଜଙ୍ଗଲ ସଂରକ୍ଷଣ ଏକମାତ୍ର ବାଟ

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡି ସିଲ୍‌ଭା ଜାନୁୟାରୀ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆମାଜନରେ ଅବୈଧ ଜଙ୍ଗଲ ଧ୍ୱଂସ ଶେଷ କରିବା...

ଅଚିହ୍ନା ବ୍ରାହ୍ମଣର ପଇତା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ‘ଚିହ୍ନା ବ୍ରାହ୍ମଣର ପଇତା ଲୋଡ଼ା ପଡ଼େନି।’ କେଉଁ କାଳରୁ ଆମ ଲୋକମୁଖରେ ଗଡ଼ି ଗଡ଼ି ଆସୁଥିବା ଏ କଥାଟି କେତେ...

ମହାକାଶ ଆବର୍ଜନା

ସୋଭିଏଟ୍‌ ରୁଷ ୧୯୭୨ରେ ଶୁକ୍ର ଗ୍ରହ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ୧,୧୮୦ କିଲୋଗ୍ରାମ୍‌ ଓଜନର କସ୍‌ମସ୍‌-୪୮୨ ମହାକାଶ ଯାନ ପଠାଇଥିଲା। ପୃଥିବୀ କକ୍ଷପଥ...

Advertisement
Archives

Model This Week