ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି କୃଷ୍ଣମୟୀ ବରାଳ ଅଭିଯୁକ୍ତ ରାଜୀବଙ୍କୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ  ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ଗୋଟିଏ ଖଣ୍ଡା ଓ ହତ୍ୟା ଉଦ୍ୟମରେ ବ୍ୟବହୃତ ବ୍ଲେଡ଼ ଜବତ କରାଯାଇଛି।

ଥାନା ମାମଲା ନଂ.୩୯୯/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ଶନିବାର ରାତି ପ୍ରାୟ ୮ ଟାରେ ଚୈତନ୍ୟପୂର ଗ୍ରାମର କେ. ଦେବରାଜ ରେଡ୍ଡୀ ପଦ୍ମନାଭପୁର – ଭୀମପୁର ରାସ୍ତାର ଶ୍ରୀ ହନୁମାନ ଛକରେ ଥିବା ଦେଶୀ ମଦ ଦୋକାନକୁ ମଦ ପିଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ରାଜୀବ କୌଣସି କରଣକୁ ନେଇ ଅନ୍ୟ ଜଣେ ଯୁବକଙ୍କ ସହ ଝଗଡା କରୁଥିଲେ। ଦେବରାଜ  ଗଣ୍ଡଗୋଳ ଛଡାଇବା ସହ ରାଜୀବଙ୍କୁ ତାଗିଦ କରିବାରୁ ରାଜୀବ ତାଙ୍କୁ ମାଡ଼ ମାରି ତଳେ ପକାଇ ଦେବା ସହ ଏକ ବ୍ଲେଡରେ ତାଙ୍କ ତଣ୍ଟିକୁ କାଟି ଦୌଡ଼ି ପଳାଇଥିଲେ।

ସେଠାରେ ଉପସ୍ଥିତ ଥିବା ଦେବଙ୍କ ସାଙ୍ଗ ପି. ପୀତାମ୍ବର ରେଡ୍ଡୀ ଅନ୍ୟ କିଛି ଲୋକଙ୍କ ସହାୟତାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଦେବରାଜଙ୍କ ସ୍ତ୍ରୀ କେ.ନମିତା ରେଡ୍ଡୀ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ପଦ୍ମନାଭପୁର – ଭୀମପୁର ଶାସନ ଶ୍ରୀ ହନୁମାନ ଛକରେ ଥିବା ପ୍ରାୟ ୫ ଟି ଦୋକାନରେ ବିନା ଲାଇସେନ୍ସରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି।ପ୍ରତିଦିନ ସନ୍ଧ୍ୟାରେ ଉକ୍ତ ଛକରେ ମଦ୍ୟପଙ୍କ ଭିଡ଼ ହେଉଛି।

ନିଶାସକ୍ତ ଅବସ୍ଥାରେ ନିଶାଡିମାନେ ରାସ୍ତାରେ ଯା ଆସ କରୁଥିବା ବାଟୋଇ ମାନଙ୍କୁ ଅଯଥାରେ ଗାଳି କରୁଛନ୍ତି । ପ୍ରତିବାଦ କଲେ ଟଣା ଓଟରା କରିବା ସହ ମାଡ଼ ମାରୁଥିବା ଅଭିଯୋଗ ହେଉଛି । ସନ୍ଧ୍ୟା ହେଲେ ଉକ୍ତ ରାସ୍ତା ଦେଇ ଝିଅ – ବୋହୂ ମାନେ ଚଳ ପ୍ରଚଳ ହେବାକୁ ନିରାପଦ ମନେ କରୁନଥିବା ଅଭିଯୋଗ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ହରାଇ ଭାରତ ଚାମ୍ପିୟନ

ମୋହାଲି,୫।୧୧: ଏସିଆନ ଚାମ୍ପିିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ୪-୧ ଗୋଲରେ ଜାପାନକୁ ହରାଇ ଚାମ୍ପିୟନ ହୋଇଛି। ଭାରତ ରେକର୍ଡ ଷଷ୍ଠ…

ବାତ୍ୟା କ୍ଷତିଗ୍ରସ୍ତ ଗାଁ ବୁଲିଲେ ବିଧାୟକ, ଚାଷୀଙ୍କ ଦୁର୍ଦ୍ଦଶା ବୁଝିଲେ

ପାରଳାଖେମୁଣ୍ଡି,୫।୧୧(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷାରେ ଗଜପତି ଜିଲାର ଚାଷଜମି ଏବଂ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଗୋଷାଣି ବ୍ଲକର…

ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ…

ଗଞ୍ଜାମରେ ବନ୍ୟା ବିପତ୍ତି: ଫର୍ମ ପୂରଣ ଫି’ ଛାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ଦାବି, ଆନ୍ଦୋଳନ ଚେତାବନୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୮ ତାରିଖ ରାତିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ଗୁରୁତର…

ଶାନ୍ତିପୁରକୁ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ଦାବି ତେଜିଲା, ଜିଲାପାଳଙ୍କୁ ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୫ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୁର ରାଜସ୍ବ ଗ୍ରାମ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ପାଇପାରିନାହିଁ।…

ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗିଦେଲେ ଦୁର୍ବୃତ୍ତ: କୋକସରାରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ

କୋକସରା,୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଲଡ଼ୁଗାଁ-ସୁପାଡ଼ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ବୀଭତ୍ସ…

ଗିଡ଼ିପାବାଲି ଭୂସ୍ଖଳନ: ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ରୁ ୩୦ ହଜାର ସହାୟତା, ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍‌ ବାଇବାଲି ପଞ୍ଚାୟତର ଗିଡିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।…

ହିନ୍ଦୀ ଶିକ୍ଷକ ରାଜେଶ ପାଇବେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମାଲକାନଗିରି,୫।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୃଷୁୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?