ଅପରାଧ ଚେର ମୁର୍ଶିଦାବାଦରୁ ମୟୂରଭଞ୍ଜ

ବାରିପଦା ଅଫିସ, ୧ା୧୧:ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଚୋରି, ଡକାୟତି, ଛିନତାଇ, ବଳାତ୍କାର ଓ ଠକେଇ ଭଳି ଅପରାଧ ବଢ଼ିବାରେ ଲାଗିଛି। ଅପରାଧର କାର୍ପଟଦାର ସାଜିଛନ୍ତି ଭଡ଼ାଟିଆ। ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଆସି କାୟା ବିସ୍ତାର କରିବାରେ ଲାଗିଛନ୍ତି କିଛି ଅସାମାଜିକ। ବିନା ପ୍ରମାଣପତ୍ରରେ ଘରମାଲିକମାନେ ଭଡ଼ା ସୂତ୍ରରେ ରଖୁଥିବାରୁ ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହୁନାହିଁ। ଜିଲାରେ ବେକାରି ସମସ୍ୟା ବୃଦ୍ଧି ପାଇବା କାରଣରୁ ଅନେକ ଯୁବକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଶ୍ରମଜୀବୀଙ୍କ ଅଭାବ ପୂରଣ ପାଇଁ ବାହାର ରାଜ୍ୟରୁ ଆସୁଥିବା କେତେଜଣ କୁଶଳୀ ଶ୍ରମିକ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ମ୍ୟୁନିସିପାଲିଟି ଓ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉ ନ ଥିବାରୁ ସେମାନଙ୍କ ଚେର ମୁର୍ଶିଦାବାଦରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଲମ୍ବିବାରେ ଲାଗିଛି। ଅନ୍ୟପକ୍ଷରେ ସେମାନଙ୍କୁ ଥଇଥାନ କରି ରାଜନୈତିକ ଫାଇଦା ହାସଲ ମଧ୍ୟ କରାଯାଉଛି। ଜିଲା କିମ୍ବା ପୋଲିସ ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
ଶିଳ୍ପବିହୀନ ମୟୂରଭଞ୍ଜ ଜିଲାର ଅନେକ ଯୁବତୀ ଯୁବକ କାମଧନ୍ଦା ନ ପାଇ ବେକାର ହୋଇ ବୁଲୁଛନ୍ତି। ୨୦୧୧ଜନଗଣନା ଅନୁଯାୟୀ ଜିଲାରେ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଶତକଡ଼ା ୬୫ ପ୍ରତିଶତ ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ବାହାର ରାଜ୍ୟମାନଙ୍କୁ ୩୫ଭାଗ ଗରିବ ଆଦିବାସୀ ଶ୍ରେଣୀର ଲୋକେ ଦାଦନ ଖଟିବାକୁ ଯାଇଥାନ୍ତି। ୨୫ଭାଗ ଶ୍ରମିକ ବର୍ଗର ଲୋକେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଶ୍ରମ ଛାଡ଼ି ଦେଇଛନ୍ତି। ଫଳରେ କାମଧନ୍ଦା କରିବାକୁ ଶ୍ରମଜୀବୀ ମିଳୁ ନାହାନ୍ତି। ଏହାର ସୁଯୋଗ ନେଇ ଘରୋଇ କାମ ସହିତ ସରକାରୀ ଓ ବେସରକାରୀ ନିର୍ମାଣ କାମରେ ଶ୍ରମିକ ଭାବେ ପଶ୍ଚିମବଙ୍ଗ, ବାଂଲାଦେଶ, ଢାକା ଓ ବିହାର ଅଞ୍ଚଳର ବିଭିନ୍ନ ସ୍ଥାନରୁ କାରିଗର ଓ ମିସ୍ତ୍ରିମାନେ ଆସି ଜିଲାବାସୀଙ୍କ ଚାହିଦା ପୂରଣ କରୁଛନ୍ତି। ଦିନରେ କାମ କରି ରାତି ହେଲେ ସେମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଜିଲାର କୋଣ ଅନୁକୋଣରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ପୋଲିସ ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଅପରାଧକୁ ରୋକିବାରେ ବିଫଳ ହେଉଛି। ସେହିପରି କିଛି ଅସାଧୁ ବ୍ୟକ୍ତି ଅର୍ଥଲୋଭରେ ସେମାନଙ୍କୁ ବାସସ୍ଥାନର ପରିଚୟ ଦେଇ ଭୋଟର ତାଲିକାରେ ଯୋଡିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବାରିପଦା ସହରରେ ରହୁଥିବା ମାଲିକମାନେ ଠିକ ଯାଞ୍ଚ ନ କରି ସେମାନଙ୍କୁ ଘରେ ରହିବାକୁ ଅନୁମତି ଦେଉଛନ୍ତି। ଏପରିକି ସେମାନଙ୍କ ଆଧାର କାର୍ଡ, ଭୋଟର କାର୍ଡ ଓ ବାସସ୍ଥାନ ପ୍ରମାଣପତ୍ର ଦେଇ ଭଡ଼ା ଦେବାକୁ ନିୟମ ରହିଥିଲେ ସୁଦ୍ଧା ଏହାକୁ ଯାଞ୍ଚ କରାଯାଉନାହିଁ।
କିଛି ଦିନ ପୂର୍ବେ ବୈଶିଙ୍ଗା ଓ ଉଦଳା ଥାନା ଅଞ୍ଚଳରେ ହେଉଥିବା ଲଗାତାର ଚୋରି ଘଟଣାରେ ୬ଜଣ ମୁର୍ଶିଦାବାଦର ମିସ୍ତ୍ରି ସମ୍ପୃକ୍ତ ଥିବା ନେଇ ପୋଲିସ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲା। ଝାରପୋଖରିଆ, ବିଶୋଇ, ଖୁଣ୍ଟା,କୁଳିଅଣା ଓ ବେତନଟୀ ଥାନାରେ ମଧ୍ୟ ଏଭଳି ଅପରାଧ ସମ୍ପର୍କିତ ମାମଲା ରୁଜୁ ହୋଇଛି। ଅପରାଧ ଘଟାଇ ନିଜ ରାଜ୍ୟକୁ ପଳାଇବା ପରେ ଜିଲା ପୋଲିସ ସେମାନଙ୍କ ଟେର୍‌ ପାଉନି। ପୁଣି କିଛି ଦିନ ପରେ ସେମାନେ ସ୍ଥାନ ବଦଳାଇ ଜିଲାରେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି।
ଏ ସଂକ୍ରାନ୍ତରେ ବିକାଶ ମଞ୍ଚର ଆବାହକ ହରିଶଚନ୍ଦ୍ର ନନ୍ଦ ଗୋସ୍ବାମୀ କୁହନ୍ତି, କାମଧନ୍ଦା ମିଳୁ ନ ଥିବାରୁ ଜିଲାର ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କୁଶଳୀ ଶ୍ରମିକ କିମ୍ବା କାରିଗର ନ ଥିବାରୁ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକେ ଏହାର ସୁଯୋଗ ନେଇ ଅପରାଧ ଘଟାଇବାରେ ଲାଗିଛନ୍ତି।
ତେବେ ଜିଲାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଅପରାଧ ନିୟନ୍ତ୍ରଣ ହୋଇପାରୁନି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଯାଞ୍ଚ କରିବା କାମ ପୋଲିସର। ଘରଭଡ଼ା ଦେଉଥିବା ବ୍ୟକ୍ତି ସମସ୍ତ ପ୍ରମାଣପତ୍ର ରଖି ପୋଲିସକୁ ଅବଗତ କରିବାର ନିୟମ ରହିଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବାରିପଦା ଟାଉନ ଥାନାଧିକାରୀ ବୀରେନ୍ଦ୍ର ସେନାପତି କୁହନ୍ତି, ଘରଭଡ଼ା ଦେଉଥିବା ମାଲିକମାନେ ମ୍ୟୁନିସିପାଲିଟିକୁ ଜଣାଇବେ। ଏହା ପୋଲିସର କାମ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri