ଅପରାଧ ଚେର ମୁର୍ଶିଦାବାଦରୁ ମୟୂରଭଞ୍ଜ

ବାରିପଦା ଅଫିସ, ୧ା୧୧:ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଚୋରି, ଡକାୟତି, ଛିନତାଇ, ବଳାତ୍କାର ଓ ଠକେଇ ଭଳି ଅପରାଧ ବଢ଼ିବାରେ ଲାଗିଛି। ଅପରାଧର କାର୍ପଟଦାର ସାଜିଛନ୍ତି ଭଡ଼ାଟିଆ। ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଆସି କାୟା ବିସ୍ତାର କରିବାରେ ଲାଗିଛନ୍ତି କିଛି ଅସାମାଜିକ। ବିନା ପ୍ରମାଣପତ୍ରରେ ଘରମାଲିକମାନେ ଭଡ଼ା ସୂତ୍ରରେ ରଖୁଥିବାରୁ ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହୁନାହିଁ। ଜିଲାରେ ବେକାରି ସମସ୍ୟା ବୃଦ୍ଧି ପାଇବା କାରଣରୁ ଅନେକ ଯୁବକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଶ୍ରମଜୀବୀଙ୍କ ଅଭାବ ପୂରଣ ପାଇଁ ବାହାର ରାଜ୍ୟରୁ ଆସୁଥିବା କେତେଜଣ କୁଶଳୀ ଶ୍ରମିକ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ମ୍ୟୁନିସିପାଲିଟି ଓ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉ ନ ଥିବାରୁ ସେମାନଙ୍କ ଚେର ମୁର୍ଶିଦାବାଦରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଲମ୍ବିବାରେ ଲାଗିଛି। ଅନ୍ୟପକ୍ଷରେ ସେମାନଙ୍କୁ ଥଇଥାନ କରି ରାଜନୈତିକ ଫାଇଦା ହାସଲ ମଧ୍ୟ କରାଯାଉଛି। ଜିଲା କିମ୍ବା ପୋଲିସ ପ୍ରଶାସନ ଏଥିପ୍ରତି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅଞ୍ଚଳବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
ଶିଳ୍ପବିହୀନ ମୟୂରଭଞ୍ଜ ଜିଲାର ଅନେକ ଯୁବତୀ ଯୁବକ କାମଧନ୍ଦା ନ ପାଇ ବେକାର ହୋଇ ବୁଲୁଛନ୍ତି। ୨୦୧୧ଜନଗଣନା ଅନୁଯାୟୀ ଜିଲାରେ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଶତକଡ଼ା ୬୫ ପ୍ରତିଶତ ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ବାହାର ରାଜ୍ୟମାନଙ୍କୁ ୩୫ଭାଗ ଗରିବ ଆଦିବାସୀ ଶ୍ରେଣୀର ଲୋକେ ଦାଦନ ଖଟିବାକୁ ଯାଇଥାନ୍ତି। ୨୫ଭାଗ ଶ୍ରମିକ ବର୍ଗର ଲୋକେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଶ୍ରମ ଛାଡ଼ି ଦେଇଛନ୍ତି। ଫଳରେ କାମଧନ୍ଦା କରିବାକୁ ଶ୍ରମଜୀବୀ ମିଳୁ ନାହାନ୍ତି। ଏହାର ସୁଯୋଗ ନେଇ ଘରୋଇ କାମ ସହିତ ସରକାରୀ ଓ ବେସରକାରୀ ନିର୍ମାଣ କାମରେ ଶ୍ରମିକ ଭାବେ ପଶ୍ଚିମବଙ୍ଗ, ବାଂଲାଦେଶ, ଢାକା ଓ ବିହାର ଅଞ୍ଚଳର ବିଭିନ୍ନ ସ୍ଥାନରୁ କାରିଗର ଓ ମିସ୍ତ୍ରିମାନେ ଆସି ଜିଲାବାସୀଙ୍କ ଚାହିଦା ପୂରଣ କରୁଛନ୍ତି। ଦିନରେ କାମ କରି ରାତି ହେଲେ ସେମାନେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଜିଲାର କୋଣ ଅନୁକୋଣରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ପୋଲିସ ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଅପରାଧକୁ ରୋକିବାରେ ବିଫଳ ହେଉଛି। ସେହିପରି କିଛି ଅସାଧୁ ବ୍ୟକ୍ତି ଅର୍ଥଲୋଭରେ ସେମାନଙ୍କୁ ବାସସ୍ଥାନର ପରିଚୟ ଦେଇ ଭୋଟର ତାଲିକାରେ ଯୋଡିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବାରିପଦା ସହରରେ ରହୁଥିବା ମାଲିକମାନେ ଠିକ ଯାଞ୍ଚ ନ କରି ସେମାନଙ୍କୁ ଘରେ ରହିବାକୁ ଅନୁମତି ଦେଉଛନ୍ତି। ଏପରିକି ସେମାନଙ୍କ ଆଧାର କାର୍ଡ, ଭୋଟର କାର୍ଡ ଓ ବାସସ୍ଥାନ ପ୍ରମାଣପତ୍ର ଦେଇ ଭଡ଼ା ଦେବାକୁ ନିୟମ ରହିଥିଲେ ସୁଦ୍ଧା ଏହାକୁ ଯାଞ୍ଚ କରାଯାଉନାହିଁ।
କିଛି ଦିନ ପୂର୍ବେ ବୈଶିଙ୍ଗା ଓ ଉଦଳା ଥାନା ଅଞ୍ଚଳରେ ହେଉଥିବା ଲଗାତାର ଚୋରି ଘଟଣାରେ ୬ଜଣ ମୁର୍ଶିଦାବାଦର ମିସ୍ତ୍ରି ସମ୍ପୃକ୍ତ ଥିବା ନେଇ ପୋଲିସ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲା। ଝାରପୋଖରିଆ, ବିଶୋଇ, ଖୁଣ୍ଟା,କୁଳିଅଣା ଓ ବେତନଟୀ ଥାନାରେ ମଧ୍ୟ ଏଭଳି ଅପରାଧ ସମ୍ପର୍କିତ ମାମଲା ରୁଜୁ ହୋଇଛି। ଅପରାଧ ଘଟାଇ ନିଜ ରାଜ୍ୟକୁ ପଳାଇବା ପରେ ଜିଲା ପୋଲିସ ସେମାନଙ୍କ ଟେର୍‌ ପାଉନି। ପୁଣି କିଛି ଦିନ ପରେ ସେମାନେ ସ୍ଥାନ ବଦଳାଇ ଜିଲାରେ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି।
ଏ ସଂକ୍ରାନ୍ତରେ ବିକାଶ ମଞ୍ଚର ଆବାହକ ହରିଶଚନ୍ଦ୍ର ନନ୍ଦ ଗୋସ୍ବାମୀ କୁହନ୍ତି, କାମଧନ୍ଦା ମିଳୁ ନ ଥିବାରୁ ଜିଲାର ଯୁବକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କୁଶଳୀ ଶ୍ରମିକ କିମ୍ବା କାରିଗର ନ ଥିବାରୁ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକେ ଏହାର ସୁଯୋଗ ନେଇ ଅପରାଧ ଘଟାଇବାରେ ଲାଗିଛନ୍ତି।
ତେବେ ଜିଲାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଅପରାଧ ନିୟନ୍ତ୍ରଣ ହୋଇପାରୁନି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ଯାଞ୍ଚ କରିବା କାମ ପୋଲିସର। ଘରଭଡ଼ା ଦେଉଥିବା ବ୍ୟକ୍ତି ସମସ୍ତ ପ୍ରମାଣପତ୍ର ରଖି ପୋଲିସକୁ ଅବଗତ କରିବାର ନିୟମ ରହିଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବାରିପଦା ଟାଉନ ଥାନାଧିକାରୀ ବୀରେନ୍ଦ୍ର ସେନାପତି କୁହନ୍ତି, ଘରଭଡ଼ା ଦେଉଥିବା ମାଲିକମାନେ ମ୍ୟୁନିସିପାଲିଟିକୁ ଜଣାଇବେ। ଏହା ପୋଲିସର କାମ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?