ଖିଅପାଉନି କ୍ରାଇମ୍‌ବ୍ରାଞ୍ଚ

ପୁରୀ ଅଫିସ,୨୦ା୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତକୁ ୫ଦିନ ପୂରିଲାଣି। ମାତ୍ର ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ହଟିପାରିନାହିଁ। ବାସ୍ତବରେ ଏହା ହତ୍ୟା ନା ଦୁର୍ଘଟଣା ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଶନିବାର କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଘଟଣାସ୍ଥଳ ଅନୁଧ୍ୟାନ କରି ଅଭିଯୁକ୍ତମାନଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯିବା ନେଇ ସୂଚନା ଦେଇଥିଲେ। ଏହାପରେ ଚିତ୍ତରଞ୍ଜନଙ୍କ ମୁଖ୍ୟ ସହଯୋଗୀ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ନିଆଯାଇ ଲାଏ ଡିଟେକ୍ସନ୍‌ ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ସେହିଭଳି ବ୍ୟବଚ୍ଛେଦ ରିପୋର୍ଟ ଆସି ପହଞ୍ଚିିଛି। ମାତ୍ର ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଇତିମଧ୍ୟରେ ଫରେନ୍ସିକ୍‌ ଟିମ୍‌ ସହ କ୍ରାଇମବ୍ରାଞ୍ଚ ଟିମ୍‌ ଦୁଇ ଥର ଗଡ଼ମୃଗଶିରା ନୂଆଗାଁସ୍ଥିତ ଘଟଣାସ୍ଥଳ ଅନୁଧ୍ୟାନ କରିସାରିଲାଣି। ମାତ୍ର ଏପର୍ଯ୍ୟନ୍ତ ଏକ ନିଷ୍କର୍ଷରେ ପହଞ୍ଚି ପାରୁନାହିଁ। ମୋଟିଭ୍‌ ଅଫ୍‌ କ୍ରାଇମ (ହତ୍ୟାର ଉଦ୍ଦେଶ୍ୟ) ଜାଣିବାରେ ପ୍ରଥମେ ପୋଲିସ ବିଫଳ ହୋଇଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ସମାନ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଓ ଅଟକ ବ୍ୟକ୍ତିଙ୍କ ବୟାନକୁ ନେଇ କ୍ରାଇମବ୍ରାଞ୍ଚ ସାମଞ୍ଜସ୍ୟ ଖୋଜୁଛି। ଦାସବର୍ମାଙ୍କ ପିଏସ୍‌ଓ ସର୍ବେଶ୍ୱର ଜେନାଙ୍କୁ ଅଟକ ରଖି ଜେରା ଜାରି ରଖିଛି। ମାତ୍ର ତାଙ୍କ ବିରୋଧରେ ଠୋସ୍‌ ପ୍ରମାଣ ଯୋଗାଡ଼ କରିପାରିନାହିଁ। ଅନ୍ୟପକ୍ଷରେ ଚିତ୍ତରଞ୍ଜନଙ୍କ ପରିବାରବର୍ଗ କ୍ରାଇମବ୍ରାଞ୍ଚ ଉପରେ ଆସ୍ଥା ରଖିଥିବା କହିଛନ୍ତି। ଏହି ହତ୍ୟାକାଣ୍ଡରେ ଜନୈକା ମହିଳା ଓ ଯୁବତୀଙ୍କୁ ନେଇ ଗତ ଦୁଇଦିନ ହେଲା ଚର୍ଚ୍ଚା ଜୋର ଧରିଥିଲା। ସମ୍ପୃକ୍ତ ଯୁବତୀ ଓ ମହିଳାଙ୍କୁ ଲାଏ ଡିଟେକ୍ସନ୍‌ ଟେଷ୍ଟରେ ସାମିଲ କରାଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ସେଭଳି କିଛି କରିନାହିଁ। ଫଳରେ ତଦନ୍ତର ଦିଗକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବଗିଚାରୁ ବାର୍‌ହା ମୃତଦେହ ଉଦ୍ଧାର

ଭାପୁର,୨୬ା୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ସଦର ରେଞ୍ଜ ଅଧୀନ ଭାପୁର ଅଞ୍ଚଳର ଶୁଳିଆ ଜଙ୍ଗଲ ପାଦ ଦେଶ ୨୬ ଘରିଆ କାଜୁ ବଗିଚାରୁ ଗୁରୁବାର ବନବିଭାଗ ଏକ ବାର୍‌ହା...

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଜଣେ ଅଟକ

ଗୋପାଳପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଠାବ କରିଛି। ଏହି ଚୋରାଚାଲାଣରେ ଦୁଇଜଣ ଚମ୍ପଟ ମାରିଥିବା ବେଳେ ଜଣକୁ...

ପିଜିରେ ଉତ୍ତୀର୍ଣ୍ଣ ହେଲେ ୭୭ ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ

ସୋନପୁର,୩।୭(ନି.ପ୍ର.): ଦୃଢ ଇଚ୍ଛାଶକ୍ତି ଥିଲେ ସଫଳ ହେବାକୁ କେହି ରୋକି ପାରିବେ ନାହିଁ। ଏହା ପ୍ରମାଣ କରି ଦେଖାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ।...

ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ୩ ଘଣ୍ଟା ବିଳମ୍ବରେ ଆସିଲା: ଏଥିରେ ଅଛନ୍ତି ଗଞ୍ଜାମର ୧୧୮୮ ଜଣ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ସୁରଟରୁ ଆଉ ଏକ ଟ୍ରେନ୍‌ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ସେଥିରେ ଗଞ୍ଜାମ ଜିଲାର ୧୧୮୮...

ମୃତ ହିତାଧିକାରୀଙ୍କ ନାଁରେ କୋଭିଡ୍‌ ସହାୟତା ହଡ଼ପ: ତଦନ୍ତ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ପଞ୍ଚୟାତରେ କୋଭିଡ୍‌ ସହାୟତା ରାଶି ଓ ରାଶନ ସାମଗ୍ରୀ ହଡ଼ପ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।...

ସୁରଟ୍‌ରେ କୃଷ୍ଣପ୍ରସାଦ ବ୍ଲକର ୭ଜଣ ଶ୍ରମିକ ଅଟକ

କୃଷ୍ଣପ୍ରସାଦ,୧ା୪(ଡି.ଏନ୍‌.ଏ)-କରୋନା ମୁକାବିଲା ପାଇଁ ସରକାର ସାରା ଦେଶକୁ ୨୧ଦିନିଆ ଲକଡାଉନ କରିଛନ୍ତି। ଏହା ଯୋଗୁ ବିଭିନ୍ନ ଦେଶ, ରାଜ୍ୟ ବାହାରେ କାର୍ଯ୍ୟ କରୁତ୍ଥିବା ଅନେକ ଲୋକ...

ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼

ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ...

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ...

Advertisement
Archives

Model This Week