ପାଉଁଶ ତଳରୁ ଖିଅ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ

ରାୟଗଡ଼ା,୩୧।୧୨(ସ୍ବ.ପ୍ର.): ରାୟଗଡ଼ାରେ ରୁଷିଆ ନାଗରିକଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଦିନରେ ତଦନ୍ତ ଜୋରଦାର କରି ଖୋଳତାଡ଼ ଆରମ୍ଭ କରିଛି। ଶନିବାର ଶିରିକଣାସ୍ଥିତ ଶ୍ମଶାନକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ପ୍ରମାଣ ସଂଗ୍ରହ କରିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍‌ ଶନିବାର ରାୟଗଡା ଥାନା ଓ ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି। ଏଥିରେ ସାଇଣ୍ଟିିଫିକ୍‌ ଓ ଫରେନସିକ୍‌ ଟିମ୍‌ ମଧ୍ୟ ରହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି। କହିବା ପାଇଁ ଗଲେ ପାଉଁଶ ତଳରୁ ଏକପ୍ରକାର ଖିଅ ଖୋଜୁଥିବା ପରିଲକ୍ଷିତ ହୋଇଛି। ତେବେ ଶନିବାର ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

ହାଟଡିହୀ/ଛେନାପଦୀ,୮।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ସ୍ଥାୟୀ ବସ ଷ୍ଟାଣ୍ଡ ନାହିଁ କି ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ଯାହାଫଳରେ ବାଧ୍ୟ ହୋଇ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri