ପାଉଁଶ ତଳରୁ ଖିଅ ଖୋଜୁଛି କ୍ରାଇମ୍‌ବ୍ରାଞ୍ଚ

ରାୟଗଡ଼ା,୩୧।୧୨(ସ୍ବ.ପ୍ର.): ରାୟଗଡ଼ାରେ ରୁଷିଆ ନାଗରିକଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଦିନରେ ତଦନ୍ତ ଜୋରଦାର କରି ଖୋଳତାଡ଼ ଆରମ୍ଭ କରିଛି। ଶନିବାର ଶିରିକଣାସ୍ଥିତ ଶ୍ମଶାନକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ପ୍ରମାଣ ସଂଗ୍ରହ କରିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍‌ ଶନିବାର ରାୟଗଡା ଥାନା ଓ ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି। ଏଥିରେ ସାଇଣ୍ଟିିଫିକ୍‌ ଓ ଫରେନସିକ୍‌ ଟିମ୍‌ ମଧ୍ୟ ରହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି। କହିବା ପାଇଁ ଗଲେ ପାଉଁଶ ତଳରୁ ଏକପ୍ରକାର ଖିଅ ଖୋଜୁଥିବା ପରିଲକ୍ଷିତ ହୋଇଛି। ତେବେ ଶନିବାର ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି। ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରା ପଡ଼ି ଛେଚା ଖାଇଲେ ବାଇକ୍‌ ଚୋର

ବେତନଟୀ,୫।୧୦(ସ୍ବ.ପ୍ର.): ଧରାପଡି ନିର୍ଧୂମ ଛେଚା ଖାଇଲେ ବାଇକ ଚୋର। ବୈଶିଙ୍ଗା ଥାନା ଅଧୀନ ଦାହିବାଡି ସାପ୍ତାହିକ ହାଟରୁ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ...

ଅକ୍ଟୋବର ୧୬ରେ ଓସିଏସ୍‌ ପ୍ରିଲିମ୍‌: ୨ଟି ସିଟିଂରେ ହେବ ପରୀକ୍ଷା

କଟକ ଅଫିସ, ୨୧।୯: ଅକ୍ଟୋବର ୧୬ ତାରିଖରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌) ୨୦୨୧ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ ା ଏ ନେଇ ଓଡ଼ିଶା ଲୋକସେବା...

ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍‌ଯାପିତ: ପ୍ରତିଭା ପ୍ରଦର୍ଶନର ଉତ୍ତମ ମଞ୍ଚ

ନୟାଗଡ଼ ଅଫିସ,୨୧।୧୧: ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଜିଲାସ୍ତରୀୟ ଯୁବ ଉତ୍ସବ ୨୦୧୯ ବୁଧବାର ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଉଦ୍‌ଯାପିତ...

ଖେଳୁଥିବା ବେଳେ ଗଲା ଜୀବନ

କୋକସରା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଗ୍ରାମରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିରଞ୍ଚତ୍...

ଖଡ଼ଗପ୍ରସାଦରେ କୁମ୍ଭୀର ଆତଙ୍କ

ଓଡାପଡା,୧୯ା୧୧(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମ ବାଲିଘାଟ ନିକଟରେ କୁମ୍ଭୀର ଦେଖିଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।...

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ଚକ ସଂଖ୍ୟା ଅନୁଯାୟୀ ରଥରେ ରହିବେ ଘଣ୍ଟୁଆ

ପୁରୀ ଅଫିସ,୧।୬: ଜୁନ ୪ରେ ସ୍ନାନଯାତ୍ରା। ଏହିଦିନ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।...

ବିବାହ କରିବେ ଓଡ଼ିଶାର ‘ଛପାକ୍‌’ ପ୍ରମୋଦିନୀ

କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ...

Advertisement
Archives

Model This Week