Posted inଖେଳ

କ୍ୟାରିୟରର ଶେଷ ମୁକାବିଲା ଖେଳିବା ପରେ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

କୋଲ୍‌କାତା, ୧ା୨: ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବା ପରେ କ୍ରିକେଟର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉ ଜଣେ କ୍ରିକେଟର। ସେ ହେଲେ ଭାରତ ଉଇକେଟ୍‌କିପର ବ୍ୟାଟର ରିଦ୍ଧିମାନ ଶାହା। ୪୦ ବର୍ଷୀୟ ଶାହା ୨୦୧୦ ଫେବୃଆରୀରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ମୋଟ ୪୯ ମ୍ୟାଚ୍‌(୪୦ ଟେଷ୍ଟ ଓ ୯ ଅନ୍ତର୍ଜାତୀୟ ଦିନିକିଆ) ଖେଳିଛନ୍ତି। ଏହାଛଡ଼ା ଘରୋଇ କ୍ରିକେଟରେ ସେ ବେଙ୍ଗଲ ଓ ତ୍ରିପୁରା ତରଫରୁ ପ୍ରତିନିଧିତ୍ୱ କରି ୧୪୨ ପ୍ରଥମଶ୍ରେଣୀ ଓ ୧୧୬ ଲିଷ୍ଟ ‘ଏ’ ମ୍ୟାଚ୍‌ ଖେଳିସାରିଛନ୍ତି। ତେବେ ସେ ଆଇକନିକ ଇଡେନ୍‌ଗାର୍ଡେନ୍ସରେ ବେଙ୍ଗଲ ତରଫରୁ ଶନିବାର ରଣ୍‌ଜୀ ଟ୍ରଫି ଫାଇନାଲ ଗ୍ରୁପ୍‌ ଷ୍ଟେଜ୍‌ ମ୍ୟାଚ୍‌ ଖେଳିବା ପରେ ତାଙ୍କ ଅବସର ଘୋଷଣା କରିଛନ୍ତି।

ରିଦ୍ଧିମାନ ନିଜର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ’୧୯୯୭ ମସିହାରେ ମୁଁ ପ୍ରଥମ ଥର ପାଇଁ କ୍ରିକେଟ ପଡ଼ିଆରେ ପାଦ ଦେବାର ୨୮ ବର୍ଷ ବିତିଗଲାଣି, ଏବଂ ଏହି ଯାତ୍ରା ଆଶ୍ଚର୍ଯ୍ୟଜନକ ରହିଥିଲା।’ ମୋ ଦେଶ, ରାଜ୍ୟ, ଜିଲା, କ୍ଲବ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲର ପ୍ରତିନିଧିତ୍ୱ କରିବା ମୋ ଜୀବନର ସବୁଠାରୁ ବଡ଼ ସମ୍ମାନ।’ ଆଜି ମୁଁ ଯାହା ବି, ପ୍ରତ୍ୟେକ ସଫଳତା, ପ୍ରତ୍ୟେକ ଶିକ୍ଷା, ମୁଁ ଏହି ସବୁକିଛି ଏହି ଚମତ୍କାର ଖେଳକୁ ଶ୍ରେୟ ଦେଉଛି। କ୍ରିକେଟ ମୋତେ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ, ଅବିସ୍ମରଣୀୟ ବିଜୟ ଏବଂ ଅମୂଲ୍ୟ ଅଭିଜ୍ଞତା ଦେଇଛି। ଏହା ମୋତେ ପରୀକ୍ଷା କରିଛି ଏବଂ ଏହାକୁ କିପରି ମୁକାବିଲା କରିବାକୁ ହୁଏ ତାହା ମଧ୍ୟ ଶିଖାଇଛି। ‘ଉତ୍ଥାନ-ପତନ, ବିଜୟ-ପରାଜୟ ସହିତ ଏହି ଯାତ୍ରା ମୋତେ ମୁଁ ଯାହା ତାହା କରିଛି।’ ସବୁକିଛିର ଅନ୍ତ ହେବାକୁ ପଡିବ, ତେଣୁ ମୁଁ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି।

ରିଦ୍ଧିମାନ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍‌ ୨୦୨୧ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ। ୨୦୧୪ରେ ଏମ୍‌ ଏସ୍‌ ଧୋନିଙ୍କ ଅବସର ପରେ ଏବଂ ରିଷଭ ପନ୍ତଙ୍କ ଆଗମନ ପୂର୍ବରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ। ଅଭିଜ୍ଞ ଖେଳାଳି ତାଙ୍କର ଶେଷ ରଣଜୀ ମ୍ୟାଚ୍‌ରେ ଖାତା ନ ଖୋଲି ଆଉଟ ହୋଇଥିଲେ। କିନ୍ତୁ ତାଙ୍କ ଦଳ ବେଙ୍ଗଲ ପଞ୍ଜାବକୁ ଏକ ଇନିଂସ ଏବଂ ୧୩ ରନ୍‌ରେ ପରାସ୍ତ କରି ଏହି ମ୍ୟାଚ୍‌କୁ ତାଙ୍କ ପାଇଁ ସ୍ମରଣୀୟ କରିଦେଇଥିଲା। ମ୍ୟାଚ ପରେ ତାଙ୍କ ସାଥୀ ଖେଳାଳିମାନେ ତାଙ୍କୁ କାନ୍ଧରେ ଉଠାଇ ନେଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri