Posted inଖେଳ

କ୍ରିକେଟରେ ହାଇଡ୍ରାମା! ଅଧିନାୟକ କଥା ନ ଶୁଣିବାରୁ ମଇଦାନ ଛାଡ଼ି ପଳାଇଲେ ବୋଲର୍‌

ନୂଆଦିଲ୍ଲୀ,୭।୧୧: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଚମତ୍କାର ପ୍ରଦର୍ଶନ କରି ବିଜେତା ହୋଇଥିଲା। ଏଥିସହିତ ସେମାନେ ସିରିଜକୁ ୨-୧ରେ ଜିିତିଥିଲେ। ତେବେ ମ୍ୟାଚ୍‌ରେ ଦଳର ପ୍ରଦର୍ଶନ ଜବରଦସ୍ତ ଥିଲେ ହେଁ ଏଥିରେ ଏଭଳି କିଛି ଘଟିଥିଲା ଯାହା ଅଧିନାୟକ ଭାବେ ଶାଇ ହୋପଙ୍କ ସମ୍ମାନ ଉପରେ ପ୍ରଶ୍ନ ଉଠାଇଛି। କାରଣ ଦ୍ରୁତ ବୋଲର୍‌ ଅଲଜାରି ଜୋସେଫ ମେଡେନ୍‌ ଓଭର ପକାଇବା ପରେ ରାଗରେ ମଇଦାନ ଛାଡ଼ି ପଳାଇଥିବା ନଜର ଆସିଛନ୍ତି।
ପ୍ରଥମ ଇନିଂସର ଚତୁର୍ଥ ଓଭରରେ ଏହି ଘଟଣା ଘଟିଥିଲା। ଜୋସେଫ ଜୋର୍ଡାନ କକ୍ସଙ୍କୁ ବୋଲିଂ କରୁଥିଲେ। ଓଭରର ପ୍ରଥମ ବଲ୍‌ ପରେ ଜୋସେଫ ଫିଲ୍ଡିଂକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଥିଲେ। ଫଲୋ ଥ୍ରୁ ପରେ ସେ ହାତ ହଲାଇ କିଛି କହୁଥିବା ନଜର ଆସିଥିଲେ। ଓଭରର ଚତୁର୍ଥ ବଲ୍‌ରେ ସେ କକ୍ସଙ୍କୁ ଆଉଟ୍‌ କରିବାକୁ ନେଇ ବଲ୍‌ ପକାଇଥିଲେ। ଏହା ଓ୍ବେଷ୍ଟଇଣ୍ଡିଜ୍‌ ଅଧିନାୟକ ଶାଇ ହୋପ୍‌ଙ୍କ ହାତକୁ ଚାଲି ଯାଇଥିଲା।
ଏହାପରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ବଲ୍‌କୁ ଅଟକାଇ ପରବର୍ତ୍ତୀ ବଲ୍‌ରେ ଆଉଟ୍‌ ହୋଇଥିଲେ। ତେବେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ ହେବା ପରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଅସନ୍ତୁଷ୍ଟ ଥିବାରୁ ପଡ଼ିଆରେ ଅଧିନାୟକଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଜୋସେଫ ବିନା ରନ୍‌ ଦେଇ ଓଭର ସମାପ୍ତ କରିବା ପରେ ରାଗି ଯାଇ ମଇଦାନରୁ ଚାଲିଆସିଥିଲେ। ସେ ୫ମ ଓଭର ଶେଷ ହେବା ପରେ ମଇଦାନକୁ ଫେରିଥିଲେ ହେଲେ ତାଙ୍କୁ ବୋଲିଂରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୋମାରିଓ ଶେଫଙ୍କୁ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?