Posted inଖେଳ

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ ପରାମର୍ଶ ଦେଇ ସେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଗାଭାସ୍କରଙ୍କୁ ସେ ସମର୍ଥନ କରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ଶକ୍ତି ଏବଂ ଦୁର୍ବଳତା ବିଷୟରେ କହିବା କମେଣ୍ଟେଟର୍ସମାନଙ୍କ କାମ ବୋଲି ସେ କହିଛନ୍ତି।

ଅକରମ ଏକ ସାକ୍ଷାତକାରରେ କହିଛନ୍ତି, ଉଭୟ ବିରାଟ ଏବଂ ଗାଭାସ୍କର ମହାନ ଖେଳାଳି। ଗାଭାସ୍କରଙ୍କୁ ଜଣେ କ୍ରିକେଟର, ମଣିଷ ଏବଂ ମଇଦାନ ବାହାରୁ ଜାଣିଛି। ସେ ବର୍ଷ ବର୍ଷ ଧରିକ କମେଣ୍ଟ୍ରି କରୁଛନ୍ତି। ସେହିଭଳି ବିରାଟ ଜଣେ ଶ୍ରେଷ୍ଠ ଖେଲାଳି। ସେ ବହୁତ ରନ୍‌ ସ୍କୋର କରିଛନ୍ତି। ହେଲେ ସେ ଏହିଭଳି କଥା ହେବା ଉଚିତ ନୁହେଁ।

କହିରଖୁଛୁ ଯେ, ଗାଭାସ୍କର କୋହଲିଙ୍କ ଷ୍ଟ୍ରାଇକ ହାର ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ବିରାଟ ପରବର୍ତ୍ତୀ ଇନିଂସରେ ଚମତ୍କାର ବ୍ୟାଟିଂ କରି ତାଙ୍କ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକମାନଙ୍କୁ ଜବାବ ଦେଇଥିଲେ। ଏହା ପରେ ଗାଭାସ୍କର ରାଗି ଯାଇଥିଲେ ଏବଂ ଲାଇଭ ଶୋ’ରେ ସେ ଆଇପିଏଲ ପ୍ରସାରଣ ଚ୍ୟାନେଲକୁ ଗାଳି ଦେଇଥିଲେ ଯିଏ ବାରମ୍ବାର ବିରାଟଙ୍କ ଏହି ବିବୃତ୍ତି ବଜାଉଥିଲା। ବିରାଟଙ୍କ ବିବୃତ୍ତି ଚଲାଇ ଚ୍ୟାନେଲ ନିଜର ସମୀକ୍ଷକଙ୍କୁ ଅପମାନିତ କରୁଛିବୋଲି ଗାଭାସ୍କର ଭାବିଥିଲେ।

ଚଳିତ ସିଜନରେ କୋହଲି ୧୧ ମ୍ୟାଚ୍‌ରେ ୫୪୨ ରନ ସଂଗ୍ରହ କରିଛନ୍ତି। ବଡ କଥା ହେଉଛି ତାଙ୍କର ଷ୍ଟ୍ରାଇକ ହାର ପ୍ରାୟ ୧୫୦ ରହିଛି। ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ବିରାଟଙ୍କ ଷ୍ଟ୍ରାଇକ ହାର ୧୫୦ ପାଖାପାଖି ଥିବାର ଅର୍ଥ କୋହଲି ଚଳିତ ସିଜନରେ ତାଙ୍କ ରନ୍‌ର ଗତି ବୃଦ୍ଧି କରିଛନ୍ତି। ବର୍ତ୍ତମାନ, ଏସବୁ କରିବା ପରେ ମଧ୍ୟ ଯଦି ତାଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଯାଏ, ତା’ହେଲେ ତାଙ୍କର ପ୍ରତିକ୍ରିୟା ନିଶ୍ଚିତ ଭାବେ ଆସିବ। ଦେଖିବାକୁ ଗଲେ ବିରାଟ ନିଶ୍ଚିତ ଭାବରେ ଚୁପ ରହିବା ଭଳି ଖେଳାଳି ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?