Posted inଖେଳ

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ ଅଥବା କୋଲକାତାର ଶାହାରୁଖ ଖାନ୍‌, ଉଭୟ କଳାକାର ଦଳକୁ ସମର୍ଥନ ଜଣାଇବାକୁ ପ୍ରାୟତଃ ଉପସ୍ଥିତ ରହିଥାନ୍ତି। ଏଣୁ ଅନେକଙ୍କୁ ତାଙ୍କୁ ଭେଟିବାକୁ ସୁଯୋଗ ମିଳିଯାଇଥାଏ। ଏହି କ୍ରମରେ ଏବେ ପୃଥ୍ବୀ ଶ’ଙ୍କ ପ୍ରେମିକା ନିଧୀ ତପାଡ଼ିଆ ବଲିଉଡ୍‌ର ବାଦ୍‌ଶାହାଙ୍କୁ ଭେଟିବାରେ ସଫଳ ହୋଇଛନ୍ତି। ସେ ଏହାକୁ ନେଇ ଏତେ ଖୁସି ହୋଇଯାଇଥିଲେ ଯେ ଦେଖୁଦେଖୁ ଶାହାରୁଖଙ୍କୁ କୁଣ୍ଡାଇ ପକାଇଥିଲେ।

ଇଡେନ ଗାର୍ଡେନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହୋଇଥିବା ମୁକାବିଲାରେ ଶାହାରୁଖ ପହଞ୍ଚିଥିଲେ। ଏହି ମ୍ୟାଚ୍‌କୁ ଦେଖିବାକୁ ନିଧୀ ମଧ୍ୟ ଯାଇଥିଲେ। ମ୍ୟାଚ୍‌ ଶେଷ ହେବା ପରେ ସେ ଶାହାରୁଖଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏପରିକି ନିଜର ପ୍ରିୟ କଳାକାରଙ୍କୁ ଭେଟି ନିଧୀ ଖୁସିରେ ନାଚି ଉଠିଥିଲେ। ଏହାର ଏକ ଭିଡିଓ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ବିଶେଷ ମୂହୁର୍ତ୍ତ ଲାଗି ସେ ଏକ ଗୀତ ମଧ୍ୟ ଲେଖିଛନ୍ତି-ମେ ଅଗର କହୁଁ ତୁମସା ହସି, କାୟନାତ ମେ ନହିଁ ହେ କୋଇ…।

ତେବେ ନିଧୀ ହେଉଛନ୍ତି ଜଣେ ମଡେଲ ଏବଂ ଅଭିନେତ୍ରୀ। ସେ ମହାରାଷ୍ଟ୍ରର ନାସିକର ବାସିନ୍ଦା। ପୃଥ୍ବୀ ଭାଲେଣ୍ଟାଇନ୍‌ ଡେ’ରେ ପ୍ରଥମ ଥର ଲାଗି ତାଙ୍କ ସହ ପ୍ରଥମ ଫଟୋ ଶେୟାର କରିଥିଲେ। ସେବେଠାରୁ ଉଭୟ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri