Posted inଖେଳ

ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସାହର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ତେବେ ଭାରତର ଏହି ବିଜୟରେ କେଉଁ ଖେଳାଳିମାନେ ହିରୋ ପାଲଟିଛନ୍ତି ଜାଣିିବା ତାଙ୍କ ବିଷୟରେ।

ମହମ୍ମଦ ସିରାଜ: ଭାରତର ଏହି ଐତିହାସିକ ବିଜୟରେ ମହମ୍ମଦ ସିରାଜ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ୭୩ ରନ ପାଇଁ ସିରାଜ ୫ଟି ଉଇକେଟ ନେଇଥିଲେ। ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଇନିଂସରେ ୫ ଉଇକେଟ ନେଇଥିଲେ।

ରିଷଭ ପନ୍ତ: ରିଷଭ ପନ୍ତ ତାଙ୍କ ବ୍ୟାଟିଂ ଅର୍ଡରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ଇନିଂସରେ ସେ ୨୩ ରନ୍‌କରି ଆଉଟ ହୋଇଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ପନ୍ତ ୮୯ ରନ୍‌ କରି ଜିତାଇଥିଲେ। ଏହି ସମୟରେ ସେ ୧୮୦ ବଲର ସାମ୍ନା କରିଥିଲେ। ଏହି ଅବସରରେ ସେ ୯ ଚୌକା ଏବଂ ୧ ଛକା ମାରିଥିଲେ।

ୱାଶିଂଟନ୍‌ ସୁନ୍ଦର : ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିବା ୱାଶିଂଟନ ସୁନ୍ଦର ଭଲ ବୋଲିଂ କରିଥିଲେ। ସେ ପ୍ରଥମ ଇନିଂସରେ ତିନୋଟି ଉଇକେଟ ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ଉଇକେଟ ନେଇଥିଲେ। ସୁନ୍ଦର ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସେ ୧୪୪ ବଲରୁ ୬୨ ରନ୍‌ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୭ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ସପ୍ତମ ୱିକେଟ ପାଇଁ ସୁନ୍ଦର ଏବଂ ଶାର୍ଦ୍ଦୁଲଙ୍କ ମଧ୍ୟରେ ୧୨୩ ରନ ଶତକ ଭାଗିଦାରୀ ହୋଇଥିଲେ।

ଶାର୍ଦ୍ଦୁଲ ଠାକୁର: ପ୍ରଥମ ଇନିଂସରେ ଶାର୍ଦ୍ଦୁଲ ଠାକୁର ୩ ଉଇକେଟ ନେଇଥିଲେ। ଏଥି ସହିତ ଠାକୁର ଦ୍ୱିତୀୟ ଇନିଂସରେ ୬୧ ରନ ପାଇଁ ୪ ଉଇକେଟ ନେଇଥିଲେ। ଶାର୍ଦ୍ଦୁଲ ଠାକୁର କେବଳ ଜଣେ ଶ୍ରେଷ୍ଠ ବୋଲର ନୁହଁନ୍ତି ବରଂ ଜଣେ ଭଲ ହିଟର୍‌ ମଧ୍ୟ ଅଟନ୍ତି। ଶାର୍ଦ୍ଦୁଲ ୧୧୫ ବଲରେ ୯ଟି ଚୌକା ଏବଂ ୬ଟି ୨ଟି ଛକା ମାରି ୬୭ ରନ୍‌ କରିପାରିଛନ୍ତି।

ଶୁବମନ ଗିଲ: ପ୍ରଥମ ଇନିଂସରେ ମାତ୍ର ୭ ରନ ସ୍କୋର କରିଥିବା ଶୁଭମାନ ଦ୍ୱିତୀୟ ଇନିଂସରେ ଶତକରୁ ବଞ୍ଚିତ ହୋଇଥିଲେ। ଏହି ଯୁବ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସରେ ୧୪୬ ବଲରେ ୯୧ ରନ କରିଥିଲେ। ଏହି ଅବସରରେ ସେ ୮ଟି ଚୌକା ଏବଂ ୨ଟି ଛକା ମାରିଥିଲେ।

ଚେତେଶ୍ୱର ପୂଜାରା : ଟେଷ୍ଟରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଚେତେଶ୍ୱର ପୂଜାରା ପ୍ରଥମ ଇନିଂସରେ ୨୫ ଏବଂ ଦ୍ୱିତୀୟ ଇନିଂସରେ ୫୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri