Posted inଖେଳ

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟ ଏକ ସଂଯୋଗ କ୍ରମେ ରାଜସ୍ଥାନ ଟ୍ରଫି ଜିତିଲେ ଟିମ୍‌ ଇଣ୍ଡିଆ ମଧ୍ୟ ଚଳିତ ଥର ବିଶ୍ୱକପ୍‌ ଜିତିବ ବୋଲି ଚର୍ଚ୍ଚା ହେଉଛି। ଉଭୟ ଟିମ୍‌ ମଧ୍ୟରେ ସ୍ବତନ୍ତ୍ର ସମାନତା ରହିଛି।

କହିବାକୁ ଗଲେ ଦୀର୍ଘ ଏକ ଦଶକରୁ ଅଧିକ ସମୟ ଧରି ଟିମ୍‌ ଇଣ୍ଡିଆ ଆଇସିସି ଟୁର୍ନାମେଣ୍ଟ ଜିତିବାକୁ ଅପେକ୍ଷା କରି ରହିଛି। ଠିକ୍‌ ସେମିତି ରାଜସ୍ଥାନ ମଧ୍ୟ ଆଇପିଏଲ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ୨୦୧୩ରେ ଶେଷ ଥର ପାଇଁ ଧୋନୀଙ୍କ ନେତୃତ୍ୱରେ ଦଳ ଆଇସିସି ଟାଇଟଲ ଜିତିଥିଲା। ରାଜସ୍ଥାନ ମଧ୍ୟ ୨୦୦୮ ପରେ ଆଇପିଏଲ୍‌ ଚାମ୍ପିୟନ ହୋଇପାରିନାହିଁ। ଶେନ ଓ୍ବାର୍ନଙ୍କ ନେତୃତ୍ୱରେ ଦଳ ଆଇପିଏଲ୍‌ର ପ୍ରଥମ ସିଜନ ହିଁ ଜିତିପାରିଥିଲା।

ଏଯାବତ ଉଭୟର ପ୍ରଦର୍ଶନ ଦେଖିଲେ ଟୁର୍ନାମେଣ୍ଟ ଆରମ୍ଭରୁ ସମସ୍ତେ ନିଜର ପ୍ରଦର୍ଶନ ବଳରେ ଅନ୍ୟ ଟିମ୍‌କୁ ଡୋମିନେଟ୍‌ କରିଥାନ୍ତି। କିଛିବର୍ଷ ଧରି ରାଜସ୍ଥାନ ସର୍ବଦା ଶ୍ରେଷ୍ଠ ୨ ଟିମ୍‌ରେ ରହି ଆସୁଥିବା ବେଳେ ଟିମ୍‌ ଇଣ୍ଡିଆ ମଧ୍ୟ ସେଭଳି ରହି ଆସିଛି। ହେଲେ ଏସବୁ ସତ୍ତ୍ୱେ ସବୁଥର ଫାଇନାଲ ନଚେତ ତା’ ପୂର୍ବରୁ ଦଳଗୁଡ଼ିକ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥାନ୍ତି।

ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ଶୀର୍ଷରେ ରହିଛି। ଏମିତିରେ ଯଦି ଦଳ ସେଭଳି ପ୍ରଦର୍ଶନ କରି ଟାଇଟଲ ଜିତିବାରେ ସଫଳ ହୁଏ, ତେବେ ଟିମ୍‌ ଇଣ୍ଡିଆ ମଧ୍ୟ ନିଜର ଆଇସିସି ଟାଇଟଲ ଜିତିବାର ସ୍ବପ୍ନ ପୂରଣ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?