Posted inଖେଳ

ଧର୍ମଶାଳା ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ବଡ଼ ଖୁସିଖବର, ଜୟ ଶାହା କଲେ ଏଭଳି ଘୋଷଣା…

ଧର୍ମଶାଳା,୯।୩: ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଏକ ଇନିଂସ ଏବଂ ୬୪ ରନ୍‌ରେ ବିଜେତା ହେବା ପରେ ପରେ ବିସିସିଆଇ ବଡ଼ ଘୋଷଣା କରିଛି। ଟେଷ୍ଟ କ୍ରିକେଟ କୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇ ଟେଷ୍ଟ କ୍ରିକେଟ ଇନସେଣ୍ଟିଭ ସ୍କିମ ଆରମ୍ଭ କରିଥିବା ନେଇ ସଚିବ ଜୟ ଶାହା କହିଛନ୍ତି। ଏହି ଯୋଜନା ଅଧୀନରେ ଭାରତୀୟ ଖେଳାଳିମାନେ ଟେଷ୍ଟ ଖେଳିବା ପାଇଁ ପାଉଥିବା ପାଉଣା ବୃଦ୍ଧି ପାଇଛି। ତଦନୁଯାୟୀ ଗୋଟିଏ ସିଜନରେ ୭୫ ପ୍ରତିଶତ ମ୍ୟାଚ ଖେଳୁଥିବା ଖେଳାଳୀଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୪୫ ଲକ୍ଷ ଟଙ୍କା ଦିଆଯିବ। ସେହିଭଳି ଏକାଦଶରେ ନ ଥିବା ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ମିଳିବ। ବିସିସିଆଇର ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଖେଳାଳିମାନଙ୍କୁ ଖୁସି କରିବ ବୋଲି କୁହାଯାଉଛି।

ଏହି ଯୋଜନା ଅନୁଯାୟୀ, ଯେଉଁ ଖେଳାଳିମାନେ ଗୋଟିଏ ସିଜିନରେ ଦଳର ମୋଟ ଟେଷ୍ଟ ମ୍ୟାଚ୍‌ର ୭୫ ପ୍ରତିଶତରେ ଏକାଦଶରେ ସାମିଲ ହେବେ ସେମାନେ ପ୍ରତି ମ୍ୟାଚ ପାଇଁ ମୋଟ୍‌ ୪୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୭୫ ପ୍ରତିଶତ ମ୍ୟାଚରେ ଦଳରେ ସାମିଲ ରହିବେ ସେମାନଙ୍କୁ ପ୍ରତ୍ୟେକ ମ୍ୟାଚ ପାଇଁ ୨୨.୫ ଲକ୍ଷ ଟଙ୍କା ମିଳିବ। ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚରେ ଏକାଦଶର ଅଂଶବିଶେଷ, ସେମାନେ ପ୍ରତି ମ୍ୟାଚରେ ସମୁଦାୟ ୩୦ ଲକ୍ଷ ଟଙ୍କା ପାଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚରେ ଦଳରେ ସାମିଲ ଥିବା ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ମିଳିବ। ଏହାଠାରୁ କମ ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ଲାଗି ଏହି ଯୋଜନା ପ୍ରଯୁଜ୍ୟ ହେବ ନାହିଁ। ସେ ବର୍ତ୍ତମାନର ମ୍ୟାଚ୍‌ ଫି ପାଇବେ। ଏବେ ଖେଳାଳିମାନେ ପ୍ରତି ମ୍ୟାଚ ପାଇଁ ୧୫ ଲକ୍ଷ ଟଙ୍କା ପାଉଛନ୍ତି। ଜୟ ଶାହା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏହି ଯୋଜନା ୨୦୨୨-୨୩ ରୁ ଆରମ୍ଭ ହୋଇଛି।

କହିରଖୁଛୁ, ନିକଟରେ କିଛି ଖେଳାଳି ଟେଷ୍ଟ କ୍ରିକେଟ ଏବଂ ଘରୋଇ କ୍ରିକେଟକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରି ଆଇପିଏଲ୍‌ ଖେଳିବାକୁ ଆଗ୍ରହ ଦେଖାଇଥିଲେ। କାରଣ ଆଇପିଏଲରେ ମୋଟା ଅଙ୍କର ଟଙ୍କା ଦିଆଯାଉଛି। ଏହି ଜିନିଷକୁ ପ୍ରତିହତ କରିବା ପାଇଁ ବିସିସିଆଇ ବୋଧହୁଏ ଏହି ଯୋଜନା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?