Posted inଖେଳ

ଆହତ ସମସ୍ୟାରେ ମୁମ୍ବାଇର ଏକାଧିକ ଖେଳାଳି , ଏଥର ନୂଆ କ’ଣ ?

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ଶ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥିରେ ଭାଗ ନେଉଥିବା ଦଳ ଗୁଡ଼ିକର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୃହ ପ୍ରତ୍ୟାବର୍ତ୍ତନକୁ ନିଆରା ଢଙ୍ଗରେ ସେଲିବ୍ରେଟ କରିବାକୁ ଲକ୍ଷ୍ୟ ରଖିଛି ଏହି ଫ୍ରାଞ୍ଚାଇଜ୍‌ ଦଳ। ଏକାଧିକ ଖେଳାଳିଙ୍କ ଆହତ ସମସ୍ୟା ମୁଖ୍ୟ କୋଚ୍‌ ମାର୍କ ବାଉଚରଙ୍କୁ କିଛି ପରିମାଣରେ ଚିନ୍ତାରେ ରଖିଛି। ସ୍ପିନ୍‌ ବିଭାଗ ଯଦିଓ ଟିକେ ଦୁର୍ବଳ ଲାଗୁଛି ତେବେ ଯଶପ୍ରୀତ୍‌ ବୁମ୍‌ରାଙ୍କ ନେତୃତ୍ୱାଧୀନ ପେସ୍‌ ବାହିନୀ ଏବଂ ପାଓ୍ବର-ପ୍ୟାକେଡ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଦଳକୁ ଆଗକୁ ନେଇଯିବା ଆଶା ରହିଛି।

ଗତ ସିଜନରେ ମୁମ୍ବାଇ ଦଳ ୧୪ ଗେମ୍‌ରୁ ୮ଟିରେ ବିଜୟଲାଭ କରି ଲିଗ୍‌ ପର୍ଯ୍ୟାୟରେ ୪ର୍ଥ ସ୍ଥାନରେ ରହିଥିଲା। ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଦଳ ଯଦିଓ ପରାସ୍ତ କରିଥିଲା ତେବେ କ୍ୱାଲିଫାୟର-୨ରେ ଗୁଜରାଟ ଜାଏଣ୍ଟ୍ସଠାରୁ ହାରି ଯାଇଥିଲା। ଆହତ ସମସ୍ୟା ଯୋଗୁ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବ ପ୍ରଥମ ମ୍ୟାଚରେ ଖେଳିବା ସମ୍ଭାବନା ନାହିଁ। ପାଦରେ ସମସ୍ୟା ଏବଂ ସ୍ପୋଟର୍‌ସ ହାର୍ଣ୍ଣିଆ ଯୋଗୁ ସେ ଗତ ୩ ମାସ ମଧ୍ୟରେ ଏକାଧିକ ଅସ୍ତ୍ରୋପଚାର କରାଇଛନ୍ତି। ଏବେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ରିହାବରେ ଅଛନ୍ତି। ନେଟ୍ସରେ ଗୋଡ଼ ଭାଙ୍ଗିବା ଯୋଗୁ ଜାସନ ବେହରେନଡର୍ଫ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଇଂଲଣ୍ଡର ବାମହାତୀ ସ୍ପିନର ଲ୍ୟୁକ ଉଡ୍‌ ତାଙ୍କ ସ୍ଥାନରେ ସାମିଲ ହୋଇଛନ୍ତି। ଗେରାଲ୍ଡ କୋଜି ଯଦିଓ ଦଳରେ ଯୋଗ ଦେଇଛନ୍ତି ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଇନ୍‌ ଇଞ୍ଜୁରିରୁ ସମ୍ପୂର୍ଣ୍ଣ ମୁକୁଳି ନାହାନ୍ତି। ତେଣୁ ସେ ଦଳର ପ୍ରଥମ କିଛି ମ୍ୟାଚ ଖେଳିବା ସମ୍ଭାବନା ନାହିଁ। ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ଦିଲଶାନ ମଦୁଶଙ୍କା ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଅନ୍‌କ୍ୟାପେଡ ମିଡିୟମ ପେସର କ୍ୱେନା ମାଫାକାଙ୍କୁ ଦଳରେ ସାମିଲ କରାଯାଇଛି।

ଏଥର ନୂଆ କ’ଣ ?
ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ସେ ଦଳର ନେତୃତ୍ୱ ନେବେ। ପ୍ରଥମ ଥରପାଇଁ ଜଣେ ଭାରତୀୟ ଟି୨୦ ଅଧିନାୟକ ଆଇପିଏଲ୍‌ରେ ଅନ୍ୟ ଜଣେ ଖେଳାଳି ଅଧିନରେ ଖେଳିବେ। ଅତିରିକ୍ତ ଚାପ ନ ଥିବାରୁ ରୋହିତ କିପରି ବିସ୍ପୋରକ ବ୍ୟାଟିଂ କରୁଛନ୍ତି ତା’ ଉପରେ ମଧ୍ୟ ନଜର ରହିବ। ଦଳରେ ୬ ନୂଆ ବିଦେଶୀ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେମାନେ ହେଲେ କୋଜି, କ୍ୱେନା ମାଫାକା, ଲ୍ୟୁକ୍‌ ଉଡ୍‌, ନୂଓ୍ବାନ ଥୁଶରା, ରୋମାରିଓ ଶେଫର୍ଡ ଓ ମହମ୍ମଦ ନବି। ଲସିଥ ମାଲିଙ୍ଗାଙ୍କ ଆକ୍ସନରେ ବୋଲିଂ କରୁଥିବା ଥୁଶରା ନିକଟରେ ବାଂଲାଦେଶ ବିପକ୍ଷ ଏକ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ ସହ ୫ ଉଇକେଟ ସଫଳତା ପାଇଥିଲେ। ଅନ୍‌କ୍ୟାପେଡ ଖେଳାଳିଙ୍କ ମଧ୍ୟରେ ଶ୍ରେୟାସ ଗୋପାଳ ଭେଟେରାନ ସ୍ପିନର ପୀୟୂଷ ଚାଓ୍ବଲାଙ୍କ ବ୍ୟାକ୍‌ଅପ୍‌ଭାବେ ରହିବେ।

ଦୃଢ଼ ବ୍ୟାଟିଂ ଲାଇନ୍‌ଅପ୍‌
ଭାରତୀୟ ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଲାଇନ୍‌ଅପ୍‌ ଶକ୍ତିଶାଳୀ। ସୂର୍ଯ୍ୟକୁମାର ଯାଦବ ଫିଟ୍‌ ହୋଇଗଲେ ଟପ୍‌ ଅର୍ଡରର ୫ ସ୍ଥାନରେ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ମୁଖ୍ୟତଃ ନିର୍ଭର କରିବ। ଟିମ୍‌ ଡାଭିଡ୍‌ ୬ ନମ୍ବର ସ୍ଥାନରେ ଆସିବେ। କିଶନ ଓ ତିଳକ ଲେଫ୍ଟ-ରାଇଟ କମ୍ବିନେଶନକୁ ସନ୍ତୁଳିତ କରିବେ। ପ୍ରି-ସିଜନ ଖବରଦାତା ସମ୍ମିଳନୀରେ ହାର୍ଦ୍ଦିକ ପ୍ରକାଶ କରି ସାରିଛନ୍ତି ଯେ ସେ ବୋଲିଂ କରିବା ପାଇଁ ସମ୍ପୂର୍ଣ୍ଣ ଫିଟ୍‌। ଏହା ଦଳର ସନ୍ତୁଳନକୁ ଅଧିକ ମଜଭୁତ କରିବ। ଶେଫର୍ଡ ଓ ନବିଙ୍କ ଉପସ୍ଥିତିରେ ମୁମ୍ବାଇ ଆଉ ୨ ଜଣ କ୍ୱାଲିଟି ଅଲ୍‌ରାଉଣ୍ଡର ପାଇବ। ମାତ୍ର ନିହାତି ଆବଶ୍ୟକ ନ ହେଲେ ମୁମ୍ବାଇ ୩ ଜଣ ବିଦେଶୀ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି କୋଚ୍‌ ବାଉଚର ସୂଚନା ଦେଇ ସାରିଛନ୍ତି।

ବୁମ୍‌ରାଙ୍କ ଉପରେ ନଜର
ବୁମ୍‌ରାଙ୍କ ଉପସ୍ଥିତି ମୁମ୍ବାଇର ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛି। ସେ କୌଣସି ପରିସ୍ଥିତିରେ ବୋଲିଂ ପାଇଁ ଦକ୍ଷତା ରଖିଛନ୍ତି। ୨୦୨୩ ଦିନିକିଆ ବିଶ୍ୱକପ ଏବଂ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ଚମତ୍କାର ଫର୍ମରେ ଥିବା ପ୍ରମାଣିତ କରିଛନ୍ତି। ତେବେ ସୂର୍ଯ୍ୟକୁମାର ଅଧିକ ମ୍ୟାଚ ମିସ୍‌ ନ କରନ୍ତୁ ବୋଲି ଦଳ ନିଶ୍ଚିତ ଚାହିଁବ। କାରଣ କିଶନ ଗତ ନଭେମ୍ବର ପରଠାରୁ ଶୀର୍ଷସ୍ତରର ମ୍ୟାଚ ଖେଳି ନାହାନ୍ତି। ବେହରନଡର୍ଫଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରିପାରେ। ସେ ଜଣେ ପାଓ୍ବାରପ୍ଲେ ସ୍ପେଶାଲିଷ୍ଟ। ମଦୁଶଙ୍କା ଓହରିଯିବା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ କୋଜିଙ୍କ ଅନୁପସ୍ଥିତି ମଧ୍ୟ ଦଳର ସନ୍ତୁଳନକୁ ବିଗାଡ଼ିପାରେ।

ଦୁର୍ବଳ ସ୍ପିନ୍‌ ବିଭାଗ
ମୁମ୍ବାଇ ଦଳର ସ୍ପିନ ବିଭାଗ ଦୁର୍ବଳ ଲାଗୁଛି। ଚାଓ୍ବଲା ଗତ ସିଜନରେ ଭଲ ପ୍ରଦର୍ଶନ କରି ୧୬ ଗେମ୍‌ରୁ ୨୨ ଉଇକେଟ ନେଇଥିଲେ। ଟୁର୍ନାମେଣ୍ଟରେ ସେ ଥିଲେ ୪ର୍ଥ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ତେବେ ସେ କିଛିଦିନ ତଳେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟରେ ଭଲ ଖେଳିପାରି ନାହାନ୍ତି। ୭ ମ୍ୟାଚରୁ ସେ ୮.୪୦ ଇକୋନୋମିରେ ମାତ୍ର ୪ଟି ଉଇକେଟ ନେଇଛନ୍ତି। ୩୫ ବର୍ଷର ଚାଓ୍ବଲା ଏଥର ମଧ୍ୟ ମୁମ୍ବାଇ ସ୍ପିନ୍‌ ବିଭାଗର ନେତୃତ୍ୱ ନେବେ। କୁମାର କାର୍ତ୍ତିକେୟ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ପ୍ରଭାବୀ ହୋଇପାରି ନାହାନ୍ତି। ଗତ ସିଜନରେ ସେ ୮ ମ୍ୟାଚରୁ ୫ଟି ଉଇକେଟ ନେଇଥିଲେ। ତାଙ୍କ ଇକୋନୋମି ହାର ଥିଲା ୮.୭୩। ଶ୍ରେୟସ ଗୋପାଳ ଗତ ୩ ଆଇପିଏଲ୍‌ ସିଜନରେ ମାତ୍ର ୪ଟି ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି।
ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଆଇପିଏଲ୍‌ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଏହି ସମୟ ମଧ୍ୟରେ ମୁମ୍ବାଇ ୪ଟି ମ୍ୟାଚ ଖେଳିବ। ଗୁଜରାଟ ଟାଇଟନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୩ଟି ବାହାର (ଆଓ୍ବେ) ଗେମ୍‌ ଖେଳିବା ପରେ ହୋମ୍‌ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁକାବିଲା କରିବ। ତୃତୀୟ ମ୍ୟାଚପରେ ଦଳ ୫ ଦିନର ବ୍ରେକ୍‌ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?