Posted inଖେଳ

ଏଥର ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ସବୁଥର ପରି ଏଥର ଆଇପିଏଲ ୨୦୨୦ରେ ମଧ୍ୟ ଚୌକା, ଛକା ବର୍ଷା ହେଉଛି। ଚଳିତ ସିଜିନ୍‌ରେ ପାଖାପାଖି ଅଧା ମ୍ୟାଚ୍‌ ଖେଳ ସରିଛି। କିନ୍ତୁ ଏଥର ସର୍ବାଧିକ ଛକା ମାରିବା ତାଲିକାରେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥର ରୋହିତ ଶର୍ମା ଏବଂ କିରଣ ପୋଲାର୍ଡ ସର୍ବାଧିକ ଛକା ମାରିବା ତାଲିକାରେ ପଛରେ ପଡିଯାଇଛନ୍ତି। ସର୍ବାଧିକ ଛକା ତାଲିକାର ଶୀର୍ଷରେ ଅଛନ୍ତି କିଙ୍ଗସ ଏକାଦଶ ପଞ୍ଜାବର ନିକୋଲାସ ପୁରାନ। ସେ ଏପର୍ଯ୍ୟନ୍ତ ୧୬ଟି ଛକା ମାରିଛନ୍ତି। କିନ୍ତୁ ଏହା ଦୁଃଖର ବିଷୟ ଯେ ପଞ୍ଜାବ ଦଳ କ୍ରମାଗତ ଭାବେ ମ୍ୟାଚ ପରାଜୟ ଭୋଗୁଛି। ସଞ୍ଜୁ ସାମସନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସାମସନ ଏପର୍ଯ୍ୟନ୍ତ ୧୬ଟି ଛକା ମାରିଛନ୍ତି। ଦୁଇଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ନିଶ୍ଚିତ ବିଜୟ ଦେଇଥିବା ରାହୁଲ ଟେୟୋଟିଆ ମଧ୍ୟ ଏପର୍ଯ୍ୟନ୍ତ ୧୫ଟି ଛକା ମାରିଛନ୍ତି। ସେ ଗୋଟିଏ ଓଭରରେ ୫ଟି ଛକା ମାରିଛନ୍ତି। ଏହି ତାଲିକାର ଚତୁର୍ଥ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଅଛନ୍ତି। ସେ ଏପର୍ଯ୍ୟନ୍ତ ୧୫ଟି ଛକା ମାରିଛନ୍ତି। ପଞ୍ଚମ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଅଟନ୍ତି। ରୋହିତ ଏପର୍ଯ୍ୟନ୍ତ ୧୪ଟି ଛକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ରୋକିଲା ରାଜସ୍ଥାନ

ଆବୁଧାବି, ୩୧।୧୦- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କ୍ରମାଗତ ୬ ବିଜୟରେ ବ୍ରେକ୍‌ ଲଗାଇଛି ରାଜସ୍ଥାନ ରୟାଲ୍ସ। ଲଗାତାର ୫ ମ୍ୟାଚ...

ଟି-୨୦ ବିଶ୍ୱକପ୍‌ ଆରମ୍ଭ: ଭୋ ଭୋ ହୋଇ କାନ୍ଦିଲେ ଏହି ଦଳର ଖେଳାଳି

ଦୁବାଇ,୧୭।୧୦: ୟୁଏଇରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି। ଏହି ଦୁଇ ଟିମ୍‌ ବିଶ୍ୱ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ...

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ...

ଦିଲ୍ଲୀ ସହ ମୁମ୍ବାଇ ଫାଇନାଲ ମୁକାବିଲା: କେଉଁଠି, କିଭଳି ଦେଖିବେ ଏହି ମ୍ୟାଚ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌ର-୨୦୨୦)ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ ଟିକେଟ ପାଇଥିଲା।...

ଅଟକିଗଲା ଚକଦା ଏକ୍ସପ୍ରେସ୍‌

ଭାରତୀୟ ମହିଳା କ୍ରିକେଟରେ ଚକଦା ଏକ୍ସପ୍ରେସଭାବେ ପରିଚିତ ଥିଲେ ଝୁଲଣ ଗୋସ୍ବାମୀ। ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ କୀର୍ତ୍ତିମାନ ସ୍ଥାପନ ପରେ ଏହି ଏକ୍ସପ୍ରେସ...

୧୧ରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ

ଲଣ୍ଡନ,୪।୭(ପି.ଟି.): ଆସନ୍ତା ୧୧ ତାରିଖରୁ ଇଂଲଣ୍ଡରେ ମନୋରଞ୍ଜନଧର୍ମୀ କ୍ରିକେଟ ଫେରିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ପ୍ରଧନମନ୍ତ୍ରୀ ବୋରିସ...

୩ୟ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲ୍‌ରେ ଏହି ସଫଳତା ହାସଲ କରିବେ ରୋହିତ୍‌

ଆବୁଧାବି, ୧।୧୦: ଆଇପିଏଲ୍‌-୧୩ତମ ସିଜନର ୧୩ତମ ମ୍ୟାଚ୍‌ରେ ଗୁରୁବାର ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ହେବ। ଏହି...

Advertisement
Archives

Model This Week