କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର

ଭୁବନେଶ୍ୱର,୯।୩: ଦି କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭେଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆର୍‌ଇଡିଏଆଇ ବା କେଡ୍ରାଇ)ର ଓଡ଼ିଶା ଶାଖା ବା କ୍ରେଡାଇ ଓଡ଼ିଶାର ନୂତନ ଚାପ୍ଟର ‘କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି.ଏସ୍‌. ତ୍ରିପାଠୀ, ସଭାପତି ସ୍ବଦେଶ କୁମାର ରାଉତରାୟ, ସମ୍ପାଦକ ଅନୀଲ କୁମାର ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କ୍ରେଡାଇ ଭୁବନେଶ୍ୱର ଚାପ୍ଟର ସମ୍ପାଦକ ଜଗତ କୁମାର କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଉଲ୍ଲେଖଯୋଗ୍ୟ, କ୍ରେଡାଇ ବାଲେଶ୍ୱର ସିଟି ଚାପ୍ଟର ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାର ବିଲ୍‌ଡର ଓ ଡେଭଲପର୍ସମାନଙ୍କୁ ନେଇ ଏହି ନୂଆ ଚାପ୍ଟର ଗଠିତ ହୋଇଛି। ଏପରିକି ବର୍ଷ ୨୦୨୪-୨୬ ପାଇଁ ଏହି ଚାପ୍ଟରର ଅଧ୍ୟକ୍ଷ ଭାବେ ରାଜ କୁମାର ଖଣ୍ଡେଲଓ୍ବାଲା ନିର୍ବାଚିତ ହୋଇଛନ୍ତି। ସେହିଭଳି ବିଭୁ ଚନ୍ଦନ ଜେନା ଚାପ୍ଟରର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ପ୍ରକାଶ କିଶୋର ନାୟକ ଏବଂ ଦିଲୀପ ଅଗ୍ରଓ୍ବାଲ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଂଗ୍ରାମ ପଣ୍ଡା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ମନୋଜ ଜେନା ଯୁଗ୍ମ ସମ୍ପାଦକ ଏବଂ ସୁଶୀଲ ରଞ୍ଜନ ମହାନ୍ତି କୋଷାଧ୍ୟକ୍ଷ ଓ ଜ୍ୟୋତିର୍ମୟ ଦାସ ଚାପ୍ଟରର ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଓବିର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର ,୧୪।୭ (ଅଭୟ ଦାଶ): ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ନୂତନ ଶାଖା (ନବରଙ୍ଗପୁର ଶାଖା) ନିକଟରେ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର...

ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଅଭିବୃଦ୍ଧି

ଭୁବନେଶ୍ୱର,୧୪।୭(ଅନୁରାଧା ମହାରଣା): ବ୍ୟକ୍ତିଗତ ଆୟକର ସଂଗ୍ରହ କର୍ପୋରେଟ ଟିକସ ସଂଗ୍ରହକୁ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ୧ରୁ ଜୁଲାଇ ୧୧ ମଧ୍ୟରେ (୨୦୨୪-୨୫)...

ଯଦି ଅମ୍ବାନୀ ପ୍ରତିଦିନ ୩କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଏତିକି ଦିନରେ ଶେଷ ହୋଇଯିବ ତାଙ୍କର ପୁରା ସମ୍ପତ୍ତି

ନୂଆଦିଲ୍ଲୀ,୧୩।୭: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସବୁବେଳେ ଲାମଲାଇଟରେ ରହିଥା’ନ୍ତି। ସମ୍ପ୍ରତି, ଆଜିକାଲି ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା...

ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ ମେଡ୍‌ଜେନୋମ୍‌

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲାବ୍‌ ଶୃଙ୍ଖଳା ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକ୍ସର ଏକ ଅଂଶଧନକୁ ଗ୍ଲୋବାଲ ଜେନୋମିକ୍ସ-ଡ୍ରିଭେନ ଡାଇଗ୍ନୋଷ୍ଟିକ୍ସ ଆଣ୍ଡ...

ଏସ୍‌ବିଆଇର ନୂତନ ଡିଜିଟାଲ ସେବା

ଭୁବନେଶ୍ୱର,୧୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଡିଜିଟାଲ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ମ୍ୟୁଚୁଆଲ...

ଶେଷ ଦିନରେ ୧.୨ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟୁଛି। ଫଳରେ ଶେୟାର ବଜାରର ନିବେଶକ ଓ ପୁଞ୍ଜିବଜାର କାରବାରରେ ଅଭିବୃଦ୍ଧି...

ଆଦାନୀ ୱିଲ୍‌ମାର୍‌ର ନୂତନ ଟିଭିସି

ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): ଆଦାନୀ ୱିଲ୍‌ମାର୍‌ ଲିମିଟେଡ୍‌ ପକ୍ଷରୁ ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଓଡ଼ିଶାରେ ଆଧାର...

ବଢିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଦେଶରେ ଶିଳ୍ପ ଉତ୍ପାଦନର ଗତି ବୃଦ୍ଧି ପାଇଛି। ମେ ୨୦୨୪ ପାଇଁ ଘୋଷିତ ତଥ୍ୟ ଅନୁଯାୟୀ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଇଣ୍ଡେକ୍ସ (ଆଇଆଇପି) ୫.୯...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri