ଟାଇମ୍‌ ଶେଲ୍‌ଟର ସ୍ରଷ୍ଟା

‘ଟାଇମ୍‌ ଶେଲ୍‌ଟର’। ଓଡ଼ିଆରେ ଅନୁବାଦ କଲେ ଏହା ହେବ ‘ସମୟ ଆଶ୍ରାସ୍ଥଳ ବା ସମୟର ଆଶ୍ରାସ୍ଥଳ’। ୨୦୨୩ ପାଇଁ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପାଇଥିବା ଜିଓର୍ଜି ଗୋସ୍‌ପୋଡିନୋଭଙ୍କ ଏହା ହେଉଛି ଚର୍ଚ୍ଚିତ ଉପନ୍ୟାସ। ଅତୀତକୁ ମନେପକାଇ ଦେଉଥିବା ଏକ କ୍ଲିନିକ୍‌ ଉପରେ ବିଷୟବସ୍ତୁ ପର୍ଯ୍ୟବସିତ। ଏହାର ପ୍ରତ୍ୟେକ ଚଟାଣ ଗୋଟେ ଦଶନ୍ଧିର କାହାଣୀ ବଖାଣୁଛି। ଦୀର୍ଘସ୍ଥାୟୀ ମାନସିକ ବିକୃତି ଯୋଗୁ ମଣିଷ ହରାଇବସୁଥିବା ସ୍ମୃତିଶକ୍ତି ଫେରାଇ ଆଣିବାରେ ଏହି କ୍ଲିନିକ୍‌ ସହାୟକ ହେଉଛି। ଆଲ୍‌ଝିମର (ଅକାଳ ବାର୍ଦ୍ଧକ୍ୟ ଘଟାଉଥିବା ମସ୍ତିଷ୍କ ରୋଗ) ରୋଗୀଙ୍କୁ ଆଧୁନିକ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହାର ପ୍ରତି ଚଟାଣରେ ଚିତ୍ର ଦ୍ୱାରା କୌଣସି ବିଷୟର ବ୍ୟାଖ୍ୟାନକୁ ଦେଖିବାର ଅନୁମତି ଦିଆଯାଇଥାଏ। ଫଳରେ ମଣିଷ ଭୁଲି ଯାଇଥିବା ଅତୀତକୁ ମନେପକାଇ ତା’ ସ୍ମୃତିଶକ୍ତିକୁ ତାଜା କରିପାରିଥାଆନ୍ତି। ବ୍ୟକ୍ତିର ପରିଚୟ ଓ ତା’ର ଅନ୍ତରଙ୍ଗ କାର୍ଯ୍ୟ ମିଶିଯାଇ ଯେଉଁ ସ୍ମୃତି ବହନ କରିଥାଏ, ତାହାକୁ ଦୀର୍ଘଦିନ ଧରି ରଖିବାର ଶକ୍ତି ‘ଟାଇମ୍‌ ଶେଲ୍‌ଟର’ରେ ବର୍ଣ୍ଣନା କରାଯାଇଛି। ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ବିଚାରକମଣ୍ଡଳୀ ମୁଖ୍ୟ ତଥା ଫରାସୀ-ମରୋକ୍କୀୟ ଲେଖକ ଲୈଲା ସ୍ଲିମାନି କହିଛନ୍ତି, ଏହି ଉପନ୍ୟାସ ଦୁଃଖ ଓ ବିଷାଦରେ ପରିପୂର୍ଣ୍ଣ। କିନ୍ତୁ ଏହା ସମକାଳୀନ ପ୍ରଶ୍ନ ଉଠାଇଥାଏ, ଯେତେବେଳେ ଆମେ ସ୍ମୃତିଶକ୍ତି ହରାଇବସୁ ସେତେବେଳେ ଆମର କ’ଣ ହୋଇଥାଏ? ଏହି ଉପନ୍ୟାସରେ ମଣିଷର ସ୍ବାସ୍ଥ୍ୟ, ସମ୍ଭାବନା ଓ ଦର୍ଶନ ମିଶ୍ରିତ ସ୍ମୃତିକୁ ସମୟ କିଭଳି ସାଇତି ରଖିଥାଏ ତାହାର ବ୍ୟାଖ୍ୟା କରାଯାଇଛି। ଏକ ଅନନ୍ୟ ଧରଣର ପୁସ୍ତକ ଲେଖିଥିବା ଜିଓର୍ଜି ଗୋସ୍‌ପୋଡିନୋଭ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପାଇବାରେ ହେଉଛନ୍ତି ବୁଲ୍‌ଗେରିଆର ପ୍ରଥମ ଔପନ୍ୟାସିକ। ତାହାକୁ ଇଂଲିଶ ଭାଷାରେ ଅନୁବାଦ କରିଥିବା ଆଞ୍ଜେଲା ରୋଡେଲ ମଧ୍ୟ ଏଥିପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ୬ଟି ଉପନ୍ୟାସ ମଧ୍ୟରୁ ଟାଇମ୍‌ ଶେଲ୍‌ଟର ପୁରସ୍କୃତ ହୋଇଥିବାରୁ ଏହାର ମୂଳ ଲେଖକ ଜିଓର୍ଜିଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଜିଓର୍ଜି ୭ ଜାନୁୟାରୀ ୧୯୬୮ରେ ବୁଲ୍‌ଗେରିଆରେ ଜନ୍ମଗ୍ରହଣ କରିଥିଲେ। ତେବେ ୧୯୯୦ରେ ତାଙ୍କ ସାହିତ୍ୟ ପ୍ରତିଭାର ଉନ୍ମେଷ ହୋଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ସେ କବିତା ଲେଖୁଥିଲେ। ଦୁଇଟି ପୁସ୍ତକ ବୁଲ୍‌ଗେରିଆ ଜାତୀୟ ସାହିତ୍ୟ ସମ୍ମାନ ପାଇବା ପରେ ତାଙ୍କ ଲେଖା ଅଧିକ ଶକ୍ତିଶାଳୀ ହୋଇଥିଲା। ତେବେ ୨୦୧୨ରେ ପ୍ରକାଶିତ ତାଙ୍କ ଉପନ୍ୟାସ ‘ଦି ଫିଜିକ୍ସ ଅଫ୍‌ ସରୋ’ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲା। ଏହାର ଅନୁବାଦ ଇଟାଲି, ଜର୍ମାନୀ, ସର୍ବିଆ, ରୋମାନିଆ ଓ ଇଂଲିଶ ଭାଷାରେ ହେବା ପରେ ବିଶ୍ୱର ବହୁ ଖ୍ୟାତନାମା ଲେଖକ ତାଙ୍କ କୃତିକୁ ସ୍ବୀକୃତି ଦେଇଥିଲେ। ୨୦୨୦ରେ ‘ଟାଇମ୍‌ ଶେଲ୍‌ଟର’ ପ୍ରକାଶ ପାଇବା ଓ ଏବେ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ବିଜୟୀ ହେବା ପରେ ତାଙ୍କ ସୃଷ୍ଟି ଉପରେ ଜୋର୍‌ଦାର ସମୀକ୍ଷା ଚାଲିଛି। ଗତାନୁଗତିକ ଧାରାଠାରୁ ବହୁ ଊର୍ଦ୍ଧ୍ୱକୁ ଉଠି ସେ ଯେଉଁ ଲେଖା ଭେଟି ଦେଉଛନ୍ତି, ତାହା ପାଠିକାପାଠକଙ୍କୁ ବେଶ୍‌ ଧରି ରଖୁଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ନିଆରା ଓ ପ୍ରଭାବଶାଳୀ ସୃଷ୍ଟି ଲାଗି ଜିଓର୍ଜି ବହୁ ପୁରସ୍କାର ଅଧିକାରୀ ହୋଇପାରିଛନ୍ତି। ବର୍ତ୍ତମାନର ୨୦୨୩ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ସମେତ ୨୦୨୧ରେ ଷ୍ଟ୍ରେଗା ୟୁରୋପିଆନ୍‌ ପ୍ରାଇଜ୍‌ (ରୋମ୍‌), ୨୦୧୯ରେ ପୋଲାଣ୍ଡର ଏଞ୍ଜେଲସ୍‌ ଆଓ୍ବାର୍ଡ, ୨୦୧୬ରେ ସୁଇଜରଲାଣ୍ଡଭିତ୍ତିକ ଜାନ୍‌ ମିଚାଲ୍‌ସ୍କି ସମ୍ମାନ ଏବଂ ସେହିବର୍ଷ ଆମେରିକାନ୍‌ ପେନ୍‌ ଟ୍ରାନ୍ସଲେଶନ ପ୍ରାଇଜ୍‌ର ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବା ଭଳି ମର୍ଯ୍ୟାଦା ତାଙ୍କୁ ବିଶ୍ୱସ୍ତରୀୟ ଲେଖକ ଆସନରେ ବସାଇପାରିଛି।
ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ବିଚାରକମଣ୍ଡଳୀର ଅଧ୍ୟକ୍ଷ ଲୈଲା ସ୍ଲିମାନିଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ଜିଓର୍ଜିଙ୍କ କୃତିକୁ ବିଚାର କରିଥିଲେ ସେମାନେ ହେଲେ ୟୁକ୍ରେନୀୟ ଅନୁବାଦକ ୟୁଲିୟେମ୍‌ ବ୍ଲାକର, ମାଲେସୀୟ ଲେଖକ ଟାନ୍‌ ଟାଓ୍ବାନ, ଦି ନ୍ୟୁୟର୍କର ସାହିତ୍ୟ ସମୀକ୍ଷକ ପାରୁଲ ସେହଗାଲ ଏବଂ ଦି ଫାଇନାନ୍ସିଆଲ୍‌ ଟାଇମ୍ସର ଲିଟେରାରି ଏଡିଟର ଫ୍ରେଡେରିକ୍‌ ଷ୍ଟୁଡେମାନ୍‌। ଜିଓର୍ଜିଙ୍କ ବିଷୟରେ ସାମଗ୍ରିକ ମତ ହେଲା ଯେ ସେ ସର୍ବଦା ଅସମତୁଲ ଭାବେ ଘୂରୁଥିବା କାର୍ଯ୍ୟକୁ ସମକାଳୀକ ସ୍ପର୍ଶ ଦେବାକୁ ଚେଷ୍ଟା କରିଥାଆନ୍ତି। ତାହାର ସର୍ବୋତ୍କୃଷ୍ଟ କୃତି ହେଉଛି ‘ଟାଇମ୍‌ ଶେଲ୍‌ଟର’।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri